ଭୁବନେଶ୍ଵର: ଓଡିଶା ଉଚ୍ଚ ନ୍ୟାୟାଳୟ ପାଇଁ ୪ ଜଣ ନୂଆ ବିଚାରପତି ମନୋନୀତ ହୋଇଛନ୍ତି। ବାରରୁ ୨ ଜଣ ମନୋନୀତ ହୋଇଥିବା ବେଳେ ୨ ଜଣ ଜୁଡିସିଆଲ ଅଫିସର ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ହେବେ। ବାରରୁ ଆଇନଜୀବି ଆଦିତ୍ୟ କୁମାର ମହାପାତ୍ର, ଆଇନଜୀବି ମୃଗାଙ୍କ ଶେଖର ସାହୁ ବିଚାରପତି ହେବେ। ସେହିଭଳି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ମନୋନୀତ କରାଯାଇଛି। ଏହି ସମସ୍ତ ନୂଆ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟ କଲେଜିୟମର ମଞ୍ଜୁରୀ ମିଳିଛି।
Tag: ଓଡିଶା ଉଚ୍ଚନ୍ୟାୟଳୟ
ଭୁବନେଶ୍ବର: ଓଡିଶା ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ଛାଡ଼ ମାମଲାରେ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ଆସିଲା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆମ ନିକଟରେ ସ୍କୁଲ ଫି ଛାଡ ମାମଲାର ନିର୍ଦ୍ଦେଶ ପହଞ୍ଚି ନାହିଁ। ଏସବୁ ପ୍ରସଙ୍ଗରେ ଆମେ କେବଳ ଗଣମାଧ୍ୟମ ଜରିଆରେ ଶୁଣି ପାରୁଛୁ। ତେବେ ନିର୍ଦ୍ଦେଶ ଆସିଲେ ଆମେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବୁ।
ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଓଡିଶା ଉଚ୍ଚନ୍ୟାୟଳୟ ପକ୍ଷରୁ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପ୍ରକାଶ ପାଇଥିବାର ସୂଚନା ମିଳିଥିଲା। ୧୪ଟି ବେସରକାରୀ ସ୍କୁଲ, ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଙ୍ଘ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏମ୍ଓୟୁ ଅନୁସାରେ ଉଚ୍ଚନ୍ୟାଳୟଙ୍କ ରାୟ ପ୍ରକାଶ ପାଇଥିବାର ସୂଚନା ରହିଥିଲା।
ଏମ୍ଓୟୁ ଅନୁସାରେ ୬ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବାର୍ଷିକ ଫି ନେଉଥିବା ସ୍କୁଲଗୁଡିକ ୭.୫ ପ୍ରତିଶତ ଫି ହ୍ରାସ କରିପାରିବେ। ୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ ପ୍ରତିଶତ ଫି ହ୍ରାସ କରିପାରିବେ, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ ପ୍ରତିଶତ, ୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ ପ୍ରତିଶତ, ୭୨ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲ ଗୁଡିକ ୨୫ ପ୍ରତିଶତ ସ୍କୁଲ ଫି ହ୍ରାସ କରିବେ। ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ।
ହେଲେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଉଚ୍ଚନ୍ୟାୟଳୟ କହିଛନ୍ତି। ଯେଉଁ ସ୍କୁଲ ଏହି ନିଷ୍ପତ୍ତିରେ ରାଜି ନୁହଁନ୍ତି ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।