Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକା ପାନ୍ଥନିବାସରେ ରଜ ମହୋତ୍ସବକୁ ଉଦଘାଟନ କଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ନିରାଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଡାକ୍ତର ପାତ୍ର ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।

ତେବେ ନିକଟରେ ଅହମଦାବାଦ ବିମାନ ବନ୍ଦର ରେ ଘଟିଥିବା ବିମାନ ଦୁର୍ଘଟଣା କୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାଂସଦ ଡାକ୍ତର ପାତ୍ର ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଏବଂ ଉତ୍ସବରେ ସାମିଲ ହୋଇନଥିଲେ। କେବଳ ଔପଚାରିକ ଭାବେ ରଜ ମହୋତ୍ସବକୁ ଉଦଘାଟନ କରି ଫେରିଯାଇଥିଲେ।

ଉକ୍ତ ଦୁଃଖଦ ସମୟରେ ସମଗ୍ର ଦେଶବାସୀ ଏକତ୍ରିତ ଅଛନ୍ତି ବୋଲି କହିଥିଲେ ସାଂସଦ। ସେ କିଛି ସମୟ ଧରି ଜନ ଅଭିଯୋଗ ମଧ୍ୟ ଶୁଣିଥିଲେ।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ, ବିଜେପି ନେତା ଦିଲ୍ଲୀପ ମହାନ୍ତି ଏବଂ ଜନସାଧାରଣ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଓଟିଡିସି ବଡ଼କୁଳ ପାନ୍ଥନିବାସ ପରିଚାଳକ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକା ପାନ୍ଥନିବାସ ପକ୍ଷରୁ ରଜ ମହୋତ୍ସବ: ଯୋଗଦେଲେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ବହୁ ଆଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଶ୍ରୀ ପାତ୍ର ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ।

ପ୍ରକୃତି ଓ ମଣିଷ ମଧ୍ୟରେ ଏହି ପର୍ବ ଏକ ସୁସମ୍ପର୍କ ପ୍ରତିଷ୍ଠା କରିଥାଏ। ଧରିତ୍ରୀ ମାର ପର୍ବ ଓ କୃଷି ଭିତ୍ତିକ ପର୍ବ ଭାବେ ଏହା ଆମ ଉତ୍କଳୀୟଙ୍କ ମଧ୍ୟରେ ଅପାର ଆନନ୍ଦ ସଂଚାର କରିଥାଏ ବର୍ଣନା କରିବାସହ ଚିଲିକାର ବିକାଶ ପାଇଁ ଆମେ ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଛୁ ତାହାକୁ ଖୁବ ଶୀଘ୍ର ପାଳନ କରିବୁ। ଆପଣମାନଙ୍କର ସାଂସଦ ଜଣେ ସାଧାରଣ ବ୍ୟକ୍ତି।ସଦାସର୍ବଦା ତାଙ୍କ ଦ୍ୱାର ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ।

ସାଧାରଣ ଜନତା ଯେଉଁ ଗଠନମୂଳକ ପ୍ରସ୍ତାବ ଦେବେ ତାକୁ ସାଂସଦ ଅଚିରେ ପାଳନ କରିବାନେଇ ସଂମତି ପ୍ରକାଶ କରିଥିଲେ।ଯାହାକି ସମଗ୍ର ଓଡିଶା ପାଇଁ ଚଳିତ ବର୍ଷର ରଜ ଏକ ସ୍ମରଣୀୟ ଦିବସ ହୋଇଥିବା ବେଳେ ଆଜି ଠାରୁ ଆରମ୍ଭ ହେବ ବିକାଶର ମହାପର୍ବ। ମାଟି ମାର ବିକାଶ, ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ପାଇଁ ଏହି ସରକାର ସର୍ବଦା ସମର୍ପିତ ହୋଇ କାର୍ଯ୍ୟ କରିବ ବୋଲି ଶ୍ରୀ ପାତ୍ର କହିଥିଲେ। ପ୍ରାରମ୍ଭରେ ରଜ ମହୋତ୍ସବର ମୁଖ୍ୟ ଆୟୋଜକ ତଥା ଓଟିଡିସି ଶାଖା ପରିଚାଳକ ସବ୍ୟସାଚୀ କର ସ୍ୱାଗତ ଭାଷଣ ଦେବା ସହ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଡୁଙ୍ଗମାଳ ପଞ୍ଚାୟତର ସରପଞ୍ଚ ଗଣେଶ୍ୱର ସ୍ୱାଇଁ, ସମିତି ସଭ୍ୟ ସୁଦାମ ଚରଣ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନୁଷ୍ଠାନିକ ଉଦଘାଟନ ପରେ ମୁଖ୍ୟ ଅତିଥି ଡାକ୍ତର ପାତ୍ର ଓଟିଡିସି ପକ୍ଷରୁ ଆୟୋଜିତ ରଜ ଦୋଳି,ରଜ ପିଠା ଓ ରଜ ପାନର ଆକର୍ଷଣୀୟ ଆସରକୁ ଉଦଘାଟନ କରିବା ପରେ ପର୍ଯ୍ୟଟକ ମାନେ ଭରପୁର ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ବୋଲି ଓଟିଡିସି ପରିଚାଳକ ଶ୍ରୀ କର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ ପାନ୍ଥନିବାସ କର୍ମଚାରୀ ସୁଜିତ ସ୍ୱାଇଁ, କାର୍ତ୍ତିକ ବାରିକ, ପ୍ରହଲ୍ଲାଦ ପଣ୍ଡା, ସଂଗ୍ରାମ କେଶରୀ ସୁବୁଦ୍ଧି,ବିପିନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଫଟୋକୁ ନେଇ ସେ ସବୁ ବେଳେ ସମାଲୋଚନାର ଶିକାର ହୋଇଥାନ୍ତି। କେତେବେଳେ ସେ ଜଗନ୍ନାଥଙ୍କ ମୃତ୍ତିକୁ ମୁଣ୍ଡରେ ଧରି ଅଭିନୟ କରିଥାନ୍ତି, କେତେବେଳେ କେଉଁଠି ପୂଜା କରିବା ହେଉ। ସେ ସବୁବେଳେ ଏପରି କିଛି କରି ମିଡିଆରେ ରହିବା ପାଇଁ ଚେଷ୍ଠା କରିବାରେ ଲାଗିଛନ୍ତି।

ହେଲେ ବେଳେ ବେଳେ ଏପରି ଚର୍ଚ୍ଚାରେ ରହିବା ଚେଷ୍ଠା ଅପଚେଷ୍ଠାରେ ପରିଣତ ହୋଇଯାଏ। ଯାହାଦ୍ବାରା ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ସହିତ ନିନ୍ଦା ମଧ୍ୟ କରାଯାଉଥିବାର ନଜର ରହିଛି। ପୁରୀରେ ଜଗନ୍ନାଥ ମୂର୍ତ୍ତିକୁ ଧରି ସେ ଯେପରି ନାଟକବାଜୀ କଲେ ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ସେହିପରି ତାଙ୍କର ଆଉ ଏକ ଫଟୋକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଫଟୋରେ ସମ୍ବିତ ପାତ୍ର ଜଣେ ଗରିବ ଘରେ ବସି ପଖାଳ ଖାଉଥିବାର ଦେଖାଯାଇଛି। ତାଙ୍କ ପାଖରେ କେତେକ ଛୋଟ ଝିଅ ତାଙ୍କ ଖାଇବା କଂସାକୁ ବଡ ବିକଳ ମନରେ ଅନାଇ ରହିଛନ୍ତି। ଏହି ଫଟୋଟି ସେ ନିଜେ ଟୁଇଟରରେ ପକାଇବା ପରେ ତାହା ବର୍ତ୍ତମାନ ବିଭିନ୍ନ ମହଲରେ ନିନ୍ଦା କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଫଟୋଟି ଗତ ୧୭ ତାରିଖରେ ଉଠାଯାଇଛି। ସମ୍ବିତ ରଣପୁର ବିଧାନସଭା ପରିଦର୍ଶନରେ ଯାଇଥିବା ବେଳେ ସେ ଏହି ଫଟୋଟି ଉଠାଇ ଟୁଇଟରରେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ” ଆଜି ରଣପୁର ବିଧାନସଭା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗ୍ରାମ ପରିଦର୍ଶନ କରିବା ସମୟରେ ଜଣେ ଭଉଣୀଙ୍କ ଘରେ ପଖାଳ ଭୋଜନ କଲି। ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ।”

ଫଟୋରେ କେତେକ ମହିଳା ଏବଂ ଛୋଟ ଝିଅ ଅଛନ୍ତି। ହେଲେ ସେମାନଙ୍କ ମୁଖମଣ୍ଡଳରେ କାହାରି ବି ଖୁସିର ଚିହ୍ନ ପରିଲକ୍ଷିତ ହୋଇ ନାହିଁ। ଫଳରେ ଏହାକୁ ନେଇ ଟୁଇଟରେ ପ୍ରବଳ ବିରୋଧ କରାଯାଇଛି। ଏପରିକି ଫେସବୁକରେ ମଧ୍ୟ ତାଙ୍କର ଏହି ଫଟୋକୁ ନେଇ ସମାଲୋଚନା କରାଯାଇଛି।

ଅନେକ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ସମ୍ବତ ଗରିବ ଘରର ଖାଦ୍ୟ ଖାଇ ବଡଲୋକି ହେବାର ଦେଖାଇ ହୋଇଛନ୍ତି। କେତେକ ଛୁଆମାନଙ୍କୁ ସାଙ୍ଗରେ ଧରି ଖାଇଥିଲେ ଭଲ ହୋଇଥାଆନ୍ତା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ସେହିପରି ଆଉ ଜଣେ ଟୁଇଟରେ ପ୍ରତିକ୍ରିୟା ଦେଇ ଉଲ୍ଲେଖ କରିଛନ୍ତି ଯେ, ‘ପିଲାଏ ଏମିତି ମୁହଁ ଶୁଖେଇ ବସିଛନ୍ତି, ଆପଣଙ୍କ କେମିତି ମନ ହୁଏ ନିଜେ ଚକାପାରି ଆଗେ ଖାଇ ନେବାକୁ?’। ସେମିତି ଆଉ ଜଣେ କହିଛନ୍ତି ଯେ, “ଏମାନଙ୍କ ମୁହଁ କହୁଛି ଆପଣ ବିନା ନିମନ୍ତ୍ରଣ ରେ ପଶି ଖାଇଗଲେ ଖାଲି ଗୋଟେ ଫୋଟୋ ଉଠେଇବା ପାଇଁ ଓ ତାଙ୍କ ର ଭାଗ ଭି ଖାଇଦେଲେ। ସରକାର ଏଭଳି ଜନତା ଙ୍କ ଥାଳି ରୁ ଖାଉ ଥାଏ।”

ସତ୍ୟବଚନ ନାମିତ ଏକ ଟୁଇଟରରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନଙ୍କ ଘରେ ପଖାଳ ଖାଇ ଭଉଣୀ ସମ୍ବୋଧନ କରୁଚ, ସେଇମାନଙ୍କ ଭାତହାଣ୍ଡିରେ ଲାତ ମାରୁଚ ??? ଗ୍ୟାସ ୪୨୫ ରୁ ୧୧୬୦ କରୁଚ ??? ଏହାକୁ କହନ୍ତି କୃତଘ୍ନ ବିଶ୍ୱାସଘାତକ ଏହସାନ୍ ଫରାମୋସ୍।

ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଏଥର ବିଜେପିରୁ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ। ସେଥିପାଇଁ ସେ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି। ହେଲେ ଅନେକ ସମୟରେ ତାଙ୍କର ନାଟକୀୟ ଆଚାରବ୍ୟବହାର ଏହି ଗସ୍ତକୁ ଫିକା କରିଦେଉଛି।