Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ କିଏ ଜିତିବ ? ବିଜେଡି ବିଜେପି ଶିବିରରେ ଅସମ୍ଭବ ନିରବତା

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି।

ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି।

ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ ନିଜ ଆଡକୁ ଭିଡି ନମ୍ବର ବଢାଇଲେ ମଧ୍ୟ ତାହାର ବ୍ୟବଧାନ ଅଧିକ ରହିଲା ନାହିଁ। ଫଳରେ କିଏ ଜିତିବ ସେ ନେଇ କର୍ମିମାନେ କୌଣସି ପ୍ରକାରର ଆକଳନ କେହି କରିପାରିଲେ ନାହିଁ। ଏହା ଜଣାପଡିବା ପରେ ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ଶିବିରରେ ଅସମ୍ଭବ ନିରବତା ପରିଲକ୍ଷିତ ହୋଇଛି।

ତେବେ ବିଭିନ୍ନ ସଂଗଠନର ଆକଳନ ଅନୁସାରେ ଚିଲିକାରେ କଡା ଟକ୍କର ହେଉଛି ତାହା ସତକଥା। ଆଉ ସେହି ଟକ୍କର ଭିତରେ ବିଜେଡି ପଲା ଭାରୀ ରହିଛି ବୋଲି ଜଣାପଡିଛି। ସେହିପରି ଚିଲିକାରେ କଂଗ୍ରେସ ସ୍ଥିତି ପୂର୍ବରୁ ଭଲ ନ ଥିଲା, ବର୍ତ୍ତମାନ ତାହା ଆହୁରି ତଳକୁ ଖସିଯିବ ବୋଲି କୁହାଯାଇଛି।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ଆପ୍ ତରଫରୁ ରୋଡ ସୋ, ଯୋଗଦେଲେ ରାଜ୍ୟ ସଭାପତି

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟି ତରଫରୁ ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ।

ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା ହୋଇ ନାଚୁଣୀ ଠାରେ ସରିଥିଲା। ଏଥିରେ ଶତାଧିକ ଲୋକେ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ପାଇଁ ଲଢେଇ କରୁଛନ୍ତି ୯ ଜଣ ପ୍ରାର୍ଥୀ, ନାହାଁନ୍ତି କେହି ମହିଳା, ଜାଣନ୍ତୁ ସେମାନେ କିଏ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦଖଲ ଯାଞ୍ଚ ଓ ପ୍ରତ୍ୟାହାର ତାରିଖ ଯିବା ପରେ ବର୍ତ୍ତମାନ ଆସିଛି ବୈଧ ପ୍ରାର୍ଥୀ ତାଲିକା। ସେହି ଅନୁସାରେ ଚିଲିକା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ଲଢେଇ କରୁଛନ୍ତି।

ଖୋର୍ଦ୍ଧା ରିଟର୍ଣ୍ଣିଂ ଅଧିକାର କାର୍ଯ୍ୟାଳୟ ଅନୁସାରେ ଚିଲିକାରେ 5 ଜଣ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ 4 ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ଚିଲିକାରୁ ଏଥର କେହି ମହିଳା ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା କେଉଁମାନେ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି।

1- ପୃଥୀରାଜ ହରିଚନ୍ଦନ- ବିଜେପି
2-ପ୍ରଦୀପ ସ୍ବାଇଁ- କଂଗ୍ରେସ
3-ରଘୁନାଥ ସାହୁ- ବିଜେଡି
4- ସଂଗ୍ରାମ କେଶରୀ ପରିଡା- ଆପ୍
5- ସେଖ୍ କୌସର- ଜନତା ଦରବାର ପାର୍ଟି
6- ଭି କାମେଶ୍ବର ଆଚାରୀ- ସ୍ବାଧୀନ
7-ମନ୍ମଥ କୁମାର ସିଂ- ସ୍ବାଧୀନ
8- ଶକ୍ତିପଦ ନାଥ- ସ୍ବାଧୀନ
9- ସୁବ୍ରତ କୁମାର ହାବଡାସିଂହ-  ସ୍ବାଧୀନ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ, ଆଇନ ଶୃଙ୍ଖଳା ପ୍ରତି କଡା ନଜର

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ।

ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳିତ ହେବ ତାହାକୁ ଗୁରୁତ୍ୱ ଦେଇଛନ୍ତି ଏସପି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାଧିକାରୀ ଆଜି ଦିନ ତମାମ ସହର ଏବଂ ଗ୍ରାମାଞ୍ଚଳ ରେ ଡାକବାଜି ଯନ୍ତ୍ର ଦ୍ୱାରା ନାଗରିକ ମାନଙ୍କ ମନୋବଳ ବଢାଇବା ସହ ନିର୍ଭୟରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ବାଣପୁର ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସହ ଅଛି ଏବଂ ଯଦି କୌଣସି ବ୍ୟକ୍ତି ବିଶେଷ ଥାନାଧିକାରୀଙ୍କ ସହାୟତା ଲୋଡିବାକୁ ଚାହୁଁଛନ୍ତି ଅବା ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସେ ନିର୍ଦ୍ବନ୍ଦରେ ଥାନାଧିକାରୀଙ୍କୁ ଭେଟିପାରିବେ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି। ତେବେ ଏହି ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଙ୍ଗ ଦ୍ୱାରା ଦ୍ୱାରା ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭୋଟରଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବା ଅନୁମେୟ ହେଉଛି।