Categories
ଆଜିର ଖବର ଜାତୀୟ ଖବର

ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ଦ୍ଵାରା ମହୁମାଛି ଦିବସ -୨୦୨୫ ପାଳିତ

ମୁମ୍ବାଇ: ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ମହୁମାଛି ଦିବସ -୨୦୨୫ ମୁମ୍ବାଇର ଭିଲେ ପାର୍ଲେ, ଇର୍ଲା ରୋଡ ସ୍ଥିତ ଏହାର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପାଳନ କରିଛି। ଏବର୍ଷ ବିଶ୍ୱ ମଧୁ କ୍ରାନ୍ତି ଉତ୍ସବ’ ଶୀର୍ଷକରେ ଏହାର ପାଳନ କରାଯାଇଛି। ଏହି ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା “ମହୁମାଛି ଆମ ସମସ୍ତଙ୍କୁ ପୋଷଣ କରିବା ପାଇଁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ”, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଶ୍ଵେତ  ବିପ୍ଳବ” କୁ ଏକ ମଧୁର ବିପ୍ଳବରେ ପରିଣତ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖୁଛି।

ମୁଖ୍ୟ ଅତିଥି ଭାବରେ ଖଦି  ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ମନୋଜ କୁମାର ଏହାର ଉଦଘାଟନ କରିଥିଲେ।  ଏହି ଅବସରରେ କେଭିଆଇସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ରୂପ ଉପସ୍ଥିତ ଥିଲେ। ଏହି ଉତ୍ସବରେ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ହିତାଧିକାରୀ ମହୁମାଛି ପାଳନକାରୀ, ପ୍ରଶିକ୍ଷାର୍ଥୀ, ବୈଜ୍ଞାନିକ, ସଫଳ ମହୁମାଛି ପାଳକ, ଛାତ୍ର ଏବଂ ବିଷୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଏହା ଗ୍ରାମୀଣ ଭାରତରେ ନବସୃଜନ, ପ୍ରେରଣା ଏବଂ ଆତ୍ମନିର୍ଭରଶୀଳତାର ଏକ ପ୍ରକୃଷ୍ଟ ପ୍ରଦର୍ଶନ ଓ  ଏକ ବୈଷୟିକ ମଞ୍ଚ ଭାବରେ କାର୍ଯ୍ୟକରିଥିଲା।

ମୁଖ୍ୟ ଅତିଥି ମନୋଜ କୁମାର ତାଙ୍କ ଉଦଘାଟନୀ ଭାଷଣରେ ମହୁମାଛିର ପରିବେଶଗତ ଏବଂ ଆର୍ଥିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଥିଲେ, “ମହୁମାଛି ଆମର ପରିବେଶର ମେରୁଦଣ୍ଡ, ସେମାନେ କେବଳ ମହୁ ଉତ୍ପାଦନ କରନ୍ତି ନାହିଁ ବରଂ ପରାଗ ସଂଗମ  ମାଧ୍ୟମରେ କୃଷିକୁ ସମୃଦ୍ଧ କରନ୍ତି ଏବଂ ପରିବେଶ ସଂରକ୍ଷଣରେ ଯୋଗଦାନ ଦିଅନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ମହୁ ମିଶନ ଗ୍ରାମୀଣ ଭାରତରେ ଜୀବିକା ନିର୍ବାହର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରଧାନମନ୍ତ୍ରୀ ‘ମଧୁ ବିପ୍ଳବ’ ପାଇଁ ଆହ୍ୱାନ ଦେବା ସମୟରେ, ସେ ଏକ ନୂତନ ପଥ ପ୍ରଶସ୍ତ କରିଥିଲେ ଯେଉଁଠାରେ ମହୁ ଉତ୍ପାଦନ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମୃଦ୍ଧିର ଏକ ଉତ୍ସ ପାଲଟିଥିଲା। ଏହି ଦିଗରେ କେଭିଆଇସିର କାର୍ଯ୍ୟଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଅବସରରେ ଅଧ୍ୟକ୍ଷ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ, ମହୁ ମିଶନ ଅଧୀନରେ ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଥିଲେ। ଆଜି ପର୍ଯ୍ୟନ୍ତ, କେଭିଆଇସି ସାରା ଦେଶରେ ୨,୨୯,୪୦୯ ରୁ ଅଧିକ ମହୁ ବାକ୍ସ ଏବଂ ମହୁମାଛି ଫେଣା ବଣ୍ଟନ କରିଛି, ଯାହା ଫଳରେ ପ୍ରାୟ ୨୦,୦୦୦ ମେଟ୍ରିକ୍ ଟନ୍ ମହୁ ଉତ୍ପାଦନ ହୋଇଛି , ଯାହା ମହୁମାଛି ପାଳନକାରୀଙ୍କ ପାଇଁ ୩୨୫ କୋଟି ଟଙ୍କାର ଆୟ ସୃଷ୍ଟି କରିଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ , କେଭିଆଇସି ସହିତ ଜଡିତ ମହୁମାଛି ପାଳନକାରୀମାନେ ୨୫ କୋଟି ଟଙ୍କାର ମହୁ ରପ୍ତାନି କରିଥିଲେ।

ଏହି କାର୍ଯ୍ୟକ୍ରମରେ କେଭିଆଇସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପ ରାଶି କହିଥିଲେ, “ମଧୁ ମିଶନ କେବଳ ଏକ ଯୋଜନା ନୁହେଁ; ଏହା ଏକ ସାମଗ୍ରିକ ଜୀବିକା ମଡେଲ। ଆଜି, ଗ୍ରାମାଞ୍ଚଳର ହଜାର ହଜାର ଯୁବକ, ମହିଳା ଏବଂ ଚାଷୀ ଏହି ମିଶନ ମାଧ୍ୟମରେ ନିଯୁକ୍ତି ପାଉଛନ୍ତି। କେଭିଆଇସି ଦ୍ୱାରା ବିକଶିତ ମହୁ ପ୍ରକ୍ରିୟାକରଣ ପ୍ଲାଣ୍ଟ, ତାଲିମ କେନ୍ଦ୍ର ଏବଂ ମାର୍କେଟିଂ ନେଟୱାର୍କ ମହୁମାଛି ପାଳନକୁ ଆତ୍ମନିର୍ଭରଶୀଳତାର ଏକ ସଠିକ୍ ପଥ କରିଛି।”

ଏହି କାର୍ଯ୍ୟକ୍ରମରେ ୧୯୬୨ ମସିହାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ମହୁମାଛି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ (ସିବିଆରଟିଆଇ), ପୁଣେର ଐତିହାସିକ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ଏହି ପ୍ରତିଷ୍ଠାନ ୫୦,୦୦୦ରୁ ଅଧିକ ମହୁମାଛି ପାଳନକାରୀଙ୍କୁ ଆଧୁନିକ ମହୁମାଛି ଚାଷ କୌଶଳରେ ତାଲିମ ଦେଇଛି। ସିବିଆରଟିଆଇର ଭୂମିକା ମହୁ ଉତ୍ପାଦନ ବ୍ୟତୀତ ପରାଗରେଣୁ  ମାଧ୍ୟମରେ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦକତା ବୃଦ୍ଧି, ମହୁମାଛି ସମ୍ବନ୍ଧୀୟ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ଉଦ୍ୟୋଗକୁ ପୋଷଣ କରିବା ପର୍ଯ୍ୟନ୍ତ ବିସ୍ତାରିତ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୈଜ୍ଞାନିକମାନେ ମତବ୍ୟକ୍ତ କରିଥିଲେ କି  ମହୁମାଛି ଯେ କେବଳ ମହୁ ଉତ୍ପାଦନ କରୁଛି ତାହା ନୁହେଁ,  ମହୁମାଛି ଦ୍ବାରା ୭୫% ଖାଦ୍ୟ ଫସଲର ପରାଗସଂଗମ ହୋଇଥାଏ ଏବଂ ମହୁମାଛି ବିନା, ପ୍ରାୟ ୩୦% ଖାଦ୍ୟ ଫସଲ ଓ ୯୦% ବନ୍ୟ ଉଦ୍ଭିଦ ପ୍ରଜାତି ଗୁରୁତର ବିପଦର ସମ୍ମୁଖୀନ ହୋଇପାରନ୍ତି।

ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାମାନେ ନାଟକ ପରିବେଷଣ କରିଥିଲେ, କବିତା ପାଠ କରିଥିଲେ ଏବଂ ପ୍ରବନ୍ଧ ଲେଖିଥିଲେ, ଯାହା ଉତ୍ସବକୁ ସୃଜନଶୀଳତା ଏବଂ ଉତ୍ସାହରେ ଭରି ଦେଇଥିଲା। ଏହି ଅବସରରେ ସାରା ଦେଶରୁ ଭର୍ଚୁଆଲ  ମାଧ୍ୟମରେ  ଯୋଡି ହୋଇଥିବା  ହିତାଧିକାରୀମାନେ ସେମାନଙ୍କର ସଫଳତାର କାହାଣୀ ବାଣ୍ଟିଥିଲେ। କେଭିଆଇସି ଅଧିକାରୀ, କର୍ମଚାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଯୋଗ ଦେଇଥିଲେ, ଯାହାଦ୍ବାରା ବିଶ୍ୱ ମହୁମାଛି ଦିବସ ୨୦୨୫ ଏକ ସ୍ମରଣୀୟ ଏବଂ ପ୍ରଭାବଶାଳୀ ଉତ୍ସବ ହୋଇପାରିଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗର ନୂତନ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଆତ୍ମନିର୍ଭରଶୀଳତାର ଭାବନାକୁ ସଶକ୍ତ କରୁଥିବା ଖଦି ଓ  ଗ୍ରାମୋଦ୍ୟୋଗ କ୍ଷେତ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱ ଓ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଗତ ୧୧  ବର୍ଷ ମଧ୍ୟରେ କେବଳ ନୂତନ ଶିଖର ଛୁଇଁନାହିଁ , ବରଂ କୋଟି କୋଟି ଗ୍ରାମବାସୀଙ୍କ ଜୀବନରେ ଆଶାର ନୂତନ ଆଲୋକ ମଧ୍ୟ ଆଣିଛି।  ପୂଜ୍ୟ ବାପୁଙ୍କ  ଐତିହ୍ୟ ଖଦି, କେବଳ ଏକ କପଡ଼ା ନୁହେଁ ବରଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ପ୍ରତୀକ ପାଲଟିଛି। ସୋମବାର ଦିନ ନୂଆଦିଲ୍ଲୀର ରାଜଘାଟ ସ୍ଥିତ କାର୍ଯ୍ୟାଳୟରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗର ଅସ୍ଥାୟୀ ତଥ୍ୟ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେଭିଆଇସି ୨୦୨୪-୨୫ ଆର୍ଥିକ ବର୍ଷରେ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିର ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଗତ ୧୧  ବର୍ଷ ମଧ୍ୟରେ, ବିକ୍ରୟରେ ୪୪୭  ପ୍ରତିଶତ, ଉତ୍ପାଦନରେ ୩୪୭  ପ୍ରତିଶତ ଏବଂ ନିଯୁକ୍ତି ସୃଷ୍ଟିରେ ୪୯.୨୩ ପ୍ରତିଶତ ବୃଦ୍ଧି ଘଟିଛି। ସେ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ, ୨୦୧୩-୧୪ ତୁଳନାରେ ବିକ୍ରୟରେ ୩୯୯.୬୯ % ଏବଂ ଉତ୍ପାଦନରେ ୩୧୪.୭୯ % ର ବୃଦ୍ଧି ଘଟିଛି।

ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ପୁନଶ୍ଚ କହିଛନ୍ତି ଯେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ର ଏହି ଐତିହାସିକ ସଫଳତା ବର୍ଷ ୨୦୪୭  ସୁଦ୍ଧା ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ଏବଂ ଭାରତ ର ଅର୍ଥନୀତି  ବ୍ୟବସ୍ଥାକୁ ବିଶ୍ୱର ତୃତୀୟ ସ୍ଥାନ ରେ ପହଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଅଟେ। ସେ ଏହି ଐତିହାସିକ ସଫଳତା ପାଇଁ ପୂଜ୍ୟ ବାପୁଙ୍କ  ପ୍ରେରଣା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି, ଏମଏସଏମଇ ମନ୍ତ୍ରଣାଳୟର ମାର୍ଗଦର୍ଶନ ଏବଂ ଦେଶର ଦୁର୍ଗମ ଗ୍ରାମାଞ୍ଚଳରେ କାମ କରୁଥିବା କୋଟି କୋଟି କାରିଗରଙ୍କ ଅକ୍ଳାନ୍ତ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ଓ  ଗ୍ରାମୋଦ୍ୟୋଗ ଉତ୍ପାଦର ଉତ୍ପାଦନ ୨୬୧୦୯.୦୭ କୋଟି ଟଙ୍କା ଥିଲା, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇ ୧୧୬୫୯୯.୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୩୪୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବିକ୍ରୟ ୩୧୧୫୪.୧୯ କୋଟି ଟଙ୍କା ଥିଲା, କିନ୍ତୁ ଏହା ୪୪୭ ପ୍ରତିଶତର ଅଭୂତପୂର୍ବ ଅଭିବୃଦ୍ଧି ସହିତ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭୦୫୫୧.୩୭ କୋଟି ଟଙ୍କାରେ ପହଞ୍ଚିଛି , ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବିକ୍ରୟ ରେକର୍ଡ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଖଦି ପୋଷାକ ଉତ୍ପାଦନରେ ମଧ୍ୟ ଅଭୂତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଖଦି ପୋଷାକ ଉତ୍ପାଦନ ୮୧୧.୦୮ କୋଟି ଟଙ୍କା ଥିଲା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩୬୬ ପ୍ରତିଶତ ବୃଦ୍ଧି ପାଇ ସାଢ଼େ ଚାରି ଗୁଣ ବୃଦ୍ଧି ପାଇ ୩୭୮୩.୩୬ କୋଟି ଟଙ୍କାରେ ପହଞ୍ଚିଛି , ଯାହା ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ। ଖଦି ପୋଷାକ ବିକ୍ରୟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହାର ବିକ୍ରୟ ମାତ୍ର ୧୦୮୧.୦୪ କୋଟି ଟଙ୍କା ଥିଲା ବେଳେ, ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ସାଢ଼େ ଛଅ ଗୁଣ ବୃଦ୍ଧି ପାଇ ୭୧୪୫.୬୧ କୋଟି ଟଙ୍କାରେ ପହଞ୍ଚିଛି ଯାହା ୫୬୧ ପ୍ରତିଶତ ବୃଦ୍ଧି ପାଇଛି। ସେ ପୁନର୍ବାର କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ  ଏକ ବୃହତ ମଞ୍ଚରୁ ଖଦିର ପ୍ରଚାର ଦ୍ବାରା  ଖଦି ପୋଷାକର  ବିକ୍ରୟ ଉପରେ ଏକ ବଡ଼ ପ୍ରଭାବ ପକାଇଛି।

ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ  ସେ କହିଥିଲେ ଯେ,  କେଭିଆଇସି ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ସର୍ବାଧିକ ନିଯୁକ୍ତି ର ସୁଯୋଗ ସୃଷ୍ଟି  କରିବା। ଏହି କ୍ଷେତ୍ରରେ ମଧ୍ୟ  କେଭିଆଇସି ଗତ ୧୧ ବର୍ଷ ମଧ୍ୟରେ ଏକ ରେକର୍ଡ ସ୍ଥାପନ କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ କ୍ରମାଗତ ନିଯୁକ୍ତି ୧.୩୦ କୋଟି ଥିଲା ବେଳେ ୨୦୨୪-୨୫ ରେ ଏହା ୪୯.୨୩ ପ୍ରତିଶତ ବୃଦ୍ଧି ସହିତ ୧.୯୪ କୋଟିକୁ ବୃଦ୍ଧି ପାଇଛି।

ନୂଆଦିଲ୍ଲୀର ଖଦି ଏବଂ ଗ୍ରାମୋଦ୍ୟୋଗ ଭବନର ବ୍ୟବସାୟରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଭବନର ବ୍ୟବସାୟ ୫୧.୦୨ କୋଟି ଟଙ୍କା ଥିଲା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ୨  ଗୁଣ ବୃଦ୍ଧି ପାଇ ୧୧୦.୦୧ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୧୧୫  ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଯୋଜନା ଆରମ୍ଭ ହେବା ପରଠାରୁ , ମୋଟ ୧୦୧୮୧୮୫  ୟୁନିଟ୍ ପ୍ରତିଷ୍ଠା କରାଯାଇଛି, ଯାହା ପାଇଁ ଭାରତ ସରକାର ୭୩୩୪୮.୩୯ କୋଟି ଟଙ୍କାର ଋଣ ବିପକ୍ଷ ରେ  ୨୭୧୬୬.୦୭ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ବଣ୍ଟନ କରିଛନ୍ତି। ଏପର୍ଯ୍ୟନ୍ତ ୯୦,୦୪,୫୪୧ ଜଣ ଲୋକ ପିଏମଇଜିପି ମାଧ୍ୟମରେ ନିଯୁକ୍ତି ପାଇଛନ୍ତି।

ସେ କହିଛନ୍ତି ଯେ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ରୋଜଗାର  ପ୍ରଦାନ କରିବା ଲକ୍ଷ୍ୟରେ, କେଭିଆଇସି ଆର୍ଥିକ ବର୍ଷ ୨୦୨୧-୨୨ ରେ ୨୫.୬୫ କୋଟି ଟଙ୍କାର ବଜେଟକୁ ୧୩୪  ପ୍ରତିଶତ ବୃଦ୍ଧି କରି ୨୦୨୫-୨୬  ଆର୍ଥିକ ବର୍ଷପାଇଁ  ୬୦  କୋଟି ଟଙ୍କା କରିଛି। ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଯୋଜନାରେ ଏପର୍ଯ୍ୟନ୍ତ ୩୯୨୪୪  ବୈଦ୍ୟୁତିକ କୁମ୍ଭାର ଚକ, ୨୨୭୦୪୯  ମହୁମାଛି ବାକ୍ସ ଏବଂ ମହୁ କଲୋନୀ, ୨୩୪୪  ସ୍ୱୟଂଚାଳିତ ଏବଂ ପେଡାଲ-ଚାଳିତ ଧୂପକାଠି ଉତ୍ପାଦନ ମେସିନ୍, ୭୭୩୫  ପାଦୁକା ନିର୍ମାଣ ଏବଂ ମରାମତି ଟୁଲକିଟ୍, ୯୬୪  କାଗଜ ପ୍ଲେଟ୍ ଏବଂ ଦୋନା  ଉତ୍ପାଦନ ମେସିନ୍, ୩୪୯୪  ଏସି, ମୋବାଇଲ୍, ସିଲାଇ, ଇଲେକ୍ଟ୍ରିସିଆନ୍, ପ୍ଲମ୍ବର ଟୁଲକିଟ୍, ୪୫୫୫ ଟର୍ନକାଠ , ବର୍ଜ୍ୟକାଠ ହସ୍ତଶିଳ୍ପ, କାଠ ଖେଳଣା ତିଆରି ମେସିନ୍ ସହିତ ୨୩୬୭ ତାଳ ଗୁଡ଼ , ତେଲ ଘାନି ଏବଂ ତେନ୍ତୁଳି ପ୍ରକ୍ରିୟାକରଣ ମେସିନ୍ ବଣ୍ଟନ କରାଯାଇଛି। ଯଦି ଆମେ ଗତ ତିନୋଟି ଆର୍ଥିକ ବର୍ଷ ବିଷୟରେ ଆଲୋଚନା କରିବା, ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨୨୨୮୪  ମେସିନ୍ ଏବଂ ଉପକରଣ, ୨୦୨୩-୨୪ ଆର୍ଥିକ ବର୍ଷରେ ୨୯୮୫୪  ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ୩୭୨୧୮  ମେସିନ୍ ଏବଂ ଉପକରଣ ବଣ୍ଟନ କରାଯାଇଥିଲା। ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧୀନରେ, କେଭିଆଇସି ଏପର୍ଯ୍ୟନ୍ତ ମୋଟ ୨୮୭୭୫୨  ମେସିନ୍, ଟୁଲକିଟ୍ ଏବଂ ଉପକରଣ ବଣ୍ଟନ କରି ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ମହତ୍ୱପୂର୍ଣ ଯୋଗଦାନ ଦେଇଛି।

ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସେ ଆହୁରି କହିଛନ୍ତି ଯେ ଗତ ୧୦  ବର୍ଷ ମଧ୍ୟରେ କେଭିଆଇସିର ୧୮ ଟି ବିଭାଗୀୟ ଏବଂ ୧୭ ଟି ଅଣ-ବିଭାଗୀୟ ତାଲିମ କେନ୍ଦ୍ର ମାଧ୍ୟମରେ ୭,୪୩,୯୦୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଛି, ଯେଉଁଥିରୁ ୫୭.୪୫ ପ୍ରତିଶତ ଅର୍ଥାତ୍ ୪,୨୭,୩୯୪ ଜଣ ମହିଳା। ଏହା ବ୍ୟତୀତ ୫  ଲକ୍ଷ ଖଦି କାରିଗରଙ୍କ ମଧ୍ୟରୁ ୮୦  ପ୍ରତିଶତ ମଧ୍ୟ ମହିଳା। ଗତ ୧୧  ବର୍ଷ ମଧ୍ୟରେ, ଖଦି କାରିଗରଙ୍କ ମଜୁରୀ ୨୭୫  ପ୍ରତିଶତ ବୃଦ୍ଧି ପାଇଛି ଯେତେବେଳେ ଗତ ତିନି ବର୍ଷ ମଧ୍ୟରେ ଏହା ୧୦୦  ପ୍ରତିଶତ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିବାଇ) ଯୋଜନା ଅନ୍ତର୍ଗତ କଟକସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହିତାଧିକାରୀମାନଙ୍କୁ ଯନ୍ତ୍ରାଂଶ  ଟୁଲକିଟ ବଂଟନ କରାଯାଇଛି।

ଏହାସହ ବୁଧବାର ଦିନ ସ୍ଥାନୀୟ ଖ୍ରୀଷ୍ଟିୟାନ ପଡିଆରେ ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର, ସ୍ଥାନୀୟ ସାଂସଦ ଭର୍ତୃହରି ମହତାବ, କେଭିଆଇସି ପୂର୍ବାଚଂଳ ସଦସ୍ୟ ମନୋଜ କୁମାର ସିଂ, ଜିଲ୍ଲପାଳ ଦତାତ୍ରେୟ ଭାଉ ସାହେବ ସିନ୍ଦେ, ଭୁବନେଶ୍ୱର ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ପ୍ରାୟ ପଚାଶଟି ଖଦି ଷ୍ଟଲ, ପଚାଶଟି ପିଏମଇଜିପି ଷ୍ଟଲ ପଡିଛି। ଏଥିରେ ଖଦି ଅନୁଷ୍ଠାନର ବିଭିନ୍ନ ଉତ୍ପାଦ, ଗ୍ରାମ୍ୟ ଶିଳ୍ପ ୟୁନିଟ, ପିଏମଇଜିପି, ଆରଇଜିପି, ଏସଏଫୟୁଆରଟି ଯୋଜନାର ବିଭିନ୍ନ ୟୁନିଟ ପଡିଛି। ହସ୍ତ ତନ୍ତ, ଖଦି ବୁଣା, ମାଟି ପାତ୍ର ତିଆରି, ହାତ ତିଆରି କାଗଜ ଶିଳ୍ପ ପରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ସାଧାରଣ ଜନତା ପାଇଁ ଏହି ପ୍ରଦର୍ଶନୀ ଆସନ୍ତା ୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ପ୍ରଦର୍ଶନୀରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ପ୍ରଦର୍ଶନ ସହ ସ୍ଥାନୀୟ କାରିଗରମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଓ ଭୋକାଲ ଫର ଲୋକାଲ ମିଶନକୁ ଚରିତାର୍ଥ କରିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିବା କୁହାଯାଇଛି।

ଜବାହର ଲାଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୧୩୬ଟି ଇଲେକ୍ଟ୍ରିକ ମାଟିର ଚକା, ୫୦ଟି ମହୁ ବାକ୍ସ, ୪୦ ଟି ତାଳ ଗୁଡ ପ୍ରସ୍ତୁତ ମେସିନ, ୮ଟି କାଗଜ ଥାଳି ପ୍ରସ୍ତୁତ ମେସିନ, ଗୋଟିଏ ମସଲା ପ୍ରସ୍ତୁତ ୟୁନିଟ, ଗୋଟିଏ ହାଇଡ୍ରା ମେସିନ, ଗୋଟିଏ ସବାଇ ଘାସ ମେସିନ ବିତରଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶାର ପ୍ରତି କାରିଗରଙ୍କୁ ଆତ୍ମ ନିର୍ଭର କରିବା ପାଇଁ କେଭିଆଇସି ଲକ୍ଷ୍ୟ ରଖିଥିବା କୁହାଯାଇଛି। ନିଜ କାମକୁ ସରଳ ଓ ସହଜ କରିବା ସହ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବାକୁ ଏହି ଯନ୍ତ୍ରପାତି ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କର ଆଦର୍ଶକୁ ଏହି ଖଦି ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ ଗ୍ରାମୋଦ୍ୟୋଗକୁ ଅଭୂତପୂର୍ବ ସଫଳତା ମିଳିଛି। ଆତ୍ମ ନିର୍ଭର ଭାରତ ଅଭିଯାନରେ ପାଦେ ଆଗକୁ ଯାଇ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଏହି ପ୍ରଦର୍ଶନୀ ଯଥେଷ୍ଟ ଖୋରାକ ଯୋଗାଇବ ବୋଲି ସାଂସଦ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଏମଏସଏମଇ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ବିକଶିତ ଭାରତୀୟ ଭାବଧାରାରେ ନବ ଭାରତର ନୂଆ ଖଦି କାର୍ଯ୍ୟକ୍ରମ ଆଗକୁ ଯାଇପାରିଥିବା କେଭିଆଇସି ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।

ଖଦି ବିପ୍ଲବ ଦ୍ୱାରା ଗତ ଦଶ ବର୍ଷ ଭିତରେ ୧୦.୧୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। କେଭିଆଇସି ପୂର୍ବାଂଚଳ ଜୋନ ସଦସ୍ୟ ମନୋଜ କୁମାର ସିଂ କହିଛନ୍ତି ଯେ,

ଓଡିଶାରେ ପ୍ରାୟ ୮୮ଟି କ୍ରିୟାଶୀଳ ଖଦି ଅନୁଷ୍ଠାନ ରହିଛି। ଗତ ପାଂଚ ବର୍ଷ ଭିତରେ ୮୬.୫୮ କୋଟି ଟଙ୍କାର ଉତ୍ପାଦ ପ୍ରସ୍ତୁତ କରାଯାଇ ୯୪.୪୦ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ସୂଚନା ଦିଆଯାଇଛି।

ଫଳରେ ପ୍ରାୟ ୨,୨୭୭ ବୁଣାକାର ନିଯୁକ୍ତି ସୁଯୋଗ ହାତେଇଛନ୍ତି। ଏହାଛଡା ପିଏମଇଜିପି ଅଧୀନରେ ଗତ ପାଂଚ ବର୍ଷ ଭିତରେ ୧୭,୦୫୦ ନୂଆ ଶିଳ୍ପ ପ୍ରତିଷ୍ଠା କରାଯାଇ ୧,୪୩,୧୦୯ଟି ଚାକିରି ସୁଯୋଗ ସୃଷ୍ଟି କରାଯାଇ ପାରିଛି। ଏମଡିଟିସି, କେଭିଆଇସି ଭୁବନେଶ୍ୱର ମାଧ୍ୟମରେ ୨,୪୪୪ କାରିଗରଙ୍କୁ ଅଧିକ କୁଶଳୀ କରାଯାଇ ପାରିଛି। ଖଦି ବିକାଶ ଯୋଜନା ଓ ଏସଏଫୟୁଆରଟିଆଇ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଖଦି ଅନୁଷ୍ଠାନର ପ୍ରତିନିଧି, ପିଏମଇଜିପି ୟୁନିଟର ହିତାଧିକାରୀ, ଖଦି କାରିଗର, ରାଜ୍ୟ ସରକାର ଓ କେଭିଆଇସିର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।