ଭୁବନେଶ୍ବର: ଓଡିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ତଥା 1997 ବ୍ୟାଚର IFS ଅଧିକାରୀ ଆର ରଘୁପ୍ରସାଦ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପୁଟେସନକୁ ଯିବାକୁ ମନୋନୀତ ହୋଇଛନ୍ତି।
ସେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ଇନ୍ସପେକ୍ଟର ଜେନେରାଲ ଅଫ ଫରେଷ୍ଟ ବା ଆଇଜିଏଫ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ସେଥିପାଇଁ ତାଙ୍କୁ ମନୋନିତ କରାଯାଇଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। 5 ବର୍ଷ ପାଇଁ ତାଙ୍କର ଡେପୁଟେସନ ଅବଧି ରହିବ।