Categories
ଆଜିର ଖବର ଜାତୀୟ ଖବର

ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 39 ହଜାରରେ ପହଞ୍ଚିଲା

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ କରୋନାର ସଂକଟ । ବିଶ୍ବର 212ଟି ଦେଶରେ ଏବେ କରୋନା ବ୍ୟାପି ସାରିଛି । ଏହି ମହାମାରୀ ଯୋଗୁଁ 2 ଲକ୍ଷ 39 ହଜାର 588 ଜଣଙ୍କ ଜୀବନ ଯାଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ 94,552ଟି ମାମଲା ଆସିଥିବାବେଳେ ମୃତ୍ୟୁ ସଂଖ୍ୟାରେ 5,624କୁ ବୃଦ୍ଧି ଘଟିଛି । ସେହିପରି ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ 98 ହଜାର 473ରେ ପହଞ୍ଚିଥିବାବେଳେ 1,080,101 ଜଣ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।

ଆମେରିକା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 65  ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 11,31,280ରେ ପହଞ୍ଚିଛି । ସେହିପରି ଇଟାଲୀରେ ଦ୍ବିତୀୟ ସର୍ବାଧିକ 28,236 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏଠାରେ ସଂକ୍ରମିତଙ୍କ ସଂଖ୍ୟା 207,428ରେ ପହଞ୍ଚିଛି । ଏହା ପରେ ଫ୍ରାନ୍ସ, ଜର୍ମାନୀ, ୟୁକେ, ତୁର୍କୀ, ଇରାନ, ଚୀନ, ରୁସ୍‌, ବ୍ରାଜିଲ୍‌, କାନାଡା ପରି ଦେଶ ମଧ୍ୟ କରୋନା ଯୋଗୁଁ ବହୁ ପ୍ରଭାବିତ ହୋଇଛନ୍ତି ।

ୟୁକେରେ 177,454ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,510ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ 24, 824ଜଣ ମୃତ୍ୟୁବରଣ କରିଥିବାବେଳେ 2,42,988ଜଣ ସଂକ୍ରମିତ ହୋଇଛନ୍ତି । ୟୁକେରେ 27,510ଜଣ ମୃତ୍ୟୁବରଣ କରିଥିବାବେଳେ 1,77,454ଜଣ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ 24,594 ଜଣ ମୃତ୍ୟୁବରଣ କରିଥିବାବେଳେ 1,67,346 ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ 6 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 1,64,077 । ରୁସ୍‌ରେ 1000ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ 1ଲକ୍ଷରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଛି । ସେହିପରି କାନାଡାରେ 50 ହଜାରୁର ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁସଂଖ୍ୟା 3000 ଟପିଛି । ବେଲଜିୟମରେ ମୃତ୍ୟୁସଂଖ୍ୟା 7,703 ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 49 ହଜାର ଟପିଛି । ବ୍ରାଜିଲ୍‌ରେ 92 ହଜାରୁରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳ ମୃତ୍ୟୁବରଣ କରିଛନ୍ତି 6000ରୁ ଉର୍ଦ୍ଧ୍ବ । ସେହିପରି ତର୍କୀରେ 1,22,392 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 3,258ଜଣ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 480ଜଣଙ୍କ ଜୀବନ ଗଲାଣି, ଆକ୍ରାନ୍ତଙ୍କ ସଂଖ୍ୟା ଚଉଦ ହଜାର ପାର୍‌ କଲା

ନୂଆଦିଲ୍ଲୀ : ଦେଶରେ ଭୟାନକ କରୋନା ଯୋଗୁଁ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କରୋନା ମାହାମାରୀ ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 480 ବୃଦ୍ଧି ହୋଇଛି । ସେହିପରି 1992 ଜଣ ସୁସ୍ଥ ହୋଇଛନ୍ତି ।

କେଉଁ ରାଜ୍ୟରେ କେତେ ଜଣଙ୍କର ହୋଇଛି ମୃତ୍ୟୁ

ମହାରାଷ୍ଟ୍ରରେ 201 ଜଣ, ମଧ୍ୟପ୍ରଦେଶରେ 69ଜଣ, ଗୁଜୁରାଟରେ 41ଜଣ, ପଞ୍ଜାବରେ 13 ଜଣ, ଦିଲ୍ଲୀରେ 42 ଜଣ, ତାମିଲନାଡୁରେ 15 ଜଣ, ତେଲେଙ୍ଗାନାରେ 18, ଆନ୍ଧ୍ରପ୍ରଦେଶରେ 14, କର୍ଣ୍ଣାଟକରେ 13, ପଶ୍ଚିମବଙ୍ଗରେ 10, ଜମ୍ମୁକାଶ୍ମୀରରେ 5, ଉତ୍ତରପ୍ରଦେଶରେ 14, ହରିୟାଣାରେ 3, ରାଜସ୍ଥାନରେ 11, କେରଳରେ ତିନି, ଝାରଖଣ୍ଡ ଓ ବିହାରରେ 2 ଜଣ ଲେଖାଏଁ, ହିମାଚଳ ପ୍ରଦେଶ ଓ ଓଡ଼ିଶାରେ ଜଣେ ଲେଖାଲଁ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ 3323ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 331 ଜଣ । ସେହିପରି ମହାରାଷ୍ଟ୍ର ପଛକୁ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଦିଲ୍ଲୀରେ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1707 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 72 ଜଣ । ସେହିପରି ଗୁଜୁରାଟରେ ଆକ୍ରାନ୍ତ ରହିଛନ୍ତି 1099 ଜଣ, ମଧ୍ୟପ୍ରଦେଶରେ 1310 ଜଣ, ରାଜସ୍ଥାନରେ 1229ଜଣ ଓ ତାମିଲନାଡୁରେ ରହିଛନ୍ତି 1323ଜଣ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ କରୋନା ବୃଦ୍ଧି କ୍ଷେତ୍ରରେ 40 ପ୍ରତିଶତ କମ୍‌ ଆସିଛି । 13.6 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ 80 ପ୍ରତିଶତ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଦେଶରେ ଏପର୍ଯ୍ୟନ୍ତ 319400 ଟେଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି

ମୁମ୍ବାଇ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 9352 ରହିଥିବାବେଳେ 8 ହଜାର 48ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି 980ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ।

ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ 352ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଆଜି 11ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 150ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ 2334ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 150 ଡେଇଁଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 87 ପ୍ରତିଶତ ଲୋକେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିରେ ପୀଡ଼ିତ ଥିବାବେଳେ ସାତରୁ 8 ପ୍ରତିଶତ ଅଧିକ ବୟସ୍କର ବ୍ୟକ୍ତି ରହିଛନ୍ତି । (ଏଜେନ୍ସି)