Categories
ଆଜିର ଖବର ଜାତୀୟ ଖବର

ଉଦଘାଟନ ହେଲା କଂଗ୍ରେସ ର ନୂଆ କାର୍ଯ୍ୟାଳୟ, 47 ବର୍ଷ ପରେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ 9A କୋଟଲା ରୋଡ୍, ନୂଆଦିଲ୍ଲୀକୁ ଆଜି  ସ୍ଥାନାନ୍ତରିତ କରିଛି। ଆଗରୁ 47 ବର୍ଷ ଧରି 24 ଆକବର ରୋଡରେଏହି କାର୍ଯ୍ୟାଳୟ ଚାଲିଥିଲା। ଯାହା 139 ବର୍ଷର ଏହି ପୁରୁଣା ଦଳର ଅନେକ ସାକ୍ଷୀ ଏହି ପୁରୁଣା କୋଠାରେ ରହିଛି। ବହୁ ଇତିହାସ ଏହି ପୁରୁଣା କୋଠାରେ ସୃଷ୍ଟି ହୋଇଛି। ହେଲେ ଆଜି ସେହି ସ୍ଥାନରୁ କଂଗ୍ରେସ ତାହାର ଅଫିସକୁ ସ୍ଥାନାନ୍ତରିତ କରିଛି।

କଂଗ୍ରେସ ସାଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ପଞ୍ଚମ ତଳ ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଯାହା କି ଏହି ପ୍ରଚୀନ ଦଳର ଏକ ନୂତନ ଅଧ୍ୟାୟ ଲେଖିବ। ଦଳ ଏପରି ଏକ ସମୟରେ ନିଜ ଅଫିସ ସ୍ଥାନାନ୍ତରିତ କରିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ ଫେବ୍ରୁଆରୀ 5ରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି।

ଏହି କୋଠାର ନାମ ଇନ୍ଦିରା ଭବନ ରଖାଯାଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ସୋନିଆଙ୍କ ସହିତ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହାତ ଧରିଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଧ ଭାବେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା ପତି, ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ପ୍ରଧାନ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ। ବିଶେଷ କରି ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସ ଦଳରେ ଯୋଗଦେବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ। ଡା ଚେଲ୍ଲା କୁମାର ଏବଂ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ,ବିଜୟ ପଟ୍ଟନାୟକ, ବିଭୁତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।