Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ-ଖଡ଼ଗପୁର ରେଳ ମଣ୍ଡଳର ଟ୍ରେନ ଲାଇନ କଡରେ ଫେନସିଂ ପାଇଁ ୨୦୨ କୋଟି ମଞ୍ଜୁର

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଭାରତୀୟ ରେଳବାଇ ଭଦ୍ରକ-ବାଲେଶ୍ୱର-ଖଡ଼ଗ୍ପୁର ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ପାଇଁ 20202.12 କୋଟି ଟଙ୍କା ମଞ୍ଜୁର କରିଛି।

ସମ୍ବେଦନଶୀଳ ରେଳ ଧାରଣା ପାଖରେ ଏହି କାର୍ଯ୍ୟ କରାଯିବ। ଉଭୟ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ଏବଂ ଫିକ୍ସଡ୍ ନଟ୍ ଫେନ୍ସିଂ ବ୍ୟାରିୟର ଏହି ସମ୍ବେଦନଶୀଳ କ୍ଷେତ୍ରମାନଙ୍କରେ ନିର୍ମାଣ କରାଯିବ। ଫେନସିଂ ପାଇଁ ଏହି ସ୍ଥାନ ଗୁଡିକ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି କାରଣ ରେଳ ଧାରଣା ଉଚ୍ଚତା ପ୍ରାୟ ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହିତ ସମାନ ରହିଛି ଯାହାଦ୍ୱାରା ଗୃହପାଳିତ ପଶୁ ଏବଂ ଅନଧିକାର ପ୍ରବେଶକୁ ରେଳ ଟ୍ରାକ ପାର ହେବାପାଇଁ ବାରଣ କରାଯାଇ ପାରିବ।

ଏହି ନିରାପତ୍ତା ବାଡ଼ କେବଳ ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ ନାହିଁ ବରଂ ରେଳ ଧାରଣାକୁ ଅନଧିକୃତ ପ୍ରବେଶ, ରେଳ ଧାରଣା ନିକଟରେ ଗୋରୁ କିମ୍ବା ଗୃହପାଳିତ ପଶୁ ଚରାଇବା ଏବଂ ରେଳ ଲାଇନ ନିକଟରେ ବଣୁଆ ଜନ୍ତୁର ଗତିବିଧି ଉପରେ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇବ।

ଏହି ବାଡ଼ଦେବା କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରାକ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନର ଯୋଜନାରେ ରେଳ ଜମିର ସୀମାନ୍ତରେ ଫେନସିଂ ନିର୍ମାଣ ଅନ୍ତର୍ଭୁକ୍ତ, ପ୍ରକୃତ ଦୂରତା ସହିତ ଜୋନାଲ ରେଳ କର୍ତ୍ତୃପକ୍ଷର ସ୍ଥାନିତ ସ୍ଥିତି, ରକ୍ଷଣାବେକ୍ଷଣ ଆବଶ୍ୟକତା, ମଲ୍ଟି ଟ୍ରାକିଂ କାର୍ଯ୍ୟ, ଅନଧିକାର ପ୍ରବେଶ ଏବଂ ପ୍ରସ୍ତାବିତ ବାଡ଼ର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନିର୍ଭର କରିବ।

ଏହି ପଦକ୍ଷେପଟି “ଲେଭଲ୍ କ୍ରସିଂ, ROBs (ଫ୍ଲାଏଓଭର), RUBs (ଉପାମାର୍ଗ), ବ୍ରିଜ୍ ଏବଂ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଟ୍ରାକ୍ ପ୍ରବେଶକୁ ସିଲ୍ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ରେଳ ଟ୍ରାକ୍ ନିକଟରେ ଚରୁଥିବା ବା ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନରେ ପ୍ରବେଶ କରିପାରିବେ ନାହିଁ। ଏହା ମଧ୍ୟ ଯାତାୟାତର ସୁଗମତା ପାଇଁ ଲାଭ ପ୍ରଦାନ କରିବ ଏବଂ ପଶୁମାନଙ୍କ ଜୀବନ ନଷ୍ଟ ହେବ ନାହିଁ।

ଏହି ବାବଦରେ ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ ଭଦ୍ରକ-ବାଲେଶ୍ୱର-ଖଡ଼ଗ୍ପୁର ରେଳ ସେକ୍ସନ ରେ ଏହି ନିରାପତ୍ତା ଜନିତ କାର୍ଯ୍ୟପାଇଁ 202.16 କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ବାଲିଛକ-ରଖାମାଇନ୍ସ ପାଇଁ 141.49 ଓ ହାଓଡ଼ା-ଦୁଆନ ରେଳ ସେକ୍ସନ ରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ପାଇଁ 103.62 କୋଟି ଟଙ୍କା ମଞ୍ଜୁର କରାଯାଇଅଛି ଯାହାଦ୍ୱାରା ଏହି ମାର୍ଗରେ 130 କିଲୋମିଟର ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳ କରାଯାଇ ପାରିବ।

ରେଳ ମନ୍ତ୍ରଣାଳୟ ଭାରତରେ ଦ୍ରୁତ ଗତିରେ ଟ୍ରେନ୍ ଯାତ୍ରା ଉପଲବ୍ଧ କରାଇବାର ଚାହିଦା ପୂରଣ କରିବା ପାଇଁ ରେଳ ନିରାପତ୍ତା ଏବଂ ଭିତ୍ତିଭୂମି ଅଗ୍ରଗତି କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ନିରାପତ୍ତା ଫେନସିଂ ବା ବାଡ଼ ଦେବା ପ୍ରକଳ୍ପ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସୁନିଶ୍ଚିତ କରିବା ସହିତ ଦେଶ ପାଇଁ ଏକ ନିରାପଦ ଏବଂ ଅଧିକ ଦକ୍ଷ ରେଳ ନେଟୱାର୍କ ସୁନିଶ୍ଚିତ କରିବା।

Categories
ଆଜିର ଖବର ଜାତୀୟ ଖବର

ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ୍ ସେବା

ଭୁବନେଶ୍ବର: ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନନ ଇଣ୍ଟର ଲକିଙ୍ଗ କାର୍ଯ୍ୟ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଫଳସ୍ୱରୂପ, ଏହି ମାର୍ଗ ଦ୍ବୟରେ ଟ୍ରେନ ସେବା କିଛି ମାତ୍ରାରେ ପ୍ରଭାବିତ ହେବ। ଏହା ଯୋଗୁଁ କେତେକ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍, ପୁନଃ ସମୟ ନିର୍ଦ୍ଧାରଣ, ନିୟନ୍ତ୍ରଣ ଏବଂ ମାର୍ଗ ପରିବର୍ତ୍ତନ ଇତ୍ୟାଦି ନିମ୍ନଲିଖିତ ଭାବରେ ପରିଚାଳିତ ହେବ।

ଟ୍ରେନ୍ ର ବାତିଲ୍:

01. 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦରୁ 21 ମଇରେ ଏବଂ ହାଓଡ଼ାରୁ 22 ମଇ 2022 ରେ ବାତିଲ ରହିବ।

02. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ 22 ମଇ 2022 ରେ ଉଭୟ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

03. 12245/12246 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ 22 ମଇ 2022 ରେ ହାଓଡ଼ାରୁ ଏବଂ 24 May 2022 ରେ ଯଶୋବନ୍ତପୁରରୁ ବାତିଲ ରହିବ।

04. 18046/18045 ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ 21 ମଇରେ ହାଇଦ୍ରାବାଦରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

05. 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 22 ମଇ 2022 ଦିନ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

06. 22855/22856 ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 22 ମଇରେ ସାନ୍ତ୍ରାଗଛିରୁ ଏବଂ 23 ମଇ 2022 ରେ ତିରୁପତିରୁ ବାତିଲ ରହିବ।

07. 12842/12841 ଚେନ୍ନାଇ-ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ 21 ମଇରେ ଚେନ୍ନାଇରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

08. 18043/18044 ହାଓଡ଼ା-ଭଦ୍ରକ୍-ହାଓଡ଼ା ଏକ୍ସପ୍ରେସ 21 ଓ 22 ମଇରେ ହାଓଡ଼ା ଠାରୁ ଏବଂ 22 ଓ 23 ମଇ 2022 ରେ ଭଦ୍ରକ୍ ରୁ ବାତିଲ ରହିବ।

09. 18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 21 ମଇରେ ପୁରୀରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।

10. 18037/18038 ହାଓଡ଼ା-ଯାଜପୁର କେନ୍ଦୁଝର ରୋଡ଼-ହାଓଡ଼ା MEMU ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

11. 18021/18022 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

12. 12864/12863 ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ 21 ମଇରେ ଯଶୋବନ୍ତପୁରରୁ ଏବଂ 22 ମଇ 2022 ରେ ହାଓଡ଼ାରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

A. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 08063/08064 ଖଡ଼ଗ୍ପୁର-ଭଦ୍ରକ-ଖଡ଼ଗ୍ପୁର ମେମୁ ପାସେଞ୍ଜର ସ୍ପେସିଆଲ ହିଜଲି ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ ଏବଂ ହିଜଲି ଓ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ।

B. 22 ମଇ 2022 ରେ ଉଭୟ ପାର୍ଶ୍ୱରୁ 12861/12862 ହାଓଡ଼ା-ଟିଟିଲାଗଡ଼ / କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ରାଉରକେଲା ଓ ଟିଟିଲାଗଡ଼ / କଣ୍ଟାବାଞ୍ଜି ମଧ୍ୟରେ ଚଳାଚଳ କରିବ ଏବଂ ରାଉରକେଲା ଏବଂ ଖଡ଼ଗ୍ପୁର ମଧ୍ୟରେ ବାତିଲ ରହିବ।

ଟ୍ରେନ ସମୟ ପରିବର୍ତ୍ତନ:

22 ମଇ 2022 ରେ ହାଓଡ଼ାରୁ ଛାଡୁଥିବା 12663 ହାଓଡ଼ା-ତିରୁଚିରାପଲ୍ଲି ଏକ୍ସପ୍ରେସ ଏହାର ନିର୍ଧାରିତ ସମୟ ଠାରୁ 4 ଘଣ୍ଟା 05 ମିନିଟ୍ ବିଳମ୍ବରେ ଛାଡିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

A. ନ୍ୟୁ ତିନସୁକିଆରୁ 20 ମଇ 2022 ରେ ଛାଡ଼ିବାକୁଥିବା 22502 ନ୍ୟୁ ତିନସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

B. ବାଙ୍ଗାଲୋରରୁ 20 ମଇ 2022 ରେ ଛାଡ଼ିବାକୁଥିବା 12509 ବାଙ୍ଗାଲୋର-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

C. ସିକନ୍ଦରାବାଦରୁ 21 ମଇ 2022 ରେ ଛାଡ଼ିବାକୁଥିବା 12513 ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

D. 21 ମଇ 2022 ରେ ପୁରୀରୁ ଛାଡ଼ିବାକୁଥିବା 15643 ପୁରୀ-କାମାକ୍ଷା ଏକ୍ସପ୍ରେସ ହିଜଲି – ଖଡ଼ଗ୍ପୁର – ହାଓଡ଼ା ମାର୍ଗ ପରିବର୍ତ୍ତେ ଆସାନସୋଲ-ଆଦ୍ରI-ହିଜଲି ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

E. 21 ମଇ 2022 ରେ ଅଗରତାଲା ଠାରୁ ଛାଡ଼ିବାକୁଥିବା 12504 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ ଭଟ୍ଟନଗର ଏବଂ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନସୋଲ-ଆଦ୍ରI-ମିଦନାପୁର-ହିଜଲୀ ମାର୍ଗ ଦେଇ ଚଳାଚଳ କରିବ। ହିଜଲିରେ ଏହା 2 ମିନିଟ୍ ରହଣି କରିବ।

ଟ୍ରେନ ସେବା ନିୟନ୍ତ୍ରଣ:

A. 21 ମଇ 2022 ରେ ଚେନ୍ନାଇରୁ ଛାଡିବାକୁ ଥିବା 12840 ଚେନ୍ନାଇ-ହାୱଡ଼ା ମେଲ ଏବଂ ଯଶୋବନ୍ତପୁର ଠାରୁ ଛାଡ଼ିବାକୁଥିବା 21253 ଯଶୋବନ୍ତପୁର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ ଯଥାକ୍ରମେ ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ନିୟନ୍ତ୍ରିତ ହେବ।

B. 21 ମଇ 2022 ରେ କନ୍ୟାକୁମାରୀରୁ ଛାଡିବାକୁ ଥିବା 12666 କନ୍ୟାକୁମାରୀ-ହାଓଡ଼ା ଏକ୍ସପ୍ରେସ୍ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ ୧୨ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

୦୮୦୩୭ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ସ୍ପେସିଆଲ ଆସନ୍ତା ୧୨ ତାରିଖ ଠାରୁ ଖଡ଼ଗପୁରରୁ ଅପରାହ୍ନ ୪ଘ.୧୫ମି.ରେ ଛାଡି ଯାଜପୁର କେନ୍ଦୁଝର ରୋଡ଼ ଠାରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚିବ। ଫେରିବା ଦିଗରେ ୦୮୦୩୮ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗପୁର ସ୍ପେସିଆଲ ଆସନ୍ତା ୧୩ ତାରିଖ ଠାରୁ ଯାଜପୁର କେନ୍ଦୁଝର ରୋଡ଼ ଠାରୁ ଭୋର ୬ଘ.୧୦ମି.ରେ ଛାଡି ଖଡ଼ଗପୁର ଠାରେ ପୂର୍ବାହ୍ନ ୧୧ଘଟିକାରେ ପହଞ୍ଚିବ।

ଏହି ଟ୍ରେନ୍ ଗଠନରେ ୦୩ ଟି ମୋଟର କାର୍ ଏବଂ ୦୯ ଟି ମେମୁ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ହିଜଲି, ବେନାପୁର, ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୁଆଗାଓଁ ମୟୂରଭଞ୍ଜ ରୋଡ, ହଲଦୀପଦା, ଟିକିରାପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡ଼ା, ପଣପଣା, ବାହାନାଗା ବଜାର, ସୋରୋ, ସାବିରା, ମାର୍କୋନା, ରାଣୀତାଲ, ଭଦ୍ରକ, ବାଉଦପୁର, କପାଳୀ ରୋଡ, କେନ୍ଦୁଆପଦା, ମଞ୍ଜୁରୀ ରୋଡ, ଦୁଲାଖାପାଟଣା, ବୈତରଣୀ ରୋଡ ଏବଂ କୋରେଇ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।