Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୀବନବ୍ୟାପି ଲୋକସେବା ପୁରସ୍କାରକୁ ଓଡିଶାର ସାଢେ ଚାରିକୋଟି ଓଡିଆଙ୍କୁ ସମର୍ପିତ କଲେ ନବୀନ

ନୂଆଦିଲ୍ଲୀ: ଆଜି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପି ଲୋକସେବା ପାଇଁ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ପ୍ରେକ୍ଷାଳୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତର ପୂର୍ବତ୍ତନ ମୁଖ୍ୟ ବିଚାରପତି ଏମ ଭି ରମଣା ନବୀନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହିତ ଏହି ପୁରସ୍କାରକୁ ସେ ଓଡିଶା ସାଢେ ଚାରି କୋଟି ଲୋକଙ୍କୁ ସମର୍ପଣ କଲେ ବୋଲି ଘୋଷଣା କରିଥିଲେ। କାରଣରେ ସେ କହିଥିଲେ ଯେ, ଆଜି ଓଡିଶାର ଲୋକେ ମୋତେ 22 ବର୍ଷ ଧରି ଆର୍ଶିବାଦ ଦେଇଆସିଛନ୍ତି। ସେହିମାନଙ୍କ ବିଶ୍ବାସ ଆଜି ଓଡିଶାକୁ ସଶକ୍ତ କରିବା ମୋ ପାଇଁ ବଡ ଅସ୍ତ୍ର ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶା ବର୍ତ୍ତମାନ ବିଶ୍ବବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ବରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏକଦା ଖାଦ୍ୟ ଅଭାବ ରାଜ୍ୟ ଆଜି ଖାଦ୍ୟ ବଳକା ରାଜ୍ୟ ଭାବେ ବିଶ୍ବ ନିକଟରେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ଗମାନଗମନ ଏବଂ ଶିଳ୍ପ କ୍ଷେତ୍ରରେ ଓଡିଶା ବେଶ ଆଗକୁ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜୀବନବ୍ୟାପି ଲୋକସେବା ପାଇଁ ନୂଆଦିଲ୍ଲୀରେ ପୁରସ୍କୃତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆଜି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପି ଲୋକସେବା ପାଇଁ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ପ୍ରେକ୍ଷାଳୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତର ପୂର୍ବତ୍ତନ ମୁଖ୍ୟ ବିଚାରପତି ଏମ ଭି ରମଣା ନବୀନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଉତ୍ସବରେ ବିଚାରପତି ଏ କେ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପୂର୍ବକ ତାଙ୍କ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଓଡିଶାରେ ମହିଳାମାନଙ୍କ ରୋଜଗାର, ସଂରକ୍ଷଣ, ହେଲଥକାର୍ଡ, ଘରେଘରେ ପାଇପ ପାଣି ପ୍ରଭୃତି ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ସେ ହଲଥ କାର୍ଡର କିପରି ବିନିଯୋଗ ହେଉଛି ତାହା ଜାଣିବା ପାଇଁ ତିନୋଟି ଜିଲ୍ଲା ଗସ୍ତ କରିଥିଲେ।

ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଐତିହାସିକ ପଦକ୍ଷେପ ଆଜି ସାରା ବିଶ୍ବ ପ୍ରଶଂସା କରୁଛି ବୋଲି ସେ ଏହି ଉତ୍ସବରେ କହିଥିଲେ। ସେହିପରି ପୁରସ୍କାର ପ୍ରଦାନ କରି ପୂର୍ବତନ ମୁଖ୍ୟ ବିଚାରପତି ରମଣା ମଧ୍ୟ ନବୀନଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ। ତାଙ୍କୁ ଓଡିଶାର ଲୋକେ ଭଲ ପାଉଥିବାରୁ ସେ ଆଜି ଦେଶରେ ଅନ୍ୟତମ ଦୀର୍ଘ ସମୟର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହିତ ଏହି ପୁରସ୍କାରକୁ ସେ ଓଡିଶା ସାଢେ ଚାରି କୋଟି ଲୋକଙ୍କୁ ସମର୍ପଣ କଲେ ବୋଲି ଘୋଷଣା କରିଥିଲେ। କାରଣରେ ସେ କହିଥିଲେ ଯେ, ଆଜି ଓଡିଶାର ଲୋକେ ମୋତେ 22 ବର୍ଷ ଧରି ଆର୍ଶିବାଦ ଦେଇଆସିଛନ୍ତି। ସେହିମାନଙ୍କ ବିଶ୍ବାସ ଆଜି ଓଡିଶାକୁ ସଶକ୍ତ କରିବା ମୋ ପାଇଁ ବଡ ଅସ୍ତ୍ର ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶା ବର୍ତ୍ତମାନ ବିଶ୍ବବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ବରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏକଦା ଖାଦ୍ୟ ଅଭାବ ରାଜ୍ୟ ଆଜି ଖାଦ୍ୟ ବଳକା ରାଜ୍ୟ ଭାବେ ବିଶ୍ବ ନିକଟରେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ଗମାନଗମନ ଏବଂ ଶିଳ୍ପ କ୍ଷେତ୍ରରେ ଓଡିଶା ବେଶ ଆଗକୁ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କେତେକ ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।