Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ମାଗଣା ପ୍ରବେଶ

ଭୁବନେଶ୍ୱର: ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି । ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍‌ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ଓଡିଶାର କାରିଗର, ବୁଣାକାର, ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ତଥା ପଦ୍ମ ପୁରସ୍କାରପ୍ରାପ୍ତ କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ସରକାର ଏକ ବିଶେଷ ଘୋଷଣା କରିଛନ୍ତି । ସେମାନଙ୍କ ପାଇଁ କଳାଭୂମିରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏହି ଅବସରରେ ଓଡ଼ିଶାର କାରିଗର ଓ ବୁଣାକାରମାନଙ୍କୁ ଅନୁରୋଧ କରାଯାଉ ଅଛିକି ସେମାନେ ନିଜର ପରିଚୟ ପତ୍ର ଦେଖାଇ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଓଡିଶାର କାରିଗର ଓ ବୁଣାକାରମାନଙ୍କର କଳାତ୍ମକ ଏବଂ ଗବେଷଣାତ୍ମକ ମନୋବୃତ୍ତିକୁ ପ୍ରୋତ୍ସାହନ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।

Categories
ଆଜିର ଖବର ରାଜ୍ୟ ଖବର

‘କଳାଭୂମି’ରେ ଆକର୍ଷଣୀୟ ଖୋଲା ପାଠାଗାର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି। କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି। ଓଏସ୍‌ଆର୍‌ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି। ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍‌ ଦ୍ୱାରା ଏହି ବସ୍‌ ପାଠାଗାର ପ୍ରତିଷ୍ଠା କରାଯାଇଛି।

ଆଜି ଏହି ପାଠାଗାର ଉଦ୍‌ଘାଟନ ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ଥିଲେ।

ଏହି ବସ୍‌ ପାଠାଗାରରେ ୪୦୦୦ରୁ ଊଦ୍ଧ୍ୱର୍ ପୁସ୍ତକ ରହିଛି। ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବୟସର ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏଠାରେ ଇଂରାଜୀ ଓ ଓଡ଼ିଆ ପୁସ୍ତକ ରହିଛି। ଏହି ପାଠାଗାର ଅପରାହ@ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ଛଅଦିନ ଖୋଲା ରହିବ। ନିୟମିତ ଭାବରେ ଗଳ୍ପ, କଳା ଓ ହସ୍ତକଳା ଅଧିବେଶନ ରହିବ।
ମାନ୍ୟବର ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ କଳାଭୂମି ପରିସରରେ ବହୁପ୍ରତୀକ୍ଷିତ ସୋଲାର ପ୍ୟାନେଲ ପାୱାର ଜେନେରେସନ୍‌ ସିଷ୍ଟମ ସ୍ଥାପିତ ହେବାକୁ ଯାଉଛି।

କଳାଭୂମିର ସଂଗ୍ରହାଳୟ ପ୍ରତ୍ୟହ ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଛି। ଜୁନ ୧୪ ଓ ୧୫ ତାରିଖ ଦିନ ରଜ ମହୋତ୍ସବ ଅବସରରେ କଳାଭୂମିଠାରେ କଳା-କାରିଗରୀର ପ୍ରତ୍ୟକ୍ଷ ପ୍ରଦର୍ଶନ, କର୍ମଶାଳା, ସଂଗୀତ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।