Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀରୁ ଭୁବନେଶ୍ବରକୁ ବସ ସେବା ଆରମ୍ଭ

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ଓଡ଼ିଶା ରାଜ୍ୟ ପରିବହନ ପକ୍ଷରୁ ବସ ସେବା ସେବା ଆରମ୍ଭ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଏଆରଟିଓ ଅବିନାଶ ରୋଜ, ଆଞ୍ଚଳିକ ପରିବହନ ଅଧିକାରୀ ଜୟପୁର ସନ୍ତୋଷ କୁମାର ନାୟକଙ୍କ ଉପସ୍ଥିତି ରେ ବସ କୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଥିଲା।

ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ସରକାରୀ ବସ ଚଳାଇବାକୁ ବାରମ୍ବାର ଦାବି ହୋଇ ଆସୁଥିଲା।

Categories
ଆଜିର ଖବର ରାଜ୍ୟ ଖବର

୩୪ ଜଣ ଇନ୍ଦ୍ରାବତୀ ବିସ୍ଥାପିତ ପାଇଲେ ଜମି ପଟ୍ଟା

ଭୁବନେଶ୍ଵର: ଦୀର୍ଘ ୩୫ ବର୍ଷ ପରେ ନିଜ ହକ୍ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ ପରିବାର। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ତହସିଲଦାର ଇନ୍ଦ୍ରାବତୀ ବିସ୍ଥାପିତ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ୩୪ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି।

ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ଯୋଜନା ଦ୍ଵାରା ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦୫ଟି ଗ୍ରାମର ୬୯୮୯ ପରିବାର ବାସଚ୍ୟୁତ ହୋଇଥିଲେ। ସେହି ସମୟରେ ସରକାର ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଥିବା ବେଳେ ସେହି ଟଙ୍କାରେ ସେମାନେ ଅନ୍ୟତ୍ର ଜମି କିଣି ବାସ କରୁଥିଲେ। କିନ୍ତୁ ଏଯାଏଁ ସେମାନଙ୍କୁ ପଟ୍ଟା ମିଳି ନଥିଲା।

ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ନେତା ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଆସୁଥିଲେ। ରାଜ୍ୟ ସରକାର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ୩୪ ଜଣ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘ ୩୫ ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିଥିବାରୁ ବିସ୍ଥାପିତ ପରିବାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି। ତେବେ ପୁଣି ୪୦୪ ଜଣ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ମିଳିବ ବୋଲି ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାତି ଅଧିଆ ଇନ୍ଦ୍ରାବତୀ କେନାଲ ରାସ୍ତା କାର୍ଯ୍ୟ ମରାମତି, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଯୋଜନାରେ ବାମ ମୁଖ୍ୟ କେନାଲରୁ ବାହାରିଥିବା ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତାର ମରାମତି କାର୍ଯ୍ୟ ରାତି ଅଧିଆ କରାଯାଉଥିବା ଦେଖା ଯାଇଛି। ସୋମବାର ସକାଳୁ କ୍ରଶର ଗୁଣ୍ଡ ମିଶା ଗେଟୀ ପକାଇ ଦେବା ପରେ ରୋଲର ବୁଲାଇ ଦିଆ ଯାଇ ଥୁକ ପାଳିଶ କରି ଦେଇଥିବା ଅଭିଯୋଗ ହେଉଛି।

ସୋମବାର ରାତି ରେ ପିଚୁ କାମ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସନ୍ଧ୍ୟା ହେବା ପରେ ଅନ୍ଧାର ରାତି ୭ ଟା ସମୟରେ ହାଇୱା ଯୋଗେ ପିଚୁ ଅଣାଯାଇ ଉକ୍ତ ରାସ୍ତାରେ ପିଚୁ କାମ କରାଯାଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଠିକାଦାର ଯେନତେନ ପ୍ରକାରେ ରାତି ଅଧିଆ କାମ ସାରି ଦେବାକୁ ବ୍ୟବସ୍ଥା କରୁଥିବା ପ୍ରକାଶ।

ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଠିକାଦାର ଏଭଳି ଭାବେ ରାତି ଅଧିଆ କାମ କରିବା ନିଶ୍ଚିତ ପକ୍ଷେ ନିମ୍ନ ମାନର ହୋଇଥାଇ ପାରେ ବୋଲି ଜନସାଧାରଣରେ ଅଭିଯୋଗ ହେଉଛି। ଏସମ୍ପର୍କରେ ରାଜ୍ୟ କ୍ଵାଲିଟି ନିୟନ୍ତ୍ରଣ ବିଭାଗ ଦ୍ବାରା ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।