Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆର୍ ଉଦୟଗିରି ଥାନା ପୋଲିସର ସଫଳତା: ଜବତ କଲା ୧୭ ଶହ କିଲୋ ଭାଙ୍ଗ

ବ୍ରହ୍ମପୁର: ଆର୍ ଉଦୟଗିରି ଥାନା ପୋଲିସକୁ ବଡ ସଫଳତା ମିଳିଛି। ଆଜି ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ସହ ୧୭ ଶହ କିଲୋ ଭାଙ୍ଗ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଏ ଏସ୍ ଆଇ ଅମର କୁମାର ମିଶ୍ରଙ୍କ ନେତୃତ୍ଵରେ ଏକ ଟିମ ଛେଳିଗଡ ରାସ୍ତାରେ ପାଟ୍ରୋଲିଂ ଜାରି ରହିଥିଲା। ସେହି ସମୟରେ ସନ୍ଦେହ ହେବାରୁ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉକ୍ତ ଗାଡିରୁ ୪୭ ବସ୍ତା ଭାଙ୍ଗ ଜବତ କରାଯାଇଥିଲା। ଯାହାକୁ ଓଜନ କରିବା ପରେ ୧୬୫୮ କିଲୋଗ୍ରାମ ହୋଇଥିଲା। ମୋହନା ଥାନା ବାଘମାରି ଅଞ୍ଚଳରୁ ଜବତ ହେଉଥିବା ଭାଙ୍ଗ ଚାଲାଣ ହେଉଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ନଗଦ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଏହି ଭାଙ୍ଗ ଚାଲାଣ କରୁଥିବା ବ୍ୟକ୍ତି ଜଣକ ମୁନିକାଡିଆ ଗ୍ରାମର କୁଶ ରଇତ। ପୋଲିସ କେଶ୍ ନଂ ୫୩/୨୩ ଅନୁଯାୟୀ ଅଭିଯୁକ୍ତ କୁଶକୁ କୋର୍ଟ ଚାଲାଣ କରିଛି।