Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରା: ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବ୍ରହ୍ମପୁର: ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରାରେ ଆଜି ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛି। ସକାଳୁ ମନ୍ଦିର ଦ୍ଵାର ଫିଟା ନୀତି ପରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷକ ଆଦି ନୀତିକାନ୍ତି ସଂପନ୍ନ କରାଯାଇଥିଲା। ଏହାପରେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା।

ଭୋର ୪.୩୦ରେ ସାହାଣ ମେଲା ପରେ ମା’ ତାରା ତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି ୩ ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଭକ୍ତଙ୍କ ପାଇଁ ଦେୟମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ

ଭୁବନେଶ୍ଵର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି। ଭୋର୍ ସାଢେ଼ ୪ ରେ ମା’ ଙ୍କ ଦୁଆର ଫିଟା ଏବଂ ଅବକାଶ ନୀତି ପରେ ମଙ୍ଗଳ ଆଳତି ଆଦି ସମ୍ପନ୍ନ କରାଯାଇ ଥିଲା। ବର୍ତ୍ତମାନ ମା’ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ସେହି ବେଶ ଦେଖିବା ପାଇଁ ବର୍ତ୍ତମାନ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମିବାରେ ଲାଗିଛି। ଆସ୍ତେ ଆସ୍ତେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ମାନସିକ ଧାରି ମାନେ ମୁଣ୍ଡନ ପାଇଁ ଟିକେଟ କାଟି ଅସ୍ଥାୟୀ ମୁଣ୍ଡନ ଶାଳା ଠାରେ ଧାଡ଼ି ଲଗାଇଛନ୍ତି। ପୀଠରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱେତ୍ସା ସେବୀ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏହି ପର୍ବ ଚୈତ୍ର ମାସ ର ପ୍ରତ୍ୟେକ ମଙ୍ଗଳବାର ଦିନ ମାଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଥାଏ। ପ୍ରତ୍ୟେକ ମଙ୍ଗଳବାର ଦିନ ମା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।