Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ରମଣ ପରେ ମୃତ୍ୟୁ ହୋଇଯାଇଥିବା ଭାବି ଯୁବକଙ୍କୁ ଫିଙ୍ଗି ଚାଲିଗଲେ ଅଭିଯୁକ୍ତ, କିନ୍ତୁ ଜାଣନ୍ତୁ କ’ଣ ଘଟିଲା?

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ବ୍ଳକ୍ କେ ନୁଆ ଗାଁ ଥାନା ଅର୍ନ୍ତଗତ ଗଡଗୋବିନ୍ଦପୁର ଗ୍ରାମର କିରଣ ଦାସ ନାମକ ଜଣେ ଯୁବକ ଗ୍ରାମର ଯାତ୍ରୀ ବିଶ୍ରାମାଗାର ରେ ବସିଥିବା ବେଳେ ପୁର୍ବ ଶତୃତାକୁ ନେଇ ଉକ୍ତ ଗ୍ରାମର ଚନ୍ଦନ ରଣା ଅନ୍ୟ ଜଣେ ବନ୍ଧୁଙ୍କ ସହ ଠେଙ୍ଗା ଓ ଖଣ୍ଡାରେ ମାରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ମରିଯାଇଥିବା ଭାବି ଉଭୟେ ତାଙ୍କୁ ସେଠାରୁ ଉଠାଇ ନେଇ ଏକ ନିସ୍ତବ୍ଧ ଅଞ୍ଚଳରେ ଫୋପାଡି ଚାଲିଯାଇଥିଲେ।

କିଛି ଘଣ୍ଟା ପରେ କିରଣଙ୍କ ଚେତା ଫେରିଲା ପରେ ସେ ତାଙ୍କର ମାଁ ଝୁମୁରିଙ୍କୁ ଘଟଣା ବିଷୟରେ ଜଣାଇଥିଲା। ପରଦିନ ମାଁ ଝୁମୁରି ନୁଆ ଗାଁ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୭୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଚନ୍ଦନ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।