Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଛତ୍ରପତି ଶିବାଜୀଙ୍କର ଏହି ମହାନ ଗୁଣ, ଯାହାକୁ ବିଶ୍ଵର ଇତିହାସ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣ ରଖିବ

ଉପେନ୍ଦ୍ର ବଳିୟାରସିଂହ

ହିନ୍ଦୁ ସାମ୍ରାଜ୍ୟର ସ୍ଥାପନ ପାଇଁ ନିଜର ଦିଗବିଜୟୀ ଯାତ୍ରା ସମୟରେ ଛତ୍ରପତି ଶିବାଜୀ କଲ୍ୟାଣ ଦୁର୍ଗ ଉପରେ ବିଜୟପ୍ରାପ୍ତ କଲେ। ସମୟ ସନ୍ଧ୍ୟା ଥିଲା। ଶତୃମାନେ ଛାଡି ଚାଲିଯାଇଥିବା ଜିନିଷଗୁଡିକୁ ଛତ୍ରପତି ନିରୀକ୍ଷଣ କରୁଥିଲେ। ଅସଂଖ୍ୟ ହାତୀ ଘୋଡା, ଅପାର ଧନରାଶିର ସାମ୍ନାରୁ ସେ ଆଗକୁ ବଢିଲେ। ସେ ଯାଇ ଏକ ସବାରୀ ନିକଟରେ ପହଞ୍ଚିଲେ। ସବାରୀରେ କ’ଣ ଅଛି ବୋଲି ସେ ସେନାପତି ସ୍ଵନଦେବଙ୍କୁ ପ୍ରଶ୍ନ କଲେ।

ସେତେବେଳେ ସେନାପତି ସ୍ଵନ ଦେବ ପଛେପଛେ ଆସୁଥିଲେ। ଉତ୍ତର ଦେଲେ, “ସୁଲତାନ ଅହମ୍ମଦଙ୍କ ପୁତ୍ରୀ ସେଠାରେ ଅଛନ୍ତି। ତାଙ୍କ ବାକ୍ୟ ପୁରା ହୋଇନାହିଁ। ହଠାତ ସବାରୀର ପର୍ଦ୍ଦା ଉଠିଗଲା। ବାସ୍ତବରେ ଅନ୍ଧକାରମୟ ସନ୍ଧ୍ୟାକାଳୀନ ଦୃଶ୍ୟ ଭିତରେ ସତେ ଯେମିତି ବିଜୁଳିର ଚମକ ଖେଳିଗଲା। ସୁଲତାନଙ୍କର ପୁତ୍ରୀ ବାହାରି ପଡିଲେ।

“ଏ ଭୂତଳର ସୌନ୍ଦର୍ଯ୍ୟ ନା ଦେବଲୋକର?” ଛତ୍ରପତିଙ୍କ ନିକଟରେ ଛିଡା ହୋଇଥିବା ସର୍ଦ୍ଦାରମାନଙ୍କ ମୁଖରୁ ଅନାୟସ ଶବ୍ଦ ବାହାରିପଡିଲା। ବାଳିକାଟି ଆଗକୁ ଅଗ୍ରସର ହେବାର ଦେଖି ଛତ୍ରପତି ପଛକୁ ହଟିଆସିଲେ। ସେନାପତି ଏ ଏଠାକୁ କାହିଁକି ଆସିଛି? ମୋଠାରୁ ଏକ କ’ଣ ଚାହେଁ?

ସେନାପତି ଉତ୍ତର ଦେଲେ, “ଏ ଆସିନାହିଁ ଛତ୍ରପତି, ଏହାକୁ ଅଣାଯାଇଛି।”

ଛତ୍ରପତି ପ୍ରଶ୍ନ କଲେ, ” କିନ୍ତୁ କାହିଁକି?”

ସେନାପତି ଉତ୍ତର ଦେଲେ, “ଆପଣଙ୍କ ଅନ୍ତଃପୁରକୁ ସୁଶୋଭିତ କରିବା ପାଇଁ।”

ଛତ୍ରପତି କହିଲେ, ” ନାଁ ନାଁ ସ୍ଵନଦେବ ଏପରି ହୋଇପାରିବ ନାହିଁ। ହିନ୍ଦୁ କେବେ ନିଜର ନୈତିକତାକୁ ଭୁଲିପାରିବ ନାହିଁ। ମାତୃ ବତ ପରବାରେଷୁ। ଏହି ସଂକେତ ଉପଦେଶ ଦେଉଛି ଯେ, ସଂସ୍କୃତିର ସୁରକ୍ଷା କରିବା ଆମର ପ୍ରଧାନ କର୍ତ୍ତବ୍ୟ।

ବାଳିକାଟିକୁ ସମ୍ମାନରେ ତାଙ୍କର ଆଶ୍ରୟସ୍ଥଳେ ଛାଡି ଦେଇଆସ। କହି କହି ଶିବାଜୀ ବୀରଦର୍ପରେ ଆଗକୁ ଚାଲିଗଲେ।

ମୁସଲିମ ମହିଳା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଲା। ଏ ଘଟଣା ହେଉଛି ସେହି ସମୟର ଯେତେବେଳେ ମୁସଲମାନମାନେ ହିନ୍ଦୁମାନଙ୍କର ଆଖି ସାମ୍ନାରେ ଅଗଣିତ ହିନ୍ଦୁ ନାରୀମାନଙ୍କର ସତୀତ୍ଵ ନିଜ ପାଦ ତଳେ ଦଳିଦେଉଥିଲେ।

ତଥାପି ଛତ୍ରପତି ଶିବାଜୀ ଏକ ମୁସଲମାନ କନ୍ୟା ପ୍ରତି ନିଜର ସେହି ଭାବନାକୁ ପ୍ରକଟ କରି ହିନ୍ଦୁମାନଙ୍କର ଯେଉଁ ମହାନତାର ପରିଚୟ ଦେଇଗଲେ, ତାହାକୁ କେବଳ ଭାରତୀୟମାନେ ନୁହେଁ ବରଂ ବିଶ୍ଵର ଇତିହାସ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣ ରଖିବ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

ଆଜିର ଖବର ଜାତୀୟ ଖବର ଧର୍ମ

ଆଜିର ଖବର ଜାତୀୟ ଖବର

ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତ ରକ୍ଷା ମଞ୍ଚ ପକ୍ଷରୁ ମହାନ ପରାକ୍ରମୀ ସାହସୀ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୩ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱର ମହାନଗରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଇଂ ମନୋଜ ଆଚାର୍ଯ୍ୟ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଭାରତ ମାତା ଓ ଶିବାଜୀ ମହାରାଜଙ୍କ ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶକ୍ତିଶଙ୍କର ମିଶ୍ର ଶିବାଜୀ ମହାରାଜଙ୍କ ବୀରତ୍ବର ଗାଥା ବ୍ୟାଖ୍ୟାନ କରିବା ସହ ଆଜିର ଯୁବସମାଜକୁ ସନାତନ ଧର୍ମର ସୁରକ୍ଷା ପାଇଁ ଶିବାଜୀଙ୍କର ପଥ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତ ରକ୍ଷା ମଞ୍ଚର ମାର୍ଗଦର୍ଶକ ତଥା ପୁରାତତ୍ତ୍ୱ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୀଲ ଧୀର ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳନ କରିବା ସହ ଶ୍ରୀ ମନ୍ଦିର ର ପ୍ରତିଷ୍ଠାତା ତଥା ଓଡ଼ିଶାର ସୁନାମଧନ୍ୟ ରାଜାଧିରାଜ ଚୋଡ଼ଗଙ୍ଗଦେବଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ନୌସୈନିକ ଭେଟେରାନ୍ ବିଦ୍ୟାଧର ନାୟକ ଭାରତୀୟ ନୌସେନା ଉପରେ ଛତ୍ରପତି ଶିବାଜୀଙ୍କର ପ୍ରଭାବ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ। ଶିବାଜୀଙ୍କର ନାମାନୁସାରେ ଆଇ.ଏନ. ଏସ୍ ଶିବାଜୀ, ତାଙ୍କ ମାତାଙ୍କ ନାମ ଅନୁସାରେ ଭାରତୀୟ ତଟରକ୍ଷୀ ଜାହାଜ ଜିଜାବାଈ ଏବଂ ତାଙ୍କର ନୌସେନା କମାଣ୍ଡର କନୌଜୀ ଆଙ୍ଗ୍ରେ ଙ୍କ ନାମ ଅନୁସାରେ ଆଇ.ଏନ. ଏସ୍ ଆଙ୍ଗ୍ରେ ରଖା ଯାଇଛି ବୋଲି କହିଥିଲେ।

ଛତ୍ରପତି ଶିବାଜୀଙ୍କଠାରେ ମହାରାଣା ପ୍ରତାପ ଓ ଚାଣକ୍ୟଙ୍କ ଚରିତ୍ରର ସମନ୍ୱୟତା ଦେଖିବାକୁ ମିଳେ ବୋଲି କହିଥିଲେ। କୋଡ଼ିଏଟି ଯୁଦ୍ଧଜାହାଜ ସହ ପାଞ୍ଚ ହଜାର ନୌସୈନିକଙ୍କ ସାହାଯ୍ୟରେ ସମ୍ପୂର୍ଣ୍ଣ ପଶ୍ଚିମ ଉପକୂଳକୁ ଡଚ, ପର୍ତ୍ତୁଗୀଜ ଓ ବ୍ରିଟିଶଙ୍କ କବଳରୁ ରକ୍ଷା କରିଥିବା ସହିତ ମୋଗଲ ମାନଙ୍କୁ ସର୍ବଦା ପ୍ରତିହିତ କରିଥିଲେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡା. ଅଶୋକ ଆଚାର୍ଯ୍ୟ ଶିବାଜୀଙ୍କର ଯୁଦ୍ଧଶୈଳୀ ସହିତ ତାଙ୍କର ଶାସନ ଦକ୍ଷତା ଏବଂ ଅର୍ଥନୀତି ସମ୍ପର୍କିତ ବିଜ୍ଞତାର ପରିଚୟ ପ୍ରଦାନ କରିଥିଲେ।

ଶିବାଜୀ ତାଙ୍କ ସେନାବାହିନୀରେ ସମସ୍ତ ଧର୍ମର ସୈନିକମାନଙ୍କୁ ସୁଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ମିଶ୍ର, ସୌମ୍ୟ ରଞ୍ଜନ ସାମଲ, ଦୀନବନ୍ଧୁ ଷଡ଼ଙ୍ଗୀ, ଭେଟେରାନ୍ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ମିଶ୍ର, ସୁଚିତ୍ରା ଜେନାମଣି, ପଦ୍ମଜା ଦେବତା ପ୍ରମୁଖ ଯୋଗ ଦେଇଥିଲେ।