Categories
ଆଜିର ଖବର ଖେଳ ଜାତୀୟ ଖବର

ଚଳିତ ଆଇପିଏଲରେ ଖେଳିବେ ଅର୍ଜୁନ ତେନ୍ଦୁଲକର!: ଜାଣନ୍ତୁ କଣ ରହିଛି ତାଙ୍କର ବେସ୍ ପ୍ରାଇସ୍

ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଚଳିତ ଆଇପିଏଲରେ ଖେଳିପାରନ୍ତି। ୧୮ ଫେବୃୟାରୀରେ ହେବାକୁ ଥିବା ଖେଳାଳି ନିଲାମୀ ପାଇଁ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ନିଜର ନାମ ପଞ୍ଜୀକୃତ କରିଛନ୍ତି। ଅର୍ଜୁନ ଏଥିପାଇଁ ନିଜର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି। ସେ ଆଇପିଏଲ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସର ନେଟ ବୋଲର ଅଛନ୍ତି।

ଅର୍ଜୁନ ଏହି ବର୍ଷ ସୟଦ ମୁସ୍ତାକା ଅଲି ଟ୍ରଫିରେ ଖେଳି ସାରିଛନ୍ତି। କିନ୍ତୁ ବାମ ହାତୀ ଦୃତ ବୋଲର ଅର୍ଜୁନ ଏହି ଟୁର୍ଣ୍ଣାମେଣ୍ଟରେ କିଛି ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ଗୋଟିଏ ମ୍ୟାଚରେ ୩ ଓଭର ବୋଲିଂ କରି ୩୪ ରନ ଦେଇ ୧ଟି ୱିକେଟ ନେଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲର ଫ୍ରାଞ୍ଚାଇଜଙ୍କ ପାଇଁ ନିୟମାବଳୀ ଜାରି: ଖେଳାଳି କିଣିବା ଲାଗି ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ (ଇଣ୍ଡିଆନ ପି୍ରମିୟର ଲିଗ) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଆଇପିଏଲର ପରିଚାଳନା ପରିଷଦ ସଦସ୍ୟ ଏବଂ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆଗାମୀ ଆଇପିଏଲ ପାଇଁ ଯୋଜନା ଓ ପ୍ରସ୍ତୁତ ଉପରେ ଆଲୋଚନା ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ୮ ଟି ଦଳର ଫ୍ରାଞ୍ଚାଇଜଙ୍କ ପାଇଁ ନିୟମାବଳୀ ଜାରି କରାଯାଇଛି।

ଆଇପିଏଲ ପରିଚାଳନା ପରିଷଦର ନିଷ୍ପତ୍ତି ମୁତାବକ, ଜାନୁଆରୀ ୨୧ ତାରିଖ ସୁଦ୍ଧା ଫ୍ରାଞ୍ଚାଇଜ ଗୁଡ଼ିକ କେଉଁ ଖେଳାଳିଙ୍କୁ ନିଜ ପାଖରେ ରଖିବେ ଏବଂ କାହାକୁ ଛାଡ଼ିବେ ସେମାନଙ୍କ ନାମ ଦାଖଲ କରିପାରିବେ। ଖେଳାଳି କିଣାବିକା ତଥା ଅଦଳ ବଦଳ ପ୍ରକ୍ରିୟାର ଶେଷ ତାରିଖ ଫେବୃୟାରୀ ୪ ପାଇଁ ଧାର୍ଯ୍ୟ କରାଯାଇଛି। ଆଇପିଏଲ ଦଳ ଗୁଡିକ ପାଇଁ ଖେଳାଳିଙ୍କ ବାବଦରେ ଉପଲବ୍ଧ ୮୫ କୋଟି ଟଙ୍କାରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଚଳିତ ଆଇପିଏଲର ପ୍ଲେ ଅଫ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ଲେ ଅଫ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଗତକାଲି ବିସିସିଆଇ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ପାଞ୍ଚ ତାରିଖରେ ପ୍ରଥମ ଯୋଗ୍ୟତା ମ୍ୟାଚ ଶ୍ରେଷ୍ଠ ଦୁଇଟି ଟିମ୍ ମଧ୍ୟରେ ଖେଳାଯିବ। ନଭେମ୍ବର ୬ ରେ, ଆବୁଧାବିରେ ତୃତୀୟ ଏବଂ ଚତୁର୍ଥ ଦଳ ମଧ୍ୟରେ ଏକ ଏଲିମେଟର ମ୍ୟାଚ୍ ହେବାକୁ ଥିବାବେଳେ ନଭେମ୍ବର ୮ ରେ ଆବୁଧାବିରେ ଯୋଗ୍ୟତା ପର୍ଯ୍ୟାୟ ପରାଜିତ ଦଳ ପ୍ରଥମ ଏଲିମେନେଟରରେ ବିଜେତା ଦଳ ମଧ୍ୟରେ ମ୍ୟାଚ୍ ହେବ। ୧୦ ନଭେମ୍ବରରେ ଦୁବାଇରେ କ୍ୱାଲିଫାୟର ୱାନ ଏବଂ କ୍ୱାଲିଫାୟର ଦୁଇ ବିଜେତା ଦଳ ମଧ୍ୟରେ ଆଇପିଏଲ ଫାଇନାଲ ଖେଳାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସ୍ୱଚ୍ଛନ୍ଦରେ ଆଇପିଏଲ ଉପଭୋଗ କରିବାକୁ ଜିଓର ଏକାଧିକ ନୂଆ କ୍ରିକେଟ୍ ପ୍ଲାନ୍‌

ମୁମ୍ବାଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳିବା ସହିତ ହାଇସ୍ପିଡ୍ ଡାଟା, ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+ ହଟ୍‌ଷ୍ଟାର ଆପ୍‌ରେ ମାଗଣାରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୧୧ ଆଇପିଏଲ୍ ମ୍ୟାଚଗୁଡିକ ସହଜରେ ଦେଖିପାରିବେ।

ଜିଓ କ୍ରିକେଟ ପ୍ଲାନସମୂହ ଅଧୀନରେ ୧ମାସ, ୨ମାସ, ୩ ମାସ ଏବଂ ଏକବର୍ଷର ବୈଧତା ବିଶିଷ୍ଟ ପ୍ରିପେଡ ପ୍ଲାନ୍ ଆରମ୍ଭ କରାଯାଇଛି ଏବଂ ଏଥିମଧ୍ୟରୁ ପ୍ରତ୍ୟେକଟି ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

୨୮ଦିନ ବୈଧତା ପ୍ରଦାନ କରୁଥିବା ୪୦୧ଟଙ୍କା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ଅନୁରୂପ ଭାବେ ୫୬ଦିନ ବୈଧତା ରହିଥିବା ୫୯୮ଟଙ୍କା ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି। ସେହିଭଳି ୮୪ଦିନ ବୈଧତା ବିଶିଷ୍ଟ ୭୭୭ଟଙ୍କା ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି। ବାର୍ଷିକ ପ୍ଲାନ୍ ଭାବେ ଜିଓ ପକ୍ଷରୁ ୩୬୫ ଦିନ ବୈଧତା ରହିଥିବା ୨୫୯୯ଟଙ୍କା ପ୍ଲାନ୍ ଆରମ୍ଭ କରାଯାଇଛି ଯେଉଁଥିରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।

ଏତଦ୍‌ବ୍ୟତୀତ ଆଇପିଏଲ ୨୦୨୦ ଅବସରରେ କ୍ରିକେଟପ୍ରେମୀଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ୪୯୯ ଟଙ୍କିଆ ଡାଟା ଆଡ୍‌-ଅନ ପ୍ୟାକ୍ ଉପଲବ୍ଧ କରାଉଛି, ଯାହା ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବା ସହିତ ୩୯୯ ଟଙ୍କା ମୂଲ୍ୟର ଏକବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ କରାଉଛି। ଏହି ଡାଟା ଆଡ୍ ଅନ ପ୍ୟାକ୍‌ର ବୈଧତା ୫୬ଦିନ ରହିଛି।