ନୂଆଦିଲ୍ଲୀ: ଜୀବନ ରକ୍ଷା, ମହିଳା ସଶକ୍ତିକରଣ ଏବଂ ଜୀବନଯାପନକୁ ସହଜ କରିବାରେ ଆମେ ନିରାପଦ ପାନୀୟ ଜଳର ଭୂମିକାକୁ ଲକ୍ଷ୍ୟ କରୁଛୁ ବୋଲି ଡକ୍ଟର ଭି କେ ପଲ, ସଦସ୍ୟ (ସ୍ୱାସ୍ଥ୍ୟ), ନୀତି ଆୟୋଗ ଆଜି ହର ଘର ଜଳ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିବା WHO ର ଗ୍ରାଉଣ୍ଡବ୍ରେକିଂ ରିପୋର୍ଟର ଶୁଭାରମ୍ଭ ଅବସରରେ କହିଛନ୍ତି। ଶାରୀରିକ, ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ବ୍ୟକ୍ତି ଏବଂ ପରିବାରର ଜୀବନରେ ଉନ୍ନତି ଆଣିବା ପାଇଁ କୌଣସି କାର୍ଯ୍ୟକ୍ରମରେ ଏହି ପ୍ରକାରର ପ୍ରତ୍ୟକ୍ଷ ପ୍ରଭାବ ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମର ଗତିକୁ ଡକ୍ଟର ପଲ୍ ପ୍ରଶଂସା କରି କହିଛନ୍ତି ଯେ ପ୍ରତି ସେକେଣ୍ଡରେ ଏକ ନୂତନ ସଂଯୋଗ ଯୋଡାଯାଉଛି ଏବଂ ଆଜି ଭାରତରେ ଜନସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସୁଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ସମସ୍ତ ପରିବାର ପାଇଁ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ଦ୍ୱାରା ଡାଇରିଆ ରୋଗ ଜନିତ ପ୍ରାୟ ୪୦୦,୦୦୦ ମୃତ୍ୟୁରୁ ରକ୍ଷା ହୋଇପାରିବ ଏବଂ ଏହି ରୋଗ ସହ ଜଡିତ ପ୍ରାୟ ୧୪ ନିୟୁତ ଡିଜାବିଲିଟି ଆଡଜଷ୍ଟେଡ ଲାଇପ୍ ଇୟର୍ସ (ଡିଏଏଲ୍ୱାଇଏସ୍)କୁ ରୋକାଯାଇ ପାରିବ। ଏହି ସଫଳତା ଆନୁମାନିକ ୧୦୧ ବିଲିୟନ ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିପାରିବ।
ଜଳ ଶକ୍ତି ମନ୍ତ୍ରଣାଳୟର ପାନୀୟ ଜଳ ଓ ପରିମଳ ବିଭାଗ ସଚିବ ଭିନି ମହାଜନ ଏବଂ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ, ଭାରତୀୟ ଚିକିତ୍ସା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହାଲ ଏବଂ WHOର ଭାରତୀୟ ପ୍ରତିନିଧି ଡକ୍ଟର ରୋଡେରିକୋ ଏଚ୍ ଅଫ୍ରିନ୍ ମଧ୍ୟ ଉପସ୍ଥିତ ଥିଲେ।
ନାଗରିକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ହର ଘର ଜଳର ସଫଳତାକୁ ଆଇସିଏମଆର ଡିଜି ଡକ୍ଟର ବାହଲ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ଅନୁଧ୍ୟାନରୁ ଜଣାପଡିଛି ଯେ ଜଳ ଜୀବନ ମିଶନରେ ଭାରତ ସରକାରଙ୍କ ପୁଞ୍ଜି ବିନିଯୋଗ ସ୍ୱାସ୍ଥ୍ୟ ଉପରେ ଏକ ବହୁମୁଖୀ ପ୍ରଭାବ ପକାଇଛି।
‘ହର ଘର ଜଳ’ ରିପୋର୍ଟ ଡାଇରିଆ ରୋଗ ଉପରେ ଧ୍ୟାନ ଦେଇଥାଏ କାରଣ ଜଳ, ପରିମଳ ଏବଂ ସ୍ୱଚ୍ଛତା (WASH) ସମ୍ବନ୍ଧୀୟ ସାମଗ୍ରିକ ରୋଗ କ୍ଷେତ୍ରରେ ଏହାର ବିଶେଷ ଅବଦାନ ରହିଛି। ବିଶ୍ଲେଷଣରେ ଏହି ରୋଗଗୁଡିକର ସମାଧାନର ଜରୁରୀ ଆବଶ୍ୟକତା ଏବଂ ଜନସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସୁସ୍ଥତା ପାଇଁ ଯଥେଷ୍ଟ ଲାଭ ହେବାର ସମ୍ଭାବନାକୁ ସୂଚିତ କରୁଛି।
୨୦୧୯ ପୂର୍ବରୁ ଗ୍ରାମାଞ୍ଚଳରେ ଜଳ ଯୋଗାଣ ଏକ ଆହ୍ୱାନ ଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୮ ରେ ଭାରତର ମୋଟ ଜନସଂଖ୍ୟାର ୩୬%, ଗ୍ରାମାଞ୍ଚଳର ୪୪% ଲୋକ ମଧ୍ୟ ସେମାନଙ୍କ ପରିସରରେ ଉନ୍ନତ ପାନୀୟ ଜଳ ଉତ୍ସ ପାଇପାରୁ ନଥିଲେ। ଅସୁରକ୍ଷିତ ପାନୀୟ ଜଳର ସିଧାସଳଖ ବ୍ୟବହାର ଯୋଗୁଁ ସ୍ୱାସ୍ଥ୍ୟ ଏବଂ ସାମାଜିକ ପରିଣାମ ଭୋଗୁଥିଲେ। ବିଶ୍ଳେଷଣ ସୂଚାଇ ଦେଇଛି ଯେ ୨୦୧୯ ରେ ଅସୁରକ୍ଷିତ ପାନୀୟ ଜଳ, ପର୍ଯ୍ୟାପ୍ତ ପରିମଳ ଏବଂ ସ୍ୱଚ୍ଛତାର ଅଭାବ ବିଶ୍ୱରେ ୧.୪ ନିୟୁତ ମୃତ୍ୟୁ ଏବଂ ୭୪ ନିୟୁତ ଡିଏଏଲ୍ୱାଇ କାରଣ ହୋଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଭିନ୍ନ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ସୂଚକାଙ୍କ ଉପରେ ନଜର ରଖିଥାଏ, ଯେଉଁଥିରେ ସୁରକ୍ଷିତ ପାନୀୟ ଜଳ ସେବା (ସୂଚକ ୬.୧.୧) ବ୍ୟବହାର କରୁଥିବା ଜନସଂଖ୍ୟାର ଅନୁପାତ ଏବଂ ଅସୁରକ୍ଷିତ ଜଳ, ପରିମଳ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ସୂଚକାଙ୍କ (ସୂଚକ ୩.୯.୨)। ଜଳ, ପରିମଳ ଏବଂ ସ୍ୱଚ୍ଛତା, ବିଶେଷକରି ଡାଇରିଆ ରୋଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସ୍ୱାସ୍ଥ୍ୟ ଫଳାଫଳକୁ ହ୍ରାସ କରିବାରେ ସ୍ୱାସ୍ଥ୍ୟ ଲାଭକୁ ଅନୁମାନ କରିବା ପାଇଁ WHO ପଦ୍ଧତି ଏବଂ ଉପକରଣଗୁଡ଼ିକ ବିକଶିତ କରିଛି।
ଏହି ରିପୋର୍ଟରେ ଟ୍ୟାପ୍ ଜଳ ଯୋଗାଣ ମାଧ୍ୟମରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସଞ୍ଚିତ ଅତୁଳନୀୟ ସମୟ ଏବଂ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୮ ରେ, ଭାରତର ମହିଳାମାନେ ଦୈନିକ ହାରାହାରି ୪୫.୫ ମିନିଟ୍ ଘରର ଆବଶ୍ୟକତା ପୂରଣ କରିବା ପାଇଁ ଜଳ ସଂଗ୍ରହ କରୁଥିଲେ। ମୋଟ ଉପରେ, ଘର ଭିତରର ଜଳ ନଥିବା ପରିବାରମାନେ ପ୍ରତିଦିନ ୬୬.୬ ନିୟୁତ ଘଣ୍ଟା ଜଳ ସଂଗ୍ରହରେ ଅତିବାହିତ କରିଥିଲେ, ଅଧିକାଂଶ (୫୫.୮ ନିୟୁତ ଘଣ୍ଟା) ଗ୍ରାମାଞ୍ଚଳରେ ଘଟିଥିଲା। ଟ୍ୟାପ୍ ଜଳ ଯୋଗାଣ ମାଧ୍ୟମରେ ସାର୍ବଜନୀନ ଦୈନିକ ଜଳ ସଂଗ୍ରହ ପ୍ରୟାସର ଆବଶ୍ୟକତାକୁ ଦୂର କରି ବହୁ ସଞ୍ଚୟ କରିବ।
ଏହି ଘୋଷଣା ସମୟରେ DDWS ସଚିବ ଭିନି ମହାଜନ ଜଳ ଜୀବନ ମିଶନର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଗ୍ରାମାଞ୍ଚଳର ଟ୍ୟାପ୍ ଜଳ ସଂଯୋଗ ୨୦୧୯ ରେ ୧୬.୬୪% ରୁ ୪୧ମାସ ମଧ୍ୟରେ ୬୨.୮୪% କୁ ବୃଦ୍ଧି ପାଇଛି ଯାହା ବାର୍ଷିକ ହାରାହାରି ୦.୨୩% ତୁଳନାରେ ୧୩.୫% ବୃଦ୍ଧି ହୋଇଛି।
ହର ଘର ଜଳ କାର୍ଯ୍ୟକ୍ରମ ବିଷୟରେ:
ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ଜୀବନ ମିଶନ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ହର ଘର ଜଳ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଗଷ୍ଟ ୧୫, ୨୦୧୯ ରେ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ମାଧ୍ୟମରେ ସୁରକ୍ଷିତ ପାନୀୟ ଜଳ ଯୋଗାଇଦେବା। ଏହି କାର୍ଯ୍ୟକ୍ରମରେ ନିରାପଦରେ ପାନୀୟ ଜଳ ଯୋଗାଣ ପାଇଁ ଏସଡିଜି ୬.୧ ରେ ଅଗ୍ରଗତି ଉପରେ ନଜର ରଖିବା ପାଇଁ ଜଳ ଯୋଗାଣ, ପରିମଳ ଏବଂ ସ୍ୱଚ୍ଛତା (JMP) ପାଇଁ WHO / UNICEF ମିଳିତ ଅନୁଧ୍ୟାନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ କରାଯାଉଛି।