Categories
ଆଜିର ଖବର ଜାତୀୟ ଖବର

ଖାଦ୍ୟ ସୁରକ୍ଷା ହାସଲ ପାଇଁ କେୱାଇକୁ ମଞ୍ଜୁର କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ମୋଟ ୧,୦୧,୩୨୧.୬୧ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟ ସହିତ କାର୍ଯ୍ୟକାରୀ କରାଯିବ। ଏହି ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ।

ଏହି ପଦକ୍ଷେପ ଦ୍ୱାରା ବର୍ତ୍ତମାନର ସମସ୍ତ ଯୋଜନାଗୁଡ଼ିକୁ ଜାରି ରଖାଯାଇପାରିବ। କୃଷକ କଲ୍ୟାଣ ପାଇଁ ଯେକୌଣସି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ବିବେଚନା କରାଗଲେ, ମିଶନ ମୋଡରେ ସରକାରଙ୍କ ପକ୍ଷରୁ ସେହି ଯୋଜନା ହାତକୁ ନିଆଯାଇଛି। ଉଦାହରଣ ସ୍ୱରୂପ ଜାତୀୟ ଖାଇବା ତେଲ -ତୈଳ ପାମ ମିଶନ [ଏନଏମଇଓ-ଓପି], ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ, ଡିଜିଟାଲ କୃଷି ଏବଂ ଜାତୀୟ ଖାଇବା ତେଲ-ତୈଳ ବୀଜ ମିଶନ [ଏନଏମଇଓ-ଓଏସ]।

କେୱାଇ ଅଧୀନରେ ଥିବା ଏକ ଉପାଦାନ ମିଶନ ଜୈବିକ ମୂଲ୍ୟ ଶୃଙ୍ଖଳା ବିକାଶ (ଏମଓଭିସିଡିଏନଏର) ଯୋଜନାରେ ସଂଶୋଧନ କରାଯାଇ ଏକ ଅତିରିକ୍ତ ଉପାଦାନ ଯଥା ଏମ୍ଓଭିସିଡିଏନର- ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଏମ୍ଓଭିସିଡିଏନଆର-ଡିପିଆର) ଯୋଡାଯାଇଛି, ଯାହା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା ପାଇଁ ଉତ୍ତର-ପୂର୍ବାଞ୍ଚଳ  ରାଜ୍ୟଗୁଡ଼ିକୁ  ନମନୀୟତା ପ୍ରଦାନ କରିବ ।

ଯୋଜନାଗୁଡ଼ିକର ଯୁକ୍ତିସଂଗତ କରିବା ଦ୍ୱାରା, ରାଜ୍ୟମାନଙ୍କୁ ସାମଗ୍ରିକ ଢଙ୍ଗରେ ରାଜ୍ୟର କୃଷି କ୍ଷେତ୍ର ଉପରେ ଏକ ବିସ୍ତୃତ ରଣନୀତିକ ଦସ୍ତାବିଜ ପ୍ରସ୍ତୁତ କରିବାର ସୁଯୋଗ ଦିଆଯାଏ । ରଣନୀତିକ ଦସ୍ତାବିଜରେ କେବଳ ଫସଲର ଉତ୍ପାଦନ ଓ ଉତ୍ପାଦକତା ଉପରେ ଗୁରୁତ୍ୱ ଦିଆଯାଇନାହିଁ ବରଂ ଜଳବାୟୁ ସହନଶୀଳ କୃଷି ଏବଂ କୃଷି ଜାତ ଦ୍ରବ୍ୟ ପାଇଁ ମୂଲ୍ୟ ଶୃଙ୍ଖଳା ଆଭିମୁଖ୍ୟର ବିକାଶର ଉଦୀୟମାନ ସମସ୍ୟାଗୁଡିକର ମୁକାବିଲା ମଧ୍ୟ କରାଯାଇଛି । ଏହି ଯୋଜନାଗୁଡ଼ିକ ସାମଗ୍ରିକ ରଣନୀତି ଏବଂ ଯୋଜନା/କାର୍ଯ୍ୟକ୍ରମଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ପରିକଳ୍ପନା କରାଯାଇଛି, ଯାହା ରଣନୀତିକ ଢାଞ୍ଚାରୁ ଆସିଥିବା ଉଦ୍ଦେଶ୍ୟ ସହ ଜଡିତ ।

ନିମ୍ନ କାରଣଗୁଡ଼ିକ ପାଇଁ ବିଭିନ୍ନ ଯୋଜନାଗୁଡ଼ିକୁ ଯୁକ୍ତିସଂଗତ କରାଯାଇଛି:

 

  • ପୁନରାବୃତ୍ତିକୁ ଏଡ଼ାଇବା ପାଇଁ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ରାଜ୍ୟଗୁଡ଼ିକୁ ନମନୀୟତା ପ୍ରଦାନ କରିବା।
  • କୃଷିର ପରିବର୍ତ୍ତିତ ଆହ୍ୱାନ – ପୋଷଣ ନିରାପତ୍ତା, ଦୀର୍ଘସ୍ଥାୟିତ୍ୱ, ଜଳବାୟୁ ସ୍ଥିରତା, ମୂଲ୍ୟ ଶୃଙ୍ଖଳା ବିକାଶ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଧ୍ୟାନ ଦେବା ।
  • ରାଜ୍ୟ ସରକାରମାନଙ୍କୁ କୃଷି କ୍ଷେତ୍ର ପାଇଁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏକ ବ୍ୟାପକ ରଣନୀତିକ ଯୋଜନା ପ୍ରସ୍ତୁତ କରିବାକୁ ସକ୍ଷମ କରିବା ।
  • ପୃଥକ ପୃଥକ ଯୋଜନା ଭିତ୍ତିକ ବାର୍ଷିକ କାର୍ଯ୍ୟ ଯୋଜନା (ଏଏପି)କୁ ଅନୁମୋଦନ କରିବା ପରିବର୍ତ୍ତେ ରାଜ୍ୟଗୁଡ଼ିକର ଏଏପିକୁ ଏକାଥରକେ ଅନୁମୋଦନ କରାଯାଇପାରିବ ।

ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି, ପିଏମ-ଆରକେଭିୱାଇରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଗୋଟିଏ ଉପାଦାନରୁ ଅନ୍ୟ ଉପାଦାନକୁ ପୁନଃ ପାଣ୍ଠି ଆବଣ୍ଟନ କରିବାକୁ ନମନୀୟତା ପ୍ରଦାନ କରିବା ।

ମୋଟ ୧,୦୧,୩୨୧.୬୧ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟ ମଧ୍ୟରୁ କୃଷି ଓ କୃଷକ କଲ୍ୟାଣ ବିଭାଗର କେନ୍ଦ୍ରୀୟ ଅଂଶ ବାବଦରେ ୬୯,୦୮୮.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ୩୨,୨୩୨.୬୩ କୋଟି ଟଙ୍କା ରହିଛି। ଏଥିରେ ଆରକେଭିୱାଇ ପାଇଁ ୫୭,୦୭୪.୭୨ କୋଟି ଟଙ୍କା ଏବଂ କେୱାଇ ପାଇଁ ୪୪,୨୪୬.୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

  1. ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା
  2. ବର୍ଷା ଜଳସେଚିତ ଅଞ୍ଚଳ ବିକାଶ
  • କୃଷି ବନୀକରଣ
  1. ପରମ୍ପରାଗତ କୃଷି ବିକାଶ ଯୋଜନା
  2. ଫସଲ ଅପଶିଷ୍ଟ ପରିଚାଳନା ସମେତ କୃଷି ଯାନ୍ତ୍ରିକୀକରଣ
  3. ପ୍ରତି ବୁନ୍ଦା ପିଛା ଅଧିକ ଫସଲ
  • ଫସଲ ବିବିଧତା କାର୍ଯ୍ୟକ୍ରମ
  • ଆରକେଭିୱାଇ ଡିପିଆର ଉପାଦାନ
  1. କୃଷି ଷ୍ଟାର୍ଟଅପ୍ ପାଇଁ ଆକ୍ସେଲେରେଟର ପାଣ୍ଠି

 

***** ***** *****

P.S.

Categories
ଆଜିର ଖବର ରାଜ୍ୟ ଖବର

କଟକ ବାଲିଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଐତିହାସିକ କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାକୁ ଯେପରି ଶୃଙ୍ଖଳିତ ତଥା ସରସ ସୁନ୍ଦର ଭାବେ ପାଳନ କରାଯିବ ଏହା ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭଚ୍ୟୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି।
ମେଳା ପଡିଆ ପ୍ରସ୍ତୁତି, ରାସ୍ତାଘାଟ ଉନ୍ନତିକରଣ, ଜଳ ଯୋଗାଣ, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଶୌଚାଳୟ ନିର୍ମାଣ, ଆଇନ ଶୃଙ୍ଖଳା ରକ୍ଷା, ନିରାପତ୍ତା ଓ ଟ୍ରାଫିକ ନିୟନ୍ତ୍ରଣ, ସିସି ଟିଭି ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଗ୍ନିଶମ, ନଦୀପଠାରେ ସୁରକ୍ଷା ବ୍ୟବସ୍ତା ଓ ସ୍ୱାସ୍ଥ୍ୟ, ପରିମଳ ଓ ଯାତ୍ରା ସମୟରେ ବିକ୍ରୟ କରାଯାଉଥବା ଖାଦ୍ୟମାନ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ “ଚାଲ ଯିବା କଟକ ବାଲିଯାତ୍ରା” ଭଳି ସ୍ଲୋଗାନ ଆରମ୍ଭ କରିବାକୁ କଟକ ମେୟର ଶ୍ରୀ ସୁବାସ ସିଂ ବୈଠକରେ ପ୍ରସ୍ତାବ ଦେଇଥିଲେ।

ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଆତିଥେୟତା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ଏଥି ନିମନ୍ତେ ବିଭଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ପୂର୍ବକ ଆଧୁନିକ ସାଜସଜ୍ଜା ସହ ଉଚ୍ଚକୋଟୀର ଦଳ ମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥି ପାଇଁ ମଧ୍ୟ ସଂସ୍କୃତି ବିଭାଗ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।

ଉକ୍ତ ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର କମିଶନର ନିଖିଳ ପବନ କଲ୍ୟାଣ, ଓରମାସ ସିଇଓ ଗୁହା ପୁନମ ତାପସ କୁମାର, ଖାଦ୍ୟ ସୁରକ୍ଷା କମିଶନର ଡଃ ପୋମା ଟୁଡୁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ପର୍ଯ୍ୟଟନ ବିଭାଗ ଓଏସଡ଼ି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ, କରୋନା ସ୍ଥିତି ଦେଖି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତା ଦୀପାବଳି ବା ନଭେମ୍ବର ପର୍ଯ୍ୟନ୍ତା ଦେଶବାସୀଙ୍କୁ ମିଳିବ ମାଗଣା ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ଏହି ମାଗଣ ରାସନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଦେଶବାସୀଙ୍କୁ ଏକ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତି ଏବଂ ବେରୋଜଗାରୀକୁ ନେଇ ଏହି ନିଷ୍ପତି ନିଆଯାଇଛି। ଏଥିରେ ପ୍ରାୟ 80 କୋଟି ହିତାଧିକାରୀ ଲାଭବାନ ହୋଇପାରିବେ।

ଗତବର୍ଷ କରୋନା ସମୟରେ ମଧ୍ୟ ଏହିପରି ନିଷ୍ପତି ଗ୍ରହଣ କରାଯାଇଥିଲା। କାରଣ ଅନେକ ସ୍ଥାନରେ ଲକଡାଉ, ସର୍ଟଡାଉନ ଲାଗୁ ହୋଇଥିବାରୁ ଅନେକ କିଛି କାମଧନ୍ଦା ପାଇପାରି ନାହାଁନ୍ତି। ଦେଶର କେହି ଜଣେ ଭୋକିଲା ରହୁ ତାହା କେନ୍ଦ୍ର ସରକାର କେବେ ଚାହାଁନ୍ତି ନାହିଁ। ସେଥିପାଇଁ ଏହି ଯୋଜନାକୁ ପୁଣି ଥରେ ବୃଦ୍ଧି କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ

ଭୁବନେଶ୍ବର: କରୋନା ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ମାସ ମେ’ ଏବଂ ଜୁନରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଚାଉଳ ମିଳିବ। ଏହି ଦୁଇ ମାସରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଅତିରିକ୍ତ ଚାଉଳ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।