Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ, ଓଡିଶା ପ୍ରଥମ

ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ ଆଜି ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର)  ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୦୯ଟି ବର୍ଗର ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରିଛି। ଶ୍ରେଷ୍ଠ ଶିଳ୍ପ, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ, ଶ୍ରେଷ୍ଠ ଅନୁଷ୍ଠାନ (ବିଦ୍ୟାଳୟ କିମ୍ବା କଲେଜ ବ୍ୟତୀତ), ଏବଂ ଶ୍ରେଷ୍ଠ ନାଗରିକ ସମାଜ ବିଜେତାଙ୍କ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି।

​ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ।

ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର) ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ପୁରସ୍କାର ବିତରଣ ସମାରୋହ ଅକ୍ଟୋବର ୨୨ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ସ୍ଥିତ ପ୍ଲେନାରୀ ହଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଜଳଶକ୍ତି ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜଭୂଷଣ ଚୌଧୁରୀ ଏବଂ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର),  ସୁଶ୍ରୀ ଦେବଶ୍ରୀ ମୁଖାର୍ଜୀ ପାନୀୟ ଜଳ ଏବଂ ପରିମଳ ବିଭାଗ ସଚିବ ସୁଶ୍ରୀ ବିନ୍ନି ମହାଜନ, ପାନୀୟ ଜଳ ଏବଂ ପରିମଳ ବିଭାଗର ଓଏସଡି ଶ୍ରୀ ଅଶୋକ କେ.କେ.ମୀନା କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଜାତୀୟ ଜଳ ପୁରସ୍କାର ଘୋଷଣା କରିଛନ୍ତି ।

ଜଳଶକ୍ତି ମନ୍ତ୍ରଣାଳୟ ଏକ ଜାତୀୟ ସମ୍ପତ୍ତି ଭାବରେ ଜଳର ବିକାଶ, ସଂରକ୍ଷଣ ଏବଂ ଦକ୍ଷ ପରିଚାଳନା ପାଇଁ ନୀତି ଢାଞ୍ଚା ପ୍ରତିଷ୍ଠା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାର ଦାୟିତ୍ୱ କେନ୍ଦ୍ରୀୟ ମନ୍ତ୍ରଣାଳୟ ଭାବରେ କାର୍ଯ୍ୟ କରେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଅଭିଯାନ ହାତକୁ ନେଉଛି ।

ଏହି ଦୃଷ୍ଟିକୋଣରୁ ଏବଂ ଜଳର ଗୁରୁତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ପଦ୍ଧତି ଗ୍ରହଣ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା । ୨୦୧୯, ୨୦୨୦ ଓ ୨୦୨୨ ବର୍ଷ ପାଇଁ୨ୟ, ୩ୟ ଓ ୪ର୍ଥ ର୍ଥଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ଦିଆଯାଇନଥିଲା ।

୨୦୨୩ ମସିହା ପାଇଁ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ)ର ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ୧୩ ଅକ୍ଟୋବର ୨୦୨୩ରେ ୫ମ ଜାତୀୟ ଜଳ ପୁରସ୍କାର ଶୁଭାରମ୍ଭ କରାଯାଇଥିଲା। ସମୁଦାୟ ୬୮୬ଟି ଆବେଦନ ଆସିଥିଲା। ଜୁରି କମିଟି ଦ୍ୱାରା ଆବେଦନଗୁଡ଼ିକର ଯାଞ୍ଚ ଏବଂ ମୂଲ୍ୟାଙ୍କନ କରାଯାଇଥିଲା। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲୁବି) ଦ୍ୱାରା ଚୟନ କରାଯାଇଥିବା ଆବେଦନଗୁଡ଼ିକର ମୂଳ ସତ୍ୟତା କରାଯାଇଥିଲା। କ୍ଷେତ୍ର ସ୍ତରୀୟ ସତ୍ୟତା ରିପୋର୍ଟ ଆଧାରରେ ୫ମ ଏନଡବ୍ଲ୍ୟୁଏ,୨୦୨୩ ପାଇଁ ୦୯ଟି ବିଭିନ୍ନ ବର୍ଗରେ ଯୁଗ୍ମ ବିଜେତାଙ୍କୁ ମିଶାଇ ସମୁଦାୟ୩୮ ଜଣ ବିଜେତାଙ୍କୁ ଚୟନ କରାଯାଇଛି।

ଜାତୀୟ ଜଳ ପୁରସ୍କାର (ଏନଡବ୍ଲ୍ୟୁଏ) ସରକାରଙ୍କ ‘ଜଳ ସମୃଦ୍ଧି ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ସମଗ୍ର ଦେଶର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନଗୁଡିକ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟ ଏବଂ ପ୍ରୟାସ ଉପରେ ଗୁରୁତ୍ୱାରୋପ କରେ । ଜଳର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ୟକ୍ତି ଏବଂ ସଂଗଠନକୁ ଏକ ଦୃଢ଼ ଭାଗିଦାରୀ ଏବଂ ଜଳ ସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଲୋକଙ୍କ ସଂପୃକ୍ତିକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।

Categories
ବିଶେଷ ଖବର

ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ଉପରାଷ୍ଟ୍ରପତି: ଗଞ୍ଜାମ ଜିଲ୍ଲାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଭୁବନେଶ୍ଵର/ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୭ ଜୁନ୍ ୨୦୨୩ରେ ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ (ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍) ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ। ୧୧ ଟି ବର୍ଗକୁ ଅନ୍ତର୍ଭୁକ୍ତ କରି ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ବିଭାଗ ମିଳିତ ବିଜେତାଙ୍କ ସମେତ ମୋଟ ୪୧ ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତି ପତ୍ର ଏବଂ ଟ୍ରଫି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗରେ ମଧ୍ୟ ନଗଦ ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ରାଜ୍ୟ ପାଇଁ ପ୍ରଥମ ପୁରସ୍କାର ମଧ୍ୟପ୍ରଦେଶକୁ ପ୍ରଦାନ କରାଯିବ; ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପ୍ରଦାନ କରାଯିବ; ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାର ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାର ଜଗନ୍ନାଥପୁରମ୍ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯିବ; ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍, ଚଣ୍ଡିଗଡ଼କୁ ଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା ପୁରସ୍କାର ପ୍ରଦାନ କରାଯିବ; ହରିୟାନାର ଗୁରୁଗ୍ରାମ ସ୍ଥିତ ଆଡଭାନ୍ସ ୱାଟର ଡାଇଜେଷ୍ଟ ପ୍ରାଇଭେଟ ଲିମିଟେଡକୁ ସର୍ବୋତ୍ତମ ମିଡିଆ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ମେହସାନାସ୍ଥିତ ଜାମିୟତପୁରା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ; କ୍ୟାମ୍ପସ୍ ବ୍ୟବହାର ପାଇଁ ସର୍ବୋତ୍ତମ ଅନୁଷ୍ଠାନ ଭାବେ ଜାମ୍ମୁ କାଶ୍ମୀରର ରିୟାସି ସ୍ଥିତ ଶ୍ରୀ ମାତା ବୈଷ୍ଣୋ ଦେବୀ ଧର୍ମପୀଠ ବୋର୍ଡକୁ ପୁରସ୍କାର ପ୍ରଦାନ କରାଯିବ; ବିହାରର ବେଗୁସରାଇସ୍ଥିତ ବରୌଣି ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ସର୍ବୋତ୍ତମ ଉଦ୍ୟୋଗ ପୁରସ୍କାର ପ୍ରଦାନ କରାଯିବ; ରାଜସ୍ଥାନର ଉଦୟପୁରର ଅର୍ପଣ ସେବା ସଂସ୍ଥାନକୁ ଶ୍ରେଷ୍ଠ ଏନଜିଓ ପୁରସ୍କାର ପ୍ରଦାନ କରାଯିବ; ଗୁଜରାଟର ନର୍ମଦା, ସଞ୍ଜିବନୀ ପିଆତ୍ ସହକାରୀ ମଣ୍ଡଳୀ ଲିମିଟେଡ୍କୁ ସର୍ବୋତ୍ତମ ଜଳ ବ୍ୟବହାରକାରୀ ସଂଘ ପୁରସ୍କାର ପ୍ରଦାନ କରାଯିବ; ଏବଂ ସିଏସଆର୍ କାର୍ଯ୍ୟକଳାପ ପାଇଁ ସର୍ବୋତ୍ତମ ଉଦ୍ୟୋଗ ଭାବେ ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏଚସିଏଲ୍ ଟେକ୍ନୋଲୋଜିଜ୍ ଲିମିଟେଡ୍କୁ ପୁରସ୍କାର ପ୍ରଦାନ କରାଯିବ।

ଚତୁର୍ଥ ଜାତୀୟ ଜଳ ପୁରସ୍କାର, ୨୦୨୨ ପାଇଁ ପୁରସ୍କାର ପ୍ରାପକ ମାନଙ୍କର ତାଲିକା ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ।

ସରକାରଙ୍କର ଏକ ‘ଜଳ ସମୃଦ୍ଧ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପି ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ। ଏହା ଜଳର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଳାଷ ରଖେ ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥାଏ। ଏହି କାର୍ଯ୍ୟକ୍ରମ ସବୁ ଲୋକ ଏବଂ ସଂଗଠନ ଗୁଡିକୁ ଏକ ଦୃଢ଼ ସହଭାଗିତା ସୃଷ୍ଟି କରିବା ପାଇଁ ଏବଂ ଜଳ ଉତ୍ସ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଅଧିକ ମଜଭୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା।

ତଦନୁସାରେ, ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍ ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା। ଦ୍ୱିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ଦିଆ ଯାଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରା ଯାଇନଥିଲା।

୨୦୨୨ ମସିହାରେ ଗୃହ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପୁରସ୍କର ପୋର୍ଟାଲରେ ୩୦ ଜୁଲାଇ, ୨୦୨୨ ରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ଆବେଦନର ଆହ୍ୱାନ ଆରମ୍ଭ କରା ଯାଇଥିଲା। ୩୧ ଅକ୍ଟୋବର ୨୦୨୨ ରେ ଅନ୍ତିମ ତାରିଖ ସୁଦ୍ଧା ମୋଟ ୮୬୮ ଆବେଦନ ପତ୍ର ଗ୍ରହଣ କରା ଯାଇଥିଲା। ଆବେଦନ ଗୁଡିକ ଯାଞ୍ଚ କରାଯାଇ ତାହାର ମୂଲ୍ୟାଙ୍କନ କରାଯାଇଥିଲା। ତାଲିକାଭୁକ୍ତ ହୋଇଥିବା ଆବେଦନ ଗୁଡ଼ିକର ତୃଣମୂଳ ସ୍ତରର ସତ୍ୟତା ଯାଂଚ କେନ୍ଦ୍ରୀୟ ଜଳ ଆୟୋଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା କରାଯାଇଥିଲା, ଏହା ପରେ ପୁରସ୍କାର ପାଇଁ ସମସ୍ତ ୧୧ ବର୍ଗକୁ ଅନ୍ତର୍ଭୁକ୍ତ କରି ମିଳିତ ବିଜେତାଙ୍କ ସମେତ ୪୧ ବିଜେତାଙ୍କୁ ଚୟନ କରାଯାଇଛି।