Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପଣା ସଂକ୍ରାନ୍ତି ଅବସରରେ ପୁରୀର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କଲେ ଡକ୍ଟର ସମ୍ବିତ ପାତ୍ର

ପୁରୀ: ପୁରୀ ସହରର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କରି ଓଡ଼ିଆଙ୍କ ପ୍ରିୟ ପର୍ବ ପବିତ୍ର ପଣା ସଂକ୍ରାନ୍ତି ପାଳନ କରିଛନ୍ତି ପୁରୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ସେ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଆରମ୍ଭ କରିଥିଲେ।

ଏହି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଉଥିବାରୁ ସେ ପୁରୀ ନଗରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ହନୁମାନ ମନ୍ଦିର ଓ ଜାଗା ଆଖଡ଼ା ପରିଦର୍ଶନ କରିଥିଲେ ଡକ୍ଟର ସମ୍ବିତ ପାତ୍ର।

ଏହି କ୍ରମରେ ସେ ମହାବୀର ହନୁମାନ ଜୟନ୍ତୀର ଶୁଭ ଅବସରରେ ପୁରୀ ସହର ସ୍ଥିତ ସୁଗ୍ରୀବ ମହାବୀରଙ୍କ ଦର୍ଶନ କରିଥିଲେ। ମହାବୀର ହନୁମାନଙ୍କ ନିକଟରେ ପୁରୀ ଲୋକସଭାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହିତ ସମସ୍ତ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ନିମନ୍ତେ ପ୍ରାର୍ଥନା କରିଥିଲେ। ସେହିଭଳି ପୁରୀର ଚୂଡ଼ଙ୍ଗ ଗଡ଼ ଜାଗା ଆଖଡ଼ାର ଅନନ୍ୟ ପରମ୍ପରା ସାହିଯାତ୍ରାରେ ମଧ୍ୟ ଭାଗନେବାର ସୁଯୋଗ ପାଇଥିଲେ।

ରାମଚଣ୍ଡୀ ସାହି ଥିବା ସୁନ୍ଦର ଆଖଡ଼ା ପରିଦର୍ଶନ କରିବା ସହ ଆଖଡ଼ା ରେ ବ୍ୟାମ କରିବାର ପରମ୍ପରାରେ ଭାଗ ନେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସାହିର ବାଣବରେଶ୍ୱର, ମାର୍କଣ୍ଡେଶ୍ୱର ସାହିର ମାର୍କଣ୍ଡେଶ୍ୱର ମନ୍ଦିର, ପଞ୍ଚମୁଖି ବ୍ୟାୟାମ ବିଦ୍ୟାଳୟ, ବାସେଳିସାହିର ମହାବୀର ମନ୍ଦିର, ହରଚଣ୍ଡୀ ସାହିର ବାରବାଟୀ ଜାଗା ଘର ଏବଂ ତାପଙ୍ଗ ଜାଗା ଘର ଆଦି ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ନିଜେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପୁରୀର ସଂସ୍କୃତି ଅନନ୍ୟ ତଥା ଏହା ଉତ୍କଳୀୟ ସଂସ୍କୃତିର କେନ୍ଦ୍ର ବିନ୍ଦୁ। ପୁରୀର ଆଖଡ଼ା ଓ ଜଗାଘର ଉତ୍କଳୀୟ ବୀର ସଂସ୍କୃତିର ଆଧାର। ଏହା ଆଜି ମଧ୍ୟ ନିଜ ଗୌରବକୁ ବଜାୟ ରଖିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କେବେ ଆସିବ ବିଜେପି ପ୍ରାର୍ଥୀ ତାଲିକା, ଓଡିଶା ପ୍ରଭାରୀ ତୋମାର କହିଲେ ଦିନ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ। ସେ ନେଇ ବିଜେପି ଆଶାୟୀମାନେ ବହୁ ଚାପରେ ରହିଛନ୍ତି। ତେବେ ଏପରି ପରିସ୍ଥିତରେ ଏହି ପ୍ରାର୍ଥୀ ତାଲିକେ କେବେ ଆସିବ ସେ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର।

ସେ କହିଛନ୍ତି ଯେ, ଆସନ୍ତାକାଲି ଶନିବାର ଦିନ ବିଜେପିର ପ୍ରାର୍ଥି ତାଲିକା ଘୋଷଣା ହେବ। ତେବେ ଏହା ସଂପୂର୍ଣ୍ଣ ତାଲିକା ନୁହେଁ। ଏଥିରେ 20 ରୁ 25 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ଏହାପରେ 20 ତାରିଖରେ ପରବର୍ତ୍ତି ତାଲିକା ଆସିବ ବୋଲି ତୋମାର କହିଛନ୍ତି।

ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି। ତେବେ ଆଜି ଯେଉଁ ତାଲିକା ପ୍ରକାଶ ପାଇବ ସେଥିରେ 20 ରୁ 22 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ।

Categories
ଆଜିର ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ନବୀନ ନିବାସରେ ଅଭିନେତା ବାବୁଶାନଙ୍କ ସହ ଗଣ୍ଡାଗଣ୍ଡା ସିନେ ତାରକା, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନବୀନ ନିବାସ ଆଗରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଆଜି ନବୀନ ନିବାସରେ ନେତାଙ୍କ ବଦଳରେ ଅଭିନେତାଙ୍କୁ ବେଶୀ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଜଣେ କିମ୍ବା ଦୁଇ ଜଣ ଅଭିନେତା ଆସିଥିଲେ ଜଣାପଡିଥାଆନ୍ତା ଯେ ସେମାନେ ଦଳରେ ମିଶିବେ। ହେଲେ ବହୁ ତାରକାଙ୍କ ଉପସ୍ଥିତି ଦେଖି ଜଣାପଡିଥିଲା ଯେ, ବିଜେଡି ନିର୍ବାଚନ ପ୍ରଚାର ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି।

ନବୀନ ନିବାସ ଭିତରକୁ ଯାଇଥିବା କଳାକାରଙ୍କ ମଧ୍ୟରେ ଥିଲେ ପପୁ ପମ୍‌ପମ୍‌, ବାବୁଶାନ୍‌, ଅମ୍ଳାନ୍‌ ଦାସ, ଶୈଳେନ୍ଦ୍ର, ଅଶ୍ୱିନୀ ତ୍ରିପାଠୀ, ପ୍ରଜ୍ଞା, ଭୂମିକା, ସୁପ୍ରିୟା, ପ୍ରେରଣା, ତାରିକ ଅଜିଜ ପ୍ରମୁଖ ରହିଛନ୍ତି। ସମସ୍ତେ ଦୀର୍ଘ ସମୟ ଧରି ନବୀନ ନିବାସରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। କୁହାଯାଉଛି, ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଲୋଚନା କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି ଯେ, ଦିଲ୍ଲୀରେ ଶନିବାର ଦିନ ସ୍କ୍ରିନିଂ କମିଟ ବୈଠକ ବସିବ ଏବଂ ରବିବାର ଦିନ ସିଇସି ବୈଠକ ବସିବ। ଏଥିରେ ଓଡିଶାର ତାଲିକା ପ୍ରସ୍ତୁତ ହୋଇ ଘୋଷଣା ହେବ।

ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଆସନ୍ତା 15 ତାରିଖ ସୁଦ୍ଧା ଓଡିଶାର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେଡି ବିଜେପି ରାଜ୍ୟର ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ଦାସଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ଧୀରେ ଧୀରେ ଓଡିଶାରେ ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ତେବେ ଏହି ପ୍ରଚାର ବର୍ତ୍ତମାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବେଶ ଗରମ ହୋଇଛି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେମାନେ ହେଲେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉଭୟ ପ୍ରଚାରକୁ ପ୍ରଭାବଶାଳୀ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ତେବେ ଗତକାଲି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଶାଳ ରାଲି କରି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ସେ ଆଠମଲ୍ଲିକରେ ଦେବୀ ମାହେଶ୍ବରୀଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ସେ ହଜାର ହଜାର ସମର୍ଥକଙ୍କ ସହିତ ଆଠମଲ୍ଲିକ ଏବଂ ଛେଣ୍ଡିପଦାରେ ବିଶାଳ ରାଲି କରି ଲୋକଙ୍କ ଆର୍ଶିବାଦ ନେଇଛନ୍ତି।

ପ୍ରଣବ ପ୍ରକାଶ ଆଠମଲ୍ଲିକରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ସେଥିରେ ତାଙ୍କ ସହିତ ଯୋଗଦେଇଥିଲେ ଅଠମଲ୍ଲିକର ବିଜେଡି ବିଧାୟକ ପ୍ରାର୍ଥୀ ନଳୀକାନ୍ତ ପ୍ରଧାନ। ଏହାପରେ ପ୍ରଣବ ପ୍ରକାଶ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ସେଠାରେ ସେ ମା ବାୟାଣୀଙ୍କୁ ଦର୍ଶନ କରି ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ଛେଣ୍ଡିପଦାରେ ମଧ୍ୟ ପ୍ରଣବଙ୍କୁ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ନେଇ ଭୋଟ ଭିକ୍ଷା କରିଥିଲେ।

ପ୍ରାର୍ଥୀ ହେବା ପରେ ପ୍ରଣବ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ପ୍ରଚାରରେ ଯାଇଥିଲେ। ଫଳରେ ସେଠାର କର୍ମି ମହଲରେ ବେଶ ଉତ୍ସାହ ଭରି ଯାଇଥିଲା। ସବୁଆଡେ ପ୍ରଣବଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା। ତାଙ୍କ ସହିତ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି। ଏ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅବିଯୋଗ କରିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳ ଦାବୀ କରିଛି। ଏ ନେଇ ବିଜେଡି ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି।

ଘଟଣାରୁ ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀ ରାଜ୍ୟର ବହୁ ଏସପି, ବିଡିଓ, ତହସିଲଦାରଙ୍କୁ ଫୋନ କରି ଧମକାଉଛନ୍ତି। ସେ କହୁଛନ୍ତି ଯେ ରାଜ୍ୟରେ ବିଜେପି ଯେପରି ଜିତିବ ସେ ନେଇ ସାହାଯ୍ୟ କରନ୍ତୁ। ଯଦି ସାହାଯ୍ୟ ନ କରିବ ତେବେ ନିର୍ବାଚନ କମିଶନରଙ୍କୁ କହି ତମର ବଦଳି କରିଦିଆଯିବ। ପୂର୍ବରୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରାଯାଇଛି। ସେମିତି ତୁମର ମଧ୍ୟ ବଦଳି ହେବ ବୋଲି ପ୍ରଦୀପ ଧମକ ଦେଇଛନ୍ତି। ଏହି ଅଭିଯୋଗ କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଓଡିଶା ପାଇଁ ନୂଆ ପ୍ରଚାର କମିଟ ସଦସ୍ୟଙ୍କ ନାମ, ଅଛନ୍ତି ୫୯ ଜଣ ନେତା

ଭୁବନେଶ୍ବର: ଆଜି ଏଆଇସିସି ତରଫରୁ ଓଡିଶା ପାଇଁ ନୂଆ ପ୍ରଚାର କମିଟ ଘୋଷଣା କରିଛି। ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଏହି କମିଟ ଘୋଷଣା କରାଯାଇଛି।

ଏଥିରେ ମୋଟ ୫୯ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ପ୍ରଚାର କମିଟ ଅଧ୍ୟକ୍ଷ ଭାବେ ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ପୁରା କମିଟ ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଛି। ଯେଉଁମାନେ ଏହି କମିଟରେ ଅଛନ୍ତି ସେମାନେ ହେଲେ ..

ଏହି କମିଟରେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଏବଂ ସୁଧାଂଶୁ ଶେଖର ଦେଓଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ଏହି କମିଟରେ ବରିଷ୍ଠ ନେତାମାନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ଇସ୍ତାହାର କମିଟର ସଦସ୍ୟା କରି ଶ୍ରୀମୟୀଙ୍କୁ ସନ୍ତୁଷ୍ଠ କରାଇଲା ବିଜେଡି

ଭୁବନେଶ୍ବର: ଅସନ୍ତୁଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଥଇଥାନ କରିଛି ବିଜୁ ଜନତା ଦଳ। ଆଜି ଘୋଷଣା ହୋଇଥିବା ବିଜେଡି ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ଜଣେ ସଦସ୍ୟା ଭାବେ ଦଳ ନିଯୁକ୍ତି କରିଛି। ଫଳରେ ଚଳିତ ନିର୍ବାଚନରେ ଦଳ କେଉଁ ଆଭିମୁଖ୍ୟ ନେଇ ଲୋକଙ୍କୁ ପାଖକୁ ଯିବ ତାହା ଏହି କମିଟ ନିଷ୍ପତି କରିବ। ଏହି କମିଟର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ।

ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ ବୋଲି ତାଙ୍କୁ ଦଳ ସବୁଜ ସଙ୍କେତ ପ୍ରଦାନ କରିଥିଲା। ଫଳରେ ସେ ଏହି ଲୋକସଭା ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିସାରିଥିଲେ। ହେଲେ ଶେଷ ମୂହୁର୍ତ୍ତରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ନଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ଲୋକସଭା ଟିକେଟ ନେଇଗଲେ।

ଏହା ଘୋଷଣା ପରେ ଶ୍ରୀମୟୀ କିଛିଦିନ ପାଇଁ ମୋବାଇଲ ସୁଇଚ ଅପ କରି କୁଆଡେ ଉଭାନ ହୋଇଗଲେ। ଫଳରେ ତାଙ୍କର ଅସନ୍ତୁଷ୍ଠକୁ ଦେଖି ଦଳ ବର୍ତ୍ତମାନ ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ସଦସ୍ୟା ଭାବେ ନିଯୁକ୍ତି କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା ୨୦୦୯ ନିର୍ବାଚନରେ ରଘୁନାଥପାଲ୍ଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନ୍ୟାନି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନିଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଘଡାଇ, ଶ୍ରୀ ତରାଇ, ଶ୍ରୀ ସିଂ ଓ ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଫୋନରେ ଲୋକଙ୍କ ସହିତ କଥା ହେଲେ ନବୀନ ପଟ୍ଟନାୟକ, ଉତ୍ସାହିତ ହେଲେ ଜନତା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ ତାଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏକ ଭିନ୍ନ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରାର୍ଥୀ ତାଲିକା, ପୁରୁଣାଙ୍କୁ କରାଯାଇନି ଅଣଦେଖା, ନୂଆ ପ୍ରାର୍ଥୀଙ୍କୁ ଦିଆଯାଇଛି ଗୁରୁତ୍ବ

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି।

ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ

ଲୋକସଭା

ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ

ବରଗଡ- ପରିଣିତା ମିଶ୍ର

ବ୍ରହ୍ମପୁର- ଭୃଗୁବକ୍ସି ପାତ୍ର

ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ

କେନ୍ଦୁଝରରୁ- ଧନୁର୍ଜୟ ସିନ୍ଧୁ

ବିଧାନସଭା

ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ ।

ସେମାନେ ହେଲେ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ରାଜଗାଙ୍ଗପୁର- ଅନୀଲ ବରୁଆ

ଯଶିପୁର- ଚକ୍ରଧର ହେମ୍ବ୍ରମ

ତଳସରା- ଅନୂସୟା ପାତ୍ର

ମୋରଡା- ପ୍ରତିନିନ୍ଦନା କାନୁନଗୋ

ସୋର- ମାଧବ ଧଡ଼ା

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି କାହିଁକି ଏକମାତ୍ର ବାଲେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡ଼ିରେ ମିଶିଲେ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ, ଗତଥର ଥିଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଆଜି ଶଙ୍ଖଭବନ ଠାରେ  ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କୁ ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଯୋଶେଫ ତିର୍କୀଙ୍କ ଯୋଗଦାନ ଫଳରେ ବିଶେଷକରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀଁ ରୋହିତ ଯୋଶେଫ ତିର୍କୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବି।

ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣିଥରେ ଝାରସୁଗୁଡା ଆସନ ପାଇଁ ଦୀପାଳି ଦାସଙ୍କ ଉପରେ ଭରସା କରିଲେ ନବୀନ

ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନବୀନ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି।

ଦୀପାଳି ଗତ ବର୍ଷ ମଇ ମାସରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟରେ ହରାଇଥିଲେ। ଦୀପାଳି 1 ଲକ୍ଷ 7 ହଜାର ଭୋଟ ପାଇଥିବା ବେଳେ ଟଙ୍କଧରଙ୍କୁ ମିଳିଥିଲା ମାତ୍ର 58 ହଜାର ଭୋଟ। ଦୀପାଳିଙ୍କ ବାପା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥର ମଧ୍ୟ ଦୀପାଳି ବହୁ ଭୋଟରେ ଜିତିବେ ବୋଲି ଦଳ ଆଶା ରଖିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ଆଜି ବିଜେଡି ତାହାର ବାକିଥିବା ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ବ୍ରହ୍ମପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଗତଥର ସେ ବିଜେପି ଟିକେଟରେ ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ ଲଢେଇ କରିଥିଲେ। ବର୍ତ୍ତମାନ ଭୃଗୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଟକ୍କର ଦେବେ।

ଆଜି ମଧ୍ୟାହ୍ନରେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ସଂଧ୍ୟାରେ ତାଙ୍କର ଟିକେଟ ଘୋଷଣା କରାଯାଇଥିଲା। ଏହାପରେ ଭୃଗୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରିଛନ୍ତି। ସେଠାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମାହାଙ୍ଗାରୁ ଟିକେଟ ହାତେଇଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା

ଭୁବନେଶ୍ବର: ଶେଷରେ ବିଜେଡି ପ୍ରତାପ ଜେନାଙ୍କୁ ଆଉ ମାହାଙ୍ଗା ବିଧାନସଭା ପାଇଁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି। ପ୍ରତାପ ଜେନା ବହୁ ବିବାଦୀୟ ତଥା କୋର୍ଟ ମାମଲାରେ ଛନ୍ଦି ହୋଇପଡିଥିବାରୁ ଦଳ ତାଙ୍କୁ ବାଦ ଦେଇଛି। ତେବେ ଅଙ୍କିର ଯୁବ ଚେହେରା ହୋଇଥିବାରୁ ସେ ବିଜୟ ଲାଭ କରିବେ ବୋଲି ଦଳ ଆଶା କରିଛି।

ପ୍ରତାପ ମାହାଙ୍ଗାରୁ ଲଗାତର ୫ ଥର ଧରି ବିଜୟ ଲାଭ କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ମାହାଙ୍ଗାର ବିଧାୟକ ଅଛନ୍ତି। ସେ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ଆଜି ବିଜେଡି ବିଧାନସଭାର ଦ୍ବିତୀୟ ତାଲିକାରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା, ବ୍ରହ୍ମପୁରର ଚ୍ୟାଉପଟ୍ଟନାୟକ, ଝାରସୁଗୁଡାରୁ ଦୀପାଳି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଦ୍ବିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଗୁଡିକ ହେଲା..

ତଳସରା- ବିନୟ କୁମାର ଟପୋ
ସୁନ୍ଦରଗଡ- ଯୋଗୋଶ ସିଂ
ରାଜଗାଙ୍ଗପୁର- ଅନିଲ ବର୍ବା
ବଣାଇ- ଭୀନସେନ ଚୌଧୁରୀ
ଯଶିପୁର ଚକ୍ରଧର ହେମ୍ରମ
ଉଦଳା- ତ୍ରିନାଥ ସୋରେନ
ବାରିପଦା- ସନନ୍ଦ ମାରାଣ୍ଡି
ତଳସାହି ଅନୁସୂୟା ପାତ୍ର
ମୋରଡା- ପ୍ରୀତିନନ୍ଦ କାନନଗୋ
ସୋରୋ- ମାଧବ ଦାଦା
ଆଠମଲ୍ଲିକ- ନଳୀନିକାନ୍ତ ପ୍ରଧାନ
ବୀର ମହାରାଜପୁର- ପଦ୍ମନାଭ ବେହେରା
ଖଡିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାମାଙ୍ଗା- ଅଙ୍କିତ ପ୍ରତାପ ଜେନା
ତିର୍ତୋଲ ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି
ଭୁବନେଶ୍ବର ଉତ୍ତର – ସୁଶାନ୍ତ ରାଉତ
ଏକାମ୍ର ଅଶୋକ ଚନ୍ଦ୍ର ପଣ୍ଡା
ଖଲ୍ଲିକୋଟ – ସୂର୍ଯ୍ୟମଣୀ ବୈଦ
ଆସିକା-ମଞ୍ଜୁଳା ସ୍ବାଇଁ
ବ୍ରହ୍ମପୁର ରମେଶ ଚନ୍ଦ୍ରଚାଉ ପଟ୍ଟନାୟକ
ପାରଲାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା – ଅନ୍ତର୍ଯ୍ୟାମୀ ଗଙ୍ଗାମ
ପଟ୍ଟାଙ୍ଗୀ- ପ୍ରଫୁଲ ପାଙ୍ଗୀ

ଝାରସୁଗୁଡା- ଦୀପାଳି ଦାସ

ବ୍ରଜରାଜନଗର- ଅଳକା ମହାନ୍ତି

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ବିଜେଡି ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ ଏବଂ ଲିଙ୍କନ ସୁବୁଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।

ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ, ପୂର୍ବତନ ସରପଂଚ କେଳୁଚରଣ ସେଠୀ, ଗୋପିନାଥ ବେହେରା, ପୂର୍ବତନ ୱାର୍ଡମେମ୍ବର ହରମୋହନ ପ୍ରଧାନ, ସନ୍ଧ୍ୟାରାଣୀ ମହାପାତ୍ର, ରିଜା କିଶୋର ଶିକ୍ଷା ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ସେହିପରି ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀମତୀ ସୁବୁଦ୍ଧି କହିଛନ୍ତି ଯେ, ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି। ମୋଦିଜୀ ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ପରିଡା, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ।ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରୁତୁରାଜ ସାହୁ, ନୂଆଗଡ଼ ବ୍ଲକ କଂଗ୍ରେସ ଜିଲ୍ଲାପରିଷଦ ସଦସ୍ୟ ରାଜୀବ ଦୋରା, ନୂଆଗଡ଼ ବ୍ଲକ ଉପାଧ୍ୟକ୍ଷ ନିହିମିଆ ରାଇତା, ପୂର୍ବତନ ସରପଞ୍ଚ ଜୟସେନ ଦୋରା, ନାଏବ ସରପଞ୍ଚ ଯୋଶେଫ ଗମାଙ୍ଗ, ୱାର୍ଡ଼ ମେମ୍ବର ଅସୀମା ଗମାଙ୍ଗ, ପ୍ରଶାତ ମଣ୍ଡଳ, ସୁରତା ରାଇତା, ପିତାମ୍ବର ନାୟକ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ମଧୁ ମଣ୍ଡଳ, ସରପଞ୍ଚ ଉଦୀପା ମଣ୍ଡଳ, ର୍ପୂବତନ ବିଜେପି ଜିଲ୍ଲାପରିଷଦ ସଦସ୍ୟା ନନ୍ଦିନୀ ସାମଲ, ବିଜେପି ନେତା ହରି ଚନ୍ଦ୍ର ବୁମଲା, ପ୍ରଫୁଲ୍ଲ କୁମାର ରାଇତା, ଲବାଗୋ ଦଳାଇ, ଆୟୁଷ୍ମାନ ପରିଛା, ପୂର୍ବତନ ସରପଞ୍ଚ ତାରଣୀ ନାୟକ, ବିଜେପି କର୍ମୀ ମୋହନା ଗୌଡ଼ଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ୪୯ ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, ଶରତ ପଟ୍ଟନାୟକ ଲଢିବେ..

ଭୁବନେଶ୍ବର: ଆଜି ବିଜେପି ପରି କଂଗ୍ରେସ ମଧ୍ୟ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ଦଳ ଆଠଟି ଲୋକସଭା ଏବଂ ୪୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ।

ତେବେ ଖୁବ ଶିଘ୍ର ଅନ୍ୟ ଆସାନର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳ ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଆଠଟି ସାଂସଦ ପ୍ରାର୍ଥୀଙ୍କ ନାମ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଆଜି କଂଗ୍ରେସ ଦଳ ତରଫରୁ ମଧ୍ୟ ଓଡିଶାର ଆଠଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ

ଏଥିରେ କଂଗ୍ରେସ ମଧ୍ୟ ପୁରୁଣା ଚେହେରାକୁ ଗୁରୁତ୍ବ ଦେଇଥିବାର ପରିଲକ୍ଷିତ ହୋଇଛି।