Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଅନାଥ ଶିଶୁଙ୍କୁ ହାତ ବଢ଼ାଇଲା କାହ୍ନା ଚାରିଟେବୁଲ ଟ୍ରଷ୍ଟ 

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ପଞ୍ଚାୟତର ଗୋବିନ୍ଦ ନଗର ଗ୍ରାମର ନରସିଂହ ଦାସ ପ୍ରାୟ ୪ବର୍ଷ ତଳେ ପ୍ରାଣ ହରାଇ ଥିବା ବେଳେ ଗତ ୭ମାସ ତଳେ ତାଙ୍କ ସ୍ତ୍ରୀ ଶୈଳ ଦାସ ପ୍ରାଣ ହରାଇଛନ୍ତି। ଉଭୟଙ୍କର ଦୁଇଟି ଛୁଆଙ୍କ ଲାଳନ ପାଳନ ତାଙ୍କ ଜେଜେ ବାପା ଓ ଜେଜେ କରୁଛନ୍ତି। ଏହି ଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗ ସୁଚନା ପାଇ ବ୍ରହ୍ମପୁରର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ସହାୟତା ର ହାତ ବଢ଼ାଇ ଏକ ମାସର ରାସନ୍ ସାମଗ୍ରୀ ଯଥା ଚାଉଳ, ନୂତନ ବସ୍ତ୍ର, ପାଠ୍ୟ ଉପକରଣ, ପନି ପରିବା ଏବଂ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି।ଏହା ସହ କିଛି ଆର୍ଥିକ ସହାୟତା ମଧ୍ୟ କରାଯାଇଥିଲା। ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ସ୍ବେଚ୍ଛାକୃତ ଭାବେ ଏହି ଅନୁଦାନ ରାଶି ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ରବୀନ୍ଦ୍ର ନାଥ ମିଶ୍ର, ସୋନମ୍ ଦାସ, ପ୍ରିତମ୍ ଚାନ୍ଦ ତ୍ରିପାଠୀ, ବିଶ୍ଵନାଥ ପାତ୍ର, ଅଲେଖ ପାଳ, ସୁନୀଲ ମହାନ୍ତି, ସୁଦୀପ୍ତ ପଟ୍ଟନାୟକ, ସଂଯୁକ୍ତା ତ୍ରିପାଠୀ, ରିତାଞ୍ଜଳି ସ୍ୱାଇଁ, ସଞ୍ଜୟ ସାହୁ, ରାଗିଣୀ ସାହା, କେ ଗୁରୁ ମୂର୍ତ୍ତି, ସୁଜାତା ମହାପାତ୍ର, ଅଶୋକ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉକ୍ତ ଗ୍ରାମର ପରିବାର ସହଯୋଗ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନରେ କଟି ୨ ପାଚିକା ସହାୟିକାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବା ପାଇଁ ସୁରଳ ରେଳଷ୍ଟେସନରେ ଟ୍ରେନରେ ଚଢ଼ୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟ ଟ୍ରେନରେ ଚଢ଼ୁଥିବାବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ଜଣଙ୍କ ନାଁ ପାର୍ବତୀ ଗୌଡ଼ ହୋଇଥିବାବେଳେ ଅନ୍ୟଜଣଙ୍କ ନାଁ ଝୁନୁ ଗୌଡ ବୋଲି ଜଣାପଡ଼ିଛି। ଏ ନେଇ ଆରପିଏଫରେ ମାମଲା ରୁଜୁ ହେବାସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ଏହି ଦୁଃଖଦ ଘଟଣା ସାରା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇଦେଇଛି।