Categories
ଆଞ୍ଚଳିକ

ବାଣପୁର ଉପ କାରାଗାରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରାଗାର ମଧ୍ୟରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ୍ଦୀ ମାନଙ୍କ ଅଧିକାର ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ଖୋର୍ଦ୍ଧା ଅଜୟ କୁମାର ପ୍ରଧାନ (କ) ଏବଂ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗଦେଇଥିଲେ। ଉଭୟ ବିଚାରପତି କାରାଗାର ମଧ୍ୟରେ ଥିବା ବନ୍ଦୀମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇଥିଲେ।

ଏହି ଅବସରରେ ବିଭିନ୍ନ ବନ୍ଦୀ ମାନେ ସେମାନଙ୍କ ଅଭିଯୋଗ ଉଭୟ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ସମାଧାନ ପାଇଁ ନିବେଦନ କରିଥିଲେ। ତତସହିତ କାରାଗାର ମଧ୍ୟରେ ବନ୍ଦୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ତଦାରଖ କରିଥିଲେ ବିଚାରପତି ଦ୍ବୟ।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଉପ କାରାଗାର ର ସହକାରୀ କାରାପାଳ କାଁହୁଚରଣ ମଲ୍ଲ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶିକ୍ଷା ଓ ବାଳ ଅପରାଧ ଆଇନ ସଚେତନତା

ବାଣପୁର (ସୀତାରାମ ଅଗ୍ରୱାଲ): ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦେୱାନି ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶିକ୍ଷା ଓ ବାଳ ଅପରାଧ ଆଇନ ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ବାଳ ଅପରାଧ ଆଇନ ସମ୍ପର୍କରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଇଥିଲେ। ଅନ୍ୟତମ ଅତିଥିଭାବେ ବାଣପୁର ଅଦାଲତର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ଏବଂ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା ଛାତ୍ରଛାତ୍ରୀଙ୍କୁ ଉକ୍ତ ଆଇନ ସମ୍ପର୍କରେ ଅବଗତ କରାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ପୂର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ଆଇନଜୀବୀ ଜଗଦୀଶ ପଟ୍ଟନାୟକ, ପ୍ରଦୀପ କୁମାର ପ୍ରଧାନ, ଶେଷଦେବ ମହାରଣା ଏବଂ ଏକାଧିକ ଓକିଲ ଯୋଗଦେଇଥିବା ବେଳେ ପିଏଲଭି ସନ୍ଧ୍ୟାରାଣୀ ଦେବୀ, ସନ୍ତୋଷ ଚୌଧୁରୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।