Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀ ବିଶ୍ରାମାଗାର କୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଡ଼୍ରାଇଭର ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ବୀଣାପାଣି ନାମକ ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉକ୍ତ ବସ ଟି ଏକ ଯାତ୍ରୀ ବିଶ୍ରାମାଗାରକୁ ଧକ୍କା ଦେଇଛି, ଯାହା ଫଳରେ ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ଯାତ୍ରୀ ବିଶ୍ରାମାଗାର ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି।

ଚାପି ହୋଇ ରହିଥିବା ଡ୍ରାଇଭରକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଦିଗପହଣ୍ଡି ଡାକ୍ତରଖାନାର ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ଡ୍ରାଇଭରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛି ଏବଂ ଦୁର୍ଘଟଣାଗସ୍ତ ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ: ଦୁଇ ଆହତ, ୨ ବସକୁ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ଦୁଇ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଦୁଇଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଚିଲିକା ରାଣୀ ଓ ଧନିଶ୍ରୀ ନାମକ ଦୁଇଟି ବସ୍ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ନେଇ ଯାଉଥିଲା। ହେଲେ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ବସଷ୍ଟାଣ୍ଡ ନିକଟରେ ଯାତ୍ରୀ ଉଠାଣକୁ କେନ୍ଦ୍ର କରି ଉଭୟ ବସ୍ ର କର୍ମଚାରୀଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ଗଣ୍ଡଗୋଳ ସମୟରେ ଧନିଶ୍ରୀ ବସ୍ ର ଚାଳକ ଏକ ରଡ୍ ଧରିଥିଲେ। ଠିକ ସେହି ସମୟରେ ଧନିଶ୍ରୀ ବସ୍ ରୁ ଜଣେ ଯାତ୍ରୀ ହଠାତ୍ ଓହ୍ଲାଇ ଆସି ଧନିଶ୍ରୀ ବସ୍ ର ଚାଳକ ଧରିଥିବା ରଡ୍ ମାଧ୍ୟମରେ ଚିଲିକା ରାଣୀ ବସ୍ ର ହେଲ୍ପରଙ୍କ  ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ହେଲପରଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏଭଳି ଅମାନୁଷିକ ଘଟଣା ପରେ ବସ୍ ଯାତ୍ରୀମାନେ ଏକାଠି ହୋଇ ଆକ୍ରମଣ କରିଥିବା ବସ୍ ଯାତ୍ରୀଙ୍କୁ ପ୍ରତି ଆକ୍ରମଣ କରିଥିଲେ। ଯାହା ଦ୍ଵାରା ସେ ମଧ୍ୟ ଆହତ ହୋଇଥିଲେ।

ଖଵର ପାଇ ଚାନ୍ଦପୁର ପୋଲିସ୍  ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଅଗ୍ନୀଶମ ବାହିନୀ ସହାୟତାରେ ଚାନ୍ଦପୁର ମେଡିକାଲକୁ ପଠାଇଛି। ଆହତ ହେଲପର ଜଣକ ଘର ଗଂଜାମ ଜିଲା ପ୍ରୟାଗୀ ଅଂଚଳର ସନ୍ତୋଷ କୁମାର ତରାଇ ଏବଂ ଆକ୍ରମଣ କରିଥିବା ଯାତ୍ରୀ ଜଣକ ଖୋରଧା ଜିଲ୍ଲାପାଳ କାର୍ଯ୍ୟାଳୟ ଜମି ବନ୍ଦୋବସ୍ତ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି। ଅଭିଯୋଗ ପରେ  ଚାନ୍ଦପୁର ପୋଲିସ୍ ବସ୍ ୨ ଟି ଜବତ କରି ତଦନ୍ତ ଚଳାଇଛି।