Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ହେଲା ପରିବର୍ତ୍ତନ, ହଟିଲା ବିଜୁବାବୁଙ୍କ ନାମ

ଭୁବନେଶ୍ବର: ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇଆସୁଛି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର। ଏହା କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ସମ୍ମାନ। ହେଲେ ଆଜି ରାଜ୍ୟ ସରକାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରିଦେଇଛନ୍ତି। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପରିବର୍ତ୍ତେ ଏହା ଏବେ ହେବ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ।

ଏ ନେଇ ଆଜି ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପୂର୍ବରୁ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ କରାଯାଇଛି। ନୂଆ ନାମ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରାଯାଇଛି। ଏଥର ଏହି ନୂଆ ନାମରେ ପୁରସ୍କାର ପ୍ରଦାନ କରାଯିବ।

ମୋହନ ମାଝୀ ସରକାର ଆସିବା ପରେ ବର୍ତ୍ତମାନ ବିଜେଡି ସରକାର ବିଭିନ୍ନ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିଦେଇଛି। 5ଟି କୁ ହଟାଇବା ସହିତ ଲକ୍ଷ୍ମୀ ବସ୍ ର ନାମ ଓ ରଂଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ଆଗକୁ ଆହୁରି କିଛି ଯୋଜନାର ନାମ ଓ ରଂଗ ବଦଳିବ ବୋଲି ଜଣାପଡିଛି।