Categories
ଆଜିର ଖବର ରାଜ୍ୟ ଖବର

ଟ୍ଵିନ ସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା: ସତର୍କ କରାଇଲା ପାଣିପାଗ

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଅନୁମାନ କରାଯାଉଛି। ଗତକାଲି ଭୁବନେଶ୍ଵରରେ ୧୧.୩୦ ସୁଦ୍ଧା ୪୧ ଡିଗ୍ରୀ ଛୁଇଁଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦୁଇ ସହର ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି। ଛୋଟ ପିଲା, ରୋଗୀ, ବୟସ୍କମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଟ୍ଵିନ ସିଟିରେ ଅନେକ ସ୍ଥାନରେ ସ୍ଵାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ତେବେ ଆଜି ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୬ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୬ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି: ଘଡ଼ଘଡ଼ି ସହ ହେବ ବର୍ଷା

ଭୁବନେଶ୍ୱର: ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ୧୧.୩୦ ଯାଏଁ ରାଜ୍ୟରେ କେଉଁ ସହରରେ କେତେ ତାପମାତ୍ରା ଅଛି, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଝାରସୁଗୁଡାରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଆଜି ୧୧.୩୦ ପର୍ଯ୍ୟନ୍ତ ୪୦.୪ ଡିଗ୍ରୀରେ ପାରଦ ପହଞ୍ଚିଛି।

 

ସେହିଭଳି ସମ୍ବଲପୁର ୧୧.୩୦ ପର୍ଯ୍ୟନ୍ତ ଦ୍ଵିତୀୟ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ସମ୍ବଲପୁରରେ ପାରଦ ୩୯.୮ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୩୯.୪ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱର ଓ ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୬ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଓ ପାରାଦୀପରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି।

ତେବେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ଆଜି ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଅନୁମାନ କରାଯାଇଛି। ଏହି ଜିଲ୍ଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କାଲିଠୁ ଖୋଲିବ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର: ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ଵର: ଆସନ୍ତାକାଲିଠାରୁ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବ। ସକାଳ ୭ ଟାରୁ ୧୦ ଟା ଯାଏଁ ଏହା ଖୋଲା ରହିବ। ହେଲେ ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ କରିପାରିବେ। ସେହିଭଳି ଜରୁରୀ ମନେ କଲେ ଜିଲ୍ଲାପାଳ ଛୁଟି ମଧ୍ୟ ଘୋଷଣା କରିପାରିବେ। ଏନେଇ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ବିଦାୟ ନେଲା ମୌସୁମୀ ବାୟୁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ରାଜ୍ୟରୁ ବିଦାୟ ନେଇଛି। ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଦେଶରୁ ମୌସୁମୀ ବାୟୁ ବିଦାୟ ନେବ। ସେଥିପାଇଁ ପାଗ ଅନୁକୂଳ ରହିଥିବା କୁହାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢୁଛି ତାତି: ଆଜି ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାର ଲାଗିଛି। ଆଜି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଟିଟିଲାଗଡ ସହର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଏହି ସହରରେ ଆଜି ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରିରେ ୪୧ ଡିଗ୍ରୀ ତାପମାତ୍ରା ରହିଛି।

Image

ସେହିଭଳି ଅନୁଗୁଳରେ ଆଜିର ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ ବୌଦ୍ଧ ଏବଂ ବାରିପଦାର ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୩୭.୬ ଡିଗ୍ରୀ ସେଲସିୟସ ରହିଛି ଏବଂ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ଵର: ରାଜ୍ୟରେ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ ଟା ୩୦ ପର୍ଯ୍ୟନ୍ତ ୧୨ ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ କାଳବୈଶାଖୀର ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ହେବା ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ କରାଯାଇଛି।