Categories
ଆଜିର ଖବର ରାଜ୍ୟ ଖବର

ଟ୍ରାଇ ଡ୍ରାଇଭ୍ ଟେଷ୍ଟରେ କଟକ ସହରରେ ଜିଓର ସର୍ବାଧିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ କଟକ ସହରରେ ବେଶ ପ୍ରଭାବଶାଳୀ ନେଟୱାର୍କ ପ୍ରଦର୍ଶନ କରିଛି। ଟ୍ରାଇର ନିୟମିତ ସେବା ଗୁଣବତ୍ତା ଅଡିଟ୍ ର ଏକ ଅଂଶ ଭାବରେ ଏହି ଡ୍ରାଇଭ୍ ପରୀକ୍ଷଣ ୧୫ ଏପ୍ରିଲରୁ ୧୮ ଏପ୍ରିଲ ୨୦୨୫ ଯାଏଁ ଓଡ଼ିଶା ସେବା କ୍ଷେତ୍ରର କଟକ ସହରରେ କରାଯାଇଥିଲା, ଯେଉଁଥିରେ ମୋଟ ୩୩୧.୪ କିଲୋମିଟର ଡ୍ରାଇଭ୍ ସହିତ ରିଅଲ୍-ଟାଇମ୍ ନେଟୱାର୍କ ପ୍ରଦର୍ଶନ ମୂଲ୍ୟାଙ୍କନ କରାଯାଇଥିଲା।

କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟୱାର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ ଏମବିପିଏସର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି। ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା। ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ମଧ୍ୟ, ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯ ଏମବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇଁ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା।

ଏକ ସମ୍ପୂର୍ଣ୍ଣ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର) ରେ ଜିଓ ୧୦୦ ପ୍ରତିଶତ ସଫଳତା ହାସଲ କରିବା ସହିତ ମାତ୍ର ୦.୭୩ ସେକେଣ୍ଡର କଲ୍ ସେଟଅପ୍ ସମୟ ହାସଲ କରିଥିଲା। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଜିଓ ଶୂନ ପ୍ରତିଶତ କଲ୍ ଡ୍ରପ୍ ହାର ଏବଂ ଶୂନ ପ୍ରତିଶତ କଲ୍ ମ୍ୟୁଟ୍ ହାର ରେକର୍ଡ କରିଛି, ଯାହା ଅତୁଳନୀୟ ନିର୍ଭରଯୋଗ୍ୟତାର ଏକ ଚିହ୍ନ ହେବା ସହିତ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ରହିଛି।

କଟକରେ ଜିଓର ଅଗ୍ରଣୀ ପ୍ରଦର୍ଶନ ଏହାର ବ୍ୟାପକ ଜାତୀୟ ପ୍ରଦର୍ଶନକୁ ପ୍ରତିଫଳିତ କରିଛି। ଭାରତର ସାତଟି ପ୍ରମୁଖ ସହର ଏବଂ ଜାତୀୟ ରାଜପଥ କରିଡରରେ ଏପ୍ରିଲ ୨୦୨୫ରେ ହୋଇଥିବା ପରୀକ୍ଷଣର ଟ୍ରାଇର ରିପୋର୍ଟରେ, ସାତଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟିରେ ଜିଓ ଶୀର୍ଷ ମାନ୍ୟତାପ୍ରାପ୍ତ ଅପରେଟର ଭାବରେ ଉଭା ହୋଇଛି। ଏହା ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ଥାନରେ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), କଲ୍ ସେଟଅପ୍ ସମୟ, ମ୍ୟୁଟ୍ କଲ୍ ରେଟ୍ ଏବଂ ଡାଉନଲୋଡ୍ ସ୍ପିଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡରେ ଶୀର୍ଷ ପ୍ରଦର୍ଶନ କରିଥିଲା।

ବିବିଧ କ୍ଷେତ୍ର ଏବଂ ପ୍ରଯୁକ୍ତି ବର୍ଗରେ ଏହାର ସ୍ଥିର ପ୍ରଦର୍ଶନ ସହିତ, ରିଲାଏନ୍ସ ଜିଓ ସ୍ୱର (ଭଏସ) ସ୍ପଷ୍ଟତା, କମ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ମାନଦଣ୍ଡ ସୃଷ୍ଟି କରିଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆର ପ୍ରତିଶ୍ରୁତିକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ନିକଟତର କରିଛି।

ଉଲ୍ଲେଖଯୋଗ୍ୟ ଯେ ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରିକେଟ ବିଶ୍ୱକପ୍ ଷ୍ଟାଡିୟମଗୁଡିକରେ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଅଧିକ: ଓପନ ସିଗନାଲ

ନୂଆଦିଲ୍ଲୀ/ ଭୁବନେଶ୍ୱର: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତରେ ଆଇସିସି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ଷ୍ଟାଡିୟମଗୁଡ଼ିକରେ ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଏବଂ ଭୋଡାଫୋନ୍ ଆଇଡିଆଠାରୁ ୩.୫ ଗୁଣ ଅଧିକ ରହିଛି।

ଓପନ୍ ସିଗନାଲର ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ଓ ବାହାରେ ମପାଯାଇଥିବା ଡାଉନଲୋଡ୍ ସ୍ପିଡରେ ଜିଓ ବାଜି ମାରିଛି। ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ୬୧.୭ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ ୩୦.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ଏବଂ ଭୋଡାଫୋନ୍ ଆଇଡିଆ ୧୭.୭ ଏମବିପିଏସ୍ ସହ ତୃତୀୟ ସ୍ଥାନରେ ରହିଛି।

ଓପନ୍ ସିଗନାଲ ରିପୋର୍ଟରେ ୫ଜି ଡାଉନଲୋଡ୍ ସ୍ପିଡରେ ମଧ୍ୟ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ତୁଳନାରେ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୨୫.୫ ପ୍ରତିଶତ ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୪୪.୫ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ୍ ୨୭୪.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ଭୋଡାଫୋନ ଆଇଡିଆ ବର୍ତ୍ତମାନ ୫ଜି ସେବା ପ୍ରଦାନ କରୁନାହିଁ। ଆଇସିସି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ଗୁଡ଼ିକ ଦେଶର ୧୦ଟି ଷ୍ଟାଡିୟମରେ ଖେଳାଯିବ। ଏଥିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଭଳି ନୂଆ ଷ୍ଟାଡିୟମଠାରୁ ଆରମ୍ଭ କରି କୋଲକାତାର ଇଡେନ ଗାର୍ଡେନ ଭଳି ଐତିହାସିକ ଷ୍ଟାଡିୟମ ରହିଛି। ଏହାବ୍ୟତୀତ ଦିଲ୍ଲୀ, ମୁମ୍ବାଇ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ଧର୍ମଶାଳାର କ୍ରିକେଟ ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ଗୁଡ଼ିକ ଖେଳାଯିବ।

ଅପଲୋଡ୍ ସ୍ପିଡ୍ ଦୃଷ୍ଟିରୁ କ୍ରିକେଟ ଷ୍ଟାଡିୟମରେ କମ୍ପାନୀଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏୟାରଟେଲର ହାରାହାରି ଅପଲୋଡ୍ ସ୍ପିଡ୍ ୬.୬ ଏମବିପିଏସ୍ ଏବଂ ଜିଓର ୬.୩ ଏମବିପିଏସ୍ ରହିଛି। ଭୋଡାଫୋନ ଆଇଡିଆ ୫.୮ ଏମବିପିଏସ ସହ ତୃତୀୟ ସ୍ଥାନରେ ରହିଛି। ସେହିଭଳି ହାରାହାରି ୫ଜି ଅପଲୋଡ୍ କ୍ଷେତ୍ରରେ ଏୟାରଟେଲର ସ୍ପିଡ୍ ୨୬.୩ ଏମବିପିଏସ୍ ଏବଂ ରିଲାଏନ୍ସ ଜିଓର ସ୍ପିଡ୍ ୨୧.୬ ଏମବିପିଏସ୍ ରହିଛି।

ଓପନ୍ ସିଗନାଲ୍ ମଧ୍ୟ ଆଇସିସି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମଗୁଡିକ ଭିତରେ ଏବଂ ବାହାରେ ୫ଜି ସଂଯୋଗର ଉପଲବ୍ଧତା ଯାଞ୍ଚ କରିଥିଲା। ନେଟୱାର୍କ ଉପଲବ୍ଧତା ୫ଜି ନେଟୱାର୍କରେ ଉପଭୋକ୍ତାଙ୍କ ଦ୍ୱାରା ବ୍ୟୟ କରାଯାଇଥିବା ସମୟରୁ ଜଣାପଡ଼ିଥାଏ।

ରିପୋର୍ଟ ଅନୁଯାୟୀ, ବିଶ୍ୱକପ୍ ଷ୍ଟାଡିୟମରେ ୫ଜି ଉପଲବ୍ଧତା କ୍ଷେତ୍ରରେ ଜିଓ ଶୀର୍ଷରେ ରହିଛି । ଜିଓର ଗ୍ରାହକମାନେ ୫ଜି ନେଟୱାର୍କ ସହ ୫୩%ରୁ ଅଧିକ ସମୟ ଯୋଡ଼ି ହୋଇରହିଥିଲେ। ଏୟାରଟେଲ ଗ୍ରାହକମାନେ ମାତ୍ର ୨୦.୭% ସମୟ ୫ଜି ନେଟୱାର୍କକୁ ସଂଯୋଗ କରିପାରିଥିଲେ। ସେହି ଅନୁଯାୟୀ ଜିଓର ୫ଜି ନେଟୱାର୍କର ଉପଲବ୍ଧତା ଏୟାରଟେଲ ତୁଳନାରେ ୨.୬ ଗୁଣ ଅଧିକ ଥିବା ଜଣାପଡ଼ିଛି।