Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଜ଼ିଲ୍ଲାରେ ଚଳିତ ବର୍ଷ ବଢିଛି ଦୁର୍ଘଟଣା, ଜାଣନ୍ତୁ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରୁ ସୂଚନା ମିଳିଛି ଯେ, 2023 ବର୍ଷ ଆପେକ୍ଷା 2024 ବର୍ଷ ରେ ଅଧିକ ବଢିଛି ଦୁର୍ଘଟଣା।

2023 ଜାନୁଆରୀରୁ ଡ଼ିସେମ୍ବର ମଧ୍ୟରେ ଜ଼ିଲ୍ଲାରେ 405 ଦୁର୍ଘଟଣା ଘଟି 185 ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି 2024 ଜାନୁଆରୀରୁ ଡ଼ିସେମ୍ବର ମଧ୍ୟରେ 422 ଦୁର୍ଘଟଣା ଘଟି 198 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 341 ଜଣ ଆହତ ହୋଇଥିଲେ।

ଗତ ବର୍ଷ ଜାନୁଆରୀ, ଏପ୍ରିଲ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ରେ ସର୍ବାଧିକ ଦୁର୍ଘଟଣା ଘଟିଛି। ଜ଼ିଲ୍ଲାରେ ସଡ଼କ ଦୁର୍ଘଟଣା 4.19 ପ୍ରତିଶତ ବଢିଛି। ସେହିପରି 2024 ରେ ଜାତୀୟ ରାଜପଥ ରେ 45.97 ପ୍ରତିଶତ ରହିଥିବାବେଳେ ରାଜ୍ୟ ରାଜପଥ ରେ ଏହା 16.82 ପ୍ରତିଶତ ରହିଛି।

ବିଶେଷ କରି 51 ପ୍ରତିଶତ ଦୁଇଚକିଆ ଯାନ ଦୁର୍ଘଟଣା ଶିକାର ହୋଇଥିବାବେଳେ କାର, ଜିପ, ଭ୍ୟାନ ରେ ଦୁର୍ଘଟଣା ହାର 23.32 ପ୍ରତିଶତ ଥିବାବେଳେ ଟ୍ରକ ଓ ଲରି ଦୁର୍ଘଟଣା ହାର 21.84 ପ୍ରତିଶତ ରହିଥିବା ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଛତୁ ଚାଷ କରି ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି ସଫଳ ଛତୁ ବ୍ୟବସାୟୀ

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲାର ସଦର ବ୍ଲକର ଲମ୍ବୋଦରପୁର ଗ୍ରାମର ବିଜୟ କୁମାର ସାହୁ ହେଉଛନ୍ତି ଜଣେ ସଫଳ ଛତୁ ବ୍ୟବସାୟୀ। ବିଜୟ କୁମାର ସାହୁ ତାଙ୍କ ଫାର୍ମରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରି 10 ରୁ 12 ଜଣ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି।

ସେହିପରି ମଧ୍ୟ 50 ରୁ 60 ଜଣ ବ୍ୟବସାୟୀ ତାଙ୍କ ଠୁ ଛତୁ ଆଣି ବଜାରରେ ବିକ୍ରି କରି ରୋଜଗାର କରି ପରିବାର ଚଲାଇ ପାରୁଛନ୍ତି। ବିଜୟଙ୍କ ମା ପ୍ରଥମେ ଛତୁ ଚାଷ କରିଥିଲେ ଯେତେବେଳେ ବିଜୟ କଲେଜରେ ପଢୁଥିଲେ। ତାଙ୍କ ମା ଙ୍କ ଠାରୁ ପ୍ରେରଣା ପାଇଥିଲେ ବୋଲି କୁହନ୍ତି ବିଜୟ। ବିଜୟଙ୍କୁ ଜାତୀୟ ଉଦ୍ୟାନ କୃଷିକେନ୍ଦ୍ର ମିଶନ ତରଫରୁ ଜାତୀୟ ବ୍ୟାଙ୍କ ରୁ 20 ଲକ୍ଷ 44ହଜାର ଲୋନ ମିଳିଥିଲା। ସେଥିରୁ ସେ 9 ଲକ୍ଷ ଟଙ୍କା ସବସିଡି ପାଇଥିଲେ। ପରିଶ୍ରମ କରି ଲଭାନ୍ୱିତ ହୋଇଛନ୍ତି।

ପ୍ରତି ବେଡ ପିଛା ସେ 60 ଟଙ୍କା ଖର୍ଚ୍ଚ କରନ୍ତି ଏବଂ ବେଡ଼ ପିଛା 1 ରୁ 2 କେଜି ପଯ୍ୟନ୍ତ ଛତୁ ହୁଏ ବୋଲି କହିଛନ୍ତି। ସେ କେଜି ପିଛା 260 ଟଙ୍କା ବିକ୍ରି କରନ୍ତି। ପ୍ରତିଦିନ 20ରୁ 25 କେଜି ଛତୁ ତାଙ୍କ ଫାର୍ମରୁ ବାହାରେ ବୋଲି ସେ କହିଛନ୍ତି।

ଗ୍ରାମାଞ୍ଚଳର ଉନ୍ନତି ସହ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବା ବିଜୟଙ୍କ ଲକ୍ଷ୍ୟ। ଢେଙ୍କାନାଳ ଜ଼ିଲ୍ଲା Horticulture ଉପନିର୍ଦ୍ଦେଶକ ଗୀତା ଶ୍ରୀ ପାଢ଼ୀ କୁହନ୍ତି ଯେ, ବିଜୟ କୁମାର ସାହୁ ଜଣେ ସଫଳ ଛତୁ ଚାଷୀ, ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ତାଲିମ ଦେବା ପାଇଁ ନିମନ୍ତ୍ରିତ କରାଯାଏ। ବିଜୟ ଛତୁ ଚାଷ ସହ ମଞ୍ଜି ଉତ୍ପାଦନ ମଧ୍ୟ କରୁଛନ୍ତି ଏବଂ ସେ ଯୁବ ଗୋଷ୍ଠି ମାନଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଢେଙ୍କାନାଳ ଜିଲ୍ଲା ଗସ୍ତ କଲେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ଵର: ପ୍ରମୁଖ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଅଧୀନରେ ମାନ୍ୟବର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ମଙ୍ଗଳବାର ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି। ସଂଘୀୟ-ସହଯୋଗ ଭାବନାରେ ରାଜ୍ୟମାନଙ୍କୁ ମୁଖ୍ୟ ଚାଳକ ଭାବରେ ଅନ୍ତର୍ଭୁକ୍ତ କରି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ଶକ୍ତି ବୃଦ୍ଧି, ତ୍ୱରିତ ବିକାଶ ଅପେକ୍ଷାରେ ଥିବା କ୍ଷେତ୍ର ଚିହ୍ନଟ ତଥା  ବିକାଶ ଧାରାର ଅନୁଶୀଳନ ପ୍ରଭୃତି ଏହି କାର୍ଯ୍ୟକ୍ରମର ପ୍ରମୁଖ ବିନ୍ଦୁ ଭାବେ ଅଂଶବିଶେଷ।

ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପୋଷଣ, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଓ ଦକ୍ଷତା ବୃଦ୍ଧି ଏବଂ ଭିତ୍ତିଭୂମି ପ୍ରଭୃତି ୫ଟି  ସାମାଜିକ- ଆର୍ଥିକ ବିଷୟବସ୍ତୁ  ଅଧୀନରେ ୪୯ଟି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)ର ଅଗ୍ରଗତି ବିଷୟକୁ ସମୀକ୍ଷା କରିଥିଲେ।

ମାନ୍ୟବର ରାଷ୍ଟ୍ରମନ୍ତ୍ରୀ କାମାକ୍ଷାନଗରର ସାରଙ୍ଗଧର ହାଇସ୍କୁଲରେ ଡିଜିଟାଲ ରିଡିଂ ରୁମ୍, ପିଏମ୍ ଜନମନ ଆବାସ ପ୍ରକଳ୍ପ, ମନରେଗାର ସ୍ଥିତି, ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ପରିମଳ ପ୍ରକଳ୍ପ, ଗୋଷ୍ଠୀ ନିବେଶ ପାଣ୍ଠିର ଉପଯୋଗ ଏବଂ ଆୟୁଷ୍ମାନ ଭାରତ, ସ୍ମାର୍ଟ କ୍ଲାସରୁମ୍ ଅଧୀନରେ କଭରେଜ୍ ସମେତ ଇ-ଲାଇବ୍ରେରୀ, ସ୍ମାର୍ଟ ବୋର୍ଡ ଆଦି ବିଭିନ୍ନ କାର୍ଯ୍ୟାନ୍ୱିତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହୀ ଜିଲ୍ଲାରେ ଉଦ୍ୟାନ କୃଷି କ୍ଷେତ୍ର ବିଶେଷ କରି ଆମ୍ବ ଓ ଛତୁ ଉତ୍ପାଦନ ତଥା ବିଦେଶୀ ଫଳ ଚାଷ ପାଇଁ ନିଆଯାଇଥିବା ପ୍ରୟାସକୁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ଏବେ ୯୮ ପ୍ରତିଶତ ସ୍କୁଲରେ ଟ୍ୟାପ୍ ପାଣି ସଂଯୋଗ ଥିବାରୁ ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। ଏହାବ୍ୟତୀତ ଆଦିବାସୀ ଓ ପିଭିଟିଜି ପରିବାରଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ କ୍ଷୁଦ୍ର ଜଳସେଚନ ଯୋଜନାର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକର ପ୍ରଭାବ ଆକଳନ କରିବା ପାଇଁ ମନ୍ତ୍ରୀ ଜିଲ୍ଲା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲା ସଦର ଥାନା ରାଣିପାଳ ଗ୍ରାମର ସୁମନ୍ତୀ ପ୍ରଧାନ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜ଼ିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପ୍ରଣତି ସାହା ସମସ୍ତ ସାଖ୍ୟ ପ୍ରମାଣ ଓ ସାଇଣ୍ଟିଫିକ ରିପୋର୍ଟକୁ ଆଧାର କାରୀ ଅଭିଯୁକ୍ତ ତଥା ମୃତ ସୁମନ୍ତୀ ପଧାନର ସ୍ୱାମୀ ରଞ୍ଜନ ପଧାନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜ଼ିଲ୍ଲା ଦୌରାଜଜ।

୨୦୨୧ ମସିହା ଡ଼ିସେମ୍ବର ୨୦ ତାରିଖରେ ରଞ୍ଜନ ତାଙ୍କ ସ୍ତ୍ରୀ ସୁମନ୍ତୀ ପଧାନଙ୍କ ସହ ଝଗଡା କରି ଏକ କାଠ ଫାଳିଆରେ ପିଟି ମାରିଥିଲେ ଓ ପରେ ତାଙ୍କୁ ପୋଡି ତାଙ୍କର ଶବକୁ ନେଇ ଗ୍ରାମ ନିକଟସ୍ଥ ଦିନିଦିଆ ଜଙ୍ଗଲ ଭିତରେ ପୋତି ଦେଇଥିଲେ ବୋଲି ଅଭିଯୁକ୍ତ ରଞ୍ଜନ ପଧାନ ନିଜ ଦୋଷ ସ୍ୱୀକାର କରିଥିଲା

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ୧୭ ତାରିଖ ଠାରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ, କୃଷି ଉତ୍ପାଦ ସଂରକ୍ଷଣ ଓ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ବିଜ୍ଞାନ ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟୁଛି। ୧୨ ଶହ କୋଟି ଟଙ୍କା ବ୍ୟୟରେ କପିଳାସଠାରେ ସାଇନ୍ସ୍ ସିଟି, ଢେଙ୍କାନାଳରେ ରିଙ୍ଗ୍ ରୋଡ଼୍ ଏବଂ ଢ଼େଙ୍କାନାଳ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି ପ୍ରକାଶ କରିଥିଲେ। କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ୱୟଂ ସଂପର୍ଣ୍ଣ କରିବାକୁ ସେ କୃଷକ ଭାଇ ଭଉଣୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ଏହି ଉତ୍ସବରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ସହକାରୀ କୃଷି ନିର୍ଦ୍ଦେଶକ ମାର୍କଣ୍ଡ ପ୍ରଧାନ, କୃ୍ଷି ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ୍ କୁମାର ପଟ୍ଟନାୟକ୍ ଯୋଗ ଦେଇ ମେଳା ଆୟୋଜନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ଜିଲ୍ଲାର ସମସ୍ତ ବ୍ଳକ୍ ରୁ ବହୁ ସଂଖ୍ୟକ ଚାଷୀ ଭାଇ ଭଉଣୀ ଯୋଗ ଦେଇଥିଲେ।

ମେଳାରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେବା ସହ ଏହାକୁ କ୍ରୟକରି ବହୁଳ ବ୍ୟବହାର ନିମନ୍ତେ ସେମାନଙ୍କୁ ଅନୁପ୍ରାଣିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀ ମେଳା ଆୟୋଜନ ଦ୍ଵାରା କିଭଳି ଚାଷୀଭାଇ ଭଉଣୀମାନେ ଉପକୃତ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଗୋବର୍ଦ୍ଧନ ପୁରାଣ, ଗୀତାଞ୍ଜଳୀ ପୃଷ୍ଟି, ସମୀର କୁମାର ସାହୁ ଏବଂ ସୌମ୍ୟରଂଜନ ସାମଲ ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ ପୂର୍ବକ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ମେଳା ଆୟୋଜନ ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ମେଳାରେ ଅଂଶ ଗ୍ରହଣ କରିଥିବା କୃଷି ଯନ୍ତ୍ରପାତିର ଶ୍ରେଷ୍ଠ ଡ଼ିଲର ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସର୍ବ ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା: ଭାଗ ନେଲେ ବାହାର ରାଜ୍ୟରୁ ୮ ଟି ଦଳ

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜ଼ିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ମିନି ଷ୍ଟାଡିୟମ ଠାରେ ଚଳିତ ମାସ ୧୪ ତାରିଖରେ ଷଷ୍ଠ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାରୁ ୪ ଟି ଦଳ ଓ ବାହାର ରାଜ୍ୟରୁ ୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି।

ଏହି ଷଷ୍ଠ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତାରେ ରାଧାରମଣ କ୍ଲବ, କଟକ ଟାଇ ବ୍ରେକର ଜରିଆରେ ୪-୨ ଗୋଲରେ ସୁରଜ ଫୁଟବଲ କ୍ଲବ ଫୁଲବାଣୀକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାପ କ୍ୟାମେରାରେ କଲରାପତରିଆ ବାଘ ଗଣନା

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ମାଧ୍ୟମରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ଗତ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ନେଇ ବିଭାଗୀୟ ସୂତ୍ର ରୁ ଜଣାପଡିଛି। ଗତ ଗଣନା ସମୟରେ ୧୨ ରୁ ୧୩ ଟି କଲରାପତରିଆ ବାଘ ରହିଥିବା ବେଳେ, ଏହା ପୂର୍ବରୁ ୭ ଟି କଲରାପତରିଆ ବାଘ ରହିଥିଲେ। ତେଣୁ ଏହି ବାଘ ସଂଖ୍ୟା ବଢ଼ୁଥିବାରୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଜ଼ିଲ୍ଲାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୪୦ ଟି ଟ୍ରାପ କ୍ୟାମେରା ଲଗାଯାଇଥିବା ବେଳେ ଆଉ ୧୦ ଟି ଲଗାଯିବ।

ଜ଼ିଲ୍ଲାର ହିନ୍ଦୋଳ ରେଞ୍ଜ କନ୍ଧରା, କନକା ଓ କୋଇ ସଂରକ୍ଷିତ ଜଙ୍ଗଲ, କାମାକ୍ଷାନଗର ପୂର୍ବାଞ୍ଚଳ, ଓ ପଶ୍ଚିମାଞ୍ଚଳ ରେଞ୍ଜ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ଏହି ବାଘ ଅଧିକା ଥିବା ଆଶଙ୍କା କରାଯାଉଛି।

ଏ ସଂକ୍ରାନ୍ତରେ ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି ଯେ, ଢେଙ୍କାନାଳ ଜ଼ିଲ୍ଲାରେ ପୂର୍ବ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ଆଶଙ୍କା କରି ପୁଣିଥରେ ଟ୍ରାପ କ୍ୟାମେରା ମାଧ୍ୟମରେ ଗଣନା ଆରମ୍ଭ ହୋଇଛି। ଜାନୁଆରୀ ୧୫ ତାରିଖ ପରେ ଜ଼ିଲ୍ଲାରେ କେତେ କଲରା ପତରିଆ ବାଘ ଅଛନ୍ତି ଜଣାପଡିବ।

Categories
ଆଜିର ଖବର ରାଜ୍ୟ ଖବର

2023 ମସିହାରେ ଢେଙ୍କାନାଳ ଜିଲ୍ଲାକୁ ଆସିଛନ୍ତି 17 ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ଗତ ବର୍ଷ 17 ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ଆସିଥିଲେ। ଜ଼ିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 2023 ମସିହାରେ ଜ଼ିଲ୍ଲାକୁ ମୋଟ 17 ଲକ୍ଷ 48 ହଜାର 240 ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ସେଥିରୁ କପିଳାସକୁ 4 ଲକ୍ଷ 31 ହଜାର 27 ଜଣ ପର୍ଯ୍ୟଟକ ଆସିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ମହିମାଗାଦି ଯୋରନ୍ଦାକୁ 10 ଲକ୍ଷ 99 ହଜାର 503,ଢେଙ୍କାନାଳ କୁ 27 ହଜାର 945,ସପ୍ତଶଯ୍ୟା କୁ 35 ହଜାର 185,ସରାଙ୍ଗସ୍ଥିତ ଅନନ୍ତଶୟନକୁ 21 ହଜାର 215।

ସେହିପରି ପ୍ରାଚୀନ ପୀଠ କୁଆଁଳୋ ଅଷ୍ଟଶମ୍ଭୁ କୁ 18 ହଜାର 403, ଲଦାଗଡ଼ କୁ 23 ହଜାର 243, ରାମିଆଳ କୁ 22 ହଜାର 342, ସାପୁଆ କୁ 14 ହଜାର 279 ଜଣ, ଓ ଭୁବନକୁ 33 ହଜାର 526 ଓ ମହିମାପୀଠ ବ୍ରହ୍ମ ପୁରାକୁ 21 ହଜାର 527 ଜଣ ପର୍ଯ୍ୟଟକ ଆସିଥିଲେ ବୋଲି ପର୍ଯ୍ୟଟନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବକୁ ନେଇ ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ତାହାର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହିସାବ କରାଯାଇ ନାହିଁ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଗୁରୁତ୍ୱର ଅନୁଧ୍ୟାନ କରୁଛନ୍ତି। କାମ ସାରିବାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ବିଭିନ୍ନ ସ୍ତରରେ ସମୟ ସମୟରେ ସମୀକ୍ଷା କରାଯାଉଛି ଏବଂ ସବୁ ଏନଏଚ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ସମେତ ସବୁ ବିଳମ୍ବିତ ଜାତୀୟ ରାଜପଥ ପ୍ରକଳ୍ପ କାମକୁ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛନ୍ତି।

ନୂଆ ଜାତୀୟ ରାଜପଥ ପ୍ରକଳ୍ପ କାମ ସାରିବା ପାଇଁ ସାଧାରଣତଃ ୨-୩ ବର୍ଷର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ। ତେବେ ଜମି ଅଧିଗ୍ରହଣ, ବିଭିନ୍ନ ମଞ୍ଜୁରି ଭଳି ସରକାରଙ୍କ ସର୍ତ୍ତ ପୂରଣ, ନିର୍ମାଣ ସାମଗ୍ରୀ ପରିବହନ, ଠିକାଦାରଙ୍କ ପକ୍ଷରୁ ବିଳମ୍ବ, ଟଙ୍କା ମିଳିବାରେ ବିଳମ୍ବ ଆଦି ବିଭିନ୍ନ କାରଣରୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ଡେରି ହୋଇଥାଏ ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।