ନୟାଗଡ଼: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ନୟାଗଡ଼ ଜିଲାର ସମସ୍ତ ବନବିଭାଗ ଅଧିକାରୀମାନଙ୍କୁ ନେଇ ଜିଲ୍ଲା ଆଇନସେବା ପ୍ରାଧିକରଣ ନୟାଗଡ଼ଙ୍କ ତରଫରୁ ଜିଲ୍ଲା ବନବିଭାଗ ସମ୍ମିଳନୀ କକ୍ଷରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସଚିବ ଅଞ୍ଜଳୀ ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଏହି ସଚେତନତା ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।
ଅନ୍ୟତମ ଅତିଥିଭାବେ ରେଜିଷ୍ଟ୍ରାର୍ ସୋନାଲି ସରୀତା ବନ୍ୟଜନ୍ତୁନଙ୍କ ସୁରକ୍ଷା ଉପରେ ଆଇନ୍ରେ ଥିବା ବିଧି ବ୍ୟବସ୍ଥା ଉପରେ କହିଥିବାବେଳେ ବରିଷ୍ଠ ପ୍ରବକ୍ତା ଦଣ୍ଡପାଣି ସ୍ଵାଇଁ ବନବିଭାଗ ଉପରେ ଅପିଲ ଓ ଆଇନଗତ ପ୍ରତିନିଧିତ୍ବ, ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଏଫ୍ଆଇଆର, ବେଲ, ସମନ ଓ ଓ୍ବାରେଣ୍ଟ ସମ୍ବନ୍ଧରେ, ଆଇନଜୀବୀ ପ୍ରସନ୍ନ ପଢ଼ିଆରୀ ସର୍ଚ୍ଚ ଓ ସିଜରଲିଷ୍ଟ ଉପରେ ଓ ସରକାରୀ ଆଇନଜୀବୀ ଆକାଶ ଦାଶ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ,ଏସିଏଫ୍ଓ ହିମାଂଶୁ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ।