Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର ସିନେମା

Video News: ଭୁବନେଶ୍ବରରେ ଅଭିନେତ୍ରୀ ଜାହ୍ନବୀ କାପୁର, କହିଲେ ଏପରି କଥା

ଭୁବନେଶ୍ବର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ନବୀ କାପୁର ଆଜି ଓଡିଶା ଆସି ଭୁବନେଶ୍ବରକୁ ବେଶ ପ୍ରସଂଶା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ସେ ନମସ୍ତେ ଭୁବନେଶ୍ବର ବୋଲି କହିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆପଣମାନେ ମୋତେ ଯେପରି ସ୍ବାଗତ କରିଛନ୍ତି ତାହା ମୋତେ ଖୁସି କରିଛି। ମୁଁ ଏଠାକୁ ପ୍ରଥମ ଥର ପାଇଁ ଆସିଛି। ମୋତେ ଲାଗୁଛି ଏଣିକି ମୁଁ ସବୁବେଳେ ଭୁବନେଶ୍ବର ଆସିବା।

ଆଜି ଅଭିନେତ୍ରୀ ଜାହ୍ନବୀ କାପୁର ଭୁବନେଶ୍ବର ଆସି ଭାରତର ପ୍ରତିଷ୍ଠିତ କଲ୍ୟାଣ ଜୁଏଲରର୍ସର ମାଷ୍ଟର କ୍ୟାଣ୍ଟିନ ସୋରୁମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କୁ କଂପାନୀ ତରଫରୁ ସମ୍ବର୍ଦ୍ଧନା କରାଯିବା ସହିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ବ୍ୟବସାୟ

ନିଯୁକ୍ତି ସୁଯୋଗ: 1000ଟି ପଦବୀ ପାଇଁ ଦରଖାସ୍ତ ଆହ୍ବାନ, ଶିକ୍ଷାଗତ ଯୋଗ୍ୟତା +2 ପାଶ୍

ଭୁବନେଶ୍ବର: ଦେଶର ନାମଜାଦ ଗହଣା ଦୋକାନ କଲ୍ୟାଣ ଜୁଏଲରର୍ସ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରିଛନ୍ତି। ଦେଶରେ ଥିବା 154ଟି ଶାଖାରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିମଧ୍ୟରୁ ଓଡିଶା ଶାଖା ପାଇଁ ମଧ୍ୟ କେତେକ ପଦବୀରେ ନିଯୁକ୍ତି ଦିଆଯିବ।

ଏହି ପଦବୀ ମଧ୍ୟରେ ରହିଛି ସେଲସ ଏକ୍ସକ୍ୟୁଟିଭ ଫିମେଲ ଓ ମେଲ, ସୁପରଭାଇଜର, ମାର୍କେଟିଂ ଏକ୍ସକ୍ୟୁଟିଭ ସହିତ ଡ୍ରାଇଭର ପର୍ଯ୍ୟନ୍ତ ପଦବୀ ପାଇଁ ଦରଖାସ୍ତ କରାଯାଇଛି।