କଳାହାଣ୍ଡି: ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା ଅଭିଯାନ” ଆଜି କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆହ୍ୱାନ କ୍ରମେ ଜିଲ୍ଲା ପ୍ରଶାସନ ତଥା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଅନେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ବହି କିଣିଛନ୍ତି। ଏଥିରେ ଜିଲ୍ଲା ର ରାଜ୍ୟର ଅନେକ ପ୍ରସିଦ୍ଧ ଲେଖକଙ୍କ ପୁସ୍ତକଏଥିରେ ସ୍ଥାନିତ କରାଯାଇଥିଲା।
ବର୍ତ୍ତମାନର ମୋବାଇଲ ଓ ଇଣ୍ଟରନେଟ ଯୁଗରେ ପୁସ୍ତକର ଗୁରୁତ୍ୱ ରହିଛି। ଏହା ଅଧିକ ରୁ ଅଧିକ ପାଠକ ସୃଷ୍ଟି ହେବା ସହ ପାଠକ ଓ ଲେଖକ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ଉପ କୂଳସଚିବ ଜୟଦେବ ସାହୁ, ବିଶିଷ୍ଠ ଲେଖକ ଉମାଶଙ୍କର କର ଓ ଛାତ୍ରୀ ତନୁଶ୍ରୀ ବେହେରା ମତ ପ୍ରକାଶ କରିଥିଲେ।