Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ମିଶିବେ ଚମ୍ପେଇ ସୋରେନ, ଅମିତ ଶାହଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଶେଷରେ ଯେଉଁ ଗୁଜବ ସୃଷ୍ଟି ହେଉଥିବା ତାହା ସତ ହେବାକୁ ଯାଉଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ବିଜେପିରେ ମିଶିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ନିଜ ସାମାଜିକ ଗଣ ମାଧ୍ୟମରେ ସେ ଏ ନେଇ ସ୍ପଷ୍ଟ କରିଛନ୍ତି।

ବିଶ୍ବଶର୍ମା କହିଛନ୍ତି ଯେ, ଆଜି ସକାଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଚମ୍ପେଇ ସୋରେନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆସନ୍ତା 30 ତାରିଖରେ ବିଜେପିରେ ମିଶିବେ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଶେଷରେ ଗିରଫ ହେଲେ ହେମନ୍ତ ସୋରେନ, ସାତଘଣ୍ଟା ଧରି ଇଡି କଲା ଜେରା

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ଇଡି ସାତ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କୁ ପଚାରାଉଚୁରା କରିବା ପରେ ସେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ତାଙ୍କୁ ଇଡି ଗିରଫ କରିଥିବାର ଜଣାପଡିଛି।

ଜମି ଦୁର୍ନିତି ମାମଲାରେ ଇଡି ହେମନ୍ତଙ୍କୁ 10 ଥର ନୋଟିସ ଜାରୀ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ହେଲେ ଗତକାଲି ତାଙ୍କର ନୂଆଦିଲ୍ଲୀ ଏବଂ ରାଞ୍ଚି ଘରେ ଚଢାଉ କରିଥିଲା ଇଡି ଟିମ୍। ହେଲେ ସେଠାରେ ତାଙ୍କୁ ପାଇ ନ ଥିବାର ସୂଚନା ଦେଇଥିଲା। ସୋରେନ ଇସ୍ତପା ଦେବା ପରେ ବର୍ତ୍ତମାନ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟପାଳଙ୍କୁ ଦାବୀ ପତ୍ର ଦେଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ।

ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ।

କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ କରିଛନ୍ତି। ଶିବୁ ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ମୁଖ୍ୟ। ଶିବୁ ସୋରେନଙ୍କ ଦୁର୍ନିତି ନେଇ ଯେତେବେଳେ ତଦନ୍ତ ହୋଇଥିଲା ସେତେବେଳେ ସିବିଆଇ ଝାଡଖଣ୍ଡର ବିଭିନ୍ନ ସ୍ଥାନ ସହିତ ମୟୁରଭଂଜରେ ମଧ୍ୟ ଚଢାଉ କରିଥିଲା।

ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ସେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ସେ ଏହି ପଦଟି ଆଉ କାହାକୁ ନ ଦେଇ ନିଜ ପରିବାର ମଧ୍ୟରେ ରଖିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେହି ଅନୁସାରେ ତିନିଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ହେମନ୍ତଙ୍କ ବାପା ଶିବୁ ସୋରେନ, ମାଆ ରୁପି ସୋରେନ ଏବଂ ଧର୍ମପତ୍ନୀ କଳ୍ପନା ସୋରେନ।

କଳ୍ପନାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିର ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ସେ ମଧ୍ୟ କୌଣସି ରାଜନୈତିକ ପରିବାରରୁ ଆସି ନାହାଁନ୍ତି। କଳ୍ପନା ବର୍ତ୍ତମାନ ଝାଡଖଣ୍ଡରେ ଏକ ସ୍କୁଲ ପରିଚାଳନା କରୁଛନ୍ତି। ତେଣୁ ବର୍ତ୍ତମାନ ଝାଡଖଣ୍ଡର ରାଜନୈତିକ ପରିସ୍ଥିତିକୁ କିପରି ମୁକାବିଲା କରିବା ତାହା ସନ୍ଦେହ ଜନକ। ଏହା ନିଶ୍ଚିତ ଯେ, ହେମନ୍ତ ସୋରେନା କଳ୍ପନାଙ୍କୁ ଚଉକି ଦେଇ ନିଜେ ସବୁ ଶାସନ କରିବେ। ବିବାହ ପରେ ସ୍ବାମୀଙ୍କ ସହିତ ଯେତେଦିନି ରାଜନୀତି ସହିତ ସାମିଲ ଅଛନ୍ତି ତାହା ହିଁ ତାଙ୍କର ଅଭିଜ୍ଞତା।

କୌଣସି କାରଣରୁ ଯଦି କଳ୍ପନା ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜାତୀୟ ରାଜନୀତିରେ ମୟୁରଭଂଜ ପୁଣି ଚର୍ଚ୍ଚାକୁ ଆସିବ। ସେହି ଜିଲ୍ଲାର ଜଣେ ରାଷ୍ଟ୍ରପତି ହୋଇଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବେ।