Categories
ଆଜିର ଖବର ଜାତୀୟ ଖବର

ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ନିଜର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ। ସମଗ୍ର ମାନବିକତାର କଲ୍ୟାଣ ପାଇଁ ବ୍ରହ୍ମାଣ୍ଡକୁ ଆହୁରି ଭଲ ଭାବେ ବୁଝିବା ଦିଗରେ ଆମର ନିରନ୍ତର ବୈଜ୍ଞାନିକ ପ୍ରୟାସ ଜାରି ରହିବ।’

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ମହାକାଶକୁ କ୍ଷୁଦ୍ର ସାଟେଲାଇଟ ଯାନ SSLV-D1କୁ ପ୍ରେରଣ କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଏହାର କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ମହାକାଶକୁ ପ୍ରେରଣ କରିଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ 9:18 ରେ ଉତକ୍ଷେପଣ କରାଯାଇଥିଲା।

SSLV-D1 ରକେଟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଛାତ୍ର ଦଳ ଦ୍ୱାରା ବିକଶିତ କରାଯାଇଛି। ଏହା ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-02 ଏବଂ ଅନ୍ୟ ଏକ ଛୋଟ ଉପଗ୍ରହ ‘ଆଜାଦି-ସାଟ’ ବହନ କରିଥିଲା। 75 ଟି ଭାର ଧାରଣ କରିଥିବା ଆଜାଦିସାଟ୍ ’ଭାରତର 75 ଟି ଗ୍ରାମୀଣ ସରକାରୀ ବିଦ୍ୟାଳୟର 750 ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

ବୈଜ୍ଞାନିକତା ସ୍ୱଭାବକୁ ଉତ୍ସାହିତ କରିବା ଏବଂ ଯୁବକ ଯୁବତୀଙ୍କ ପାଇଁ ସ୍ପେସ୍ ଗବେଷଣାକୁ ସେମାନଙ୍କ ବୃତ୍ତି ଭାବରେ ବାଛିବା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ 75 ତମ ସ୍ବାଧୀନତା ଦିବସ ଉତ୍ସବ ପାଇଁ ଏହି ପ୍ରକଳ୍ପ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି।

ଶ୍ରୀହାରିକୋଟା ଠାରେ ଲଞ୍ଚ ହେବା ପରେ ISRO ର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ, SSLV – D1 ମିଶନର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇଛି। ସେ କହିଛନ୍ତି, SSLV-D1 ସମସ୍ତ ପର୍ଯ୍ୟାୟରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିଥିଲା। ସେ କହିଛନ୍ତି ଯେ ମିଶନର ଟର୍ମିନାଲ ପର୍ଯ୍ୟାୟରେ କିଛି ଡାଟା ହ୍ରାସ ଘଟୁଛି ଏବଂ ଏକ ସ୍ଥିର କକ୍ଷପଥ ହାସଲ କରିବା ସହିତ ମିଶନର ଅନ୍ତିମ ଫଳାଫଳ ଶେଷ କରିବାକୁ ସେମାନେ ଏହା ଉପରେ ନଜର ରଖିଛନ୍ତି।

ବର୍ଷା ସହିତ ମେଘୁଆ ଆକାଶ ମଧ୍ୟରେ ଏହି ରକେଟ୍ ମହାକାଶକୁ ପ୍ରେରଣ କରାଯାଇଥିଲା। ଗର୍ଜ୍ଜନ କରି ଯେତେବେେଳେ ଏହା ଆକାଶ ଉପରକୁ ଉଠିଥିଲା ସେତେବେଳେ ଏହା ସହିତ ଜଡିତ ପ୍ରତିଟି ଅଧିକାରୀ ତାଳିମାରି ସ୍ବାଗତ କରିଥିଲେ। ଏହି ରକେଟର ଉଚ୍ଚତା 34 ମିଟର ଏବଂ ଓଜନ ପ୍ରାୟ 120 ଟନ୍। ସର୍ବାଧିକ ପରିବହନ କ୍ଷମତା 500 କିଲୋଗ୍ରାମ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଚାଞ୍ଚଲ୍ୟକର ଘଟଣା, ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ମାରାତ୍ମକ ବିଷ ଦେଇ ହୋଇଥିଲା ହତ୍ୟା ଉଦ୍ୟମ

ଭୁବନେଶ୍ବର, ଇସ୍ରୋରେ ଅବସ୍ଥାପିତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଉଦ୍ୟମ। ଏ କଥାକୁ ଖୋଦ ତପନ ମିଶ୍ର ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଣ ପାଇଁ ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ସେ ନେଇ ବର୍ତ୍ତମାନ ଉଠୁଛି ପ୍ରଶ୍ନ। ଏହି ଷଢଯନ୍ତ୍ରରେ କୌଣସି ବିଦେଶ ଶକ୍ତି ରହିଛି କି ବୋଲି ଅନେକ ସନ୍ଦେହ ମଧ୍ୟ କରୁଛନ୍ତି।

ରାୟଗଡାରେ ଜନ୍ମିତ ତପନ ମିଶ୍ର ବର୍ତ୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ସେ ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ତା ପୂର୍ବରୁ ସେ ଭବିଷ୍ୟତ ଜୀବନ ବିପଦପୂର୍ଣ୍ଣ ରହିଛି ଭାବେ ସେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଖାଦ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ ନାମକ ଏକ ରଂଗହୀନ ଏବଂ ସ୍ବାଦହୀନ ମାରାତ୍ମକ ରାସାୟନିକ ପଦାର୍ଥ ମିଶାଯାଇଥିଲା। ତାଙ୍କର ବିଭାଗୀୟ ପଦନ୍ନତି ପାଇଁ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ଏହି ରାସାୟନିକ ପଦାର୍ଥ ଦିଆଯାଇଥିଲା।

ପ୍ରଥମେ ସେ ହଠାତ କିଛି ଜାଣିପାରି ନ ଥିଲେ। ହେଲେ ଏହି ବିଷର ପ୍ରଭାବ ଏପରି ଥିଲା ଯେ ସେ ପ୍ରାୟ ଦୁଇ ବର୍ଷ ଧରି ସେ ବିଭିନ୍ନ ରୋଗରେ ଘାଣ୍ଟି ହେଲେ ବୋଲି କହିଛନ୍ତି। ଏହାର ପ୍ରଭାରରେ ତାଙ୍କର ରକ୍ତକ୍ଷୟ, ଶ୍ବାସପ୍ରଶ୍ବାସରେ କଷ୍ଟ ହେବା, ହୃଦଘାତ ହେବା, ହାତପାଦ ନଖ ମରିଯିବା, ସ୍ନାୟୁ ଏବଂ ମେରୁଦଣ୍ଡର ଗୁରୁତର ସମସ୍ୟା ଦେଖାଦେଇଥିଲା।

ଶରୀରରେ ଏପରି ଲକ୍ଷଣ ଆସିବା ପରେ ସେ ପ୍ରଥମେ ଅହମ୍ମଦାବାଦ ଏବଂ ପରେ ନୂଆଦିଲ୍ଲର ଏମସ ହସପିଟାଲରେ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ଜଣାପଡିଥିଲା ଯେ ତାଙ୍କ ଦେହରେ ଏହି ମାରାତ୍ମକ ରାସାୟନିକ ପଦର୍ଥ ପ୍ରବାହିତ ହେଉଛି। ଫୋରନେସିକ ବିଭାଗର ପ୍ରଫେସର ସୁଧୀର ଗୁପ୍ତା ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ବିଷ ଶରୀରରେ ପ୍ରବେଶ କଲେ ମୃତ୍ୟୁ ନିଶ୍ଚିତ ହେବା କଥା। ଆପଣ କେମିତି ବଞ୍ଚିଛନ୍ତି ବୋଲି ଗୁପ୍ତା ପ୍ରଶ୍ନ କରିଥିବାର ତପନ ମିଶ୍ର ଫେସବୁକରେ ଉଲ୍ଲେଖ କରିଛନ୍ତି।

ଏହି ରାସାୟନିକ ପଦାର୍ଥ ଦେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହାର ପ୍ରଭାବରେ ହଠାତ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥାଆନ୍ତା, କେହି ଜାଣିପାରି ନ ଥାଆନ୍ତେ। ପ୍ରଥମେ ତାଙ୍କ ଶରୀରେ ଯେପରି ଲକ୍ଷଣ ଦେଖାଦେଇଥିଲା ସେଥିରେ ବିଷ ପ୍ରୟୋଗ ଥିଲା ବୋଲି ଇସ୍ରୋର କେତେକ ବୈଜ୍ଞାନିକ ସନ୍ଦେହ ପ୍ରକଟ କରିଥିଲେ। ଏ ସଂପର୍କରେ ଗୃହ ବିଭାଗ ସିକ୍ୟୁରିଟ ଅଥରିଟିକୁ ମଧ୍ୟ ଅବଗତ କରାଯାଇଥିଲା। ସେମାନେ ତଦନ୍ତ କରି ୨୦୧୭ ମସିହାରେ ବିଷ ପ୍ରୟୋଗ ହୋଇଥଲା ବୋଲି ଜଣାଇଥିଲେ।

ତପନ ମିଶ୍ର ତାଙ୍କ ଫେସବୁକରେ ଉଲ୍ଲେଖ କରିଛନ୍ତି ଯେ ୧୯୭୧ ମସିହାରେ ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରଭାଇଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ସେହିପରି ୧୯୯୯ ମସିହାରେ ଅନ୍ୟତମ ବୈଜ୍ଞାନିକ ଏସ ଶ୍ରୀନିବାସଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଥିଲା। ୧୯୯୪ ମସିହାରେ ବୈଜ୍ଞାନିକ ନାମ୍ବିନାରାୟନଙ୍କର ମଧ୍ୟ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତେଣୁ ସେହିପରି ମୋତେ ହତ୍ୟା କରିବା ପାଇଁ କେହି ଷଢଯନ୍ତ୍ର କରିଥାଇପାରେ ବୋଲି ସେ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବୈଜ୍ଞାନିକ ତଥା ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି।