Categories
ଆଞ୍ଚଳିକ

ଆମ୍ବପୁଆ ରାମକୃଷ୍ଣ ଆଶ୍ରମ ନୂତନ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ବୈଠକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନବ ନିର୍ବାଚିତ ପରିଚାଳନା କମିଟି ଓ ସଭ୍ୟ ମାନଙ୍କ ପ୍ରଥମ ବୈଠକ ସଭାପତି ନଳିନୀ କାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆମ୍ବପୁଆ ସ୍ଥିତ ଶ୍ରୀରାମକୃଷ୍ଣ ଶାରଦା ସେବା ସଙ୍ଘ ଠାରେ ଅନୁଷ୍ଠିତ ହୋଇ ଥିଲା,ଏଥିରେ ସର୍ବସମ୍ମତି କ୍ରମେ ନିଷ୍ପତି ହେଲା ଯେ, ଆଶ୍ରମର ଠାକୁରଙ୍କ ପୂଜା ପାଠ ନୀତିନୀତି ସହ ଆଶ୍ରମର କିପରି ସୁ ପରିଚାଳନା ହେବ ଓ ଆଶ୍ରମ ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ବିଷୟରେ ସମସ୍ତେ ସୁଚିନ୍ତିତ ମତ୍ତ ରଖିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିବିଶେଷ ଯଥା ନଳିନୀ କାନ୍ତ ପାଣିଗ୍ରାହୀ, ପଦ୍ମନାଭ ମହାରଣା, ଜଗବନ୍ଧୁ ରାୟ, ବଟକୃଷ୍ଣ ତ୍ରିପାଠୀ, ସୁଧୀର ସାହୁ, ଲକ୍ଷ୍ମୀ ନାରାୟଣ ଗୌଡ଼,ପଦ୍ମ ଚରଣ ସାହୁ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ଅମର କୁମାର ପାତ୍ର, ରଂଜିତକୁମାର ପାତ୍ର, ପ୍ରଫେସର ବୀଣାକୁମାରୀ ଶର୍ମା, ଆର୍ ସୁମତି, ଏବଂ ଶିବାନୀ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।