Categories
ଆଜିର ଖବର ରାଜ୍ୟ ଖବର

ଦେବ ପ୍ରସାଦ ଦାସ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ,ବିଳମ୍ବରେ ମିଳିଲା ନ୍ୟାୟ

ଭୁବନେଶ୍ବର: ବିଳମ୍ବରେ ହେଉ ପଛେ ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସଙ୍କୁ ମିଳିଛି ନ୍ୟାୟ। ତାଙ୍କର ପଦନ୍ନୋତି ସହିତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି।

ସେ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସେହି ବିଭାଗ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।