Categories
ଆଜିର ଖବର ଜାତୀୟ ଖବର

ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ: ପ୍ରଥମଦିନରୁ ମିଳିଲା ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୧୧ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଜରିଆରେ “ଜନ ମନ ସର୍ବେକ୍ଷଣ”ର ଶୁଭାରମ୍ଭ କରାଯାଇଛି। ଗୋଟିଏ ଦିନରେ ଏହି ସର୍ବେକ୍ଷଣକୁ ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି ଯାହା ଅଭିଯାନର ଲୋକପ୍ରିୟତାକୁ ଦର୍ଶାଉଛି।

ସାଧାରଣ ଲୋକଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଏବଂ ସେମାନଙ୍କୁ ପ୍ରମୁଖ ଜାତୀୟ ପ୍ରସଙ୍ଗ ତଥା ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ରାୟ ବ୍ୟକ୍ତ କରିବା ଲାଗି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ସର୍ବକ୍ଷେଣର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସରେ “ଜନ ମନ ସର୍ବେକ୍ଷଣ”ର ଘୋଷଣା କରିଥିଲେ। ଏହା ସାଧାରଣ ଲୋକଙ୍କୁ ନିଜର ପ୍ରତିକ୍ରିୟା ଏବଂ ରାୟ ବିଷୟରେ ସିଧାସଳଖ ସରକାରଙ୍କୁ ଅବଗତ କରାଇବା ଲାଗି ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣ ଦେଶର କୋଣଅନୁକୋଣରୁ ଆସିଥିବା ଲୋକଙ୍କ ପ୍ରତିକ୍ରିୟା ମାଧ୍ୟମରେ ଜନସାଧାରଣଙ୍କ ମନର କଥା ଜାଣି ଭବିଷ୍ୟତର ନୀତି ପ୍ରସ୍ତୁତ କରିବାରେ ସେଗୁଡ଼ିକର ବିଚାର କରିବାରେ ସହାୟକ ହେବ।

ନମୋ ଆପ୍ ମାଧ୍ୟମରେ “ଜନ ମନ ସର୍ବେକ୍ଷଣ” କରାଯାଉଛି। ଏହି ସର୍ଭେ ଭାରତୀୟ ନାଗରିକମାନଙ୍କୁ ଜାତୀୟ ସୁରକ୍ଷା ଏବଂ ଶାସନ ଠାରୁ ଆରମ୍ଭ କରି ସାଂସ୍କୃତିକ ଗର୍ବ ଏବଂ ଯୁବ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ସେମାନଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ଦିଏ। ପ୍ରଥମ ୨୬ ଘଣ୍ଟାରେ ସାଧାରଣ ଲୋକଙ୍କଠାରୁ ମୋଟ ୫୦୦,୦୦୦ରୁ ଅଧିକ ପ୍ରତିକ୍ରିୟା ପାଇ, ଏହି ସର୍ବେକ୍ଷଣ ଜନସାଧାରଣଙ୍କ ସହିତ ସିଧାସଳଖ ଏବଂ ଅର୍ଥପୂର୍ଣ୍ଣ ଭାବରେ ସଂଯୋଗ ସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି। ଏହି ସର୍ବେକ୍ଷଣ ଲୋକଙ୍କ ମତାମତର ରାଷ୍ଟ୍ର ବିକାଶରେ ଉପଯୁକ୍ତ ଭାବରେ ଯୋଗଦାନ ନିଶ୍ଚିତ କରିଥାଏ।

ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ଲାଗି ସାଧାରଣ ନାଗରିକ ନମୋ ଆପ୍ ରେ ଉପଲବ୍ଧ ଦୁଇଟି ଭିନ୍ନ ଭିନ୍ନ ସହଯୋଗ ବିକଳ୍ପ ଚୟନ କରିପାରିବେ। ହୋମ ପେଜରେ ଥିବା ନିମ୍ନ ବ୍ୟାନର ମାଧ୍ୟମରେ ଅଂଶଗ୍ରହଣକାରୀ ସର୍ବେକ୍ଷଣରେ ସାମିଲ ହୋଇପାରିବେ।

http://nm-4.com/janmansurvey2025 ଲିଙ୍କ ଜରିଆରେ ମଧ୍ୟ ସିଧାସଳଖ ଅଂଶଗ୍ରହଣ କରିପାରିବେ। ଆପରେ ଦ୍ୱିତୀୟ ବ୍ୟାନର ଭାବରେ ସେବା ମଡ୍ୟୁଲ୍ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ବିଭିନ୍ନ ନୀତିକୁ ସୂଚିତ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରୁ ଗୋଟିଏ ଭାବରେ ଏହି ସର୍ବେକ୍ଷଣରେ ସହଜ ଅଂଶଗ୍ରହଣ ପ୍ରଦାନ କରେ।

ନମୋ ଆପରେ ଜନ ମନ ସର୍ବେକ୍ଷଣରେ ସାରା ଦେଶର ନାଗରିକଙ୍କ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିବାରେ ଉତ୍ତର ପ୍ରଦେଶର ଲୋକମାନେ ସବୁଠାରୁ ଆଗରେ ଅଛନ୍ତି। ଉଲ୍ଲେଖନୀୟ ଯେ, ମୋଟ ୭୭ ପ୍ରତିଶତ ଉତ୍ତରଦାତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସର୍ବେକ୍ଷଣରେ ନିୟୋଜିତ ରହିଛନ୍ତି। ଏହା ଏହି ଜାତୀୟ ଆଲୋଚନାରେ ଉଚ୍ଚ ସ୍ତରର ଅଂଶଗ୍ରହଣ ଏବଂ ଆଗ୍ରହକୁ ପ୍ରତିଫଳିତ କରେ। ସେହିପରି ମହାରାଷ୍ଟ୍ର, ହରିୟାଣା, ତାମିଲନାଡ଼ୁ, ଗୁଜରାଟରେ ସର୍ବେକ୍ଷଣକୁ ଭଲ ପ୍ରଦର୍ଶନ ମିଳିଛି।

ସର୍ବେକ୍ଷଣରେ ବିଭିନ୍ନ ପ୍ରଶ୍ନ ପଚରାଯାଉଛି। ଉଦାହରଣ ସ୍ବରୂପ, ବିଗତ ଏକ ଦଶନ୍ଧିରେ ଆତଙ୍କବାଦ ବିରୋଧରେ ଭାରତର ଦୃଷ୍ଟିକୋଣ କିଭଳି ବଦଳିଛି ? “ଜାତୀୟ ସୁରକ୍ଷା ପ୍ରତି ବିପଦ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି, ଜଣେ ନାଗରିକ ଭାବରେ ଆପଣ କେତେ ସୁରକ୍ଷିତ ଅନୁଭବ କରୁଛନ୍ତି?” ଆଜି ଭାରତର ଦୃଷ୍ଟିକୋଣ ପୂର୍ବ ଅପେକ୍ଷା ଅନ୍ତର୍ଜାତୀୟ ସ୍ତରରେ ଅଧିକ ବୁଝାଯାଉଛି ଏବଂ ପ୍ରଶଂସିତ ହେଉଛି ବୋଲି ଆପଣ କ’ଣ ବିଶ୍ୱାସ କରନ୍ତି କି?” ୨୦୧୪ ପରେ ଭାରତ ପାଇଁ ନିମ୍ନଲିଖିତ ଘଟଣାଗୁଡ଼ିକ ମଧ୍ୟରୁ କେଉଁଟିକୁ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି? “ଗତ ୧୨ ମାସ ମଧ୍ୟରେ ଆପଣ ନିମ୍ନଲିଖିତ ଡିଜିଟାଲ୍ ଇଣ୍ଡିଆ ଉତ୍ପାଦ କିମ୍ବା ସେବା ମଧ୍ୟରୁ କେଉଁଟି ସର୍ବାଧିକ ବ୍ୟବହାର କରିଛନ୍ତି?” “ମହିଳା ନେତୃତ୍ୱାଧୀନ ବିକାଶ” ପଦ୍ଧତି ଅଧୀନରେ ଆପଣ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଅନୁଭବ କରିଛନ୍ତି? “ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଶିକ୍ଷା ସଂସ୍କାର ଭଳି ସରକାରୀ ପଦକ୍ଷେପଗୁଡ଼ିକ ଯୁବକମାନଙ୍କ ପାଇଁ ସୁଯୋଗର ପରିସରକୁ କିପରି ବିସ୍ତାର କରିଛି?” ଭଳି ୧୫ଟି ଭିନ୍ନ ପ୍ରଶ୍ନ ପଚରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ମାଲଗୁଣ୍ଡ/ସମ୍ବଲପୁର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜଭୂତ କରିବାକୁ ହେବ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି। ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି।

ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହକାରେ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା। ଏହା ସହ କେନ୍ଦ୍ରମନ୍ତ୍ରୀ ଲୋକମାନଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ। ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମ ବିଶ୍ୱାସକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମର ବିଶ୍ୱାସକୁ ଦର୍ଶାଏ। ସେମାନଙ୍କ ସ୍ୱପ୍ନ ଏକ ମଜଭୁତ, ସମାବେଶୀ ଏବଂ ଉଜ୍ଜ୍ୱଳ ଭାରତର ନିର୍ମାଣ କରୁଛି। ୯ ବର୍ଷରେ ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଆକର୍ଷଣୀୟ ବିଷୟବସ୍ତୁ ଦେଖିବା ପାଇଁ ନମୋ ଆପ୍ ଦେଖନ୍ତୁ।’