Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦମ୍ପତିଙ୍କୁ ଆକ୍ରମଣ ଅଭିଯୋଗରେ ତିନି ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ଅଞ୍ଚଳର ଏକ ଜମିବାଡ଼ି ସମ୍ପର୍କିତ ଅଶାନ୍ତିକୁ ନେଇ ସେହି ଅଞ୍ଚଳର ସରିତା ସୁବୁଦ୍ଧି ଓ ସ୍ବାମୀ ହିମାଂଶୁ ସୁବୁଦ୍ଧିଙ୍କୁ ଆକ୍ରମଣ ଅଭିଯୋଗରେ ସେଖ୍ କଲିମ୍, ସେଖ୍ ତେଜୁ ଓ ସେଖ୍ ସାହାରୁଖ ନାମକ ତିନି ଯୁବକକୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ଟାଉନ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ଅଭିଯୋଗକାରିଣୀ ସରିତା ସୁବୁଦ୍ଧିଙ୍କ ଏକ ପ୍ଲଟ୍ କୁ ନେଇ ପଡୋଶୀ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଅଶାନ୍ତ ଲାଗି ରହିଥିଲା। ଏହି ଭଳି ପରିସ୍ଥିତିରେ ଅଭିଯୋଗକୁ ନେଇ ବ୍ରହ୍ମପୁର ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ରାଜସ୍ୱ ନୀରିକ୍ଷକଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ଲଟ୍ ର ଚୌହଦ କାର୍ଯ୍ୟକ୍ରମ ହୋଇଥିଲା ଓ ପରେ ଉକ୍ତ ବିବାଦୀୟ ଜମିରେ ରାଜେନ୍ଦ୍ର ସାହୁଙ୍କର କିଛି ଜମି ଅଛି ବୋଲି ଜଣାପଡିଥିଲା। କିନ୍ତୁ ସରିତା ସୁବୁଦ୍ଧି ଉକ୍ତ ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ। କିନ୍ତୁ ଗତ ୯ ତାରିଖ ରେ ଗିରଫ ୩ ଯୁବକ ଗୋଟିଏ ଜେସିବି ମେସିନରେ ଉକ୍ତ ବିବାଦୀୟ ଜମିରେ ଥିବା ପାଚେରୀକୁ ଭାଙ୍ଗିବାକୁ ଯିବା ବେଳେ ସରିତା ଓ ସ୍ବାମୀ ହିମାଂଶୁ ବିରୋଧ କରିଥିଲେ। ଯାହା ଫଳରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଏହି ଅଶାନ୍ତି ଘଟଣା କୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀ ନଗର ମହାନଗର ନିଗମ ନିର୍ବାଚନ: ଘୋଷିତ ୨୪ ଟି ଆସନ ମଧ୍ୟରୁ ବିଜେପି ଖାତାରେ ୨୩

ଗାନ୍ଧୀ ନଗର: ଗୁଜୁରାଟର ଗାନ୍ଧୀ ନଗର ମହାନଗର ନିଗମରେ ବିଜେପି ସ୍ପଷ୍ଟ ଭାବେ ଜିତୁଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଘୋଷିତ ୨୪ ଟି ଆସନ ମଧ୍ୟରୁ ବିଜେପି ୨୩ ଟି ଆସନରେ ଜିତିଛି। ତେବେ ଏହି ନିର୍ବାଚନର ମୋଟ ଆସନ ସଂଖ୍ୟା ୪୪ ରହିଥିବା ବେଳେ ଅବଶିଷ୍ଟ ଆସନରେ ବିଜେପି ପ୍ରାର୍ଥୀମାନେ ମଧ୍ୟ ଆଗରେ ଅଛନ୍ତି। ଗତ ଚାରିଟି ନିର୍ବାଚନରେ ​​ବିଜେପି ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା, କିନ୍ତୁ ପ୍ରତ୍ୟେକ ଥର ମେୟର ବିଜେପିରୁ ନିର୍ବାଚିତ ହୋଇଥିଲେ। ଗତ ଥର ଉଭୟ ବିଜେପି ଏବଂ କଂଗ୍ରେସ ୧୫-୧୫ ଟି ଆସନ ପାଇଥିଲେ ମଧ୍ୟ କଂଗ୍ରେସ ମେୟର ପ୍ରାର୍ଥୀ ବିଜେପିରେ ଯୋଗ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗାନ୍ଧିନଗରରେ ମୋଟ ୧୬୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯେଉଁଥିରେ ବିଜେପି ଏବଂ କଂଗ୍ରେସ ସମସ୍ତ ୪୪ ଟି ଆସନ ଏବଂ ଆପ ୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତିନୋଟି ପୌରପାଳିକାରେ ୭୮ ଟି ଆସନ ପାଇଁ ୨୦୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେଥିମଧ୍ୟରୁ ବିଜେପିରୁ ୭୮, କଂଗ୍ରେସରୁ ୭୨ଏବଂ ଆପରୁ ରୁ ୫୨ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।