Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ

ଖୋର୍ଦ୍ଧା: ଓରମାସ୍ (ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ), ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ହାବେଳୀ ପଡ଼ିଆରେ ଆୟୋଜିତ ଏହି ମହୋତ୍ସବ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।

ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ମେଳାରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲା ପରିଷଦ ଅଧ୍ଯକ୍ଷ ରୁପଶ୍ରୀରାଣୀ ଗୁମାନସିଂହ, ଉପାଧ୍ୟକ୍ଷ ଗୋପିନାଥ ମହାରଣା, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଏସପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ପ୍ରତାପଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ଓରମାସ ଉପ ନିର୍ଦ୍ଦେଶକ ରାଜକିଶୋର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଜିଲା ପରିଷଦ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସ୍ବାଗତ ଭାଷଣ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଧନ୍ୟବାଦ ଦେଇଥିଲେ।

ଏଥର ମେଳାରେ ଓଡ଼ିଶାର ୩୦ଟି ଜିଲ୍ଲା ସମତେ ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଆସାମ ଦିଲ୍ଲୀ ପ୍ରମୁଖ ରାଜ୍ୟରୁ ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକାରୀ ଗୋଷ୍ଠୀ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ମାନେ ଅଂଶଗ୍ରହଣ କରିଛନ୍ତି।

ସେହିପରି ୨୦ ଟି ଷ୍ଟଲ୍‌କୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ମୋ ଖୋର୍ଦ୍ଧା ସେଲ୍‌ଫି ପଏଣ୍ଡ୍ ଆଜିବୀକା ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥୁମ୍ ଷ୍ଟଲ୍, ସୁନାମଧନ୍ୟ ପ୍ରକାଶକ ମାନଙ୍କ ଦ୍ୱାରା ପୁସ୍ତକ ମେଳା ଆୟୋଜନ କରାଯାଇଛି।

ସରକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ କୃଷି ଉଦ୍ୟାନ, ବିଭାଗ, ହସ୍ତତନ୍ତ୍ର, ହସ୍ତଶିଳ୍ପ, ନାବାର୍ଡ଼, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଇତ୍ୟାଦି ବିଭାଗ ତରଫରୁ ଆ.ଇ.ସି. ଷ୍ଟଲ୍ ଗୁଡ଼ାକ ମଧ୍ୟ ଖୋଲା ଯାଉଅଛି । ମେଳାରେ ମନୋରଞ୍ଜନ ପାଇଁ ପ୍ରତ୍ୟେହ ସନ୍ଧ୍ୟା ୫ ଘଟିକାରୁ ସ୍ଥାନୀୟ କଳାକାର ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ତଥା ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ସମସ୍ତ ପ୍ରକାର ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଉକ୍ତ ମେଳାରେ ବିଭିନ୍ନ ପ୍ରକାର ଆଦିବାସୀ ଅଳଙ୍କାର ମାଟି ତିଆରୀ ଜିନିଷ, ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା, ହସ୍ତତନ୍ତ ଶାଢୀ, ଡ୍ରେସ୍, କପଡ଼ା, ଝୋଟରୁ ତିଆରୀ ଜିନିଷ, ପିତ୍ତଳ, ମୂର୍ତ୍ତି, ବେତରୁ ତିଆରି ଉପକରଣ ଡ଼ାଲି ଜାତୀୟ ଜିନିଷ, ପାମ୍ପଡ଼, ଆଚାର ଇତ୍ୟାଦି ଉପଲବ୍ଧ ହେଉଅଛି ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସରିଲା ଗାଁ ଆମ୍ୱ ମେଳା, ଛ’ଅ ଦିନରେ ୧୩ ଲକ୍ଷରୁ ଅଧିକ କାରବାର

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜନ କରାଯାଇଥିବା ଗାଁ ଆମ୍ୱ ପସରା ବଜାର ମଙ୍ଗଳବାର ଶେଷ ହୋଇଛି। ଏହି ଛଅ ଦିନିଆ ଆମ୍ୱ ବଜାରରେ ୧୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ, ମୋଟ୍ ୨୨୯ କ୍ୱିଣ୍ଟାଲ ଆମ୍ୱ ବିକ୍ରି ହୋଇଥିବା ଓରମାସ ପକ୍ଷରୁ ସୂଚନା ଦିଆଯାଇଛି।

ସେଥି ମଧ୍ୟରୁ  ଆମ୍ରପଲ୍ଲୀ ଆମ୍ୱ ସର୍ବାଧିକ ବିକ୍ରି ହୋଇଥିବା ଜଣାପଡ଼ିଛି। ମେଳାର ଉଦଯାପନୀ  ଅବସରରେ ଅଂଶଗ୍ରହଣକାରୀ ଚାଷୀମାନଙ୍କୁ ଓରମାସ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଏହି ଗାଁ ଆମ୍ୱ ପସରା ମେଳାରେ ୭ଟି ଜିଲ୍ଲା ଯଥା ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ୱଲପୁରର ଚାଷୀମାନଙ୍କ ବଗିଚାର ଆମ୍ବ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନି ଏବଂ ଏଫ.ପି.ଓ. ମାନଙ୍କ ସହଯୋଗରେ ବିକ୍ରି କରାଯାଇଥିଲା।

ଏଥିସହ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗ୍ରାହକଙ୍କୁ ଏହି ଆମ୍ୱ ଯୋଗାଇ ଦେବା ପାଇଁ, ଓରମାସ ତରଫରୁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନ ବା ମ୍ୟାଙ୍ଗୋ ଅନ୍ ହ୍ୱିଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହିପରି ଘରେ ବସି ଅନ୍ ଲାଇନରେ ମଧ୍ୟ ରାଜଧାନୀବାସୀ ଓରମାସ ଆମ୍ବ କିଣିବାର ସୁବିଧା ପାଇଥିଲେ।

ଚଳିତ ବର୍ଷ ମେଳାରେ ଆମ୍ରପଲ୍ଲୀ, ଦଶେରୀ, ଆଖୁରସ, ବେଗନପଲ୍ଲୀ, ସୁନ୍ଦରୀ, ତୋଟାପୁରୀ, ମଲ୍ଲିକା ଓ ଲେଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଆମ୍ୱ ବିକ୍ରି କରାଯାଇଥିଲା। ଗାଁ ଆମ୍ୱ ପସରା କାର‌୍ୟ୍ୟକ୍ରମରେ ଗଛ ପାକଳ ସ୍ୱାଦିଷ୍ଟ ଆମ୍ୱ ବିକ୍ରି କରାଯାଇଥିବା ବେଳେ, ରାଜଧାନୀବାସୀଙ୍କ ମଧ୍ୟରେ ଏହି ଆମ୍ୱ କିଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏହି ଆମ୍ୱ ମେଳାର ଉଦଘାଟନ କରିଥିଲେ। ଆମ୍ୱ ମେଳା ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ମ୍ୟାଙ୍ଗୋ ବା ଓଡ଼ିଶା ଆମ୍ୱ ଲୋଗୋର  ଉନ୍ମୋଚନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପ୍ରଶାସନ ପକ୍ଷରୁ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଏମ୍‌ପିଓଏମ୍ ମେସିନ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆଜି ଓରମାସ୍ ତରଫରୁ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମତଃ ଜିଲ୍ଲାର ୨୩ଟି ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ଗାଁ ଶକ୍ତି ଯୋଜନାରେ ଖୁଚୁରା ଏକ୍ସଟେନସନ କାଉଣ୍ଟର/ବିତରଣ ସହଭାଗୀ ଗ୍ୟାସ ସିଲିଣ୍ଡରର କାର୍ଯ୍ୟକ୍ରମ, ଦ୍ୱିତୀୟତଃ ଗାଁ ଶକ୍ତି ଯୋଜନାରେ ସ୍ୱଚ୍ଛତା ଏବଂ ଗ୍ରାହକ ପଏଣ୍ଟରେ ସମସ୍ତ ଆର୍ଥିକ କାରବାରକୁ ଏକ୍ସିସ ବ୍ୟାଙ୍କ ଜରିଆରେ ନଗଦବିହନ କରିବା କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ କାଠର ବ୍ୟବହାର ବନ୍ଦ କରିବା କରିବା ପାଇଁ ଆଜି ୨୪୩୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଚୁଲା ବିତରଣର ଶୁଭାରମ୍ଭ କରାଯାଇଛି। ଏହି ଅବସରର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦୁଇଗୋଟି ୫ କେଜି ଗ୍ୟାସ ସିଲିଣ୍ଡର ସହ ଚୁଲା ପ୍ରଦାନ କରାଯାଇଛି।

ଏହାସହ ୨୩ ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ରେଡ଼୍ ଏକ୍ସଟେସନ୍ କାଉଣ୍ଟର ମେସିନ୍ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆର୍‌ଡ଼ିଏ ପିଡ଼ି ସିଦ୍ଧେ ଦତ୍ତାତ୍ରୟ ଭାଉସାହେବ, ସମାଜ କଲ୍ୟାଣ ଅଧିକାରୀ ସୁରେଖାସୁନ୍ଦରୀ ମଲିକ, ଜିଲ୍ଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜୀବନ ବିକାଶ ମିଶନର ପ୍ରକଳ୍ପ ନିର୍ଦ୍ଦେଶକ, ଓରମାସ୍‌ର ଡ଼େପୁଟି ସିଇଓ ଛତ୍ରପୁର ଶାଖା ଏକ୍ସିସ୍ ବ୍ୟାଙ୍କର ସଂଜୟ ଅଗ୍ରୱାଲ, ସହକାରୀ ବ୍ୟବସାୟୀ ଆଞ୍ଚଳିକ ପରିଚାଳକ ଅରୁଣ ରାୟ, ଓରମାସ୍‌ର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।