Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ୫ଜି ନେଟୱାର୍କର ମହାକୁମ୍ଭରେ ରେକର୍ଡ, ଗୋଟିଏ ଦିନରେ ୨ କୋଟି କଲ୍ ଏବଂ ୪୦ କୋଟି ଥର ନେଟ ସର୍ଫିଂ

ପ୍ରୟାଗରାଜ: ରିଲାଏନ୍ସ ଜିଓର ୫ଜି ନେଟୱାର୍କ ମହାକୁମ୍ଭରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ମହାକୁମ୍ଭରେ ସାହି ସ୍ନାନ ଦିନ, ଜିଓର ୫ଜି ନେଟୱାର୍କରେ ୨ କୋଟିରୁ ଅଧିକ କଲ କରାଯାଇଥିଲା ଏବଂ ୪୦ କୋଟି ଥର ନେଟ ସର୍ଫିଂ କରାଯାଇଥିଲା। ଅର୍ଥାତ ଜିଓର ୫ଜି ନେଟୱାର୍କ ମହାକୁମ୍ଭରେ ଗୋଟିଏ ଦିନରେ ୪୦ କୋଟି ଥରରୁ ଅଧିକ ଡାଟା ସଂଯୋଗ ଅନୁରୋଧ ଗ୍ରହଣ କରିଛି। ବିଶ୍ୱରେ ଏହା ପ୍ରଥମ ଥର ଯେ ଏତେ ସଂଖ୍ୟକ ଲୋକ ଏକ ଛୋଟ ଅଞ୍ଚଳରେ କୌଣସି ଏକ ନେଟୱାର୍କ ବ୍ୟବହାର କରିଛନ୍ତି। ଏହି ସଂଖ୍ୟା କେବଳ ଜିଓ ୫ଜି ନେଟୱାର୍କ ବ୍ୟବହାର କରିଥିବା ଉପଭୋକ୍ତାଙ୍କର ଏବଂ ଏଥିରେ ଜିଓର ୪ଜି ନେଟୱାର୍କ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଜିଓର ୫ଜି ନେଟୱାର୍କ ଏରିକ୍ସନ୍ ଉପକରଣରେ ଚାଲିଥାଏ।

ସୂଚନାଯୋଗ୍ୟ ଯେ, ମହାକୁମ୍ଭ ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଯେଉଁଥିରେ ୬୬ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଏହି ଅବଧି ମଧ୍ୟରେ ବାରାଣାସୀ ଏବଂ ଅଯୋଧ୍ୟାରେ ମଧ୍ୟ ଅଭୂତପୂର୍ବ ଡାଟା ଟ୍ରାଫିକ୍ ଅଭିବୃଦ୍ଧି ଦେଖାଯାଇଥିଲା। ବିପୁଳ ଜନ ସମାଗମକୁ ଧ୍ୟାନରେ ରଖି ଜିଓ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ନେଟୱାର୍କ ସ୍ଲାଇସିଂ, ୭୦୦ ମେଗାହର୍ଜ ବ୍ୟାଣ୍ଡରେ କ୍ୟାରିଅର୍ ଏଗ୍ରିଗେସନ୍, ଭଏସ୍ ଓଭର ଏନଆର (୫ଜି ଭଏସ୍) ଏବଂ ଏଲଟିଇରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମର ନିୟୋଜନ ପରି ପଦକ୍ଷେପ ନିଆଯାଇଥିଲା। ନିରବଛିନ୍ନ ଯୋଗାଯୋଗ ସଂଯୋଗ ଜାରି ରଖିବା ପାଇଁ ପାଞ୍ଚଟି ୱାର ରୁମ ସୃଷ୍ଟି କରାଯାଇଥିଲା, ଯାହା ମାଧ୍ୟମରେ ନେଟୱାର୍କ ଉପରେ ନିରନ୍ତର ନଜର ରଖାଯାଉଥିଲା।

ଏରିକ୍ସନରେ ରିଲାଏନ୍ସ ଜିଓ ଗ୍ରାହକ ୟୁନିଟ୍ ମୁଖ୍ୟ ବିଜୟ ଶର୍ମା କହିଛନ୍ତି ଯେ, “ମହାକୁମ୍ଭ ଅବସରରେ ଜିଓ ସହିତ ସହଭାଗିତାରେ ଆହ୍ଵାନମୂଳକ ପରିସ୍ଥିତିରେ ମଧ୍ୟ ଉତ୍ତମ ଗ୍ରାହକ ସେବା ଯୋଗାଇଥିବାରୁ ଆମେ ଗର୍ବିତ। ଏରିକ୍ସନ୍ ଏବଂ ଜିଓ ମଧ୍ୟରେ ସହଭାଗୀତା ହେଉଛି ନବସୃଜନ ଏବଂ ଉତ୍ତମ ଯୋଜନାର ଏକ ପ୍ରକୃଷ୍ଟ ଉଦାହରଣ। ଜିଓ ଟ୍ରୁ ୫ଜି ଷ୍ଟାଣ୍ଡାଲୋନ୍ (ଏସଏ) ନେଟୱାର୍କ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବ ବୃହତ ଆଧ୍ୟାତ୍ମିକ ସମାଗମ ଆୟୋଜନ ମହାକୁମ୍ଭ ୨୦୨୫ ରେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କୁ ଶ୍ରେଷ୍ଠ ଗ୍ରାହକ ଅନୁଭୂତି ପ୍ରଦାନ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ୫ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧୭ କୋଟିରୁ ଅଧିକ ଗ୍ରାହକ

ମୁମ୍ବାଇ / ଭୁବନେଶ୍ୱର: ସାରା ଦେଶରେ ୧୭ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ବ୍ୟବହାର କରନ୍ତି। ଏହା ସହିତ ଜିଓ ଚୀନ୍ ବାହାରେ ବିଶ୍ୱର ସର୍ବବୃହତ ଷ୍ଟାଣ୍ଡାଲୋନ ୫ଜି ଅପରେଟର ହୋଇପାରିଛି। ୫ଜି ଗ୍ରାହକ ବର୍ତ୍ତମାନ ଜିଓରେ ମୋଟ ଡାଟା ବ୍ୟବହାରର ୪୦ ପ୍ରତିଶତ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଜିଓ ନେଟୱାର୍କରେ ୫ଜି ଗ୍ରାହକମାନେ ବୃଦ୍ଧି ପାଇବା ସହିତ ପ୍ରତି ମାସରେ ଗ୍ରାହକ ପିଛା ଡାଟା ବ୍ୟବହାର ମଧ୍ୟ ବୃଦ୍ଧି ପାଇ ଡିସେମ୍ବର ଶେଷ ସୁଦ୍ଧା ୩୨.୩ ଜିବି ଛୁଇଁଛି, ଯାହା ଶିଳ୍ପରେ ସର୍ବାଧିକ। ଏହି ବର୍ଷ ଜିଓ ନେଟୱାର୍କରେ ମୋଟ ଡାଟା ବ୍ୟବହାର ୪୬୫୧ କୋଟି ଜିବି ଥିଲା। ଗତ ବର୍ଷ ତୁଳନାରେ ଏହା ୨୨.୨ ପ୍ରତିଶତ ଅଧିକ ରହିଥିଲା  ରିଲାଏନ୍ସ ଏହାର ତ୍ରୈମାସିକ ଫଳାଫଳରେ ଏହା ପ୍ରକାଶ କରିଛି।

ଜିଓର ପ୍ରଦର୍ଶନ ଉପରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ ସେବା ବ୍ୟବସାୟରେ ଦୃଢ ଅଭିବୃଦ୍ଧି ହେବାର କାରଣ ହେଉଛି ଗ୍ରାହକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି। ଉନ୍ନତ ଗ୍ରାହକ ମିଶ୍ରଣ ଏବଂ ୫ଜି ନେଟୱାର୍କକୁ ଅପଗ୍ରେଡ୍ କରୁଥିବା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ବଳରେ ଏହା ସମ୍ଭବ ହୋଇଛି। ହୋମ ବ୍ରଡବ୍ୟାଣ୍ଡ ସେବାରେ ଆକର୍ଷଣୀୟ ଅଫର ସହିତ ଜିଓ ବଜାରରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ମଜବୁତ କରିଛି। ”

ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ୍ ଇଣ୍ଡିଆ ମିଶନକୁ ପୂରଣ କରିବା ପାଇଁ ଜିଓ ଗତ ଏକ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ବିସ୍ତାର କରିବା ଏବଂ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ସେବାକୁ ବଡ ସହରରୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ବ୍ୟବହାର କରି ତଥା ଟେକ୍ନୋଲୋଜିରେ ନବସୃଜନକୁ ପ୍ରୋତ୍ସାହିତ କରି ଜିଓ ଏପରି ଏକ ସଂଯୁକ୍ତ ଭବିଷ୍ୟତର ମୂଳଦୁଆ ପକାଇଛି ଯାହାଦ୍ୱାରା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସମସ୍ତେ ଏଥିରୁ ଉପକୃତ ହେବେ।

୨୦୨୪ ବର୍ଷ ଶେଷ ସୁଦ୍ଧା ଦେଶରେ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷ ଅତିକ୍ରମ କରିଛି। ଜିଓ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୩୩ ଲକ୍ଷ ନେଟ ଗ୍ରାହକଙ୍କୁ ଯୋଡିଛି। ତୃତୀୟ ତ୍ରୈମାସିକରେ ଜିଓର ଆର୍ଥିକ ପ୍ରଦର୍ଶନ ମଧ୍ୟ ବେଶ ଉତ୍କୃଷ୍ଟ ରହିଥିଲା। ଜିଓ ପ୍ଲାଟଫର୍ମ ଲିମିଟେଡର ନେଟ୍ ଲାଭ ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ହୋଇ, ୬୮୬୧ କୋଟି ଟଙ୍କାରେ ପହଞ୍ଚିଛି। ଉନ୍ନତ ଗ୍ରାହକ ମିଶ୍ରଣ ବଳରେ ଜିଓର ଗ୍ରାହକ ପିଛା ମାସିକ ରାଜସ୍ବ ୨୦୩.୩ ଟଙ୍କାକୁ ବୃଦ୍ଧି ପାଇଛି।