Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମରେ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର: ଡାକ୍ତରଖାନାରେ ରେକର୍ଡଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷିତ ରଖିବାର ଆବଶ୍ୟକତାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ମଙ୍ଗଳବାର ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ‘ଏମ୍‌ପାୱାରିଂ ହେଲ୍‌ଥ ଥ୍ରୁ ଆକ୍ୟୁରେଟ୍ ରେକର୍ଡ୍ସ’ କୁ ନେଇ ହସ୍ପିଟାଲ୍‌ର କର୍ମଚାରୀଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ମେଡିକାଲ୍ ରେକର୍ଡ ଗୁଡ଼ିକର ସଂଗ୍ରହ, ସଂରକ୍ଷଣ ଏବଂ ସଠିକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିବା ସହ ଏହି ବିଭାଗଟି ହସ୍ପିଟାଲର କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁରୂପେ ତୁଲାଇବା ନିମନ୍ତେ ଏହାର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାଏ ବୋଲି କହିଥିଲେ।

ଏହି ଅବସରରେ ହସ୍ପିଟାଲର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ମେଡିକାଲ ରେକର୍ଡ୍ସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ, ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଡାକ୍ତର ସେଠୀ ମେଡିକାଲ ରେକର୍ଡ ଗୁଡ଼ିକୁ ସଂରକ୍ଷଣ କରିବା ନେଇ ଏହାର ଆଇନ୍‌ଗତ ଦିଗ ଉପରେ ବକ୍ତବ୍ୟ ରଖିବା ସହ ବ୍ରିଗେଡିୟର (ଡ) ମିଶ୍ର ମେଡିକାଲ୍ ରେକର୍ଡର ଡିଜିଟାଲାଇଜେସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ।

ରତିକାନ୍ତ ବାରିକ ଦୈନନ୍ଦିନ ମେଡିକାଲ୍ ରେକର୍ଡ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ମମ୍‌ରେ ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି।

ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ପି.କେ. ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ମମ୍‌ର ମେଡିକାଲ୍ ରେକର୍ଡ୍ସ ବିଭାଗର ମୁଖ୍ୟ ଡ. ମାନସ ରଞ୍ଜନ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାର ମେଡିକାଲ୍ ରେକର୍ଡ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତେଣୁ ଏହି ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ କଷ୍ଟସାଧ୍ୟ ପ୍ରୟାସକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ବିଭାଗର ଅବଦାନ ଖୁବ୍ ଅଧିକ। ପ୍ରଶାସନିକ ବ୍ୟବସ୍ଥା ର ପରିଚାଳନାଠାରୁ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେଣୁ ଆମେ ଆମର ବ୍ୟସ୍ତବହୁଳ ଜୀବନରୁ ବାହାରି ଏହି ପରଦା ପଛର ନାୟକମାନଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଏକ କେକ୍ କଟିଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।