Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରମ୍ଭା ଓ ଗଞ୍ଜାମ ଥାନା ଅର୍ନ୍ତଗତ ସୁବଳୟା, ସନ୍ତୋଷ ପୁର, କଣ୍ଟିଆଗଡ ଓ ବୋରିଗାଁ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ଓ ଲୁଟ୍ ଘଟଣାର ରମ୍ଭା ପୋଲିସ୍ ଅଧିକାରୀ ସତ୍ୟବ୍ରତ ଭୁତିଆ ପର୍ଦ୍ଧାଫାଶ କରିଛନ୍ତି। ଖବରରୁ ପ୍ରକାଶ ଯେ, ଗତ କିଛି ମାସ ହେଲା ରମ୍ଭା ଓ ଗଞ୍ଜାମ ଥାନା ଅନ୍ତର୍ଗତ ଉକ୍ତ ସମସ୍ତ ଗାଁ ସହିତ ଜାତୀୟ ରାଜପଥ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରମ୍ଭା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ ବି ରାଜୁ ପ୍ରଧାନ, ଏସ୍ ବବୁଲୁ ଓ ଏ ରାମଚନ୍ଦ୍ରକୁ ଉଠାଇ ଆଣି ରମ୍ଭା ଥାନାରେ ପୋଲିସ ପଚରାଉଚରା କରିଥିଲା।

ଏହି ସମୟରେ ଅଭିଯୁକ୍ତ ମାନେ ବିଭିନ୍ନ ଚୋରି ଘଟଣାର ପର୍ଦ୍ଦାଫାଶ କରିଥିଲେ। ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କ ଠାରୁ କିଛି ପିତ୍ତଳ ସାମାନ, ଲୁହା ଛଡ଼, ହାତୁଡି ଓ କିଛି ନଗଦ ଟଙ୍କା ଜବତ କରିଥିଲା ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି: ଏଣିକି ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ରହିବ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ସଂଘର ବଡ ନିଷ୍ପତ୍ତି। ଗଞ୍ଜାମ ଜିଲ୍ଲାର ସବୁ ସହରାଞ୍ଚଳରେ ଦିନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ୧୦ ଦିନ ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଞ୍ଜାମ ଜିଲ୍ଲାରେ ପୁଣିଥରେ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜୀବିକା ଠାରୁ ଜୀବନକୁ ଏହି ସଂଘ ଅଧିକ ଗୁରୁତ୍ଵ ଦେଇଛି। ବ୍ୟବସାୟିକ ସଂଘର ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ତେବେ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।