Categories
ଆଜିର ଖବର ରାଜ୍ୟ ଖବର

ଦଶପଲ୍ଲାରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଗୋବିନ୍ଦ ଭବନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ’ ଶୀର୍ଷକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲ୍ଲା ବିଜେପି ସଭାପତି ତାପସ କୁମାର ମାର୍ଥା, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ସରକାର ଲୋକଙ୍କ ସରକାର, ଜନତାଙ୍କର ଆର୍ଥିକ, ସାମାଜିକ ଓ ପ୍ରୟୋଗାତ୍ମକ ବିକାଶକୁ ଦୃଷ୍ଟିରେ ରଖି ସର୍ବଦା କାର୍ଯ୍ୟ କରିଆସିଛି। ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ଓ ରାଜ୍ୟ ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ବିକାଶକୁ ବିଶେଷ ଧ୍ୟାନଦେଇ ଆଗତ କରାଯାଇଛି।

ଏହା ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା। ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ ତଥା ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।