Categories
ଆଜିର ଖବର ରାଜ୍ୟ ଖବର

ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ପୁଣି ଗରଜିଲା ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ପୁଣି ଥରେ ଜାଗ୍ରତ ହୋଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ଼ ଜିଲ୍ଲା ଗଠନ ଦାବି ଦୋହରାଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରିବା ସହ ଭୟାବହ ଆନ୍ଦୋଳନ ହେବ ଓ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଛନ୍ତି। ଧର୍ମଗଡ଼ ଉପଖଣ୍ଡ ସାମୁହିକ ସଂଗଠନ ପକ୍ଷରୁ କୁହାଯାଇଛି ଏଥି ପ୍ରତି ସରକାର ଦାୟୀ ରହିବେ।

ଏକ ରାଲି କରି ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି।