Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୋପାଷ୍ଟମୀରେ ଗୋପୂଜନ କଲେ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତାଙ୍କ ଅବଦାନ ଅତୁଳନୀୟ। ଆମ ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋସେବା କଲେ କୋଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଦେଶରେ ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସବୁ ମହଲରେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି।

ଆଜି ପବିତ୍ର କାର୍ତ୍ତିକର ଗୋପାଷ୍ଟମୀ ତିଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ସରକାରୀ ବାସଭବନରେ ଦୁଇ ଗୋମାତାଙ୍କ ଭବ୍ୟ ପୂଜାର୍ଚ୍ଚନା କରିଛନ୍ତି। ଆନ୍ଧ୍ରପ୍ରଦେଶର ପୁଙ୍ଗାନୁରରୁ ଆସିଥିବା ଦୁଇ ଗୋମାତାଙ୍କ ନାମକରଣ କରାଯାଇଛି- ସୁରଭି ଓ କ୍ରୀଷ୍ଣା। ସେମାନଙ୍କ ପୂଜନ ଓ ସେବା କରିବା ସହିତ ଗୃହପ୍ରବେଶକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ଏକ ସ୍ୱଭାଗ୍ୟ ଭାବରେ ଅଭିହିତ କରିଛନ୍ତି।

ମନ୍ତ୍ରୀ ଶ୍ରୀ ମଲ୍ଲିକ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଗୋଶାଳାର ଶତବାର୍ଷିକ ମହୋତ୍ସବରେ ଯୋଗଦେଇଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୋଶାଳାର ସ୍ମରଣିକା ‘ନନ୍ଦିନୀ’ ଉନ୍ମୋଚନ କରିବା ସହିତ ଗୋସେବା ପ୍ରତି ସମର୍ପିତ ସେ୍ୱଚ୍ଛାସେବୀ ଓ ଗୋପାଳକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ସେବାପରାୟଣତା ଓ ଗୋପୂଜନ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରାବଣ ପୂର୍ଣ୍ଣିମାରେ ମା’ଭଗବତୀଙ୍କ ପୀଠରେ ନିଆରା ଢଙ୍ଗରେ ପାଳିତ ହେଲା ଗୋପୂଜନ, ଗହ୍ମାପର୍ବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ବାଣପୁରର ମା’ଭଗବତୀଙ୍କ ମନ୍ଦିରରେ ବାରମାସର ତେର ଯାତ ସ୍ୱତନ୍ତ୍ର ନିଆରା ଢଙ୍ଗରେ ପାଳିତ ହୁଏ।  ଶ୍ରାବଣ ମାସର ପୂର୍ଣ୍ଣିମା ବିଷ୍ଣୁ ମନ୍ଦିରରେ ସର୍ବତ୍ର ରକ୍ଷାବନ୍ଧନ, ବଳଭଦ୍ର ଜନ୍ମ ଭାବରେ ପାଳନ କରାଯାଉଥିବା ବେଳେ, ମା’ ଯୋଗମାୟା ଭଗବତୀଙ୍କ ପୀଠରେ ଗୋପୂଜନ ଓ ଗହ୍ମା ଡିଆଁ ପର୍ବ ଭାବରେ ସ୍ୱତନ୍ତ୍ର ନୀତି କାନ୍ତିରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସିଛି।

ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ, ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପହୁଡ଼ ପରେ ଅପରାହ୍ନରେ ନିଶଙ୍କୁ ଡ଼ି ଧୂପ ଆଳତିସରିରାତ୍ର ୪ପ୍ରହରରେ ବଡ଼ ଶିଙ୍ଗାରଧୂପପରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହିତ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ବିଜେ କାହାଳି ବାଜିବା ପରେ ଗହ୍ମା ପଡ଼ିଆକୁ ବିଜେ କରିଥିଲେ।

ଘଣ୍ଟା ଘଣ୍ଟ କାହାଳି ଢ଼ୋଲ ମହୁରୀ ଆଲଟ ଚାମର ଛତ୍ର ତରାସ, ଆଦି ଥାଟ ପଟୁଆର ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ବିଜେ କଲା ବେଳେ ହୁଳହୁଳି ଓ ଜୟ ଜୟକାର ଧ୍ବନୀରେ ପଡ଼ିଆ ଉଚ୍ଛୁଳି ପଡ଼ିଥିଲା। ବିଷରପାଟଣା ଛକ ଉପରେ ପଲେଇ ସେବକ ଏକ ବାଲିର ବେଦୀକରି ତା ଉପରେ ପାଟବସ୍ତ୍ର ପକାଇ ଆସନପ୍ରସ୍ତୁତ କରିଥିଲେ। କାଠି ନାହାକ ଓ ପରିଛା ସାଆନ୍ତ ମା’ ଙ୍କୁ ଓ ଜୀଉମାନଙ୍କୁ ଉକ୍ତବେଦୀ ଉପରେ ବିଜେ କରାଇ ଷୋଡ଼ଷ ଉପଚ଼ାରରେ ପୂଜାକରି ଗୋମାତା ଓ ଠାକୁର ଠାକୁରାଣୀଙ୍କୁ ପରମ୍ପରା କ୍ରମେ କେବଳ ଶାକର ଓ ନଡ଼ିଆ ପାତି ୪ପତ୍ରରେ ଠା କରି ନୈବେଦ୍ୟ ଆକାରରେ ଧୂପ ବଢ଼ାଇ ଆଳତି ସମର୍ପଣ କରିଥିଲେ।

ପଲେଇ ସେବକ ଆଗରୁ ଗୋମାତାଙ୍କ ପ୍ରତୀକ ଭାବରେ ବାଛୁରୀଟି ଏ ଆଣି ତାଙ୍କୁ ଚନ୍ଦନ ସିନ୍ଦୁର ଫୁଲ ମାଳଦେଇ ପୂଜା କରି ଶାକର ନଡ଼ିଆ ଖୁଆଇ ସାରି ଉକ୍ତ ବେଦି ଉପରେ ଡ଼ିଆଁଇବା ପରେ ମା’ଙ୍କ ଗହ୍ମା ଡିଆଁ ପର୍ବ ଶେଷ ହୋଇଥିଲା।

ଏହି ପବିତ୍ର ମୂହୁର୍ତ୍ତରେ ମା’ଙ୍କୁ ଦର୍ଶନ କରିବାକୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଜୟ ଜୟକାର ଧ୍ବନୀରେ ପରିବେଶ ବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା। ପରେ ଠାକୁର ଠାକୁରାଣୀ ମାନେ ମନ୍ଦିର ଫେରିବା ବାଟରେ ପରିଚ୍ଛାଙ୍କ ଦ୍ଵାର ମାନଙ୍କରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରି ରାତ୍ର ପହୁଡ଼ ହୋଇଥିଲେ।

କୃଷିର ପର୍ବ ଶ୍ରାବଣ ପୂର୍ଣ୍ଣିମାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଭାବରେ ଓଡ଼ିଶାର ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ଧୁମ୍ ଧାମରେ ପାଳିତ ହେଉଥିବା ବେଳେ ପରମ ବୈଷ୍ଣବୀ ଦେବୀ ଯୋଗମାୟା ମା’ ଭାଗବତୀଙ୍କ ପୀଠରେ ମଧ୍ୟ କୃଷି କାର୍ଯ୍ୟର ପ୍ରମୁଖ ଗୋମାତାଙ୍କ ପୂଜନ ପରି ପରମ୍ପରା କୈଣସୀ ଶକ୍ତିପୀଠରେ ପାଳିତ ହେଉଥିବାର ଦେଖିବାକୁ ମିଳେନାହିଁ ବୋଲି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।