Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓକିଲଙ୍କୁ ମରଣାତ୍ମକ ଆକ୍ରମଣ, ବ୍ରହ୍ମପୁର ହସପିଟାଲରେ ଭର୍ତ୍ତି

ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ଆଇନଜୀବୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମ ନିକଟରେ କିଛି ଅପରିଚିତ ଯୁବକ ବୁଗୁଡ଼ା କୋର୍ଟ ର ଆଇନଜୀବୀ ଆଶିଷ ରାଉତ ଙ୍କୁ ଆତର୍କିତ ଭାବେ ଆକ୍ରମଣ ସେ ଗୁରୁତର ଆହତ ହୋଇଛନ୍ତି ଓ କିଛି ଓକିଲ ବନ୍ଧୁ ଓ ପୋଲିସ ଜରିଆରେ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ବାମ ହାତ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।