Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରୁ ଓହରିବ ନାହିଁ ଜେଏସଡବ୍ଲୁ,, କଂପାନୀ ତରଫରୁ ମିଳିଲା ସ୍ପଷ୍ଟିକରଣ

ଭୁବନେଶ୍ବର: ଓଡିଶା ପ୍ରକଳ୍ପରୁ ଓହରିବ ନାହିଁ ଜେଏସଡବ୍ଲୁ। ଏ ନେଇ କଂପାନୀ ତରଫରୁ ଏକ ସ୍ପଷ୍ଟ କରଣ ପ୍ରଦାନ କରାଯାଇଛି। କଂପାନୀର କାର୍ଯ୍ୟନିର୍ବାହୀ ଉପସଭାପତି ରଂଜନ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିସହିତ ଓଡିଶା ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ ମଧ୍ୟ ଜେଏସଡବ୍ଲୁ ଓହରିବା ଖବରକୁ ଖଣ୍ଡନ କରିଛନ୍ତି।

ଆଜି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ଓଡିଶା ପ୍ରକଳ୍ପରୁ ଜେଏସଡବ୍ଲୁ ଓହରିଯିବ। ସେ ଓଡିଶାର ପାରାଦୀପ ଏବଂ କଟକରେ ଇଭି ବ୍ୟାଟେରୀ ଏବଂ ଇଭି ଗାଡି ପ୍ରକଳ୍ପ କରିବାକୁ ନବୀନ ସରକାର ସମୟରେ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି। ହେଲେ କଂପାନୀ ତାହାର ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ କରିବ ବୋଲି ଖବର ପ୍ରକାଶ ପାଇଥିଲା। ଯାହାକୁ କଂପାନୀ ଖଣ୍ଡନ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

Breaking News: ଓଡିଶା ଛାଡିବ ଜେଏସଡବ୍ଲୁ , କରିଥାଆନ୍ତା ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ

Breaking News: ଓଡିଶା ଛାଡିବ ବିଶ୍ବର ଅନ୍ୟତମ ଶିଳ୍ପ ସମ୍ରାଟ ଜେଏସଡବ୍ଲୁ । ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା। ହେଲେ କୌଣସି କାରଣ ପାଇଁ ଏହି କଂପାନୀ ଓଡିଶା ଛାଡିବ ବୋଲି ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ‘ମିଣ୍ଟି’ ରେ ପ୍ରକାଶ ପାଇଛି।

ଗତ ଫେବୃୟାରୀ ମାସରେ ଜେଏସଡବ୍ଲୁ ଓଡିଶା ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ କରିଥିଲା। ଏଥିରେ କଂପାନୀ କଟକ ଓ ପାରାଦ୍ବୀପରେ ଶିଳ୍ପ ପ୍ରତିଷ୍ଠା କରିବା ଏହି ବୁଝାମଣ କରିଥିଲା। ସେତେବେଳେ ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ ଥିଲେ। ହେଲେ ସରକାର ପରିବର୍ତ୍ତନ ପରେ କଂପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ସ୍ଥାନାନ୍ତର କରିବ ବୋଲି ଜଣାପଡିଛି। ତେବେ ଏ ନେଇ କଂପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ପାରାଦ୍ବୀପ ପ୍ରକଳ୍ପ ପାଇଁ ଜେଏସଡବ୍ଲୁ ଘୋଷଣା କଲା କ୍ଷତିଗସ୍ତଙ୍କ ସହାୟତା ରାଶି, ଜାଣନ୍ତୁ କାହାକୁ କେତେ

ପାରାଦ୍ବୀପ: JSW declares special R & R compensation, ଭାରତର ପ୍ରତିଷ୍ଠିତ ଇସ୍ପାତ କଂପାନୀ ଜେଏସଡବ୍ଲୁ ଓଡିଶାର ତାହାର ପ୍ରକଳ୍ପ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। କଂପାନୀ ତରଫରୁ ପ୍ରଥମେ କ୍ଷତିଗସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ପାନ ବରଜ, ଜମି ହରାଇଥିବା ବ୍ୟକ୍ତି ଏବଂ ବିଭିନ୍ନ କୃଷି କ୍ଷେତ୍ର କ୍ଷତିଗସ୍ତଙ୍କ ପାଇଁ ଏହି ଘୋଷଣା କରାଯାଇଛି। କଂପାନୀ ତରଫରୁ ଘୋଷଣା ହୋଇଥିବା କ୍ଷତିପୂରଣର ସହାୟତା ରାଶି ହେଲା..

ପାନ ବରଜ

ଡେସିମିଲ୍ ପିଛା ୧୭,୫୦୦ ଟଙ୍କା, ଗାଁରେ ପାନ ବରଜ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ମଧ୍ୟରେ ଯେଉଁ ବ୍ୟକ୍ତି ନିଜର ପାନବରଜ ଭାଙ୍ଗିବେ, ତାଙ୍କୁ ନୂଆ ପାନ ବରଜ ପିଛା ୫୦ ହଜାର ଟଙ୍କା ବୋନସ୍ ବାବଦରେ ଦିଆଯିବ ।

ଭଙ୍ଗାଯାଇଥିବା ପୁରୁଣା ପାନ ବରଜ ପାଇଁ ସହାୟତା ରାଶି

ପୂର୍ବରୁ ଡେସିମିଲ୍ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ ବରଜ ମାଲିକମାନଙ୍କୁ ଡେସିମିଲ୍ ପିଛା ଅତିରିକ୍ତ ୬,୦୦୦ ଟଙ୍କା ହିସାବରେ ବୋନସ୍‌

-ଉକ୍ତ ରାଶି ପ୍ରକଳ୍ପ ଜମିରୁ ସମସ୍ତ ପାନବରଜ ଭଙ୍ଗାଯିବା ପରେ ଅଥବା ପାଚେରୀ କାମ ସମ୍ପୂର୍ଣ୍ଣ ହେବା ପରେ (ଯାହା ବିଳମ୍ବରେ ହେବ) ପ୍ରଦାନ କରାଯିବ ।

ଜମି ଅଧିଗ୍ରହଣ ଗ୍ରାମର ଅନ୍ୟ ପରିବାର ନିମନ୍ତେ ସହାୟତା ରାଶି

ଜମି ଅଧିଗ୍ରହଣ ଗ୍ରାମର ଯେଉଁ ପରିବାରମାନେ ପାନ ବରଜ ବାବଦରେ କ୍ଷତିପୂରଣ ପାଇନାହାନ୍ତି ଏବଂ ପୂର୍ବ ପ୍ରକଳ୍ପ ଠାରୁ ପାନବରଜ ଶ୍ରମିକ ଭାବରେ କ୍ଷତିପୂରଣ ପାଇନାହାନ୍ତି କେବଳ ସେହି ପରିବାରଙ୍କୁ ୮୮,୦୦୦ ଟଙ୍କାର ସହାୟତା ରାଶି ନିମ୍ନ ଭାବରେ ଦିଆଯିବ ।

କ) ପ୍ରକଳ୍ପ ଅଚଂଳରୁ ସମ୍ପୂର୍ଣ୍ଣ ଭାବେ ପାନ ବରଜ ଉଚ୍ଛେଦ ପରେ ଏକକାଳୀନ ୪୪,୦୦୦ ଟଙ୍କା

ଖ) ପ୍ରକଳ୍ପର ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସରିବା ପରେ ଏକକାଳୀନ ୪୪,୦୦୦ଟଙ୍କା

ତେବେ ପୂର୍ବରୁ ଯେଉଁ ଗ୍ରାମରେ ପାନବରଜ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ସରିଛି ସେଠାରେ ପାଚେରୀ ସୀମା ନିର୍ଦ୍ଧାରଣ ପରେ ଏକକାଳୀନ ୪୪୦୦୦ଟଙ୍କା ଏବଂ ପାଚେରୀ କାମ ସମ୍ପୂର୍ଣ୍ଣ ହେବା ପରେ ଏକକାଳୀନ ୪୪୦୦୦ଟଙ୍କା ପ୍ରଦାନ କରାଯିବ ।

ଫଳ ଗଛ

ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ବିଜ୍ଞପ୍ତି ଅନୁସାରେ ପ୍ରଦାନ କରାଯିବ

ଚିଙ୍ଗୁଡି ଘେରି (ସ୍ୱୀକୃତିପ୍ରାପ୍ତ)

ସ୍ୱୀକୃତିପ୍ରାପ୍ତ ଚିଙ୍ଗୁଡି ଘେରି ଏକର ପିଛା ୨.୫ ଲକ୍ଷ

ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ପରିବାର ସହାୟତା ରାଶି

ବର୍ତମାନ ପ୍ରକଳ୍ପ ଅଚଂଳରେ ଥିବା ଜଙ୍ଗଲର ରକ୍ଷଣାବେକ୍ଷଣ କରୁଥିବା ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ରାସନକାର୍ଡଧାରୀ

ପରିବାର ଏକକାଳୀନ ୫୦୦୦୦ ଟଙ୍କା ପାଇବେ ।

ଗତ ତିନି ବର୍ଷର ଦଲିଲ ଏବଂ କମିଟିର ତଥ୍ୟାବଳି ରେକର୍ଡ ଅନୁସାରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଭାବରେ ପରିବାରର ନାମ ସଂଖ୍ୟା ଧାର୍ଯ୍ୟ କରାଯିବ ।

– ଗୋଟିଏ ରାସନ କାର୍ଡଧାରୀ ପରିବାରରୁ ଜଣଙ୍କୁ ଏହି ରାଶି ପ୍ରଦାନ କରାଯିବ ।

କେମିତି ଦିଆଯିବ ଏହି ସହାୟତା ରାଶି

୧. ପ୍ରକଳ୍ପ ଅଚଂଳରେ ଘର-ଘର ବୁଲି ସର୍ବେକ୍ଷଣ କରାଯିବ ।

କ). ପ୍ରତ୍ୟେକ ରାସନକାର୍ଡଧାରୀ ପରିବାର ନିଜ ପରିବାରରୁ ଜଣଙ୍କୁ ରୋଜଗାର ପାଇଁ ମନୋନୀତ କରିବେ । ଯାହାଙ୍କ ବୟସ ୨୦-୩୨ ବର୍ଷ ଭିତରେ ହୋଇଥିବ ।

ଖ). ସେହି ମନୋନୀତ ସଦସ୍ୟଙ୍କୁ ଆବଶ୍ୟକୀୟ ତାଲିମ ଦିଆଯାଇ ରୋଜଗାରକ୍ଷମ କରାଯିବ ।

୨. କମ୍ପାନୀ କର୍ତୁପକ୍ଷ ସେହି ମନୋନୀତ ସଦସ୍ୟଙ୍କୁ ପର୍ଯ୍ୟାୟକ୍ରମେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ନିଯୁକ୍ତି କିମ୍ବା ରୋଜଗାର ଦେବା ନିମନ୍ତେ ଚେଷ୍ଟା କରିବେ ।

ସେମାନଙ୍କୁ ଗ୍ରୁପ୍ କମ୍ପାନୀ କିମ୍ବା  ଆସୋସିଏଏଟ୍ କମ୍ପାନୀ କିମ୍ବା କଂଟ୍ରାକ୍ଟର କିମ୍ବା ପ୍ରୋଜେକ୍ଟ ବା ପ୍ରକଳ୍ପ ମାଧ୍ୟମରେ ଭାରତର କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନର ସୁଯୋଗ ଦିଆଯିବ ।

୩. ଉପରୋକ୍ତ ସମସ୍ତ ପ୍ରକାର ସହାୟତା ରାଶି ପାଇଁ କେବଳ ଜମି ହରାଇଥିବା ଗାଁ ଗୁଡିକରେ ରାସନ୍ କାର୍ଡ ଧାରୀ ପରିବାର ଯୋଗ୍ୟ ପରିବାର ଭାବରେ ବିବେଚିତ ହେବେ ।

୪. ରାସନ କାର୍ଡରେ ତାଲିକାଭୁକ୍ତ ସମସ୍ତ ସଦସ୍ୟମାନଙ୍କୁ ଗୋଟିଏ ପରିବାର ଭାବେ ଗ୍ରହଣ କରାଯିବ ।

୫. ଜମି ଅଧିଗ୍ରହଣ ଘୋଷଣା ପତ୍ରରେ ଉଲ୍ଲେଖ ତାରିଖ ସୁଦ୍ଧା ଯେଉଁ ପରିବାର ପାଖରେ ରାସନକାର୍ଡ ଥିବ କେବଳ ସେହିମାନେ ଅଦ୍ୟାବଧି ସହାୟତା ବା ଅନୁକମ୍ପାରାଶି ପାଇଁ ହକଦାର ହେବେ ।

୬. ଜମି ଅଧିଗ୍ରହଣ ହେଉଥିବା ଆଠଟି ରାଜସ୍ୱ ଗ୍ରାମଗୁଡିକ ହେଲେ ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢ଼ିଙ୍କିଆ ଓ ମାହାଳ ।

୭. ସମସ୍ତ ପ୍ରକାର ଆର୍ଥିକ ସହାୟତା ହୀତାଧିକାରୀଙ୍କ ନାମରେ ଚେକ୍ ମାଧ୍ୟମରେ କିମ୍ବା ବ୍ୟାଙ୍କ୍ ଜରିଆରେ ଦିଆଯିବ ।