Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ମଣିଷ ଜୀବନରେ ସବୁଠୁ ଭଲ କର୍ତ୍ତବ୍ୟ କଣ?, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି।

ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ।

ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ ଆଉ ସମୟ ପାଇବ ନାହିଁ। ଅନ୍ୟପଟେ ମିତ୍ରଙ୍କୁ ମଧ୍ୟ ସଠିକ ମାର୍ଗ ଦର୍ଶନ କରାଇବା ମଣିଷ ଜୀବନରେ ବଡ ଧର୍ମ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ସିଂହଠାରୁ ଶିଖନ୍ତୁ କାର୍ଯ୍ୟରେ ସଫଳତା ପାଇବାର ମନ୍ତ୍ର

ଚାଣକ୍ୟ ନୀତି: ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ।

ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି ସମୟ ନୀରିକ୍ଷଣ କରିବା ପରେ ସେ ଯେତେବେଳେ ନିଶ୍ଚିତ ହୁଏ ସେତେବେଳେ ମାଡି ବସେ।

ଏହାର ଅର୍ଥ ଆପଣ କୌଣସି କାମ କରିବା ପୂର୍ବରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଥମେ ଭାବି ଚିନ୍ତି ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସମୟକୁ ଅପେକ୍ଷା କରନ୍ତୁ, ଯେତେବେଳେ ଆପଣ ଉପଲବ୍ଧି କରିବେ ବର୍ତ୍ତମାନ ଠିକ ସମୟ, ସେତେବେଳେ କାମ ଉପରେ ଲମ୍ପ ପ୍ରଦାନ କରନ୍ତୁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି..

ଯେଉଁ କର୍ମ କରିବାକୁ ହୋଇଛ ଉଦ୍ୟତ। ଲକ୍ଷ୍ୟ ସ୍ଥିର ରଖି ତାହାକୁ କରିବ ସମାପ୍ତ।।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା

ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ।

ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ।

ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ। ଆଉ ଏହି ଗୁଣ ବିଷୟରେ ଅବଗତ ହେବା ପରେ ତାହାର ମାନବିକତାର ଶ୍ରେଷ୍ଠତା କେତେ ମାପି ହେବ।

ଚାହାଣୀରୁ କ୍ରୋଧ– ମଣିଷର ଚାହାଣୀରୁ କେତେ କ୍ରୋଧ ରହିଛି ତାହା ଜଣାପଡିବ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆପଣଙ୍କ ପିଲାମାନଙ୍କ ପ୍ରତି ଆପଣଙ୍କର କି କର୍ତ୍ତବ୍ୟ ରହିଛି, ଜାଣନ୍ତୁ କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପାମା ଶିକ୍ଷା ପ୍ରଦାନ କରିବା ଆବଶ୍ୟକ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କ’ଣ କଲେ ଆପଣଙ୍କର ବୃଦ୍ଧି ପାଇବ ସମ୍ମାନ: ଆଚାର୍ଯ୍ୟ ଚାଣକ୍ୟଙ୍କ ମାନନ୍ତୁ ଏହି ଉପଦେଶ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ।

ସେହିପରି ଗୁଣବତୀ ସ୍ତ୍ରୀର ବ୍ୟବହାର ଘରର ଶୋଭା ବୃଦ୍ଧି କରିଥାଏ। କାରଣ ତାଙ୍କ ସହିତ ମିଳାମିଶା କଲେ ତାଙ୍କର ଉଚିତ ବ୍ୟବହାର ସାଇପଡିଶାଙ୍କ ଦ୍ବାରା ପ୍ରଶଂସିତ ହୋଇଥାଏ। ସେଥିପାଇଁ ଯେଉଁ ସ୍ତ୍ରୀର ଗୁଣ ଭଲ ସେ ସବୁବେଳେ ପ୍ରିୟଭାଜନ ହୋଇଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ପରାମର୍ଶ ମାନନ୍ତୁ, ପାଖରେ ରହିବ ଟଙ୍କା ଓ ସଂପତ୍ତି

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି। ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି।

କୁହାଯାଏ ଯେ, ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ  ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି।

୧- ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି। ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍।

୨- ଜଣେ ବ୍ୟକ୍ତି ଯଦି ଅଧିକ ଖାଦ୍ୟ ଖାଏ ତେବେ ସେ ସବୁବେଳେ ଟଙ୍କା ପାଇଁ ଚିନ୍ତିତ ହୁଏ। ଚାଣକ୍ୟ କହିଛନ୍ତି ଯେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଜଣେ ମଣିଷ ଆବଶ୍ୟକ ଭିତରେ ଖାଇବା ଉଚିତ୍।

୩- ଚାଣକ୍ୟ ନୀତି ଅନୁଯାୟୀ, ବ୍ୟକ୍ତିର ପୋଷାକ ଅପରିଷ୍କାର ହେଲେ ମାତା ଲକ୍ଷ୍ମୀ ଅନୁଗ୍ରହ ପ୍ରଦର୍ଶନ କରନ୍ତି ନାହିଁ। ଚାଣକ୍ୟ କହିଛନ୍ତି ଯେ ଯଦି ଗରିବ ଲୋକ ସଫା ରହେ ତେବେ ମାତା ଲକ୍ଷ୍ମୀଙ୍କ ପ୍ରସନ୍ନ ହୁଅନ୍ତି।

୪- ଚାଣକ୍ୟ କହିଛନ୍ତି ଯେ ଶୋଇବା ପାଇଁ ରାତି ସମୟ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଚାଣକ୍ୟଙ୍କ ଅନୁଯାୟୀ, ଦିନ ଶେଷ ହେବା ପରେ ଅର୍ଥାତ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ସହିତ କେବେ ବି ଟଙ୍କା ରହେ ନାହିଁ। ଏହିପରି ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ସମର୍ଥନ ପାଆନ୍ତି ନାହିଁ।

୫- ଅର୍ଥନୀତିରେ ଚାଣକ୍ୟ ମଧ୍ୟ କହିଛନ୍ତି ଦାନ୍ତ ଅପରିଷ୍କାର ରଖୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ଅନାନ୍ତି ନାହିଁ। ଫଳରେ ସେମାନଙ୍କ ପାଖରେ ମଧ୍ୟ ଟଙ୍କା ରହେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କିଛି ଗୁରୁତ୍ବପୂର୍ଣ୍ଣ କାମ କରୁଛନ୍ତି କି?, ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନନ୍ତୁ, ନିଶ୍ଚିତ ସଫଳ ହେବେ

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ଧର୍ମ

ଯିଏ ମୁର୍ଖକୁ ଜ୍ଞାନ ଦେବ ସେ ହେବ ମହାମୁର୍ଖ, କାରଣ କହିଲେ ଆଚାର୍ଯ୍ୟ ଚାଣକ୍ୟ

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ଏହି ପୁସ୍ତକରେ ସେ ମୁର୍ଖ ସହିତ ବ୍ୟବହାର କିପରି କରିବ ସେ ନେଇ ସୁନ୍ଦର ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିବା କ୍ଷମତା ନ ଥିବ, ସେହି ବ୍ୟକ୍ତିଙ୍କୁ ଯଦି କେହି ପାଠପଢାଇବ ତେବେ ତାହା ବଡ ଭୁଲ ହେବ।

ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି ଜଣେ ଅନ୍ଧଙ୍କୁ ଆପଣ ଦର୍ପଣ ଦେଖାଇବେ ତେବେ ସେଥିରେ କାହାର କିଛି ଲାଭ ହେବ ନାହିଁ। ବରଂ ଯେଉଁ ବ୍ୟକ୍ତି ଅନ୍ଧକୁ ଦର୍ପଣ ଦେଖାଇବ ସେ ଜଣେ ମୁର୍ଖ ବୋଲି କହିବାକୁ ହେବ। ଠିକ ସେହିପରି ମୁର୍ଖକୁ ଜ୍ଞାନ ଦେବା ଜ୍ଞାନୀଲୋକଙ୍କର ମୁର୍ଖାମୀପଣ ବୋଲି କୁହାଯିବ।

Categories
ଆଜିର ଖବର ଧର୍ମ

ନିଜ ସନ୍ତାନମାନଙ୍କୁ କିପରି ପାଳନ କରିବେ ସେ ନେଇ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଅଦ୍ଭୁତ କଥା

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ସେହିପରି ବାପାମା ନିଜ ସନ୍ତାନକୁ କିପରି ପାଳନ କରିବେ ସେ ନେଇ ଅଦ୍ଭୁତ ଉପଦେଶ ଚାଣକ୍ୟ ଦେଇଛନ୍ତି। ଯାହା ପ୍ରତିଟି ପିତାମାତା ଜାଣିବା ଉଚିତ। ସେ କହିଛନ୍ତି ଯେ, ପିଲାଙ୍କୁ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ନେହ ପ୍ରଦାନ କରିବେ। ଏହାପରେ ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶାସନ କରିବା ଉଚିତ।

ଷୋହଳ ବର୍ଷ ବୟସ ପରେ ତାହା ସହିତ ମିତ୍ରତା ବ୍ୟବହାର ପ୍ରଦାନ କରିବେ। ଏହାଦ୍ବାରା ଶିଶୁଟି ପିଲାଟି ଦିନରୁ ବାପାମାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପରିଲକ୍ଷିତ ହେବ। ପିଲାଟି ବୟସ ହେବା ପରେ ତାହାକୁ ଯଦି ଶାସନ କରିବେ ତେବେ ସେ ତାହା ଗ୍ରହଣ କରିବ ନାହିଁ। ସେଥିପାଇଁ କେଉଁ ବୟସରେ ପିଲାମାନଙ୍କ ପ୍ରତି କଣ କରିବା ଉଚିତ ତାହା ସୁନ୍ଦର ଭାବ ଚାଣକ୍ୟ ବର୍ଣ୍ଣନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଆପଣଙ୍କ ଜୀବନରେ ଏହି ବ୍ୟକ୍ତିମାନଙ୍କୁ କେବେ ବି ବିଶ୍ବାସ କରନ୍ତୁ ନାହିଁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ପାଞ୍ଚୋଟି ନୀତିଙ୍କୁ ମାନିବେ, ତେବେ ହୋଇପାରିବେ ଧନବାନ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ। ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି

୧- ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ। ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍।

୨- ଅନ୍ୟାୟର ପଥ ଗ୍ରହଣ କରନ୍ତୁ ନାହିଁ– ଚାଣକ୍ୟ କହିଛନ୍ତି ଯେ ଜୀବନରେ ଟଙ୍କା ଏବଂ ସଫଳତା ପାଇବା ପାଇଁ, ଅଧର୍ମର ରାସ୍ତା ବାଛନ୍ତୁ ନାହିଁ। ଭୁଲ୍ ରାସ୍ତାରେ, ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଧନ ପାଇବା ପାଇଁ ଜଣେ କେବେବି ଶତ୍ରୁ ସହିତ ହାତ ମିଳାଇବା ଉଚିତ୍ ନୁହେଁ।

୩- ଅର୍ଥର ସଠିକ୍ ବ୍ୟବହାର- ଚାଣକ୍ୟ ନୀତି ଅନୁଯାୟୀ, କେବଳ ଟଙ୍କା ରୋଜଗାର କରିବା ଆବଶ୍ୟକ ନୁହେଁ ବରଂ ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ମଧ୍ୟ ଆବଶ୍ୟକତା। ଯଦି ଟଙ୍କା ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ଜଳ ପରି ପ୍ରବାହିତ ହୋଇଯିବ। ତେଣୁ ଟଙ୍କା ସର୍ବଦା ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ୍।

୪- ଖର୍ଚ୍ଚ ଉପରେ ନିୟନ୍ତ୍ରଣ- ଯଦି ଆପଣ ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ନାହଁ, ତେବେ ଅଧିକ ଟଙ୍କା ରୋଜଗାର କରି ମଧ୍ୟ ଧନୀ ହୋଇପାରିବ ନାହିଁ। ଚାଣକ୍ୟ କହିଛନ୍ତି ଯେ ଏକ ପାତ୍ରରେ ଦୀର୍ଘ ସମୟ ଧରି ଜଳ ସଂରକ୍ଷଣ କଲେ ଏହା ନଷ୍ଟ ହୋଇଯାଏ। ସେହିଭଳି, ବ୍ୟୟ ଉପରେ ନିୟନ୍ତ୍ରଣ ଅଭାବରୁ ଜଣେ ବ୍ୟକ୍ତି ନଷ୍ଟ ହୁଏ।

୫- ଅତ୍ୟଧିକ ଦାନ– ଶାସ୍ତ୍ରରେ, ଦାନ ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ ନିଜ ବିଷୟରେ ଚିନ୍ତା ନକରି ଦାନ କରିବା କଷ୍ଟଦାୟକ। ଚାଣକ୍ୟ କହିଛନ୍ତି ଯେ ଆପଣ ଯାହା ରୋଜଗାର କରୁଛନ୍ତି ତାହା ଅନୁଯାୟୀ ସଞ୍ଚୟ କରନ୍ତୁ ଏବଂ ଅନୁପାତରେ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଆଚାର୍ଯ୍ୟ ଚାଣକ୍ୟ ଏ ସମାଜରେ ପାଞ୍ଚ ଜଣଙ୍କୁ ପିତା ପଦବାଚ୍ୟ ବୋଲି କହିଛନ୍ତି, ଜାଣନ୍ତୁ ସେମାନେ କିଏ

ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ମଦାତା ପିତା, ୨-ପୁରୋହିତ, ୩- ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା।

ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ସୁଖ ଭୋଗ କରିବାକୁ ହେଲେ ପାଞ୍ଚୋଟି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ କଣ କରିବା ଉଚିତ୍: ଜାଣନ୍ତୁ ଚାଣକ୍ୟ ନୀତି

ଚାଣକ୍ୟ ନୀତି: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ।

କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସଂପତି ଏବଂ ପତ୍ନୀଙ୍କଠାରୁ ଦୂରେଇ ରହିବାର ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି।

ଅନେକ ଧନ ଏବଂ ପତ୍ନୀ ମୋହରେ ପଡି କିଛି କରନ୍ତି ନାହିଁ। ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ସଂଞ୍ଚୟ ମଧ୍ୟ ଏକ କାଠିକର ବ୍ୟାପାର। କାରଣ ଲକ୍ଷ୍ମୀ ଚଳଚଞ୍ଚଳା। ତାହା ଯେମିତି ଆସେ ସେମିତ ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ ଭାବେ ସଞ୍ଚୟ କରି ରଖି ପାରିଥାଏ। ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।

Categories
ଆଜିର ଖବର ଜୀବନ ଶୈଳୀ

କେବେ ବି ଏଭଳି ବ୍ୟକ୍ତିମାନଙ୍କୁ କରନ୍ତୁ ନାହିଁ ବିଶ୍ବାସ, ଜୀବନରେ ପସ୍ତାଇବେ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଜୀବନରେ କେବେ ବିପଦରେ ନ ପଡିବା ପାଇଁ ମାନନ୍ତୁ ଏହି ପାଞ୍ଚୋଟି ଉପାୟ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Categories
ଆଜିର ଖବର ଜୀବନ ଶୈଳୀ

କେଉଁ ସ୍ଥାନରେ ଆପଣଙ୍କର କିଏ ମିତ୍ର ହେବ, ସେ ସଂପର୍କରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ।

ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ।

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ ଜୀବନ କାଳ ମଧ୍ୟରେ ଧର୍ମକର୍ମ କରିବାର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି।

Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟ କହିଲେ, ବିଷଧର ସାପଠାରୁ ଆହୁରି ଭୟଙ୍କର ହେଉଛନ୍ତି ଦୁଷ୍ଟ ଲୋକ

ଭୁବନେଶ୍ବର: ଦୁଷ୍ଟ ଲୋକଙ୍କୁ ସବୁବେଳ ସାବଧାନ ରହିବ ବୋଲି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିଷଧର ସାପଠାରୁ ଏହି ଦୁଷ୍ଟ ଲୋକ ବା ଦୁର୍ଜନ ଆହୁରି ଭୟଙ୍କର। କାରଣ ସାପ ଥରେ ଦଂଶନ କଲେ ଲୋକଟି ମରିଯାଏ। ହେଲେ ଦୁଷ୍ଟ ଲୋକ ଆପଣଙ୍କୁ ମାରିବ ନାହିଁ, ହେଲେ ବଞ୍ଚେଇ ବଞ୍ଚେଇ ମାରିବ ବୋଲି ଚାଣକ୍ୟ କହିଛନ୍ତି।

ଆପଣ ସାପକୁ ଦେଖିଲେ ଜାଣିପାରିବେ ଯେ, ଏହା ବିଷଧର। ହେଲେ ଦୁଷ୍ଟ ବା ଦୁର୍ଜନଙ୍କୁ ଆପଣ ସହଜରେ ଚିହ୍ନିପାରିବେ ନାହିଁ। ସେହିପରି ସର୍ପଘାତରୁ ହୁଏତ ଆପଣ ଔଷଧ ବ୍ୟବହାର କରି ରକ୍ଷା ପାଇପାରିବେ। ହେଲେ ଦୁର୍ଜନ ଲୋକଙ୍କ ଦଂଶନର କୌଣସି ଔଷଧ ନାହିଁ।

ଦୁର୍ଜନ ଆପଣଙ୍କୁ ପ୍ରତି ମୂହୁର୍ତ୍ତରେ ବିପଦରେ ପକାଇବାକୁ ଚେଷ୍ଠା କରିବ। ଆପଣଙ୍କର ମାନ ସମ୍ମାନ ସର୍ବ ସମ୍ମୁଖରେ ନଷ୍ଟ କରିଦେବ। ଆପଣଙ୍କୁ ସେ ଏପରି ଅବସ୍ଥା କରିବ ଯେ, ଆପଣ ଭାବିବେ ବଞ୍ଚି ମରିବା ସହିତ ସମାନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଦୁର୍ଜନ ହେଉଛନ୍ତି ବିଷଧର ସାପଠାରୁ ଭୟଙ୍କର।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀଙ୍କୁ ଚିହ୍ନିବାର ଉପାୟ କଣ ଜାଣନ୍ତୁ

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି।

ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି ବିପଦ ସମୟରେ ନ ଦେଖନ୍ତି ବା ସାହାର୍ଯ୍ୟ ନ କରନ୍ତି ତେବେ ସେ ପ୍ରକୃତ ମିତ୍ର ବୋଲି କୁହାଯିବ ନାହିଁ।

ନିଜର ଧର୍ମପତ୍ନୀଙ୍କୁ ମଧ୍ୟ ଚିହ୍ନିବାର ଉପାୟ ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେତେବେଳେ ଆପଣଙ୍କ ପାଖରୁ ଧନ ଶେଷ ହୋଇଯାଏ କିମ୍ବା କର୍ମ ଚାଲିଯାଏ ସେତେବେଳେ ସ୍ତ୍ରୀ କଣ ଜଣାପଡେ। ଏହି ସମୟରେ ଯଦି ସ୍ତ୍ରୀ ଆପଣଙ୍କର ପାଖରେ ରୁହନ୍ତି ନାହିଁ, ମନୋବଳକୁ ଦୃଢ ନ କରି ଚିଡିଚିଡା ପ୍ରକୃତିର ହୁଅନ୍ତି ତେବେ ଜାଣିବେ ସେ ଠିକ୍ ନୁହଁନ୍ତି। ଯଦି ସ୍ବାମୀଙ୍କର ଦୁଃଖ ସୁଖରେ ସ୍ତ୍ରୀ ସାଥ୍ ଦେଲା ତେବେ ସେ ହିଁ ପ୍ରକୃତରେ ଧର୍ମପତ୍ନୀ ପାଇଁ ଯୋଗ୍ୟା।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

ଚାଣକ୍ୟ ନୀତି: ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି।

୧- ଔଷଧ କିମ୍ବା ଔଷଧ ବିଷୟରେ: ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ। ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

୨- ଘରର ତ୍ରୁଟି: ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ କାହା ଆଗରେ ପ୍ରକାଶ କରାଯିବା ଉଚିତ୍ ନୁହେଁ। ଆପଣ ଯେତେ ବିରକ୍ତ ହୁଅନ୍ତୁ ନା କାହିଁକି, ଆପଣ ନିଜ ଘରର ତ୍ରୁଟି କାହାକୁ କେବେ ବି ପ୍ରକାଶ କରିବା ଉଚିତ୍ ନୁହେଁ। ଶତ୍ରୁମାନେ ଅନ୍ୟର ଘରର ତ୍ରୁଟି ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରିନ୍ତି।

୩- ପରିବାରର ଖରାପ ଚିନ୍ତା: ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ କାର୍ଯ୍ୟ ବା ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। ଯଦି କୈଣସି ସଦସ୍ୟଙ୍କ ମଧ୍ୟରେ କୈଣସି ଅଭାବ ଥାଏ, ତେବେ ସେ ସଂପର୍କରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜୀବନ ଶୈଳୀ

କେଉଁ ସ୍ଥାନରେ ଆପଣଙ୍କର କିଏ ମିତ୍ର ହେବ, ସେ ସଂପର୍କରେ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ।

ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ।

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ ଜୀବନ କାଳ ମଧ୍ୟରେ ଧର୍ମକର୍ମ କରିବାର ଆବଶ୍ୟକତା ରହିଛି ବୋଲି ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି।