Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ରେଳ ସୁବିଧା ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ୍‌

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି। ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି।

ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି। ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁନୀତି ଏକ ମେମୋରେନ୍‌ଣ୍ଡମ୍ ଦେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୨୨ ଦଫା ଦାବୀ ପତ୍ର ଦେଇଛନ୍ତି।

୧. ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍‌ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି। ୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ୱରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା। କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ। ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା। ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା। ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା। ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା, କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ।

୨. ଜିଲ୍ଲାରେ ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି । ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ସକାଶେ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ। ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନିପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ। ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଦାବି ହେଉଛି।

୩. କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ରେଳ ସଂଯୋଗ କରାଯାଉ।

୪. ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜାଯାଉ।

୫. ଭୁବନେଶ୍ୱରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ୱରକୁ ସକାଳୁ ଏକ ଟ୍ରେନ ଚଳାଚଳ କରାଯାଉ।

୬. ୧୨୮୭୧/୧୨୮୭୨ ହାଓଡା-ଟିଟିଲାଗଡ, ଟିଟିଲାଗଡ଼-ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।

୭. ରାୟଗଡାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉ।

୮. ୦୮୫୦୩/୦୮୫୦୪: ରାୟଗଡ଼ାରୁ ବିଶାଖାପାଟଣା, ବିଶାଖାପାଟଣା ରୁ ରାୟଗଡ଼ା ଚେୟାରକାର ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ।

୯. ଭୁବନେଶ୍ୱରରୁ କେସିଙ୍ଗା ଭାୟା ଉତ୍‌କେଲା ଏକ ନୂଆ ରେଳପଥ ନିର୍ମାଣ କରାଯାଉ।

୧୦. ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ କରାଯାଉ।

୧୧. ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେବା ସତ୍ୱେ ପଦକ୍ଷେପ ନିଆଯାଉନାହିଁ। ଏହାକୁ ଗୁରୁତ୍ୱ ଦିଆଯାଉ।

୧୨. ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ।

୧୩. ଭୁବନେଶ୍ୱର ଇଂଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚାଲୁରହିଛି, ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।

୧୪. କଳାହାଣ୍ଡି ଜିଲାରେ ବିଦ୍ୟୁତ୍ ଚାଳିତ ରେଳଇଞ୍ଜିନ ମରାମତି କାରଖାନା ସ୍ଥାପନ କରାଯାଉ।

୧୫. ଭବାନିପାଟଣା ଓ ଜୁନାଗଡ ଷ୍ଟେସନରେ ଭିଆଇପି ଲାଉଞ୍ଜ ସ୍ଥାପନ ହେଉ।

୧୬. ଭବାନୀପାଟଣା ଲାଉଞ୍ଜକୁ ପରିବର୍ଦ୍ଧିତ କରାଯାଉ।

୧୭. ଜୁନାଗଡ଼ ଫାଷ୍ଟକ୍ଲାସ୍ ୱେଟିଙ୍ଗ୍ ରୁମ୍‌ରେ ଏସି ଲଗାଯାଉ ଓ ସେକେଣ୍ଡ କ୍ଲାସ୍ ୱେଟିଙ୍ଗ୍ ରୁମ୍ ଖୋଲାଯାଉ।

୧୮. ଜୁନାଗଡ଼ ଷ୍ଟେସନ୍‌ରେ ଚାହା ଓ ଜଳଖିଆ ଷ୍ଟଲ୍ ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି ଏଣୁ ଏଠାରେ ଚା’ପାନୀୟ ଓ ଜଳଖିଆ ଷ୍ଟଲ୍ ଖୋଲାଯାଉ।

୧୯. ୨୨୮୬୧/୨୨୮୬୨ : ହାୱାଡା କଂଟାବାଂଞ୍ଜି ଓ କଂଟାବାଂଞ୍ଜି ହାୱାଡ଼ା ଇସ୍ପାତ ଟ୍ରେନ୍‌କୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।

୨୦. ୨୦୮୩୭/୨୦୮୩୮ : ଭୁବନେଶ୍ୱର ଜୁନାଗଡ଼ ଓ ଜୁନାଗଡ଼ ଭୁବନେଶ୍ୱରକୁ ଅଲ୍‌ଟରନେଟିଭ୍ କରାଯାଉ ଯେପରି (ଜୁନାଗଡ଼-ଭବାନୀପାଟଣା- ଲାଞ୍ଜିଗଡ଼- ମୁନିଗୁଡା- ରାୟଗଡ଼ା… କୁ ଅଲଟରନେଟ୍ ଡ଼େ’ ରେ ଜୁନାଗଡ଼- ନର୍ଲା- ଟିଟିଲାଗଡ଼- ବଲାଙ୍ଗୀର…)

୨୧. ନର୍ଲା ଷ୍ଟେସନ୍‌ରେ କୌଣସି ଟ୍ରେନ୍ ଷ୍ଟପେଜ୍ ନଥିବାରୁ ଯାତ୍ରୀ ହଇରାଣ ହେଉଛନ୍ତି, ଏଣୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଷ୍ଟପେଜ୍ ଦିଆଯାଉ।

୨୨. ଭବାନୀପାଟଣା ଓ ଜୁନାଗଡ଼ ଷ୍ଟେସନ୍‌ରେ ବିକଳାଙ୍ଗଙ୍କ ପାଇଁ ସୁ-ବ୍ୟବସ୍ଥା କରାଯାଉ।
ମାନ୍ୟବର ରେଳମନ୍ତ୍ରୀ ଏହି ୨୨ ଦାବୀକୁ ଗୁରୁତ୍ୱର ସହିତ ଧ୍ୟାନ ଦେବେ ବୋଲି ପ୍ରତିଶୁତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି। ସ୍ଥାନୀୟ ମିଡ଼୍‌ଟାଉନଠା୍‌ରେ ଶୁକ୍ରବାର ଅପରାହ୍ନ ୪ଘଟିକାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା। ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି।
କଳାହାଣ୍ଡିକୁ ପ୍ରତି ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଏକ ମଣ୍ଡଳ ଭାବରେ ଅଭିହିତ କରି ପ୍ରତି ମଣ୍ଡଳରେ ଦିନେ ଲେଖାଏଁ ଏହି ଅଭିଯାନର ମୁଖ୍ୟ ପୁରୋଧା ଡ. ସୁନୀତି ମୁଣ୍ଡ୍ ପ୍ରବାସ କରିଥିଲେ । ମେ ୨୩ ତାରିଖରୁ ଏହି ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନଗର ମଣ୍ଡଳ, କେସିଙ୍ଗା ନଗର ମଣ୍ଡଳ, ବୋରିଆ, ଉତ୍କେଲା, କଶୃପଡ଼ା, ଜୋରାଡ଼ବ୍ରା, କର୍ଲାମୁଣ୍ଡା, ବିଶ୍ୱନାଥପୁର, ଲାଞ୍ଜିଗଡ଼, ମ.ରାମପୁର, ନର୍ଲା, ରୁପ୍ରା, ସରିଆ, ଥୁ.ରାମପୁର, ଡୁମେରପଦର, କୁଟୁରୁଖମା, ଜୁନାଗଡ଼ ନଗରମଣ୍ଡଳ, ନାନ୍ଦୋଳ, ଆଟି ଗାଁ ମଣ୍ଡଳ, ଦଶପୁର, କେ ଗାଁ, ବୋର୍ଡ଼ା, କର୍ଲାପଡ଼ା, ଗୋଲାମୁଣ୍ଡା, ଦାସୀ ଗାଁ, କଲମପୁର, ହାବସପୁର, ମୋଟେର, ବିଜମରା, ଆମପାଣି, କୋକସରା, ବଡ଼କର୍ଲାକୋଟ, ଜୟପାଟଣା, ବାନେର, ପର୍ଲା, ଟିପିଗୁଡା, ଧର୍ମଗଡ଼ ନଗର ମଣ୍ଡଳ, ଖଇରପଦର, ଦେପୁର, ମୋହନଗିରି ଆଦି ୪୦ଟି ମଣ୍ଡଳକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସମବେତ ଭାବରେ ସ୍ୱର ଉଠାଇବାକୁ ପ୍ରେରିତ କରିଥିଲେ।
“ଗାଁକୁ ଚାଲ” ଡାକରା ସହିତ ଏହି ଅଭିଯାନର ମୁଖ୍ୟ ସ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ୍ୟ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ ଗୁଡିକ ନିଆଯାଇଥିଲା। ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୫କିଲୋମିଟର ଭିତରେ ଥିବା ୮ ରୁ ୧୧ଟି ପଂଚାୟତର ବିଭିନ୍ନ ସଂଗଠନ ଓ ନେତୃମଣ୍ଡଳୀଙ୍କୁ ଭେଟିବା ସହିତ ସ୍ଥାନୀୟ ମୁଖ୍ୟ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରିଥିଲା। ପ୍ରାୟତଃ ଅଧିକାଂଶ ସ୍ଥାନରେ ପିଇବା ପାଣିର ସମସ୍ୟା, ରାସ୍ତାଘାଟ ସମସ୍ୟା, ସ୍ୱାସ୍ଥ୍ୟ ସୁବିଧା ଉପଲବ୍‌ଧ ନଥିବା, ଦୁର୍ଗମ ଅଂଚଳରେ ବିଦ୍ୟୁତ କାଟ ଯୋଗୁଁ ମାସ ମାସ ଧରି ଲୋକେ ଅନ୍ଧାରରେ ରହୁଥିବା ଲକ୍ଷ୍ୟ କରାଯାଇଥିଲା। ବିଦ୍ୟୁତ ସରୋବରାହରେ ବ୍ୟାଘାତ ଯୋଗୁଁ ଉଠା ଜଳସେଚନରେ  ଅସୁବିଧା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି।
ଲାଞ୍ଜିଗଡ଼ ବିଧାନସଭା ଅନ୍ତର୍ଗତ ଅଧିକାଂଶ ସ୍ଥାନ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ମୋହନଗିରି ଅଂଚଳରେ ମୋବାଇଲ ନେଟ୍‌ୱର୍କ ଅସୁବିଧା ଯୋଗୁଁ ଲୋକେ ଟେଲି କମ୍ୟୁନିକେଶନର ସୁବିଧାରୁ ବଂଚିତ ରହିଛନ୍ତି। ଜୁନାଗଡ଼ ବିଧାନସଭାର କେ ଗାଁ ତଥା ଗୋଲାମୁଣ୍ଡା ଅଂଚଳରେ ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ସରକାର ପାଣିକୁ ପରୀକ୍ଷା କରି ସ୍ଥାନୀୟ ଜନସାଧାରଣଙ୍କୁ ଉପଯୋଗୀ ଶୁଦ୍ଧ ପିଇବା ପାଣି ଯୋଗାଇବା ନିତାନ୍ତ ଜରୁରୀ ହୋଇଛି। କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍‌ତା, କଳାକାର ଭତ୍‌ତାରେ ଅନେକ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିବା ତଥା ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା ବୋଲି ଡଃ ମୁଣ୍ଡ କହିଛନ୍ତି।
ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା। ୪୦ ଦିନ ଧରି ନିରନ୍ତର ଚାଲିଥିବା ଏହି ଅଭିଯାନକୁ ‘ଗାଁକୁ ଚାଲ’ ନାମକରଣ କରାଯାଇଥିଲା। ଆଧୁନିକ ଚାକଚକ୍ୟର ବଶବର୍ତୀ ହୋଇ ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ କଳାହାଣ୍ଡି ବିକାଶ ପରିଷଦ ଲୋକଙ୍କୁ ଗ୍ରାମାଭିମୁଖି କରିବା ସହିତ ନିଜ ଜୀବନର ଅନୁଭୂତିକୁ ଗାଁରେ ନିୟୋଜିତ କରିବାକୁ ପରୋକ୍ଷରେ ପ୍ରେରିତ କରାଯାଇଥିଲା।
ଭାରତର ଆତ୍ମା ଗାଁରେ ଅଛି ଏଣୁ ପ୍ରଥମେ ଗାଁକୁ ସୁଦୃଢ଼ କରିବାକୁ ହେବ।
ଏହି ଅଭିଯାନରେ ଡଃ ମୁଣ୍ଡ୍‌ଙ୍କୁ ଗ୍ରାମବାସୀ ସହଯୋଗ କରିବା ସହିତ ଏହି ସାଧୁ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ। ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ। ଏହା ଭାରତର ବ୍ରିଟିଶ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା।

ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା। ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ।

ଚଳିତ ଡିସେମ୍ବର ୩୦ ତାରିଖରଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଜିଲ୍ଲାର ୧୮ଟି ବ୍ଲକକୁ ଡକ୍ଟର ସୁନିତୀ ମୁଣ୍ଡ ପରିକ୍ରମା କରୁଛନ୍ତି।ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବ।ଯେଉଁଥିରେ ସମସ୍ତେ ସକ୍ରିୟ ସହଭାଗିତା ଜଣେ ସଚେତନ ନାଗରିକ ଭାବରେ ଯୋଗଦେଇ ପାରିବେ।

ଏହି ପରିପେକ୍ଷୀରେ ତା ୧୪/୦୧/୨୦୨୩ରିଖ ଶନି ବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଲଙ୍କେସ୍ୱରୀ ମନ୍ଦିର ଠାରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ। ଏହି କ୍ରାନ୍ତିଯାତ୍ରା କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ: ସୁନୀତି ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ପଦଯାତ୍ରା ରାଲିରେ ବିରଞ୍ଚି ପଣ୍ଡା, ବେଦ ପ୍ରକାଶ ଗୋୟେଲ, ପ୍ରବୀଣ ଗୋଏଲ, ପ୍ରମୋଦ ବେହେରା, କଇଳାସ ଖେମକା, ହେମନ୍ତ ପଂଡା, ଶିଶିର ପଟ୍ଟନାୟକ, ଉପେନ୍ଦ୍ର ପୁଝାରୀ, ପ୍ରମୋଦ ବଣିଆ, ଦୀପ୍ତି ଲୋଚନ ମୁଣ୍ଡ୍, ଶଶାଙ୍ଖ ଦାସ୍, ବବିତା ବାଗ, ଯୋଶବନ୍ତି ଧଂଗଡାମାଝୀ, ଦୀଲୀପ ଧଂଗଡାମାଝୀ, କୈଳାଶ ଚନ୍ଦ୍ର ଅଗ୍ରୱାଲ, ଚନ୍ଦନ ପାତ୍ର, ପଦ୍ମା ଶବର ପ୍ରମୁଖ ଶତାଧିକ କର୍ମୀ ଭାଗନେଇ ଥିଲେ ଜିଲ୍ଲାର ୧୮ଟି ବ୍ଲକର, ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଡ. ମୁଣ୍ଡ୍ ଆହ୍ଵାନ ଦେଇଥିଲେ।

ଏହା ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ବିକାଶ ପରିଷଦ ପକ୍ଷରୁ ସୁଚନା ମିଳିଛି। ଏହି କ୍ରାନ୍ତିଯାତ୍ରାରେ ଜୁନାଗଡ ବ୍ଲକର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡିର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା କେବେ ପ୍ରଭାବିତ ହୋଇନାହିଁ- କଳାହାଣ୍ଡି ବିକାଶ ପରିଷଦ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ବତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନସ୍ଥଳ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଞ୍ଚଳ ର ମଣିଷ ଯାହା କରିପାରିଲା ତାକୁ ବିଜ୍ଞାନ ର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣିପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁ ଥିଲା।

ଗୁଡାହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରି, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଅମାଠ, ବେଳଖଣ୍ଡି, ମାରାଗୁଡା, ବୁଧିକୋମନା, ଗୁଡହାଣ୍ଡି ଆଦି ସ୍ଥାନର ଭଗ୍ନାଂଶ, ପ୍ରାଚୀନ ନଗର ଜୁନାଗଡ଼ରେ ଥିବା ଗଡଖାଇ ମଧ୍ୟରେ ବସତି ସ୍ଥାପନ, ସାପଗରଣ୍ଡା ତଥା ଜୋଙ୍କ ନଦୀ ପାର୍ଶ୍ବରେ ବଡ ଶିବ ଲିଙ୍ଗ, ଅବିଭକ୍ତ କଳାହାଣ୍ଡି ଜିଲ୍ଲାସାରା ଅନେକ ମଠ ମନ୍ଦିର ମାନଙ୍କରେ ନିର୍ମାଣ ଶୈଳୀ କଳାହାଣ୍ଡିର ଶିଳ୍ପୀ ମାନଙ୍କ ନିର୍ମାଣ କୌଶଳ ଉଚ୍ଚ କୋଟିର ଥିବାର ସ୍ପଷ୍ଟ ପ୍ରମାଣ ମିଳେ।

ଏପରିକି ଛୋରିଆଗଡ, ଜୁନାଗଡ, ମାଣିକ ଗଡ, ଅସୁରଗଡ, କୋମାନଗଡ ଠାରେ ମଧ୍ୟ ଆମ ଐତିହ୍ୟ ପରିଦୃଶ୍ୟ ହୁଏ । ସ୍ଥାନ ନ ଥିଲେ ଇତିହାସ ଲେଖି ହେବ ନାହି। ଇତିହାସ ସହ ଭୂଗୋଳ ର ସମ୍ପର୍କ ରହିଛି। ଭୌଗୋଳିକ ସ୍ଥିତି ଉପରେ ସଂସ୍କୃତି ଓ ବିକାଶ ନିର୍ଭର କରେ। କଳାହାଣ୍ଡିର ସଂସ୍କୃତି ଆଦିମ ସଂସ୍କୃତି ଯାହାକି ଆଦିବାସୀ ସଂସ୍କୃତି ନାମରେ ପରିଚିତ। ୧୮୫୩ ପୂର୍ବରୁ କଳାହାଣ୍ଡି ରାଜ ପରିବାର ରେ ଆଦିବାସୀ କନ୍ୟା କୁ ବିବାହ କରି ବୋହୂ କରି ଥିବାବେଳେ ୧୭୭୫ ପୂର୍ବରୁ ଖରିଆର ରାଜ ପରିବାର ର କନ୍ୟାକୁ ଜଣେ ଗଣ୍ଡ ସମ୍ପ୍ରଦାୟ ର ବ୍ୟକ୍ତିକୁ ବିବାହ କରାଇଥିଲେ।

ଏଥିରୁ ବୁଝାପଡ଼େ ଯେ, କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା କେବେ କାହା ଦ୍ବାରା ପ୍ରଭାବିତ ହୋଇନାହିଁ। ବରଂ ଏଠାକୁ ଯିଏ ଆସିଛି ସିଏ ପ୍ରଭାବିତ ହୋଇଛି ବୋଲି କଳାହାଣ୍ଡି ବିକାଶ ପରିଷଦ ଦ୍ବାରା ଧର୍ମଗଡ ଠାରେ ଅଯୋଜିତ ଅବିଭକ୍ତ କଳାହାଣ୍ଡିର ସଂସ୍କୃତି ର ସୁରକ୍ଷା ରେ ଲେଖକ ଓ କଳାକାରଙ୍କର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଯୋଗ ଦେଇ ଐତିହାସିକ ଫଣିନ୍ଦମ ଦେଓ ପ୍ରକାଶ କରିଥିଲେ।

ଲୋକଙ୍କ ଜୀବନଧାରା ଓ ଦୃଷ୍ଟିଭାଙ୍ଗିର ପ୍ରଥା ହେଉଛି ଲୋକ ନାଚ, ଲୋକ କଥା, ଲୋକ ଗୀତ,ଲୋକ ସଂସ୍କୃତି, ଗାଁ ଗହଳିରେ ଗଢି ଉଠିଥିବା ଦେବାଦେବୀ ଗୁଡ଼ି, ମନ୍ଦିର ତଥା ଗ୍ରାମ୍ୟ ସାହିତ୍ୟ ,ଯାହାକି କଳାହାଣ୍ଡିର ପରିବେଶ ଓ ପରିପାର୍ଶ୍ବ ରେ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳା ସଂସ୍କୃତିକୁ ବୁଝିବାକୁ ହେଲେ ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶୀଳତାକୁ ବିଶ୍ଳେଷଣ କରିବା ଗୁରୁତ୍ବପୂର୍ଣ୍ଣ। ଯେଉଁ ଅଞ୍ଚଳର ଲିଖିତ ଇଟିହାସ ନାହି ସେହି ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରା ଯେପରି ଲିଖିତ ଭାବେ ଇତିହାସରେ ସ୍ଥାନ ପାଏ ସେଥିପ୍ରତି ଲେଖକ, ଐତିହାସିକ, କଳାକାର ମାନେ ସଜାଗ ହେବା ଉଚିତ ବୋଲି ଆଲୋଚନକ୍ରମରେ ଶ୍ରୀ ସିଂ ଦେଓ ପ୍ରକାଶ କରିଥିଲେ ଏବଂ ସେଥିପ୍ରତି ଗୁରୁତ୍ବ ଦେଇ ଏହାର ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କଳାହାଣ୍ଡି ବିକାଶ ପରିଷଦ କୁ ସାଧୁବାଦ ଜଣାଇଥିଲେ।

କଳାହାଣ୍ଡିର କଳା ଓ ସଂସ୍କୃତି କେବଳ ନିଜ ଅଞ୍ଚଳର ପରିପ୍ରକାଶ ନୁହେଁ ବରଂ ମହାନ ଧରୋହର ଏବଂ ଜାତୀୟ ସଂସ୍ମୃତି, ପରମ୍ପରା ଓ ଅର୍ଥନୈତିକ ଉତ୍ସ ଏବଂ ପରସ୍ପର ପରିପୂରକ। କଳାହାଣ୍ଡିର କଳା ସଂସ୍କୃତି ବିକାଶ ପ୍ରସ୍ତର ଯୁଗର ଅବଶେଷର ଅନ୍ବେଷଣ ଓ ଅଧ୍ୟୟନ ଦ୍ବାରା ଚିହ୍ନଟ ହୋଇଛି। ତେଲ ନଦୀ ତଟରେ ଥିବା ଛିଲପା, ଯୋଙ୍କ ନଦୀ ତତ୍ର ମାରାଗୁଡା ଠାରେ ପ୍ରସ୍ତର ଯୁଗର ହାତ ହତିଆର ତିଆରି ହେଉଥିବାର ସୂଚନା ମିଳିଛି। ଗୁଡାହାଣ୍ଡି, ଯୋଗୀମଠ, ଗୁରୁଡଙ୍ଗର,ର ପ୍ରାକୃତିକ ପଥର ଗୁମ୍ଫା ମାନଙ୍କ ରେ ପ୍ରାକ ଐତିହାସିକ ଆକର୍ଷଣୀୟ ଅଙ୍କିତ ଚାବି, ବିବିଧ ରଙ୍ଗର ବ୍ୟବହାର ପ୍ରସ୍ତର ଯୁଗର ସୃଜନଶୀଳ ପରିପ୍ରକାଶ ର ମୂଳ ସାକ୍ଷୀ। ଏତେ ସବୁ ସମୃଦ୍ଧ ରେ ଭରପୁର ଥିବା କଳାହାଣ୍ଡି ଆଜି ବିଶ୍ବ ଦରବାରରେ କଙ୍କାଳ ରୂପରେ ଚିତ୍ରଣ କରାଯାଉଛି। ଯାହାକି କଳାହାଣ୍ଡି ଜନ ମାନସ ରେ ନିନ୍ଦନୀୟ ହେବା ଉଚିତ୍।

ଏସବୁର ସତ୍ୟତାକୁ ଉପସ୍ଥାପନା କରିବାକୁ ଆଜି ଏଭଳି କର୍ମଶାଳାର ଆୟୋଜନ କରି ଏହାକୁ ଲୋକଭିମୁଖୀ କରିବାର ପ୍ରଯତ୍ନ କରାଯାଇଥିବାର କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ; ସୁନିତି ମୁଣ୍ଡ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଥିଲେ। ସ୍ଥାନୀୟ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ, ଅଧ୍ୟାପକ ଲିଙ୍ଗରାଜ ପତ୍ର, ନିର୍ମଳ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବହୁ ଲେଖକ, ସାହିତ୍ୟିକ, ଲୋକ କବି, କଳାକାର ଏହି କାର୍ଯ୍ଯ କ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ବିକାଶରେ ସାମ୍ବାଦିକତା ସହଯୋଗୀ ହେବା ଉଚିତ: ଆଇଆଇଏମସି ନିର୍ଦ୍ଦେଶକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜନ ସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ବୌଦ୍ଧିକ, ଶୈକ୍ଷିକ, ସାଂସ୍କୃତିକ ତଥା ସାମୁହିକ ବିକାଶ ଦିଗରେ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଓ ପ୍ରଶାସନିକ କଳକୁ ଦିଗ ଦର୍ଶନ ପ୍ରଦାନ କରିବାରେ ଗଣମାଧ୍ୟମ ଦୃଷ୍ଟି ଦେବା ଉଚିତ ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି। କଳାହାଣ୍ଡି ବିକାଶ ପରିଷଦ ତରଫରୁ ସାମ୍ବାଦିକ ମାନଙ୍କୁ ନେଇ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ଢେଙ୍କାନାଳ ସ୍ଥିତ ଆଇଆଇଏମସି ର ନିର୍ଦ୍ଦେଶକ ମୃଣାଳ ଚାଟର୍ଜି ଏବଂ କଳାହାଣ୍ଡିର ବରପୁତ୍ର ପୂର୍ବତନ ମନ୍ତ୍ରୀ ତଥା ଗାଳ୍ପିକ ସାହିତ୍ୟିକ ରାସ ବିହାରୀ ବେହେରା ଏବଂ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଆତିଥ୍ୟ ଭାବେ ଯୋଗ ଦେଇ ମତ ପ୍ରକାଶ କରିଥିଲେ।

ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗ ର ସନ୍ଧାନ କରି ସାମ୍ବାଦିକତା ହିଁ ସମାଜକୁ ବିକାଶ ପଥରେ ଆଗେଇ ନେଇପାରେ। ସରକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଜନସାଧରଣଂକୁ ଜଣାଇବା ସହିତ ତୃଣାମୂଳ ସ୍ତରର ଆବଶ୍ୟକ ଅନୁଯାୟୀ ଉପସ୍ଥାପନା କରି କେବଳ ସାମ୍ବାଦିକତା ହିଁ ଯୋଗସୂତ୍ର ଭାବେ କରଜ୍ୟ କରିପାରେ। ସେଥିପାଇଁ ସାମ୍ବାଦିକ ମାନେ ଉନ୍ନୟନ ମୁଖ୍ୟ ହେବାର ଆବଶ୍ୟକତା ରହିଛି ବୋଲି ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ ସି ର ନିର୍ଦେଶକ ଡ: ମୃଣାଳ ଚାଟର୍ଜି କହିଛନ୍ତି। କଳାହାଣ୍ଡି ବିକାଶ ପରିଷଦ ତରଫରୁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଆଲୋଚନାର ସାରାଂଶ ଉପସ୍ଥାପନ କରିଥିଲେ।

ଏଥିରେ ଅବସରପ୍ରପ୍ତ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ଦେବେନ୍ଦ୍ର ବିଷୟ, ରାଜକୁମାର ସିଂହଦେଓ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଏହାପରେ ପ୍ରଶ୍ନୋତ୍ତର କରଜୟକ୍ରମ ରେ ସମଗ୍ର ଜିଲ୍ଲାର ଉପସ୍ଥିତ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ସୁନିତି ମୁଣ୍ଡ ସ୍ବାଗତ କରିବା ସହିତ କରଜୟକ୍ରମ ପରିଚାଳନା କରିଥିଲେ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବହୁ ସାମ୍ବାଦିକ ତଥା ବୁଦ୍ଧି ଜୀବି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବଂଚିଛି ପରିବେଶ ଅନୁକୂଳ ଚାଷ, ଆଲୋଚନା ଚକ୍ରରେ ଅତିଥିମାନଙ୍କ ମତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପ୍ରକୃତି କଳାହାଣ୍ଡିକୁ ଆମପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା।  କଳାହାଣ୍ଡିର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି “କଳାହାଣ୍ଡି କୃଷି ର ବିକାଶ ରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ସ୍ଵନାମମଧାନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିର ବାସନା ଚାଉଳ ର ଚାହିଦା ଓଡ଼ିଶା ତଥା ଦେଶ ବିଦେଶରେ ମଧ୍ୟ ରହିଛି। ଚାଷୀ ତାର ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟା କରିପାରିଲେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ପାଇପାରିବ। ସେହିପରି କପାକୁ ନେଇ ଜିନିଙ୍ଗ ମିଲ ଆଦି ସ୍ଥାପନ କରାଗଲେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବା ସହିତ ବେକାରୀ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ। ସ୍ଵତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନ କରାଗଲେ ସ୍ଥାନୀୟ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାରେ ଭାଗନେଇ କଳାହାଣ୍ଡିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସମାଜସେବୀ ତଥା ଗବେଷକ ଜଗଦୀଶ ପ୍ରଧାନ ନିଜ ବକ୍ତବ୍ୟରେ କଳାହାଣ୍ଡିର ସଭ୍ୟତା ଓ କୃଷି ପରମ୍ପରା ଅତି ପ୍ରାଚୀନ ଏବଂ ଚତୁର୍ଥ –ପଞ୍ଚମ ଶତାବ୍ଦୀ ରେ ନିର୍ମିତ ବିଭିନ୍ନ ଜଳ ଭଣ୍ଡାର ତଥା ସାଗର ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ଶିବ ମନ୍ଦିର ଓ ସେସବୁର ଚାରିପଟେ ବିକଶିତ କୃଷି ବ୍ୟବସ୍ଥା କଳାହାଣ୍ଡିର କୃଷି ଐତିହ୍ୟ ର ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅବିଭକ୍ତ କୋରାପୁଟ ଜିଲ୍ଲା ହିଁ ଧାନର ଉତ୍ପତି ସ୍ଥଳ ବୋଲି ବୈଜ୍ଞାନିକ ମାନେ ପ୍ରମାଣିତ କରିସାରିଥିବା ବେଳେ କଳାହାଣ୍ଡିର ଚାଷୀ ଜୈବ ବିବିଧତା ଏବଂ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ରଖିଆସିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। କଳାହାଣ୍ଡିର ଚାଷୀ ଙ୍କ ପାରମ୍ପରିକ ତଥା ଉନ୍ନତମାନର ଚାଷ କୌଶଳ ଯୋଗୁଁ ବିଭିନ୍ନ କିସମର ବାସନା ଧାନ ଏବଂ ବିଭିନ୍ନ ଗୁଣ ମାନର ଧାନ , ଡାଲି ଜାତୀୟ ଓ ତୈଳବୀଜ ଫସଲ ଆଦି ବିକଶିତ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ୧୯୩୮ ରୁ ୧୯୪୮ ମଧ୍ୟରେ ଚାରି ଥର ଅନାବୃଷ୍ଟି ଜନିତ ମରୁଡି ହୋଇଥିଲେ ହେଁ ବର୍ଷକର ଖାଦ୍ୟ ଶସ୍ୟ ସାଇତି ରଖିବା ପରମ୍ପରା ଯୋଗୁଁ ମରୁଡି ସମୟରେ ମଧ୍ୟ ଖାଦ୍ୟଭାବ ଦେଖା ଦେଇନଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ହେବାପରେ ଅତୀତରେ ଉଦେଶ୍ୟ ପ୍ରଣୋଦିତ କିମ୍ବା ଅଜ୍ଞତା ରେ ପ୍ରଚାରିତ ହୋଇଥିବା ଭୋକର ଭୂଗୋଳ ବୋଲି କଳାହାଣ୍ଡିକୁ ଚିତ୍ରଣ କରାଯାଉଥିବା ବିଷୟକୁ ଭୁଲ ପ୍ରମାଣିତ କରିଥିବା ସ୍ପଷ୍ଟ ଜଣାପଡ଼ିଛି।

ଅଶି ଦଶକରେ ଦୁର୍ଭିକ୍ଷ ସମୟରେ ଏସିଆରେ ସଂଗୃହୀତ ଧାନ ମଧ୍ୟରୁ ଏକ ତୃତୀୟାଂଶ ଧାନ କଳାହାଣ୍ଡିରୁ ସଂଗୃହୀତ ହୋଇଥିବା ପ୍ରକାଶ।

ସ୍ଥାନୀୟ ଉଦ୍ୟୋଗପତି ତଥା ଚାଷୀ ଜନାର୍ଦନ ପଣ୍ଡା ଚାଷ ଉପରେ ଅନେକ ଉପାଦେୟ ଏବଂ ଅନୁଭୂତି ତଥ୍ୟ ଉପସ୍ଥାପନା କରିଥିଲେ। ବର୍ତ୍ତମାନର ବ୍ୟବସ୍ଥା ଯୋଗୁଁ ହିଁ ଚାଷୀ ଅନେକ ହଇରାଣ ହରକତ ହେଉଥିବା ପ୍ରକାଶ କରିଥିଲେ। ଆଲୋଚନାରେ ସ୍ଥାନୀୟ ଚାଷୀ ତଥା ସଂଗଠକ ବିରଞ୍ଚି ପଣ୍ଡା ବର୍ତମାନର ବ୍ୟବସ୍ଥା ଯୋଗୁଁ ଚାଷୀ ର ଉନ୍ନତି ହୋଇପାରୁନ ଥିବା ଏବଂ ପ୍ରତିନିଧି ମାନେ ଅଣଦେଖା କରୁଥିବା ବିଷୟ ପ୍ରକାଶ କରିଥିଲେ। ବରିଷ୍ଠ ଚାଷୀ ଗଙ୍ଗାଧର ବେଶରା ଓ ରଞ୍ଜିତ ପଣ୍ଡା ଗୋପାଳନ ମାଧ୍ୟମରେ କୃଷକ ମାନଙ୍କ ଦ୍ବାରା ଜୈବ ବିବିଧତା ପାଳନ ହେବ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ କୃଷକ ମାନଙ୍କ ବିକାଶ ପାଇଁ କୌଣସି ବ୍ୟବସ୍ଥା ନଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ସ୍ଥାନୀଯ ଚାଷୀ ରଶ୍ମୀ ରଞ୍ଜନ ନାୟକ, ଅଖିଳ ମେହେର ଆଲୋଚନାରେ ଅଂଶ ଗ୍ରହଣ କରି ଚାଷୀ ମାନମକ ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ। ଚାଷୀ ଶସ୍ୟ ଉତ୍ପାଦନ ପାଇଁ ପରିଶ୍ରମ କରିଥାଏ ସେତିକି ଲାଭ ପାଇ ପାରୁ ନ ଥିବା ଚାଷୀର ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାର ନିର୍ଦ୍ଧାରଣ କରୁଥିବା ହେତୁ ଚାଷୀ ସର୍ବଦା କ୍ଷତି ଶୁଥିବା ବିଷୟ ସ୍ଥାନୀୟ ଚାଷୀ ତଥା ସଂଗଠକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପଣ୍ଡା ଚାଷୀ ମାନ ଙ୍କ ପ୍ରମୁଖ୍ୟ ସମସ୍ୟା ସବୁର ଉପସ୍ଥାପନ କରିଥିବା ବେଳେ ଚାଷୀ ସଂଗଠିତ ହୋଇପାରୁ ନ ଥିବା ହେତୁ ସେଭଳି ଅସୁବିଧା ଓ ସରକାରୀ ଅନଦେଖା ର ଶିକାର ହେଉଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଚାଷୀ ର ଆୟ କମୁଥିବା ବେଳେ ସ୍ବାଭିମାନି ଚାଷୀ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡିଥାଏ ଏବଂ କୃଷିକୁ ଆଗାମୀ ଦିନରେ କୃଷି ଉଦ୍ୟୋଗ ରେ ପରିଣତ କଲେ ଯାଇ ଚାଷୀର ଆୟ ବୃଦ୍ଧି ହୋଇପାରିବ ଏବଂ ଚାଷୀ ହୀନ ମାନ୍ୟତା ରୁ ରକ୍ଷା ପାଇ ପାରିବ ବୋଲି ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ଅଙ୍ଗୁର ପେନ୍ଥା ରେ ଥିବା ଅଙ୍ଗୁର ହୀନ ମୁଲ୍ୟବାନ ହୋଇଥିବା ବେଳେ ଝଡ଼ିଥିବା ଅଙ୍ଗୁରର ମୂଲ୍ୟ ହୀନ ହୟଯାଉଥିବା ବିଷୟ ପ୍ରକାଶ କରି ଚାଷୀ ନିଜ ସମସ୍ଯା ର ସମାଧାନ ପାଇ ଏବଂ ଉପଯୁକ୍ତ ବ୍ୟବସ୍ଥା ପାଇଁ ମତାମତ ଦେବାର ଯୋଜନା କରିବା ପାଇଁ ଏକଜୁଟ ହେବାକୁ ଶ୍ରୀ ପଣ୍ଡା ଆହ୍ବାନ ଜଣାଇଥିଲେ।

ପ୍ରାରମ୍ଭରେ ଆଲୋଚନା ଚକ୍ରର ସୂଚନା ପ୍ରଦାନ କରି କଳାହାଣ୍ଡିର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ ନେଇ କଳାହାଣ୍ଡି ବିକାଶ ପରିଷଦ ଗଠିତ ହୋଇଥିବା ବିଷୟ ଅଧ୍ୟକ୍ଷା ଡଃ ସୁନିତି ମୁଣ୍ଡ ପ୍ରକାଶ କରିଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏବଂ ଏଠାକାର ଅଧିବାସୀ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ଶୁଷ୍କ ବତାବରଣରେ ଚାଷୀ କିପରି ଅଧିକ ଉତ୍ପାଦନ କରିପାରିବେ ଏବଂ ନିଜ ଜୀବନ୍ଧରର ମନକୁ ସମୃଦ୍ଧ କରିପାରିବେ ସେ ନେଇ କଳାହାଣ୍ଡି ବିକାଶ ପରିଷଦ ଏଭଳି ଏକ ଆଲୋଚନାର ଆୟୋଜନ କରିଛି ବୋଲି ଡଃ ମୁଣ୍ଡ ପ୍ରକାଶ କରିଥିଲେ। ସ୍ଥାନୀୟ ବରିଷ୍ଠ ଚାଷୀ ତଥା ସମାଜ ସେବି ଦେବଦତ୍ତ ପଣ୍ଡା ଏବଂ ଶିବରମ ରାଉତ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।