Categories
ଆଜିର ଖବର ଜାତୀୟ ଖବର

ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍ସ, ଦ୍ୱିତୀୟ ମହିଳା ଉଷା ଭାନ୍ସ, ସେମାନଙ୍କ ସନ୍ତାନ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଫେବୃଆରୀରେ ତାଙ୍କର ୱାଶିଂଟନ୍ ଡିସି ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନାକୁ ସ୍ମରଣ କରିଥିଲେ। ଏହା ମେକ୍ ଆମେରିକା ଗ୍ରେଟ୍ ଏଗେନ୍ (ଏମଏଜିଏ) ଏବଂ ବିକଶିତ ଭାରତ ୨୦୪୭ର ଶକ୍ତିକୁ ଉପଯୋଗ କରି ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସହଯୋଗ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା।

ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ।

ଦୁଇ ଦେଶର ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରସ୍ପରିକ ଲାଭପ୍ରଦ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସ୍ୱାଗତ କରିଥିଲେ। ସେହିଭଳି, ଶକ୍ତି, ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ଏବଂ ଆଗକୁ ବଢ଼ିବା ପାଇଁ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଉପରାଷ୍ଟ୍ରପତି, ଦ୍ୱିତୀୟ ମହିଳା ଏବଂ ସେମାନଙ୍କ ପିଲାମାନଙ୍କୁ ଭାରତରେ ଏକ ସୁଖଦ ଏବଂ ଫଳପ୍ରଦ ରହଣି ପ୍ରଧାନମନ୍ତ୍ରୀ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ ଶୁଭକାମନା ବାର୍ତ୍ତା ଦେବା ସହ ଚଳିତ ବର୍ଷ ଶେଷରେ ତାଙ୍କର ଭାରତ ଗସ୍ତକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପରିବାର ସହିତ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ଦୁଇ ପୁଅ ପିନ୍ଧିଥିଲେ ଭାରତୀୟ ପୋଷାକ

ଦ ସମୀକ୍ଷା ବ୍ୟୁରୋ: ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଆଜି ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ସହିତ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ସନ୍ତାନ ମଧ୍ୟ ଭାରତ ଆସିଛନ୍ତି। ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପରିବାରକୁ ପାରମ୍ପରିକ ସ୍ୱାଗତ କରାଯାଇଥିଲା।

ସେମାନଙ୍କୁ ଲୋକନୃତ୍ୟ ପ୍ରଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇ ଥିଲା। ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିମାନ ବନ୍ଦରରେ ଉପରାଷ୍ଟ୍ର ପରିବାରକୁ ସ୍ୱାଗତ କରିଥିଲେ।

ଭାନ୍ସଙ୍କ ପୁଅ ଇୱାନ ଏବଂ ବିବେକ ପାରମ୍ପରିକ ଭାରତୀୟ କୁର୍ତ୍ତା-ପାଇଜାମା ପିନ୍ଧି ବିମାନରୁ ବାହାରିବା ଦେଖାଯାଇଥିଲା। ଜଣେ ହଳଦିଆ ଏବଂ ଅନ୍ୟ ଜଣେ ହାଲୁକା ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ। ତାଙ୍କ ଝିଅ ମୀରାବେଲ ଭାରତୀୟ ପାରଂପାରିକ ଡିଜାଇନର ଏକ ନୀଳ ପୋଷାକ ପିନ୍ଧିଥିଲେ। ଉପରାଷ୍ଟ୍ରପତି ଦମ୍ପତି ଏବଂ ସେମାନଙ୍କ ପିଲାମାନଙ୍କୁ ବିମାନବନ୍ଦର ଅଧିକାରୀ ଏବଂ ଗଣମାଧ୍ୟମର ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଇଥିଲା।

ଭାନ୍ସ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ତାଙ୍କର ଏହି ଚାରିଦିନିଆ ଗସ୍ତ କାଳରେ ସେ ଜୟପୁର ଏବଂ ଆଗ୍ରା ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।