Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଦେଶର ପୂର୍ବ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ପଛୁଆ ଏବଂ ଅନଗ୍ରସର ଶ୍ରେଣୀର ଲୋକମାନଙ୍କର ଅଧିକାର ପାଇଁ ତାଙ୍କର ଆଜୀବନ ସଂଘର୍ଷ ସର୍ବଦା ପ୍ରେରିତ କରିବ।”

Categories
ଆଜିର ଖବର ଜାତୀୟ ଖବର

ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଆଜି ଜାତୀୟ ସାମୁଦ୍ରିକ ଦିବସରେ, ଆମେ ଭାରତର ସମୃଦ୍ଧ ଇତିହାସ ଏବଂ ରାଷ୍ଟ୍ରର ନିର୍ମାଣରେ ଏହି କ୍ଷେତ୍ରର ଭୂମିକାକୁ ମନେ ପକାଉଛୁ।

ଭାରତର ପ୍ରଗତି ପାଇଁ ଆମେ ସାମୁଦ୍ରିକ କ୍ଷେତ୍ର ଏବଂ ଆମ ବନ୍ଦରଗୁଡିକୁ ସୁଦୃଢ଼ କରିବା ଜାରି ରଖିବୁ।”

Categories
ଆଜିର ଖବର ଜାତୀୟ ଖବର

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡ଼ୁ ଗସ୍ତ: ଉଦଘାଟନ କରିବେ ନୂତନ ପମ୍ବନ ରେଳ ପୋଲ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ ତାରିଖରେ ତାମିଲନାଡ଼ୁ ଗସ୍ତରେ ଯିବେ। ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବେ। ଏହା ଦେଶର ପ୍ରଥମ ଭର୍ଟିକଲ ଲିଫ୍ଟ ସମୁଦ୍ର ପୋଲ। ପୋଲ ପାଖରୁ ପ୍ରଧାନମନ୍ତ୍ରୀ ଏକ ଟ୍ରେନ ଓ ଜାହାଜ ଚଳାଚଳର ଶୁଭାରମ୍ଭ କରିବା ସହ ପୋଲ ପରିଚାଳନାର ପ୍ରତ୍ୟକ୍ଷ ଅନୁଭୂତି ନେବେ।

ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ ଠାରେ ରାମନାଥସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ରାମେଶ୍ୱରମ୍ ଠାରେ ଅପରାହ୍ଣ ପ୍ରାୟ ୧ଟା ୩୦ରେ ସେ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ଉଦବୋଧନ କରିବେ ।

ପ୍ରଧାନମନ୍ତ୍ରୀ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବା ସହ ରାମେଶ୍ୱରମ୍-ତମ୍ବାରାମ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ଏହି ପୋଲ ଗଭୀର ସାଂସ୍କୃତିକ ଗୁରୁତ୍ୱତା ବହନ କରେ । ରାମାୟଣର ତଥ୍ୟ ଅନୁସାରେ ରାମେଶ୍ୱରମ୍ ନିକଟ ଧନୁଷ୍କୋଡ଼ିଠାରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା ।

ରାମେଶ୍ୱରମକୁ ମୂଳ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏହି ପୋଲ ବୈଶ୍ୱିକ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଗୁରୁତ୍ୱପୂର୍ଣ୍ଣ ଛାପ ବହନ କରୁଛି । ୫୫୦ କୋଟି ଟଙ୍କା ଖର୍ଚ୍ଚରେ ଏହା ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨.୦୮ କିଲୋମିଟର ଏବଂ ଏଥିରେ ୯୯ଟି ସ୍ପାନ (ଖୁମ୍ବ) ରହିଛି । ଏଥିରେ ୭୨.୫ ମିଟର ଭର୍ଟିକଲ ଲିଫ୍ଟ ସ୍ପାନ ରହିଛି ଯାହାକି ୧୭ ମିଟର ପର୍ଯ୍ୟନ୍ତ ଉଚ୍ଚକୁ ଉଠିପାରେ । ଫଳରେ ବିନା ବାଧାରେ ରେଳ ଚଳାଚଳ ସମୟରେ ମଧ୍ୟ ଜାହାଜ ଚଳାଚଳ ଜାରି ରହିପାରିବ । ଷ୍ଟେନଲେସ୍ ଷ୍ଟିଲ, ଉଚ୍ଚ ମାନର ସୁରକ୍ଷିତ ରଙ୍ଗ, ସମ୍ପୂର୍ଣ୍ଣ ୱେଲ୍ଡିଙ୍ଗ ସଂଯୋଗ ଦ୍ୱାରା ନିର୍ମିତ ହୋଇଥିବାରୁ ଏହି ପୋଲର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ସ୍ୱଳ୍ପ ରହିବ । ଏଥିରେ ସ୍ୱତନ୍ତ୍ର ପଲିସିଲୋକ୍ସାନ କୋଟିଂ ଦିଆଯାଇଥିବାରୁ ଏଥିରେ କଳଙ୍କି ଲାଗିବ ନାହିଁ ଏବଂ ସାମୁଦ୍ରିକ ଲୁଣି ପରିବେଶ ସତ୍ତ୍ୱେ ଏହାର ସ୍ଥାୟିତ୍ୱ ଜାୟ ରହିବ ।

ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ୮,୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପିତ କିମ୍ବା ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି, ଏନଏଚ-୪୦ର ୨୮ କି.ମି ବିଶିଷ୍ଟ ୱାଲାଜାପେଟ-ରାଣୀପେଟ ସେକ୍ସନକୁ ଚାରି ଲେନ୍ ପାଇଁ ଶିଳାନ୍ୟାସ, ଏନଏଚ-୩୩୨ର ୨୯ କିଲୋମିଟର ଲମ୍ବର ଭିଲୁପ୍ପୁରମ-ପୁଡୁଚେରୀ ସେକ୍ସନ ୪ ଲେନ୍ ସଡ଼କ, ଏନଏଚ-୩୨ରେ ୫୭ କିମି ଦୈର୍ଘ୍ୟର ପୁଣ୍ଡିୟାଙ୍କୁପ୍ପାମ-ସଟ୍ଟନାଥପୁରମ୍ ସେକ୍ସନର ୪ ଲେନ୍ ସଡ଼କ, ଏନଏଚ-୩୬ରେ ୪୮ କିମି ଦୈର୍ଘ୍ୟ ଚୋଲାପୁରମ-ତାଞ୍ଜାଭୁର ଚାରି ଲେନ୍ ସଡ଼କର ଲୋକାର୍ପଣ । ଏହି ରାଜପଥ ଗୁଡ଼ିକ ଅନେକ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରିବା ସହ ସହର ଗୁଡ଼ିକ ମଧ୍ୟରେ ଦୂରତା ହ୍ରାସ କରିବ । ଏହା ମେଡିକାଲ କଲେଜ ଆଣ୍ଡ ହସପିଟାଲ ଏବଂ ବନ୍ଦର ସହ ସଂଯୋଗକୁ ସହଜ କରିବା ସହ ସ୍ଥାନୀୟ ଚାଷୀମାନଙ୍କୁ ସେମାନଙ୍କ କୃଷିଜାତ ଉତ୍ପାଦକୁ ଆଖପାଖ ବଜାରରେ ପହଞ୍ଚାଇବା ଦିଗରେ ସଶକ୍ତ କରିବ । ଏହା ସ୍ଥାନୀୟ ଚମଡ଼ା ଓ ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକର ଆର୍ଥିକ ବିକାଶକୁ ବଢ଼ାଇବା ଦିଗରେ ସହାୟକ ହୋଇପାରିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ରେଳବାଇର ଚାରୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୮,୬୫୮ କୋଟି ଟଙ୍କା। ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଭଳି ୩ଟି ରାଜ୍ୟର ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଏହି ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପାଖାପାଖି ୧୨୪୭ କିଲୋମିଟର ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

ସମ୍ବଲପୁର-ଜରପଡା ୩ୟ ଏବଂ ୪ର୍ଥ ଲାଇନ

ଝାରସୁଗୁଡା-ସାସନ୍ ୩ୟ ଏବଂ ୪ର୍ଥ ଲାଇନ୍‍

ଖରସିଆ-ନୟା ରାୟପୁର-ପରମଲକସା ୫ମ ଏବଂ ୬ଷ୍ଠ ଲାଇନ

ଗୋଣ୍ଡିଆ-ବଲହାରଶାହ ଦୋହରୀକରଣ

ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାରେ ଉନ୍ନତି ଆଣିବ, ଭାରତୀୟ ରେଳବାଇ ପାଇଁ ବର୍ଦ୍ଧିତ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ମଲ୍ଟିଟ୍ରାକିଂ ପ୍ରସ୍ତାବଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ବିଭାଗରେ ବହୁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ପରିକଳ୍ପନା ଅନୁରୂପ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ “ଆତ୍ମନିର୍ଭର” କରିବ ଓ ସେମାନଙ୍କ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ମଲ୍ଟି-ମୋଡାଲ ସଂଯୋଗ ପାଇଁ ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ପରିଣାମ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ସାମଗ୍ରୀ ଏବଂ ସେବାର ଗତିବିଧି ପାଇଁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୧୯ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ, ଯାହା ଦ୍ୱାରା ଦୁଇଟି ଆକାଂକ୍ଷୀ ଜିଲ୍ଲା (ଗଡଚିରୋଲି ଏବଂ ରାଜନନ୍ଦଗାଓଁ) ସହିତ ସଂଯୋଗ ବୃଦ୍ଧି ପାଇବ। ବହୁମୁଖୀ ପ୍ରକଳ୍ପ ୩୩୫୦ ଗ୍ରାମ ଏବଂ ପାଖାପାଖି ୪୭.୨୫ ଲକ୍ଷ ଜନସଂଖ୍ୟାକୁ ସଂଯୋଗ କରିବ ।

ଖରସିଆ-ନୟା ରାୟପୁର-ପରମଲକାସା ବାଲୋଦା ବଜାର ଭଳି ନୂତନ କ୍ଷେତ୍ରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ଏହା ଏହି ଅଞ୍ଚଳରେ ସିମେଣ୍ଟ ପ୍ଲାଣ୍ଟ ସମେତ ନୂତନ ଶିଳ୍ପ ୟୁନିଟ୍ ସ୍ଥାପନ ପାଇଁ ସମ୍ଭାବନା ସୃଷ୍ଟି କରିବ।

କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀର ପରିବହନ ପାଇଁ ଏଗୁଡ଼ିକ ହେଉଛି ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ଅତିରିକ୍ତ ମାଲ ପରିବହନ ପରିମାଣ ୮୮.୭୭ ଏମଟିପିଏ (ବାର୍ଷିକ ମିଲିୟନ ଟନ) ବୃଦ୍ଧି ପାଇବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ସଂରକ୍ଷଣ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା, ତୈଳ ଆମଦାନୀ ହ୍ରାସ କରିବା (୯୫ କୋଟି ଲିଟର) ଏବଂ ସିଓ୨ ନିର୍ଗମନ ହ୍ରାସ କରିବା (୪୭୭ କୋଟି କିଲୋଗ୍ରାମ), ଯାହା ୧୯ କୋଟି ବୃକ୍ଷରୋପଣ ସହିତ ସମାନ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିମ୍‌ସଟେକ୍ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ବିମ୍‌ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି।

ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସମ୍ପର୍କ ପ୍ରତି ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ ଲାଭ ଆଣିଛି। ବାଂଲାଦେଶ ସହ ଏକ ସକାରାତ୍ମକ ଏବଂ ଗଠନମୂଳକ ସମ୍ପର୍କ ସ୍ଥାପନ କରିବା ପାଇଁ ଭାରତର ଇଚ୍ଛା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପରିବେଶକୁ ଖରାପ କରୁଥିବା ମନ୍ତବ୍ୟକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ସୀମାରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ବିଶେଷ କରି ରାତିରେ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ଏବଂ ବେଆଇନ ସୀମା ପାର ରୋକିବା ଜରୁରୀ। ଆମ ସମ୍ପର୍କର ସମୀକ୍ଷା ଏବଂ ଆଗକୁ ନେବା ପାଇଁ ଦ୍ୱିପାକ୍ଷିକ ବ୍ୟବସ୍ଥା ଉପଯୁକ୍ତ ହୋଇପାରିବ।

ହିନ୍ଦୁମାନଙ୍କ ସମେତ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ବନ୍ଧୀୟ ଭାରତର ଚିନ୍ତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ସେମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ମାମଲାର ଗଭୀର ତଦନ୍ତ କରିବା ସହିତ ବାଂଲାଦେଶ ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ବାଂଲାଦେଶକୁ ବିମ୍‌ସଟେକ ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫୋରମ୍ ଏହାର ନେତୃତ୍ୱରେ ଆଞ୍ଚଳିକ ସହଯୋଗକୁ ଆହୁରି ଆଗକୁ ବଢ଼ାଇବାକୁ ଆଗ୍ରହୀ ବୋଲି କହିଥିଲେ। ବିମ୍‌ସଟେକ ଢାଞ୍ଚା ସମେତ ଆଞ୍ଚଳିକ ସମନ୍ୱୟକୁ ଆଗେଇ ନେବା ପାଇଁ ପରାମର୍ଶ ଏବଂ ସହଯୋଗ ବୃଦ୍ଧି କରିବାକୁ ନେତାମାନେ ରାଜି ହୋଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ସମସ୍ତ ସମସ୍ୟାର ସମାଧାନ ଗଠନମୂଳକ ଆଲୋଚନା ମାଧ୍ୟମରେ ଜାରି ରହିବ ଏବଂ ସେମାନଙ୍କର ଦୀର୍ଘକାଳୀନ ତଥା ପାରସ୍ପରିକ ଲାଭଦାୟକ ସମ୍ପର୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦ୍ୱିପାକ୍ଷିକ ଭାବରେ ସମାଧାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ – ୨’ କୁ କ୍ୟାବିନେଟ୍ ଅନୁମୋଦନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ  – ୨ (ଭିଭିପି – ୨)କୁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା (୧୦୦% କେନ୍ଦ୍ର ପାଣ୍ଠି)  ଆକାରରେ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ‘ସୁରକ୍ଷିତ, ନିରାପଦ ଏବଂ ଚଳଚଞ୍ଚଳ ସ୍ଥଳ ସୀମା’ ପାଇଁ ବିକଶିତ ଭାରତ@2047 ଦୃଷ୍ଟିକୋଣ  ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇଥାଏ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭିଭିପି – ୧ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ଉତ୍ତର ସୀମା ବ୍ୟତୀତ ଅନ୍ତର୍ଜାତୀୟ ସ୍ଥଳ ସୀମା (ଆଇଏଲବି) ନିକଟବର୍ତ୍ତୀ ବ୍ଲକରେ ଅବସ୍ଥିତ ଗ୍ରାମଗୁଡିକର ବ୍ୟାପକ ବିକାଶରେ ସହାୟକ ହେବ।

ମୋଟ ୬,୮୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟକ୍ରମ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୁଜରାଟ, ଜାମ୍ମୁ ଓ କାଶ୍ମୀର (କେନ୍ଦ୍ରଶାସିତ ଅଂଚଳ), ଲଦାଖ (କେନ୍ଦ୍ରଶାସିତ ଅଂଚଳ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ବଛାବଛା ରଣନୈତିକ ଗ୍ରାମରେ ୨୦୨୮ – ୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସମୃଦ୍ଧ ଏବଂ ସୁରକ୍ଷିତ ସୀମା ସୁନିଶ୍ଚିତ କରିବା ପାଇଁ ଉନ୍ନତମାନର ଜୀବନଶୈଳୀ ଏବଂ ପର୍ଯ୍ୟାପ୍ତ  ଆଜୀବିକା ସୁଯୋଗ ସୃଷ୍ଟି କରିବା,  ସୀମାପାର ଅପରାଧକୁ ନିୟନ୍ତ୍ରଣ କରିବା ଏବଂ ସୀମାବର୍ତ୍ତୀ ଜନସଂଖ୍ୟାକୁ ଦେଶ ସହିତ ଯୋଡିବା ଏବଂ ସେମାନଙ୍କୁ ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ‘ସୀମା ସୁରକ୍ଷା ବାହିନୀର ଆଖି ଏବଂ କାନ ଭାବରେ’ ବିକଶିତ କରିବା, ଯାହା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଗୁରୁତ୍ଵପୂର୍ଣ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଗାଁ ଭିତରେ ଭିତ୍ତିଭୂମି ବିକାଶ, ମୂଲ୍ୟ ଶୃଙ୍ଖଳ ବିକାଶ (ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ମାଧ୍ୟମରେ), ସୀମା ନିର୍ଦ୍ଦିଷ୍ଟ ପହଞ୍ଚ କାର୍ଯ୍ୟକଳାପ, ସ୍ମାର୍ଟ ଶ୍ରେଣୀ ଭଳି ଶିକ୍ଷା ଭିତ୍ତିଭୂମି, ପର୍ଯ୍ୟଟନ ସର୍କିଟର ବିକାଶ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ବିବିଧ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ କାର୍ଯ୍ୟ/ ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଇ ଦିଆଯିବ।

ମିଳିତ ଆଭିମୁଖ୍ୟରେ ପ୍ରସ୍ତୁତ ଗ୍ରାମ କାର୍ଯ୍ୟ ଯୋଜନା ଗୁଡିକର  ଆଧାରରେ ଏହି ହସ୍ତକ୍ଷେପ ସୀମା ନିର୍ଦ୍ଦିଷ୍ଟ, ରାଜ୍ୟ ନିର୍ଦ୍ଦିଷ୍ଟ ଓ ଗ୍ରାମ ନିର୍ଦ୍ଦିଷ୍ଟ ହେବ।

ଏମଓଆରଡି ଅଧୀନରେ ପୂର୍ବରୁ ଅନୁମୋଦିତ ପିଏମଜିଏସୱାଇ – ୪ ଅଧୀନରେ ଏହି ଗ୍ରାମଗୁଡିକ ପାଇଁ ସର୍ବକାଳୀନ ସଡ଼କ ସଂଯୋଗ କରାଯିବ। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସୀମାନ୍ତ ଅଞ୍ଚଳରେ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ପାଇଁ ଯୋଜନାବଦ୍ଧ ମାର୍ଗଦର୍ଶିକାରେ ଉପଯୁକ୍ତ ରିହାତି ଉପରେ ବିଚାର କରିବ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି , ଯୋଜନାର ମାନଦଣ୍ଡ ଅନୁଯାୟୀ ସମନ୍ୱିତ ଭାବେ ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକରେ ପ୍ରଚଳିତ ବ୍ୟକ୍ତିଗତ ଏବଂ ଘରୋଇ ସ୍ତରର କଲ୍ୟାଣକାରୀ ଯୋଜନାରେ ସଂତୃପ୍ତି ହାସଲ କରିବା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ୪ଟି ବିଷୟଗତ କ୍ଷେତ୍ର, ଯଥା ସର୍ବକାଳୀନ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ, ଟେଲିଭିଜନ ସଂଯୋଗ ଏବଂ ବିଦ୍ୟୁତୀକରଣ ଭଳି କ୍ଷେତ୍ରରେ ଏଭଳି ବ୍ଲକ୍ ର ସମସ୍ତ ଗାଁକୁ ପ୍ରଚଳିତ ଯୋଜନାର ମାନଦଣ୍ଡ ଅନୁଯାୟୀ ସମନ୍ଵୟ ମାଧ୍ୟମରେ ସଂପୂର୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମେଳା ଓ ପର୍ବପର୍ବାଣୀ, ସଚେତନତା ଶିବିର, ଜାତୀୟ ଦିବସ ପାଳନ, ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ବରିଷ୍ଠ ସରକାରୀ ଅଧିକାରୀଙ୍କ ନିୟମିତ ଗସ୍ତ ଏବଂ ସେହି ଗ୍ରାମଗୁଡ଼ିକରେ ରାତ୍ରିକାଳୀନ ରହଣି ଆଦି କାର୍ଯ୍ୟକ୍ରମ ଆୟୋଜନ କରି ଏହି ଗ୍ରାମରେ ଚଂଚଳତା ବୃଦ୍ଧି ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରିଥାଏ । ଏହା ଦ୍ୱାରା ପର୍ଯ୍ୟଟନ ସମ୍ଭାବନା ବୃଦ୍ଧି ପାଇବ ଏବଂ ଏହି ଗ୍ରାମଗୁଡ଼ିକର ସ୍ଥାନୀୟ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହନ ମିଳିବ।

ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ପାଇଁ ଟେକ୍ନୋଲୋଜିର ଉପଯୋଗ କରାଯିବ ଏବଂ ପିଏମ୍ ଗତି ଶକ୍ତି ଭଳି ସୂଚନା ଡାଟାବେସ୍ ବ୍ୟବହାର କରାଯିବ।

ଭିଭିପି – ୨ ସହ ଭିଭିପି – ୧ ସୀମାନ୍ତ  ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ ଓ ଚଳଚଂଚଳ କରିବା ପାଇଁ ଏହା ଏକ ପରିବର୍ତନମୂଳକ ପଦକ୍ଷେପ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିମ୍‌ସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଷଷ୍ଠ ବିମସଟେକ୍ ଶିଖର ସମ୍ମିଳନୀରେ ବିମସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଛନ୍ତି। ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଏବଂ ଆଇଟି କ୍ଷେତ୍ରର ସମୃଦ୍ଧ ସମ୍ଭାବନାକୁ ଉପଯୋଗ କରିବା ପାଇଁ ସେ ମନ୍ତବ୍ୟ ଦେଇଥିଲେ। ନିକଟରେ ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମହାକାଶ ଦୁନିଆରେ କାମ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସାମୂହିକ ଭାବରେ ବିମ୍‌ସଟେକ କୁ ଉତ୍ସାହିତ କରିବାକୁ ଅନୁରୋଧ କରିବା ସହ ନେତୃତ୍ୱ ନେଉଥିବା ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାଂସ୍କୃତିକ ସମ୍ପର୍କ ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକୁ ଆହୁରି ନିକଟତର କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏକ୍ସ ରେ ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:

ବିଶ୍ଵର ମଙ୍ଗଳ ପାଇଁ ବିମ୍‌ସଟେକ ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ। ଆମେ ଏହାକୁ ସୁଦୃଢ଼ କରିବା ଏବଂ ଆମର ସମ୍ପର୍କକୁ ଗଭୀର କରିବା ଜରୁରୀ। ଏହି ପରିପ୍ରେକ୍ଷୀରେ, ମୁଁ ଆମ ସହଯୋଗର ବିଭିନ୍ନ ଦିଗକୁ ନେଇ ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଥିଲି।

ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବାର ସମୟ ଆସିଛି।

ଆସନ୍ତୁ ଆଇଟି କ୍ଷେତ୍ରର ସମୃଦ୍ଧ ସମ୍ଭାବନାକୁ ଉପଯୋଗ କରିବା ଏବଂ ବିମ୍‌ସଟେକକୁ ବୈଷୟିକ ଦୃଷ୍ଟିରୁ ସୁଦୃଢ଼ କରିବା।

ନିକଟରେ ମିଆଁମାର ଓ ଥାଇଲାଣ୍ଡକୁ ପ୍ରଭାବିତ କରିଥିବା ଭୂମିକମ୍ପ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି।

ଆସନ୍ତୁ ଆମର ସହଯୋଗକୁ ମହାକାଶ ଦୁନିଆରେ ପହଞ୍ଚାଇବା। ଆସନ୍ତୁ ଆମର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା।

ବିମସଟେକ୍ ଦକ୍ଷତା ବିକାଶ ଢାଞ୍ଚାର ଏକ ଜ୍ୱଳନ୍ତ ଉଦାହରଣ ହେବାର ସମ୍ଭାବନା ରହିଛି। ଆମେ ସମସ୍ତେ ପରସ୍ପରଠାରୁ ଶିଖିବୁ ଏବଂ ଆଗକୁ ବଢ଼ିବୁ।

ଆମେ ମିଳିତ ଭାବେ ବିମ୍‌ସଟେକ କୁ ଶକ୍ତିଶାଳୀ କରିବୁ ଏବଂ ଆମର ଯୁବପିଢ଼ି ହିଁ ଏହାର ନେତୃତ୍ୱ ନେବେ।

କିଛି ଜିନିଷ ସଂସ୍କୃତି ଭଳି ଯୋଡ଼ି ହୋଇଥାଏ। ସାଂସ୍କୃତିକ ସମ୍ପର୍କ ବିମ୍‌ସଟେକ କୁ ଆହୁରି ନିକଟତର କରିପାରିବ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭାରେ ଉପକୂଳ ଜାହାଜ ଚଳାଚଳ ବିଲ, 2024 ଗୃହୀତ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଉପକୂଳ ଜାହାଜ ଚଳାଚଳ ବିଲ୍, 2024 ପାରିତ ହୋଇଛି। ଏହା ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପାଇଁ ପଥ ପରିଷ୍କାର କରିଛି। ଦେଶର ସାମୁଦ୍ରିକ କ୍ଷେତ୍ର ଏକ ଆର୍ଥିକ, ବିଶ୍ୱସନୀୟ ଏବଂ ଦୀର୍ଘସ୍ଥାୟୀ ପରିବହନ ମାଧ୍ୟମ ପ୍ରଦାନ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିବା ବେଳେ ଏହା ସଡ଼କ ଏବଂ ରେଳ ନେଟୱର୍କରେ ହେଉଥିବା ପରିବହନ ତୁଳନାରେ ଅଧିକ ଦକ୍ଷ ପରିବହନ ମାଧ୍ୟମ ପ୍ରଦାନ କରିଥାଏ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ ଏହି ବିଲ୍ ଭାରତର ବିଶାଳ ଏବଂ ରଣନୈତିକ ଉପକୂଳର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ଚାହୁଁଛି, ଯାହା ଉପକୂଳ ବାଣିଜ୍ୟ ପାଇଁ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପ୍ରଦାନ କରିବ।

ଉପକୂଳ ଜାହାଜ ଚଳାଚଳ ବିଲ୍, 2024ର ଲକ୍ଷ୍ୟ ହେଉଛି ଉପକୂଳ ବାଣିଜ୍ୟକୁ ସହଜ ଏବଂ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସାମଗ୍ରିକ ପରିବହନ ଦୃଷ୍ଟିକୋଣ-ଜାତୀୟ ଲଜିଷ୍ଟିକ୍ସ ନୀତି ସହିତ ଅଧିକ ସମନ୍ୱିତ। ଏହାର ବହୁବିଧ ଅଗ୍ରଗାମୀ ବ୍ୟବସ୍ଥା ସହିତ, ଏହି ବିଲ୍ ବାଣିଜ୍ୟିକ ଜାହାଜ ଚଳାଚଳ ଅଧିନିୟମ, 1958 ପରି ପୂର୍ବବର୍ତ୍ତୀ ଆଇନରେ ଥିବା ପୁରୁଣାକାଳିଆ ବ୍ୟବସ୍ଥାର ଉନ୍ନତିକରଣ କରିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ଆଇନଗତ ଢାଞ୍ଚା ପ୍ରଦାନ କରିଥାଏ। ପ୍ରସ୍ତାବିତ ବିଲ୍ ଭାରତର ଉପକୂଳ ବାଣିଜ୍ୟରେ ବିଦେଶୀ ଜାହାଜକୁ ଲାଇସେନ୍ସ ଦେବା ଏବଂ ନିୟନ୍ତ୍ରଣ କରିବା ପାଇଁ ପ୍ରମୁଖ ବ୍ୟବସ୍ଥା ପ୍ରବର୍ତ୍ତନ କରିଛି। ଏହା ଏକ ଜାତୀୟ ଉପକୂଳ ଏବଂ ଅନ୍ତର୍ଦେଶୀୟ ଜାହାଜ ଚଳାଚଳ ରଣନୈତିକ ଯୋଜନା ପ୍ରସ୍ତୁତ କରିବା ଏବଂ ଉପକୂଳ ଜାହାଜ ଚଳାଚଳ ପାଇଁ ଏକ ଜାତୀୟ ଡାଟାବେସ୍ ପ୍ରତିଷ୍ଠା କରିବା ବାଧ୍ୟତାମୂଳକ କରେ। ଏହି ବିଲ୍ ଭାରତୀୟ ସଂସ୍ଥା ଦ୍ୱାରା ଅଣାଯାଇଥିବା ବିଦେଶୀ ଜାହାଜକୁ ମଧ୍ୟ ନିୟନ୍ତ୍ରଣ କରେ ଏବଂ ଆଇନ ଉଲ୍ଲଂଘନ ପାଇଁ ସରକାରଙ୍କ ଚାପ ସହିତ ମେଳ ଖାଇ ଉଲ୍ଲଂଘନ ପାଇଁ ଦଣ୍ଡର ରୂପରେଖ ଦେଇଥାଏ। ଅଧିକନ୍ତୁ, ଏହା ଜାହାଜ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ସୂଚନା ପାଇବା, ନିର୍ଦ୍ଦେଶ ଜାରି କରିବା ଏବଂ ଅନୁପାଳନ ଲାଗୁ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କୁ ଛାଡ଼ ଏବଂ ନିୟାମକ ତଦାରଖ ପ୍ରଦାନ କରିବା, ଭାରତରେ ସୁବ୍ୟବସ୍ଥିତ ଓ ଦକ୍ଷ ଉପକୂଳ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ।

ଏହି ଅବସରରେ କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ‘‘ଉପକୂଳ ଜାହାଜ ଚଳାଚଳ ବିଲ୍ ସ୍ଥାନୀୟ ଆକାଂକ୍ଷାକୁ ଜାତୀୟ ଲକ୍ଷ୍ୟ ସହିତ ଯୋଡ଼ିଥାଏ। ଏହା ସାମୁଦ୍ରିକ ଅମୃତ କାଳ ପରିକଳ୍ପନା 2047 ଅଧୀନରେ ଆଗାମୀ 25 ବର୍ଷର ଉପକୂଳ ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ଢାଞ୍ଚା ପ୍ରଦାନ କରିଥାଏ। ଭାରତୀୟ ସଂସ୍ଥାଗୁଡ଼ିକ ମାଲିକାନାରେ ଥିବା ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଏକ ଉପକୂଳ ନୌବହର ବିକଶିତ କରିବା ଏହି ବିଲର ବ୍ୟାପକ ଲକ୍ଷ୍ୟ। ଏହା ଆମ ଦେଶର ଉପକୂଳ ଜାହାଜ ଚଳାଚଳ ପାଇଁ ପ୍ରାସଙ୍ଗିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ନିମନ୍ତେ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ବିଲ୍‌ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ସବୁଜ ପରିବହନକୁ ପ୍ରୋତ୍ସାହିତ କରିବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ସମର୍ଥନ କରିବ ଏବଂ ଜାହାଜ ନିର୍ମାଣ, ବନ୍ଦର ସେବା ଏବଂ ଜାହାଜ ପରିଚାଳନା କ୍ଷେତ୍ରରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଏହି ବିଲ୍ ଉପକୂଳ ବାଣିଜ୍ୟ ପାଇଁ ଉତ୍ସର୍ଗୀକୃତ ଆଇନ ଗ୍ରହଣ କରିବା ନିମନ୍ତେ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ ଅନୁରୂପ କିନ୍ତୁ ଭାରତୀୟ ପରିସ୍ଥିତି ଅନୁଯାୟୀ ଗ୍ରହଣ କରାଯାଇଛି। ଏହା ଉପକୂଳ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପ୍ରଦାନ କରିଥାଏ। ଅନ୍ତର୍ଦେଶୀୟ ଜଳପଥ ଓ ନଦୀ ଅର୍ଥବ୍ୟବସ୍ଥାକୁ ଆଗେଇ ନେବା ସହିତ ଓଭରଲୋଡ୍ ହୋଇଥିବା ସଡ଼କ ଓ ରେଳ ନେଟୱାର୍କର ଏକ ସ୍ୱଳ୍ପ ମୂଲ୍ୟ, ବିଶ୍ୱସନୀୟ ଏବଂ ସ୍ଥାୟୀ ବିକଳ୍ପ ପ୍ରଦାନ କରେ।

ଉପକୂଳ ଜାହାଜ ଚଳାଚଳ ବିଲ୍, 2024 ର ଲକ୍ଷ୍ୟ ହେଉଛି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ପରିବହନକୁ ପ୍ରୋତ୍ସାହିତ କରିବା। ଭାରତର ଅତ୍ୟଧିକ ଭାରାକ୍ରାନ୍ତ ସଡ଼କ ଓ ରେଳ ନେଟୱାର୍କକୁ ଚାପମୁକ୍ତ କରିବାରେ ଉପକୂଳ ପରିବହନ, ଏକ ବ୍ୟୟବହୁଳ ଏବଂ ସ୍ୱଳ୍ପ ନିର୍ଗମନ ପରିବହନ ମାଧ୍ୟମ, ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ବିଲର ପ୍ରମୁଖ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକ ପାଇଁ ସାଧାରଣ ବାଣିଜ୍ୟ ଲାଇସେନ୍ସ ଆବଶ୍ୟକତାକୁ ହଟାଇବା (ଧାରା 3), ଅନୁପାଳନ ବୋଝ ହ୍ରାସ କରିବା ଏବଂ ବ୍ୟବସାୟିକ ସୁଗମତା ବୃଦ୍ଧି କରିବା ସାମିଲ ରହିଛି। ବିଦେଶୀ ଜାହାଜଗୁଡ଼ିକ କେବଳ ଜାହାଜ ଚଳାଚଳ ମହାନିର୍ଦ୍ଦେଶକ (ଧାରା 4) ଙ୍କ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସ ଅଧୀନରେ ଉପକୂଳ ବାଣିଜ୍ୟରେ ନିୟୋଜିତ ହୋଇପାରିବେ, ଯେଉଁଥିରେ ଭାରତୀୟ ଜାହାଜ ନିର୍ମାଣ ଏବଂ ନାବିକମାନଙ୍କ ପାଇଁ ନିଯୁକ୍ତିକୁ ସମର୍ଥନ କରୁଥିବା ସର୍ତ୍ତାବଳୀ ରହିଛି।

ଏହି ବିଲ୍ ଏକ ଜାତୀୟ ଉପକୂଳ ଏବଂ ଅନ୍ତର୍ଦେଶୀୟ ଜାହାଜ ଚଳାଚଳ ରଣନୈତିକ ଯୋଜନା (ଧାରା 8) କୁ ବାଧ୍ୟତାମୂଳକ କରିଛି, ଯାହା ଦ୍ୱିବାର୍ଷିକ ଭାବରେ ସଂଶୋଧିତ ହେବ, ମାର୍ଗ ଯୋଜନାରେ ଉନ୍ନତି ଆଣିବ, ଟ୍ରାଫିକ ପୂର୍ବାନୁମାନ କରିବା ଏବଂ ଉପକୂଳ ଜାହାଜ ଚଳାଚଳ ଅନ୍ତର୍ଦେଶୀୟ ଜଳପଥ ସହିତ ଏହାକୁ ସମନ୍ୱିତ କରିବାରେ ସହାୟକ ହେବ। ଏହି ରଣନୈତିକ ଦୃଷ୍ଟିକୋଣ ଭାରତର ସାମୁଦ୍ରିକ କ୍ଷେତ୍ରରେ ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ସ୍ଥିରତା ସୁନିଶ୍ଚିତ କରିଥାଏ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନୂତନ ଉପକୂଳ ଜାହାଜ ଚଳାଚଳ ବିଲ୍ ବାଣିଜ୍ୟିକ ଜାହାଜ ଚଳାଚଳ ଅଧିନିୟମ, 1958ର ବ୍ୟବଧାନକୁ ଦୂର କରିବା ସହିତ ଉପକୂଳ ବାଣିଜ୍ୟ ନିୟମାବଳୀକୁ ଆଧୁନିକୀକରଣ ଏବଂ ସୁବ୍ୟବସ୍ଥିତ କରିଛି। ଏହି ବିଲ୍‌ ପ୍ରମୁଖ ସଂସ୍କାର ଉପରେ ଆଧାରିତ, ଯେଉଁଥିରେ ପ୍ରାଥମିକତା ପ୍ରାପ୍ତ ବର୍ଥିଂ, ଗ୍ରୀନ୍ କ୍ଲିୟରାନ୍ସ ଚ୍ୟାନେଲ ଏବଂ ବଙ୍କର ଇନ୍ଧନ ଉପରେ ଜିଏସଟି ହ୍ରାସ ଅନ୍ତର୍ଭୁକ୍ତ। ଗତ ଦଶନ୍ଧିରେ ଉପକୂଳ ମାଲ ପରିବହନ 119% ବୃଦ୍ଧି ପାଇଛି। ଏହା 2014-15 ରେ 74 ନିୟୁତ ଟନରୁ 2023-24 ରେ 162 ନିୟୁତ ଟନକୁ ବଢ଼ିଛି । 2030 ସୁଦ୍ଧା ମାଲ ପରିବହନକୁ 230 ନିୟୁତ ଟନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବିଲ୍ ଆଇନଗତ ସ୍ପଷ୍ଟତା, ନିୟାମକ ସ୍ଥିରତା ଏବଂ ନିବେଶ ଅନୁକୂଳ ନୀତି ସୁନିଶ୍ଚିତ କରିଥାଏ, ଭାରତର ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିଥାଏ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇଥାଏ।

ଶ୍ରୀ ସୋନୱାଲ କହିଛନ୍ତି, “ଉପକୂଳ ଏବଂ ଅନ୍ତର୍ଦେଶୀୟ ଜଳପଥର ଏକୀକରଣ ଦେଶରେ ନଦୀ ଏବଂ ଉପକୂଳ ଅଞ୍ଚଳର ଆଞ୍ଚଳିକ ବିକାଶକୁ ସମାନ ଭାବରେ ପ୍ରୋତ୍ସାହିତ କରିବ। ଏହି ବିଲ୍ ଓଡ଼ିଶା, କର୍ଣ୍ଣାଟକ ଏବଂ ଗୋଆ ଭଳି ରାଜ୍ୟରେ ଉପକୂଳ ଏବଂ ଅନ୍ତର୍ଦେଶୀୟ ଜଳପଥ ପରିବହନ ବିକାଶର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ମଧ୍ୟ ପ୍ରୋତ୍ସାହନ ଦେବ। ଅନ୍ତର୍ଦେଶୀୟ ଜଳପଥ ସହିତ ଉପକୂଳ ଜାହାଜ ଚଳାଚଳ ମାର୍ଗର ଏକୀକରଣ-ଯାହା ପ୍ରାୟତଃ ଏକାଧିକ ରାଜ୍ୟକୁ ଅତିକ୍ରମ କରିଥାଏ-ସାମୂହିକ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟକାରିତାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୂମିକାକୁ ସ୍ୱୀକୃତି ଦେଇ, ଏହି ବିଲ୍ ସୁନିଶ୍ଚିତ କରେ ଯେ ଉପକୂଳ ଜାହାଜ ଚଳାଚଳ ଅଭିବୃଦ୍ଧି ସମାବେଶୀ ଏବଂ ଅଂଶଗ୍ରହଣକାରୀ ଅଟେ।

ବିରୋଧୀ ଦଳଗୁଡ଼ିକର ସମାଲୋଚନା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି, “ଉପକୂଳ ଜାହାଜ ଚଳାଚଳ ବିଲ୍, 2024 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରି ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ବଜାୟ ରଖିଛି।  ଏହା ରଣନୀତି, ମାର୍ଗ ଏବଂ ନିୟମାବଳୀ ପ୍ରସ୍ତୁତ କରିବାରେ ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଭୂମିକାକୁ ସୁନିଶ୍ଚିତ କରିଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଥାଇ ରାମାୟଣ ରାମକିୟେନର ମନମୋହକ ପ୍ରଦର୍ଶନ ଦେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥାଇ ରାମାୟଣ, ରାମକିୟେନର ଏକ ସମୃଦ୍ଧ ପ୍ରଦର୍ଶନ ଦେଖିଛନ୍ତି। ଏହି ଅବସରରେ ସେ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ବନ୍ଧର ପ୍ରଶଂସା କରିଛନ୍ତି।

ଏକ୍ସରେ ପୃଥକ- ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:

“ଏକ ସାଂସ୍କୃତିକ ସଂଯୋଗ ଯାହା ଅନ୍ୟ କୌଣସିଠାରୁ ମିଳେ ନାହିଁ!

ଥାଇ ରାମାୟଣ ରାମକିୟେନର ଏକ ମନମୋହକ ପ୍ରଦର୍ଶନ ଦେଖିଲି। ଏହା ପ୍ରକୃତରେ ଏକ ସମୃଦ୍ଧ ଅଭିଜ୍ଞତା ଥିଲା, ଯାହା ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ସହଭାଗୀ ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିଥିଲା।

ରାମାୟଣ ପ୍ରକୃତରେ ଏସିଆର ଅନେକ କ୍ଷେତ୍ରରେ ହୃଦୟ ଏବଂ ପରମ୍ପରାକୁ ସଂଯୋଗ କରି ଚାଲିଛି।”

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ସଂକଳ୍ପ ସଞ୍ଚାର ହୋଇଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ସଞ୍ଚାର ହୋଇଥାଏ ବୋଲି କହିଛନ୍ତି। ଏହି ଅବସରରେ ସେ, ଅନୁରାଧା ପଡୱାଲ୍‌ଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମା’ ଦୁର୍ଗାଙ୍କ ଆଶୀର୍ବାଦ ଭକ୍ତମାନଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ଆଣିଥାଏ। ଅନୁରାଧା ପଡୱାଲ ଗାଇଥିବା ଦେବୀ ମା’ଙ୍କର ଏହି ଭଜନ ଆପଣଙ୍କ ମନରେ ଭକ୍ତି ଭାବ ଭରି ଦେବ।”

Categories
ଆଜିର ଖବର ଜାତୀୟ ଖବର

ଭାରତ-ଚିଲି ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ ପୂରଣ ଅବସରରେ ୨୦୨୫ ମସିହା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ବୋରିକଙ୍କ ସହ ବୈଦେଶିକ ବ୍ୟାପାର, କୃଷି, ଖଣି, ମହିଳା ଏବଂ ଲିଙ୍ଗଗତ ସମାନତା ଏବଂ ସଂସ୍କୃତି, କଳା ଏବଂ ଐତିହ୍ୟ ମନ୍ତ୍ରୀ, ସଂସଦ ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ବ୍ୟବସାୟିକ ମୁଖ୍ୟ ଅଛନ୍ତି। ନୂଆଦିଲ୍ଲୀ ବ୍ୟତୀତ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ। ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ନଭେମ୍ବର ୨୦୨୪ ରେ ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ।

ପାଲମ ବାୟୁସେନା ଘାଟୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବୋରିକଙ୍କୁ ଭବ୍ୟ ଏବଂ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ମସିହା ଏପ୍ରିଲ ୧ ତାରିଖରେ ହାଇଦ୍ରାବାଦ ହାଉସରେ ରାଷ୍ଟ୍ରପତି ବୋରିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ରାଷ୍ଟ୍ରପତି ବୋରିକ୍‍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ଯିଏକି ବୋରିକ୍‍ ଓ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳର ସମ୍ମାନରେ ଏକ ଭୋଜିର ଆୟୋଜନ କରିଥିଲେ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ରାଷ୍ଟ୍ରପତି ବୋରିକଙ୍କୁ ଭେଟିଥିଲେ।

ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୧୯୪୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ କୂଟନୈତିକ ସମ୍ପର୍କ, ବୃଦ୍ଧି ପାଉଥିବା ବାଣିଜ୍ୟିକ ସମ୍ପର୍କ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ, ସାଂସ୍କୃତିକ ସମ୍ପର୍କ ଏବଂ ଉଭୟ ଦେଶ ମଧ୍ୟରେ ଉଷ୍ମ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ମରଣ କରିଥିଲେ। ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସମ୍ପ୍ରସାରିତ ଏବଂ ଦୃଢ କରିବା ଲାଗି ସେମାନେ ଇଚ୍ଛା ବ୍ୟକ୍ତ କରିଥିଲେ।

ଏହି ବୈଠକରେ ଦୁଇ ନେତା ବାଣିଜ୍ୟ ଏବଂ ନିବେଶ, ସ୍ୱାସ୍ଥ୍ୟ ଏବଂ ଫାର୍ମାସ୍ୟୁଟିକାଲ୍ସ, ପ୍ରତିରକ୍ଷା ଏବଂ ସୁରକ୍ଷା, ଭିତ୍ତିଭୂମି, ଖଣି ଏବଂ ଖଣିଜ ସମ୍ପଦ, କୃଷି ଏବଂ ଖାଦ୍ୟ ସୁରକ୍ଷା, ସବୁଜ ଶକ୍ତି, ଆଇସିଟି, ଡିଜିଟାଇଜେସନ୍, ନବସୃଜନ, ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ, ଶିକ୍ଷା ଏବଂ ଜନ-ଜନ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ପରିସରକୁ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସ୍ତରରେ ନିୟମିତ ଆଦାନ ପ୍ରଦାନ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଦୁଇ ନେତା ଉଲ୍ଲେଖ କରିଥିଲେ ଯେ ବାଣିଜ୍ୟ ଏବଂ ବ୍ୟବସାୟ ଦ୍ୱିପାକ୍ଷିକ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ହୋଇ ରହିଛି। ମେ ୨୦୧୭ ରେ ଭାରତ-ଚିଲି ପ୍ରାଧାନ୍ୟ ବାଣିଜ୍ୟ ରାଜିନାମାର ସମ୍ପ୍ରସାରଣ ଦ୍ୱାରା ଉତ୍ପନ୍ନ ସକରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିବା ସହିତ ଏହର ଫଳସ୍ୱରୂପ ଦ୍ୱିପାକ୍ଷିକ ବାଣିଜ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି ତାହା ଦର୍ଶାଇବା ସହିତ ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱିପାକ୍ଷିକ ବାଣିଜ୍ୟର ସମ୍ପ୍ରସାରଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ। ନିକଟରେ ଉଭୟ ପକ୍ଷର ବ୍ୟବସାୟିକ ପ୍ରତିନିଧିମଣ୍ଡଳର ଗସ୍ତ ବୃଦ୍ଧି ପାଇଥିବାରୁ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରୁଛି। ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ଆଣିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବୋରିକଙ୍କୁ ଧନ୍ୟବାଦ ଜଣାଇଥିଲେ, ଯାହା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ବାଣିଜ୍ୟିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଲାଗି ଆଲୋଚନା ଜାରି ରଖିବା ଲାଗି ଉଭୟ ସହମତ ହୋଇଥିଲେ।

ରାଷ୍ଟ୍ରପତି ବୋରିକ୍ କହିଥିଲେ ଯେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ ଚିଲି ପାଇଁ ଏକ ପ୍ରମୁଖ ଅଂଶୀଦାର ଏବଂ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ଏବଂ ବିବିଧ ବାଣିଜ୍ୟ ପାଇଁ ରଣନୀତି ଅନ୍ୱେଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାରସ୍ପରିକ ସହମତିରେ ନିର୍ଦ୍ଧାରିତ ସର୍ତ୍ତାବଳୀ ଉପରେ ସ୍ୱାକ୍ଷରକୁ ସ୍ୱୀକାର କରିଥିଲେ ଏବଂ ଏକ ଗଭୀର ଆର୍ଥିକ ଏକୀକରଣ ହାସଲ କରିବା ଲାଗି ଏକ ସନ୍ତୁଳିତ, ମହତ୍ୱାକାଂକ୍ଷୀ, ବ୍ୟାପକ ଏବଂ ପାରସ୍ପରିକ ଲାଭପ୍ରଦ ରାଜିନାମା ପାଇଁ ଏକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ) ଆଲୋଚନାର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ। ସିଇପିଏ ଭାରତ ଏବଂ ଚିଲି ମଧ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟିକ ସମ୍ପର୍କର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା, ନିଯୁକ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିବ।

ବାଣିଜ୍ୟିକ ସମ୍ପର୍କ ତଥା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆହୁରି ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ବୋରିକ୍ ଭାରତୀୟ ବ୍ୟବସାୟୀମାନଙ୍କୁ ଏକାଧିକ ପ୍ରବେଶ ଅନୁମତି ପ୍ରଦାନ କରିବା ଲାଗି ଚିଲିର ନିଷ୍ପତ୍ତି ଘୋଷଣା କରିଥିଲେ, ଯାହା ଭିସା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଏହାକୁ ଗୁରୁତ୍ୱ ଦେଇଥିଲେ, କାରଣ ଏହା ବାଣିଜ୍ୟ ଏବଂ ନିବେଶକୁ ସୁଗମ କରିବା ଲାଗି ଉଭୟ ପକ୍ଷର ଇଚ୍ଛା ଏବଂ ଚିଲି ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ଲାଗି ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ, ପର୍ଯ୍ୟଟନ, ଛାତ୍ର ଏବଂ ଶିକ୍ଷା ବିନିମୟକୁ ସୁଗମ କରିବା ପାଇଁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ସ୍ୱୀକାର କରି ଭାରତୀୟ ପକ୍ଷ ଏକ କୋହଳ ଭିସା ବ୍ୟବସ୍ଥା ସ୍ଥାପନ କରିସାରିଛି, ଯେଉଁଥିରେ ଚିଲି ଯାତ୍ରୀଙ୍କ ପାଇଁ ଇ-ଭିସା ସୁବିଧାର ବ୍ୟବସ୍ଥା କରିବା ଅନ୍ତର୍ଭୁକ୍ତ ।

ଉଭୟ ନେତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉନ୍ନତ ଉତ୍ପାଦନ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରଣନୈତିକ ଗୁରୁତ୍ୱକୁ ସ୍ୱୀକାର କରିଥିଲେ, ଉଭୟ ନେତା ପାରସ୍ପରିକ ଲାଭ ପାଇଁ ସମଗ୍ର ଗୁରୁତ୍ୱପୂର୍ଣ୍ଣ ଖଣିଜ ମୂଲ୍ୟ ଶୃଙ୍ଖଳାରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଏବଂ ବିକାଶ ସହିତ ଅନୁସନ୍ଧାନ, ଖନନ ଏବଂ ପ୍ରକ୍ରିୟାକରଣରେ ସହଯୋଗକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଉନ୍ନତ ସାମଗ୍ରୀ ସମେତ ବିଶ୍ୱସନୀୟ ଏବଂ ସହଜ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଚିଲିରୁ ଭାରତକୁ ଖଣିଜ ପଦାର୍ଥ ଏବଂ ସାମଗ୍ରୀର ଦୀର୍ଘକାଳୀନ ଯୋଗାଣର ସମ୍ଭାବନା ସହିତ ଖଣି ଏବଂ ଖଣିଜ ପଦାର୍ଥ କ୍ଷେତ୍ରରେ ପାରସ୍ପରିକ ଲାଭପ୍ରଦ ଭାଗିଦାରୀ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରି ଯୋଗାଣ ଶୃଙ୍ଖଳା ଏବଂ ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ପାଇଁ ପଦକ୍ଷେପ ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଉଭୟ ନେତା ସ୍ୱାସ୍ଥ୍ୟ ଏବଂ ଫାର୍ମାସ୍ୟୁଟିକାଲ୍ସ, ମହାକାଶ, ଆଇସିଟି, କୃଷି, ସବୁଜ ଶକ୍ତି, ପାରମ୍ପାରିକ ଔଷଧ, ଆଣ୍ଟାର୍କଟିକା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, କ୍ରୀଡା, ଷ୍ଟାର୍ଟଅପ୍, ସମବାୟ ସମିତି ଏବଂ ଅଡିଓ ଭିଜୁଆଲ୍ ସହ-ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ନୂତନ ମାର୍ଗ ଖୋଲିବାକୁ ଅନୁସନ୍ଧାନ କରିବାକୁ ରାଜି ହୋଇଥିଲେ।

ରାଷ୍ଟ୍ରପତି ବୋରିକ୍ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଶିଳ୍ପର ଭୂମିକାକୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ତଥା ସୁଲଭ ଏବଂ ଉଚ୍ଚମାନର ଉତ୍ପାଦ ଯୋଗାଣରେ ଚିଲି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ସ୍ୱୀକାର କରିଥିଲେ। ଉଭୟ ପକ୍ଷ ଦୁଇ ଦେଶର ଘରୋଇ କ୍ଷେତ୍ରକୁ ଫାର୍ମାସ୍ୟୁଟିକାଲ୍, ଟିକା ଏବଂ ଚିକିତ୍ସା ଉପକରଣରେ କାରବାର ବୃଦ୍ଧି କରିବାକୁ ସୁବିଧା ଦେବାକୁ ରାଜି ହୋଇଥିଲେ। ଉଭୟ ପକ୍ଷ ସ୍ୱାସ୍ଥ୍ୟସେବା ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ପାଇଁ ବଜାର ପ୍ରବେଶ ସମସ୍ୟାର ସମାଧାନ କରିବା ସହିତ ଚିଲି ଦ୍ୱାରା ଭାରତୀୟ ଔଷଧକୁ ସ୍ୱୀକୃତି ଦେବା ଲାଗି ଆଗକୁ ବଢିବା ଉପରେ ସହମତ ହୋଇଥିଲେ।

ଦୁଇ ନେତା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ରକ୍ଷା କରିବାରେ ପାରମ୍ପରିକ ଔଷଧ ଏବଂ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅଧିକ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପାରମ୍ପରିକ ଔଷଧ ଉପରେ ବୁଝାମଣା ପତ୍ରର ଶୀଘ୍ର ସମାପ୍ତି ପାଇଁ ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦିଗରେ ଉଭୟ ଦେଶ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ପ୍ରମାଣ ଆଧାରିତ, ସମନ୍ୱିତ, ପାରମ୍ପରିକ ଔଷଧ, ହୋମିଓପାଥି ଏବଂ ଯୋଗର ପ୍ରୋତ୍ସାହନ ଏବଂ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହୋଇଥିଲେ।

ଉଭୟ ପକ୍ଷ ପରସ୍ପରର ଦେଶରେ ଭିତ୍ତିଭୂମି ପ୍ରକଳ୍ପରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ରେଳ କ୍ଷେତ୍ର ସମେତ ଭିତ୍ତିଭୂମି ପ୍ରକଳ୍ପରେ ଅଂଶଗ୍ରହଣ କରିବା ଲାଗି ଚିଲିର ପ୍ରତିନିଧି ଭାରତୀୟ କମ୍ପାନୀଗୁଡ଼ିକୁ ସ୍ୱାଗତ କରିଥିଲେ।

ଦକ୍ଷତା ବିକାଶ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ସମେତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନୁସନ୍ଧାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ଉଭୟ ପକ୍ଷଙ୍କୁ ଉତ୍ସାହିତ କରିଥିଲେ। ବର୍ତ୍ତମାନର ଆନୁଷ୍ଠାନିକ ପ୍ରତିରକ୍ଷା ସହଯୋଗ ରାଜିନାମା ଅଧୀନରେ ପରସ୍ପରର ସାମର୍ଥ୍ୟକୁ ବିକଶିତ ଏବଂ ବୃଦ୍ଧି କରିବାରେ ଜ୍ଞାନ ବାଣ୍ଟିବା ପାଇଁ ଉଭୟ ରାଜି ହୋଇଥିଲେ। ଭାରତୀୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟ, ଏନଡିସି., ଏନଡିଏ ଏବଂ ଏଚଡିଏମସି ରେ ତାଲିମ ପ୍ରଦାନ କରିବା ସମୟରେ ଚିଲିକୁ ପ୍ରାଥମିକତା ଦିଆଯାଇଛି, ଏହା ବ୍ୟତୀତ ଗରିଲା ଯୁଦ୍ଧ ଏବଂ ଶାନ୍ତିରକ୍ଷା କାର୍ଯ୍ୟରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପାଇଁ ସ୍ଲଟ୍ ଉପଲବ୍ଧ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ରରେ ଚିଲିର ସୈନ୍ୟବାହିନୀକୁ ଗ୍ରହଣ କରିବା ଏବଂ ତାଲିମ ଦେବା ଲାଗି ଭାରତୀୟ ପକ୍ଷ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ।

ଉଭୟ ନେତା ବର୍ତ୍ତମାନର ଆଣ୍ଟାର୍କଟିକ ସହଯୋଗକୁ ସୁଦୃଢ଼ କରିବା ଲାଗି ‘ଲେଟର୍ ଅଫ୍ ଇଣ୍ଟେଣ୍ଟ୍ “ସ୍ୱାକ୍ଷରିତ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ, ଯାହା ଆଣ୍ଟାର୍କଟିକ ସାମୁଦ୍ରିକ ଜୀବନ୍ତ ସମ୍ବଳ ଏଜେଣ୍ଡାର ସଂରକ୍ଷଣ, ଦ୍ୱିପାକ୍ଷିକ ବାର୍ତ୍ତାଳାପ, ମିଳିତ ପଦକ୍ଷେପ ଏବଂ ଆଣ୍ଟାର୍କଟିକ ଏବଂ ଆଣ୍ଟାର୍କଟିକ ନୀତି ସମ୍ବନ୍ଧୀୟ ଶିକ୍ଷାଦାନ ବିନିମୟରେ ଭାଗିଦାରୀକୁ ଆହୁରି ସୁଗମ କରିବ। ଉଭୟ ଭାରତ ଏବଂ ଚିଲି ଆଣ୍ଟାର୍କଟିକ ଚୁକ୍ତିର ପରାମର୍ଶଦାତା ପକ୍ଷ ଅଟନ୍ତି ଏବଂ ଉଭୟ ପକ୍ଷ ତଥା ବିଶ୍ୱ ସମୁଦାୟଙ୍କ ଲାଭ ପାଇଁ ଆଣ୍ଟାର୍କଟିକ ବିଷୟରେ ବୈଜ୍ଞାନିକ ବୁଝାମଣାକୁ ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଉଭୟ ପକ୍ଷ ଜାତୀୟ କ୍ଷେତ୍ରାଧିକାର ବାହାରେ ଥିବା କ୍ଷେତ୍ରରେ ସାମୁଦ୍ରିକ ଜୈବ ବିବିଧତାର ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ପାଇଁ ଏକ ପ୍ରମୁଖ ଆଇନଗତ ଢାଞ୍ଚା ଭାବେ ଜାତୀୟ କ୍ଷେତ୍ରାଧିକାର ବାହାରେ ଥିବା କ୍ଷେତ୍ରରେ ସାମୁଦ୍ରିକ ଜୈବ ବିବିଧତା ଉପରେ ରାଜିନାମା (ବିବିଏନଜେ) ସ୍ୱାକ୍ଷରିତ ହେବା ଏବଂ ଏହାକୁ ଗ୍ରହଣ କରିବା ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଏବଂ ସ୍ଥଳଭାଗରୁ ସମୁଦ୍ର ପର୍ଯ୍ୟନ୍ତ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନ ପାଇଁ ନିଜ ନିଜ ଦେଶର ସଂକଳ୍ପକୁ ଦୋହରାଇଥିଲେ ଏବଂ ଏହି ପ୍ରସଙ୍ଗଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ପରସ୍ପରକୁ ସମର୍ଥନ କରିବା ଲାଗି ସହମତ ହୋଇଥିଲେ। ଉଭୟ ଦେଶ ସାଧାରଣ କିନ୍ତୁ ଭିନ୍ନ ଦାୟିତ୍ୱ ଏବଂ ବିକାଶର ଅଧିକାର ନୀତି ଉପରେ ଆଧାରିତ ସହଯୋଗ ଏବଂ ମିଳିତ ପ୍ରୟାସ ମାଧ୍ୟମରେ ବହୁପକ୍ଷବାଦରେ ଦକ୍ଷିଣ ବିଶ୍ୱର ଏକ ଦୃଷ୍ଟିକୋଣକୁ ମଜବୁତ କରିବା ପାଇଁ ସେମାନଙ୍କର ଉଦ୍ଦେଶ୍ୟକୁ ଦୋହରାଇଥିଲେ।

ମହାକାଶ କ୍ଷେତ୍ରରେ ଦୁଇ ଦେଶର ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଭାଗିଦାରୀକୁ ସ୍ମରଣ କରି ଦୁଇ ନେତା ଦୁଇ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ୨୦୧୭ ରେ ଭାରତ ଦ୍ୱାରା ଚିଲିର ଏକ ଉପଗ୍ରହ (ସୁଚାଇ-୧) କୁ ଏକ ବ୍ୟବସାୟିକ ବୁଝାମଣା ଅଧୀନରେ ସହଯାତ୍ରୀ ଭାବେ ଉତକ୍ଷେପଣ କରାଯାଇଥିଲା। ଉଭୟ ନେତା ମହାକାଶ ଏବଂ ଆଷ୍ଟ୍ରୋଫିଜିକ୍ସରେ ତାଲିମ ଏବଂ କ୍ଷମତା ନିର୍ମାଣ ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଇସ୍ରୋ, ଇନ୍‍-ସ୍ପାକ୍‍ଇ (ଇଣ୍ଡିଆନ ନେନସାଲ ସ୍ପେଶ୍‍ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର) ସହଯୋଗରେ ମହାକାଶ ଅନୁସନ୍ଧାନ, ଗବେଷଣା ଓ ବିକାଶ, ତାଲିମ, ଉପଗ୍ରହ ନିର୍ମାଣ, ଉତକ୍ଷେପଣ ଓ ପରିଚାଳନା ଏବଂ ମହାକାଶ ବାହାରେ ଶାନ୍ତିପୂର୍ଣ୍ଣ ବ୍ୟବହାର ଆଦି କ୍ଷେତ୍ରରେ ଚିଲିର ମହାକାଶ କାର୍ଯ୍ୟନିର୍ବାହୀ କମିଟି ଗଠନକୁ ସେମାନେ ସ୍ୱାଗତ କରିଥିଲେ।

ଉଭୟ ନେତା ନିଜ ନିଜ ବହୁମୁଖୀ ସୂଚନା ଏବଂ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସମନ୍ୱୟ ଅନ୍ୱେଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଆଇଟି ଏବଂ ଡିଜିଟାଲ କ୍ଷେତ୍ରରେ ନିବେଶ, ମିଳିତ ଉଦ୍ୟୋଗ, ବୈଷୟିକ ବିକାଶ ଏବଂ ବଜାରର ଅଭିବୃଦ୍ଧି ପ୍ରତି ସେମାନେ ପାରସ୍ପରିକ ଆଗ୍ରହ ପ୍ରକାଶ କରିଥିଲେ, ଯାହାଦ୍ୱାରା ଲୋକ ଏବଂ ବ୍ୟବସାୟ ପାଇଁ ଡିଜିଟାଲ ସେବାଗୁଡ଼ିକର ପ୍ରବେଶ ସହଜ ହୋଇପାରିବ। ଡିଜିଟାଲ ଦେୟ କ୍ଷେତ୍ରରେ ସହଯୋଗର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଦିଗରେ ଉଭୟ ପକ୍ଷର ପ୍ରୟାସକୁ ଦୁଇ ନେତା ସ୍ୱୀକାର କରିଥିଲେ। ଦୁଇ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ଘନିଷ୍ଠ ସହଯୋଗ ବିକାଶ ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ। ଉଭୟ ଦେଶର ପ୍ରଯୁକ୍ତିବିଦ୍ୟା ଗୋଷ୍ଠି ମଧ୍ୟରେ ଗଭୀର ସମ୍ପର୍କକୁ ସୁଗମ କରିବା ପାଇଁ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ଉପରେ ଏକ ବୁଝାମଣା ସ୍ୱାକ୍ଷର କରିବାକୁ ଉଭୟ ନେତା ସେମାନଙ୍କର ଇଚ୍ଛା ବ୍ୟକ୍ତ କରିଥିଲେ।

ଏକବିଂଶ ଶତାବ୍ଦୀର ଭୂ-ରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରି ଏହାକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ଉତ୍ତରଦାୟୀ, ସ୍ୱଚ୍ଛ, ସମାବେଶୀ ଏବଂ ପ୍ରଭାବଶାଳୀ କରିବା ପାଇଁ ସଦସ୍ୟତାର ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ବର୍ଗରେ ଏହାର ସମ୍ପ୍ରସାରଣ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବ୍ୟାପକ ସଂସ୍କାର ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏକ ସଂସ୍କାରିତ ଏବଂ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱ ପ୍ରତି ଚିଲି ପକ୍ଷ ନିଜର ସମର୍ଥନ ଦୋହରାଇଥିଲା। ଶାନ୍ତିପୂର୍ଣ୍ଣ ବାର୍ତ୍ତାଳାପ ମାଧ୍ୟମରେ ସମସ୍ତ ବିବାଦର ସମାଧାନର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇ ବିଶ୍ୱ ଶାନ୍ତିକୁ ସୁଦୃଢ଼ କରିବା ପାଇଁ ଗଣତାନ୍ତ୍ରିକ ନୀତି ଏବଂ ମାନବିକ ଅଧିକାରର ପ୍ରୋତ୍ସାହନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ଆତଙ୍କବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ଏବଂ ବିଶ୍ୱ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇରେ ଏକାଠି ଠିଆ ହେବା ଲାଗି ସେମାନଙ୍କର ସଂକଳ୍ପକୁ ଦୋହରାଇଛନ୍ତି। ମିଳିତ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଆତଙ୍କବାଦର ମୁକାବିଲା କରାଯିବା ଆବଶ୍ୟକ ବୋଲି ସେମାନେ ସହମତ ହୋଇଥିଲେ।

ଦୁଇ ନେତା ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ୟୁଏନ୍ଏସସି ସଂକଳ୍ପ ୧୨୬୭କୁ କାର୍ଯ୍ୟକାରୀ କରିବା ଏବଂ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ ତଥା ଭିତ୍ତିଭୂମିକୁ ସମାପ୍ତ କରିବା ତଥା ଆତଙ୍କବାଦୀ ନେଟୱାର୍କ ତଥା ସମସ୍ତ ଆତଙ୍କବାଦୀ ପାଣ୍ଠି ଯୋଗାଣ ଚ୍ୟାନେଲକୁ ବ୍ୟାହତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍), ନୋ ମନି ଫର୍ ଟେରର୍ (ଏନ୍ଏମ୍ଏଫଟି) ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉଭୟ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମେଳନକୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବାର ଗୁରୁତ୍ୱକୁ ମଧ୍ୟ ଦୁଇ ନେତା ଦୋହରାଇଥିଲେ।

ଦୁଇ ନେତା ଏକ ନିୟମ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥାର ଦୃଷ୍ଟିକୋଣ ପ୍ରତି ନିଜକୁ ପ୍ରତିବଦ୍ଧ କରିଛନ୍ତି ଯାହା ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରେ, ନୌଚାଳନା ଏବଂ ଓଭରଫ୍ଲାଇଟ୍ ତଥା ନିରବଚ୍ଛିନ୍ନ ଆଇନଗତ ବାଣିଜ୍ୟର ସ୍ୱାଧୀନତା ସୁନିଶ୍ଚିତ କରେ ଏବଂ ଆନ୍ତର୍ଜାତୀୟ ଆଇନର ବିଶେଷକରି ୟୁଏନସିଏଲଓଏସ୍‍ ର ସାର୍ବଜନୀନ ସ୍ୱୀକୃତିପ୍ରାପ୍ତ ନୀତି ଅନୁଯାୟୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ।

ପ୍ରଧାନମନ୍ତ୍ରୀ ମୋଦୀ “ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍” ସମ୍ମିଳନୀର ସମସ୍ତ ତିନୋଟି ସଂସ୍କରଣରେ ଚିଲିର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ, ଯାହା ଦକ୍ଷିଣ ବିଶ୍ୱର ଦେଶମାନଙ୍କୁ ସେମାନଙ୍କର ବିକାଶ ଦୃଷ୍ଟିକୋଣ ଏବଂ ପ୍ରାଥମିକତା ବାଣ୍ଟିବା ପାଇଁ ଏକତ୍ର ଆଣିବାରେ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ | ଅଗଷ୍ଟ ୨୦୨୪ ରେ ଅନୁଷ୍ଠିତ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ନିଜର ମୂଲ୍ୟବାନ ଦୃଷ୍ଟିକୋଣ ଏବଂ ବିଚାର ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବୋରିକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପ୍ରଭାବଶାଳୀ ବିଶ୍ୱ ଶାସନ ସଂସ୍କାରର ଆବଶ୍ୟକତା ଏବଂ ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ପାଇଁ ସ୍ୱଚ୍ଛ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ପାଇଁ ନ୍ୟାୟସଙ୍ଗତ ପ୍ରବେଶ ସମେତ ଅନେକ ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଦୃଢ଼ ସମନ୍ୱୟ ରହିଛି। ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତର ନେତୃତ୍ୱକୁ ରାଷ୍ଟ୍ରପତି ବୋରିକ୍ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତି ବୋରିକ୍ ଜି-୨୦ ରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ ଯାହା ବିକାଶ ଏଜେଣ୍ଡାକୁ କେନ୍ଦ୍ରସ୍ଥଳକୁ ଆଣିଥିଲା ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ର ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ ଧ୍ୟାନ ଦେଇ ଟେକ୍ନୋଲୋଜିର ପରିବର୍ତ୍ତନକାରୀ ଏବଂ ସମାବେଶୀ ଭୂମିକାକୁ ସ୍ୱୀକାର କରିଥିଲା। ଉଭୟ ନେତା ସ୍ୱୀକାର କରିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଜି-୨୦ରେ ଆଫ୍ରିକୀୟ ସଂଘକୁ ସାମିଲ କରିବା, ନିରନ୍ତର ବିକାଶ ପାଇଁ ଜୀବନଶୈଳୀକୁ ପ୍ରୋତ୍ସାହନ (ଏଲଆଇଏଫଇ), ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ), ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡିବି) ର ସଂସ୍କାର ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଧ୍ୟାନ ଦେବା ଭଳି ପ୍ରମୁଖ ପଦକ୍ଷେପ ଏବଂ ଫଳାଫଳକୁ ସାମ୍ନାକୁ ଆଣି ‘ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ “କୁ ବିଜୟୀ କରିଛି। ଏହି ପରିପ୍ରେକ୍ଷୀରେ, ଜି-୨୦ ମଧ୍ୟରେ ଅଧିକ ଏକୀକରଣ ଏବଂ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଭାରତ ଜି-୨୦ ଅତିଥି ଦେଶ ଭାବେ ଆଲୋଚନାରେ ଚିଲି ଏବଂ ଲାଟିନ ଆମେରିକୀୟ ଦେଶଗୁଡ଼ିକୁ ସାମିଲ କରିବା ଲାଗି ସମର୍ଥନ କରିବ।

ଉଭୟ ପକ୍ଷ ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱଳ୍ପ ନିର୍ଗମନ ଜଳବାୟୁ ସହନଶୀଳ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରିବା ଦ୍ୱାରା ସେମାନଙ୍କ ଅର୍ଥବ୍ୟବସ୍ଥା ପାଇଁ ଦେଖାଦେଇଥିବା ଆହ୍ୱାନଗୁଡ଼ିକୁ ସ୍ୱୀକାର କରିଥିଲେ। ତଦନୁସାରେ, ସେମାନେ ଅଧିକ ଦକ୍ଷ ଶକ୍ତି ଟେକ୍ନୋଲୋଜିର ବିକାଶ ମାଧ୍ୟମରେ ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଗଭୀର ଇଚ୍ଛା ପ୍ରକାଶ କରିଥିଲେ। ଦୁଇ ନେତା ଅକ୍ଷୟ ଶକ୍ତି, ଗ୍ରିନ୍‍ ହାଇଡ୍ରୋଜେନ୍, ଉପଯୋଗ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା, ଶକ୍ତି ଦକ୍ଷତା ଏବଂ ଅନ୍ୟାନ୍ୟ କମ୍-କାର୍ବନ ସମାଧାନରେ ମିଳିତ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ଯାହା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବାର କ୍ଷମତା ରଖିବ।

ରାଷ୍ଟ୍ରପତି ବୋରିକ୍ ଅନ୍ତର୍ଜାତୀୟ ସୌର ମଞ୍ଚ (ଆଇଏସ୍ଏ) ରେ ଭାରତର ନେତୃତ୍ୱକୁ ସ୍ୱାଗତ କରିଥିଲେ ଏବଂ ନଭେମ୍ବର ୨୦୨୩ ଠାରୁ ସଦସ୍ୟ ଭାବେ ଦୃଢ଼ ସମର୍ଥନକୁ ଦୋହରାଇଥିଲେ। ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସରଳ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୨୦୨୧ରେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ରେ ଚିଲି ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏହାବ୍ୟତୀତ, ଲାଟିନ ଆମେରିକା ଏବଂ କାରିବିଆନ ପାଇଁ ଆଇଏସଏ ଆଞ୍ଚଳିକ କମିଟିର ୭ମ ବୈଠକ ଆୟୋଜନ କରିବା ଲାଗି ଚିଲିର ପ୍ରସ୍ତାବକୁ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ।

ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷଣ ସମାଧାନ, ଦକ୍ଷତା ବିକାଶ ଏବଂ ସଂସ୍ଥାଗତ କ୍ଷମତା ନିର୍ମାଣର ବର୍ଦ୍ଧିତ ଗୁରୁତ୍ୱକୁ ସ୍ୱୀକାର କରି ଭାରତ ଏବଂ ଚିଲି ଏହି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ଦେଶ ଏଡସିଆଇଏଲ (ଇଣ୍ଡିଆ) ଲିମିଟେଡ ଏବଂ ଚିଲିର ପ୍ରମୁଖ ଅନୁଷ୍ଠାନ, ଯଥା ଚିଲି ବିଶ୍ୱବିଦ୍ୟାଳୟଗୁଡ଼ିକର ରେକ୍ଟର ପରିଷଦ (ସିଆରୟୁସିଏଚ୍), ଚିଲିର ଶିକ୍ଷା ମନ୍ତ୍ରଣାଳୟ ଏବଂ ବୈଷୟିକ ତାଲିମ କେନ୍ଦ୍ର (ସିଏଫଟି) ମଧ୍ୟରେ ଭାଗିଦାରୀକୁ ସୁଗମ କରିବା ଲାଗି ସହମତ ହୋଇଛନ୍ତି, ଯାହାଦ୍ୱାରା ଡିଜିଟାଲ ଶିକ୍ଷା, ଗବେଷଣା ବିନିମୟ, ସ୍ମାର୍ଟ ଶିକ୍ଷା ଭିତ୍ତିଭୂମି ଏବଂ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇ ଶିକ୍ଷାରେ ନବସୃଜନ ଏବଂ ଜ୍ଞାନର ଆଦାନପ୍ରଦାନ ନିମନ୍ତେ ଉଭୟ ରାଷ୍ଟ୍ରର ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଭାରତରେ ଶିକ୍ଷା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଚିଲିର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତୀୟ ଅନୁଷ୍ଠାନଗୁଡ଼ିକ ସହିତ ଶିକ୍ଷା ଏବଂ ଗବେଷଣା ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ମିଳିତ/ଦ୍ୱୈତ ଡିଗ୍ରୀ ଏବଂ ଯୁଗ୍ମ ବ୍ୟବସ୍ଥା ମାଧ୍ୟମରେ ସଂସ୍ଥାଗତ ସଂଯୋଗ ନିର୍ମାଣ କରିବାକୁ ଉତ୍ସାହିତ କରିଥିଲେ। ଆଷ୍ଟ୍ରୋଲୋଜି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଷେତ୍ରରେ ଉଭୟ ଦେଶର ପାରସ୍ପରିକ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଉଭୟ ନେତା ଏହି କ୍ଷେତ୍ରରେ ସଂସ୍ଥାଗତ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ। ଚିଲିର ଗୋଟିଏ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅଧ୍ୟୟନ ଉପରେ ଆଇସିସିଆର୍ ଚେୟାର ପ୍ରତିଷ୍ଠା ପ୍ରସ୍ତାବକୁ ଦୁଇ ନେତା ସ୍ୱାଗତ କରିଥିଲେ ଏବଂ ଏହାର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ସମ୍ଭାବ୍ୟତାକୁ ଅନୁଧ୍ୟାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୂଟନୀତି କ୍ଷେତ୍ରରେ ତାଲିମ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଉଭୟ ନେତା ସ୍ୱାଗତ କରିଥିଲେ ଏବଂ ବୈଶ୍ୱିକ କୂଟନୈତିକ ପ୍ରୟାସ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା କୂଟନୀତିକୁ ଅଧିକ ଦକ୍ଷ କରିବା ସହିତ ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ଦେଶର ଜନସାଧାରଣଙ୍କୁ ପରସ୍ପରର ନିକଟତର କରିବାରେ ସାଂସ୍କୃତିକ ସମ୍ପର୍କର ଭୂମିକାକୁ ଦୁଇ ନେତା ସ୍ୱୀକାର କରିଥିଲେ। ସେମାନେ ଭାରତ ଏବଂ ଚିଲିର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରଶଂସା କରିଥିଲେ। ଭାରତର ଲୋକପ୍ରିୟ ବିଦେଶୀ ଭାଷା ମଧ୍ୟରେ ସ୍ପାନିସ ଭାଷା ରହିଥିବା ବେଳେ ଉଭୟ ଦେଶର ସଂସ୍କୃତି ଏବଂ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବା ନେଇ ନେତାମାନେ ପ୍ରଶଂସା କରିଥିଲେ। ଭାରତ-ଚିଲି ସାଂସ୍କୃତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏବଂ ଦୁଇ ଦେଶର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗକୁ ନିବିଡ କରିବା ଲାଗି ସେମାନେ ପାରସ୍ପରିକ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରିଥିଲେ। ସଙ୍ଗୀତ, ନୃତ୍ୟ, ଥିଏଟର, ସାହିତ୍ୟ, ସଂଗ୍ରହାଳୟ ଏବଂ ପର୍ବପର୍ବାଣୀରେ ଦ୍ୱିପାକ୍ଷିକ ବିନିମୟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ରାଜିନାମାକୁ ସେମାନେ ସ୍ୱାଗତ କରିଥିଲେ।

ସୀମା ଶୁଳ୍କ ପ୍ରସଙ୍ଗରେ ସହଯୋଗ ଏବଂ ପାରସ୍ପରିକ ସହାୟତା ଉପରେ ରାଜିନାମା ଚୂଡ଼ାନ୍ତ କରିବା ଦିଗରେ ହୋଇଥିବା ଅଗ୍ରଗତି ଉପରେ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ, ଯାହା ନିଶାଦ୍ରବ୍ୟ ଏବଂ ସାଇକୋଟ୍ରୋପିକ୍ ପଦାର୍ଥର ବେଆଇନ କାରବାରର ମୁକାବିଲା କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ସାଧାରଣତଃ ସୀମା ଶୁଳ୍କ ଆଇନର ଉଲ୍ଲଂଘନକୁ ଯାଞ୍ଚ, ପ୍ରତିରୋଧ ଏବଂ ଦମନ କରିବା ସହିତ ସର୍ବୋତ୍ତମ ଅଭ୍ୟାସ ଏବଂ ଦକ୍ଷତା ବିକାଶର ଆଦାନପ୍ରଦାନ କରିବ। ଭିନ୍ନକ୍ଷମ କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମା ସ୍ୱାକ୍ଷର କରିବା ଲାଗି ଉଭୟ ପକ୍ଷର ପ୍ରୟାସକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ, ଯାହା ଏକ ଅଧିକ ମାନବୀୟ ଏବଂ ନ୍ୟାୟପୂର୍ଣ୍ଣ ସମାଜରେ ଯୋଗଦାନ କରିବ, ଯେଉଁଠି କେହି ପଛରେ ରହିବେ ନାହିଁ। ଏହି ଦସ୍ତାବିଜଗୁଡ଼ିକୁ ଯଥାଶୀଘ୍ର ଶେଷ କରିବାକୁ ଦୁଇ ନେତା ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ନିୟମିତ ଆଲୋଚନା ଜାରି ରଖିବାର ଗୁରୁତ୍ୱ ଉପରେ ଉଭୟ ନେତା ସହମତ ହୋଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କର ବୈଶିଷ୍ଟ୍ୟ ଥିବା ସହଯୋଗ ଏବଂ ବୁଝାମଣାର ବନ୍ଧନକୁ ପ୍ରୋତ୍ସାହନ ଏବଂ ଆଗକୁ ବଢାଇବା ଲାଗି ସୁଯୋଗ ସୃଷ୍ଟି କରିବା ସକାଶେ ସେମାନେ ସେମାନଙ୍କର ଇଚ୍ଛାକୁ ଦୋହରାଇଥିଲେ।

ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଗସ୍ତ ସମୟରେ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ଭବ୍ୟ ଆତିଥେୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚିଲିକୁ ସରକାରୀ ଗସ୍ତରେ ଯିବାକୁ ନିମନ୍ତ୍ରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟର ପ୍ରଗତି ଆହୁରି ଗତିଶୀଳ ହେଉଛି। ରାଜ୍ୟକୁ ମିଳୁଥିବା ରେଳ ଅନୁଦାନ ଚାରି ଗୁଣ ବୃଦ୍ଧି ପାଇଛି। ବିଗତ ତିନି ବର୍ଷ ଧରି ମୋଦୀ ସରକାର ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଲେଖାଏଁ ରେଳ ଅନୁଦାନ ଯୋଗାଇ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରାଥମିକତା ଦେଉଛନ୍ତି। ପୂର୍ବରୁ ରାଜ୍ୟର ବିକାଶ ଅତି ମନ୍ଥର ଗତିରେ ହେଉଥିଲା। ଏବେ କିନ୍ତୁ ବନ୍ଦେ ଭାରତ ବେଗରେ ଓଡ଼ିଶାର ବିକାଶ ହେଉଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଦୁଇ ହଜାର କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ କରାଯାଇଛି। ମାଲେସିଆ ଭଳି ଦେଶର ମୋଟ୍‌ ରେଳ ନେଟୱର୍କର ଆକାର ଯେତିକି ତା’ଠାରୁ ଅଧିକ ରେଳ ଟ୍ରାକ୍‌ ଓଡ଼ିଶାରେ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶାକୁ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହାକୁ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଆହୁରି ଅଧିକ ବନ୍ଦେ ଭାରତ ଟ୍ରେନ ଚଳାଚଳ କରାଯିବ। ତୃତୀୟ କାର୍ଯ୍ୟକାଳରେ ରାଜ୍ୟର ତିନି ଗୁଣ ଅଧିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟକୁ ଆଇଟି ଉଦ୍ୟୋଗର କେନ୍ଦ୍ରସ୍ଥଳୀରେ ପରିଣତ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣାଧୀନ ଅଟ୍ଟାଳିକାର ପ୍ରଥମ ଚାରିଟି ମହଲାକୁ ରେଳବାଇ କାର୍ଯ୍ୟରେ ଉପଯୋଗ କରାଯିବ। ପଞ୍ଚମରୁ ଏକାଦଶ ମହଲାକୁ ଆଇଟି ଉଦ୍ୟୋଗକୁ ସମର୍ପିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା ଏବଂ ବିକାଶ ପାଇଁ ଗ୍ରୀଷ୍ମ ଛୁଟିର ଉପଯୋଗ କରିବାକୁ ଯୁବପିଢ଼ିକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ଯୁବ ବନ୍ଧୁମାନଙ୍କୁ ଗ୍ରୀଷ୍ମ ଛୁଟି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେମାନଙ୍କୁ ଏହି ସମୟକୁ ଉପଭୋଗ, ଶିକ୍ଷା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଉପଯୋଗ କରିବାକୁ ଉତ୍ସାହିତ କରିଛନ୍ତି।

ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି:

“ମୁଁ ମୋର ସମସ୍ତ ଯୁବ ବନ୍ଧୁମାନଙ୍କ ପାଇଁ ଏକ ସୁନ୍ଦର ଅଭିଜ୍ଞତା ଏବଂ ଆନନ୍ଦମୟ ଛୁଟି କାମନା କରୁଛି। ଯେମିତିକି ଗତ ରବିବାର ଦିନ ‘ମନ୍ କି ବାତ୍‌’ରେ ମୁଁ କହିଥିଲି, ଗ୍ରୀଷ୍ମ ଛୁଟି ଉପଭୋଗ କରିବା, ଶିଖିବା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଏକ ମହାନ ସୁଯୋଗ ପ୍ରଧାନ କରେ। ଏହି ସମୟରେ ଏପରି ପ୍ରୟାସ ଖୁବ୍ ଭଲ।”

Categories
ଆଜିର ଖବର ଜାତୀୟ ଖବର

ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଶାନ୍ତି ମିଳିଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଅସୀମ ଶାନ୍ତି ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଏଥିସହ ସେ ପଣ୍ଡିତ ଭୀମସେନ ଜୋଶୀଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ନବରାତ୍ରିରେ ଦେବୀ ମା’ଙ୍କର ଆରାଧନା ମନକୁ ଅସୀମ ଶାନ୍ତିରେ ଭରି ଦେଇଥାଏ। ମା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ ପଣ୍ଡିତ ଭୀମସେନ ଜୋଶୀଙ୍କ ଏହି ଭାବପୂର୍ଣ୍ଣ ଭଜନ ମନକୁ ମନ୍ତ୍ରମୁଗ୍ଧ କରିଦେବ…।”

Categories
ଆଜିର ଖବର ଜାତୀୟ ଖବର

ପରମ ପୂଜ୍ୟ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପରମ ପୂଜ୍ୟ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀର ବିଶେଷ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଅସାଧାରଣ ପ୍ରୟାସକୁ ପ୍ରଶଂସା କରି ଶ୍ରୀ ମୋଦୀ ତାଙ୍କୁ କରୁଣା ଏବଂ ଅକ୍ଳାନ୍ତ ସେବାର ପ୍ରତୀକ ଭାବରେ ପ୍ରଶଂସା କରିଛନ୍ତି, ଯିଏ ଦେଖାଇଥିଲେ ଯେ, କିପରି ନିଃସ୍ୱାର୍ଥପର କାର୍ଯ୍ୟ ସମାଜକୁ ପରିବର୍ତ୍ତନ କରିପାରିବ।

ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:

“ପରମ ପୂଜ୍ୟ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କ ଜୟନ୍ତୀର ବିଶେଷ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି। ତାଙ୍କୁ କରୁଣା ଏବଂ ଅକ୍ଳାନ୍ତ ସେବାର ପ୍ରତୀକ ଭାବରେ ସ୍ମରଣ କରାଯାଇଥାଏ। ସେ ଦେଖାଇଥିଲେ ଯେ କିପରି ନିଃସ୍ୱାର୍ଥପର ସେବା ସମାଜକୁ ପରିବର୍ତ୍ତନ କରିପାରିବ। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରୟାସ ପିଢ଼ିମାନଙ୍କୁ ପ୍ରେରଣା ଦେଇ ଚାଲିଛି।”

Categories
ଆଜିର ଖବର ଜାତୀୟ ଖବର

ମହାରାଜା ଅଗ୍ରସେନଙ୍କ ଭବ୍ୟ ପ୍ରତିମୂର୍ତ୍ତିର ଅନାବରଣ, ନବନିର୍ମିତ ଆଇ.ସି.ୟୁ ର ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ହରିୟାଣାର ହିସାରଠାରେ ମହାରାଜା ଅଗ୍ରସେନଙ୍କ ଭବ୍ୟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି, ନବନିର୍ମିତ ଆଇ. ସି. ୟୁ. କୁ ଉଦଘାଟନ କରିଛନ୍ତି ଏବଂ ପି. ଜି. ଛାତ୍ରାବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ହରିୟାଣା ଭୂମି ପ୍ରାଚୀନ କାଳରୁ ଭାରତର ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାକୁ ସମୃଦ୍ଧ ଏବଂ ସଂରକ୍ଷିତ କରିବା ପାଇଁ କାର୍ଯ୍ୟ କରିଆସିଛି। ସେ କହିଥିଲେ, ମହାଭାରତ ସମୟଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଏବଂ ସ୍ୱାଧୀନତା ପରେ ମଧ୍ୟ ଦେଶର ବିକାଶରେ ହରିୟାଣାର ଯୋଗଦାନ ସର୍ବଦା ବୃହତ ରାଜ୍ୟଗୁଡ଼ିକ ତୁଳନାରେ ବହୁତ ଅଧିକ ରହିଛି।

ଅମିତ ଶାହ କହିଥିଲେ ଯେ ଏହି ବିଶାଳ ଡାକ୍ତରଖାନାରେ, ଯେଉଁଠି ପାଖାପାଖି ୫ ଲକ୍ଷ ଲୋକ ଓପିଡି ସେବା ପାଉଛନ୍ତି, ପ୍ରତିବର୍ଷ ୧୮୦ ଜଣ ପିଲା ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରୁଛନ୍ତି ଏବଂ ରୋଗୀମାନେ ବିଭିନ୍ନ ପ୍ରକାରର ଆଧୁନିକ ଚିକିତ୍ସା ସୁବିଧା ପାଉଛନ୍ତି, ଏସବୁ ଓପି ଜିନ୍ଦଲଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କାରଣରୁ ସମ୍ଭବ ହୋଇପାରିଛି। ସେ ଉଲ୍ଲେଖ କରିଥିଲେ ଯେ ଆଜି ମହାରାଜା ଅଗ୍ରସେନଙ୍କ ପ୍ରତିମୂର୍ତ୍ତି ସହିତ ନବନିର୍ମିତ ଆଇ. ସି. ୟୁ. ର ଉଦଘାଟନ କରାଯାଇଛି ଏବଂ ପି. ଜି. ଛାତ୍ରାବାସ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ ଏହି ଅନୁଷ୍ଠାନର ଅଗ୍ରଗତି ଦିଗରେ ଆଉ ଏକ ପଦକ୍ଷେପକୁ ପ୍ରତିନିଧିତ୍ୱ କରେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମହାରାଜା ଅଗ୍ରସେନ ଏକ ଭିନ୍ନ ପ୍ରକାରର ଶାସକ ଥିଲେ ଏବଂ କୁହାଯାଏ ଯେ ତାଙ୍କ ସମୟରେ ଏହି ରାଜଧାନୀର ଜନସଂଖ୍ୟା ୧ଲକ୍ଷ ଥିଲା। ଯେତେବେଳେ ବି କୌଣସି ନୂଆ ବ୍ୟକ୍ତି ସେଠାକୁ ଆସୁଥିଲେ, ସେମାନଙ୍କୁ ଘର ତିଆରି କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଇଟା ଏବଂ ଗୋଟିଏ ଟଙ୍କା ଦେଉଥିଲେ। ଶ୍ରୀ ଶାହ କହିଥିଲେ, ମହାରାଜା ଅଗ୍ରସେନ ରାଜ୍ୟ ଉପରେ ବୋଝ ନ ପକାଇ ପ୍ରତ୍ୟେକ ବ୍ୟକ୍ତିର ସମୃଦ୍ଧି ଏବଂ କଲ୍ୟାଣ ପାଇଁ ପଥ ପରିଷ୍କାର କରିଥିଲେ। ସେ କହିଥିଲେ ଯେ ମହାରାଜା ଅଗ୍ରସେନ ସମଗ୍ର ରାଜ୍ୟର ମୂଲ୍ୟବୋଧକୁ ପୋଷଣ କରିବା ପାଇଁ କାର୍ଯ୍ୟ କରିଥିଲେ। ମହାରାଜା ଅଗ୍ରସେନ ସୁନିଶ୍ଚିତ କରିଥିଲେ ଯେ ତାଙ୍କ ରାଜ୍ୟରେ କେହି ଭୋକରେ ଶୋଇବେ ନାହିଁ, କେହି ମୁଣ୍ଡ ଉପରେ ଛାତ ବିନା ବଞ୍ଚିବେ ନାହିଁ, ଏବଂ କେହି ବିନା କାମରେ ରହିବେ ନାହିଁ। ସେ କହିଥିଲେ ଯେ ମହାରାଜା ଅଗ୍ରସେନ ତାଙ୍କ ସୁଶାସନ ମାଧ୍ୟମରେ ଏହି ତିନୋଟି ଜିନିଷର ଗ୍ୟାରେଣ୍ଟି ଦେଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି, ଅଗ୍ରୱାଲ ସମ୍ପ୍ରଦାୟର ସମସ୍ତ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଉଦ୍ୟୋଗୀ, ଦେଶ ପାଇଁ ଉତ୍ସର୍ଗୀକୃତ, ଅନ୍ୟମାନଙ୍କ ସେବା କରୁଛନ୍ତି ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରୁଛନ୍ତି।

ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହାରାଜା ଅଗ୍ରସେନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ବର୍ଷର କାର୍ଯ୍ୟକାଳରେ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ୪ କୋଟି ଘର, ୮୧ କୋଟି ଲୋକଙ୍କୁ ମାସିକ ବ୍ୟକ୍ତି ପିଛା ୫ କିଲୋଗ୍ରାମ ମାଗଣା ରାସନ, ୧୧ କୋଟି ପରିବାରକୁ ଗ୍ୟାସ ସଂଯୋଗ ଏବଂ ୧୨ କୋଟି ପରିବାରକୁ ଶୌଚାଳୟ ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ପ୍ରତ୍ୟେକ ଘରେ ଶୌଚାଳୟ ଉପଲବ୍ଧ କରାଇବାରେ ଦେଶର ପ୍ରଥମ ସରକାର ହେଉଛନ୍ତି ହରିୟାଣା ସରକାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ୧୫ କୋଟି ଲୋକଙ୍କୁ ପାଇପ ଯୋଗେ ଜଳ, ୬୦ କୋଟି ଲୋକଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା, ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ପ୍ରଦାନ କରିଛନ୍ତି ଏବଂ ବର୍ତ୍ତମାନ ପ୍ରତ୍ୟେକ ଘରକୁ ଆତ୍ମନିଯୁକ୍ତି ଯୋଗାଇବା ପାଇଁ ସମବାୟ ସମିତି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ଦେଶ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନଶୀଳ ପରିବର୍ତ୍ତନ ଦେଖିଛି। ସେ ଉଲ୍ଲେଖ କରିଥିଲେ ଯେ ମୋଦୀ ସରକାର ନାଗରିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ବୁଝାଇଥିଲେ ଯେ ସରକାର ପ୍ରଥମେ ପ୍ରତ୍ୟେକ ଘରକୁ ଏକ ଗ୍ୟାସ୍ ସିଲିଣ୍ଡର୍ ଯୋଗାଇ ଦେଇଥିଲେ, ଯାହା ସିଧାସଳଖ ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ଏହା ପରେ ଯୋଗ ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଥିଲା, ତା ‘ପରେ ଫିଟ୍ ଇଣ୍ଡିଆ ମିଶନ, ପୁଷ୍ଟିସାଧନ ଅଭିଯାନ, ମିଶନ ଇନ୍ଦ୍ରଧନୁଷ ଏବଂ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା, ଯାହା ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରିଥାଏ। ସେ କହିଥିଲେ ଯେ ଏହି ସମସ୍ତ ପଦକ୍ଷେପ ସ୍ୱାସ୍ଥ୍ୟ ସହ ଜଡ଼ିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସେଗୁଡ଼ିକୁ ଏକ ଏକୀକୃତ ଆଭିମୁଖ୍ୟ ଭାବେ ଏକତ୍ର କରିବା ପାଇଁ କାର୍ଯ୍ୟ କରିଛନ୍ତି।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ଚିକିତ୍ସା ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ସେ କହିଥିଲେ, ମୋଦୀ ସରକାର ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଇଁ ୬୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଚିକିତ୍ସା ଭିତ୍ତିଭୂମି ପାଇଁ ଏକ ସୁଦୃଢ଼ ମୂଳଦୁଆ ସୃଷ୍ଟି କରିଛି। ସେ ଗତ ୧୦ ବର୍ଷ ମଧ୍ୟରେ ୭୩୦ଟି ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର, ୪୩୮୨ଟି ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ ଏବଂ ୬୦୨ଟି ନୂତନ କ୍ରିଟିକାଲ କେୟାର ବକ୍ସ ପ୍ରତିଷ୍ଠା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୧୩-୧୪ ବର୍ଷରେ ଦେଶର ସ୍ୱାସ୍ଥ୍ୟ ବଜେଟ୍ ୩୩,୦୦୦ କୋଟି ଟଙ୍କା ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ତିନିଗୁଣରୁ ଅଧିକ ବୃଦ୍ଧି କରି ୨୦୨୫-୨୬ ବଜେଟରେ ଏହାକୁ ୧ ଲକ୍ଷ ୩୩ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦେଶରେ ୭ଟି ଏମସ୍‍ ଥିବାବେଳେ ୨୦୨୪ରେ ୨୩ଟି ଏମସ୍‍ ରହିଛି। ସେହିଭଳି, ୨୦୧୪ରେ ଦେଶରେ ୩୮୭ଟି ମେଡ଼ିକାଲ କଲେଜ ଥିଲା, ଏବଂ ଆଜି ୭୬୬ଟି ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଏମ୍. ବି. ବି. ଏସ୍. ଆସନ ସଂଖ୍ୟା, ଯାହା ୨୦୧୪ରେ ୫୧,୦୦୦ ଥିଲା, ଏବେ ୧ ଲକ୍ଷ ୧୫ ହଜାରକୁ ବୃଦ୍ଧି ପାଇଛି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଅତିରିକ୍ତ ୮୫ ହଜାର ଆସନ ଯୋଡ଼ାଯିବ। ସେ ଏହା ମଧ୍ୟ କହିଥିଲେ ଯେ ୨୦୧୪ରେ ୩୧,୦୦୦ ପିଜି ସିଟ୍ ଥିଲା, ଯାହା ଏବେ ୭୩,୦୦୦କୁ ବୃଦ୍ଧି ପାଇଛି। ଶ୍ରୀ ଶାହ ଆଶ୍ୱାସନା ଦେଇଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ଗୋଟିଏ ବି ଜିଲ୍ଲା ଏପରି ହେବ ନାହିଁ ଯେଉଁଠି ମେଡ଼ିକାଲ କଲେଜ ନାହିଁ।

ଅମିତ ଶାହ କହିଥିଲେ ଯେ ନୀତି ଆଧାରିତ ରାଜନୀତିର ସର୍ବୋତ୍ତମ ଉଦାହରଣ ହେଉଛି ହରିୟାଣା, ଯେଉଁଠି ଡବଲ ଇଞ୍ଜିନ୍ ସରକାରରେ ସମାନ ଚିନ୍ତାଧାରାର ଲୋକମାନେ ଅଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରଗୁଡ଼ିକରେ ଜାତିବାଦ କାରଣରୁ ଚାକିରିରେ ଦୁର୍ନୀତି ହେଉଥିଲା ଏବଂ ଲାଞ୍ଚ ଓ ସୁପାରିଶ ଜରିଆରେ ଚାକିରି ମିଳୁଥିଲା। ଶ୍ରୀ ଶାହ କହିଥିଲେ ଯେ ହରିୟାଣାର ସାଇନି ସରକାର ଲାଞ୍ଚ କିମ୍ବା ସୁପାରିଶ ବିନା ସ୍ୱଚ୍ଛ ଢଙ୍ଗରେ ଯୁବକମାନଙ୍କୁ ୮୦,୦୦୦ ଚାକିରି ପ୍ରଦାନ କରିଛନ୍ତି। ଶ୍ରୀ ଶାହ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ହରିୟାଣାର କ୍ରୀଡ଼ାବିତମାନେ ତିନିଗୁଣ ଅଧିକ ପଦକ ଜିତିଛନ୍ତି, ହରିୟାଣା ହେଉଛି ବାସୁମତୀ ଚାଉଳର ସର୍ବବୃହତ ରପ୍ତାନିକାରୀ, ଏବଂ ସେନାରେ ପ୍ରତି ୧୦ ଜଣ ସୈନିକଙ୍କ ମଧ୍ୟରୁ ଜଣେ ହରିୟାଣାରୁ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣା ହେଉଛି ସେହି ରାଜ୍ୟ ଯେଉଁଠାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ରେ ସର୍ବାଧିକ ୨୪ଟି ଫସଲ କ୍ରୟ କରାଯାଇଥାଏ। ଅଧିକନ୍ତୁ, ହରିୟାଣା ପ୍ରଥମ ରାଜ୍ୟ ଥିଲା ଯାହା ରେଡ୍ ଲାଇନ୍ (ଲାଲ୍ ଡୋର୍) ମଧ୍ୟରେ ଜମି ମାଲିକାନା ଅଧିକାର ଦେଇଥିଲା, ଏହା ସୁନିଶ୍ଚିତ କରିଥିଲା ଯେ କୌଣସି ପଞ୍ଚାୟତ ମୁଖ୍ୟ ଅଶିକ୍ଷିତ ନୁହଁନ୍ତି, ଏବଂ ପଞ୍ଚାୟତଗୁଡ଼ିକରେ ମହିଳାଙ୍କ ୫୦ ପ୍ରତିଶତ ଅଂଶଗ୍ରହଣ ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ହରିୟାଣାର ବଜେଟ୍, ଯାହା ପୂର୍ବରୁ ୩୭,୦୦୦ କୋଟି ଟଙ୍କା ଥିଲା, ଏବେ ନାଏବ ସାଇନି ସରକାରଙ୍କ ଅଧୀନରେ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ୨୦୦୪ ରୁ ୨୦୧୪ ମଧ୍ୟରେ ହରିୟାଣା କେନ୍ଦ୍ର ସରକାରଙ୍କ ଠାରୁ ୪୧,୦୦୦ କୋଟି ଟଙ୍କା ପାଇଥିବାବେଳେ ମୋଦୀ ସରକାର ୨୦୧୪ ରୁ ୨୦୨୪ ମଧ୍ୟରେ ହରିୟାଣାକୁ ୧ ଲକ୍ଷ ୪୩ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ବ୍ୟତୀତ ହରିୟାଣାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କାର ଭିତ୍ତିଭୂମି କାର୍ଯ୍ୟ, ୭୨ ହଜାର କୋଟି ଟଙ୍କାର ସଡ଼କ ନିର୍ମାଣ ଏବଂ ୫୪ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ସୁଖ, ଶାନ୍ତି ଏବଂ ନୂତନ ଉର୍ଜାର ସନ୍ଦେଶ ସହ ନବରାତ୍ରିକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଦେବୀଙ୍କ କୃପା କିପରି ଭକ୍ତମାନଙ୍କ ପାଇଁ ଶାନ୍ତି, ପ୍ରସନ୍ନତା ଏବଂ ନୂତନ ଶକ୍ତି ଆଣିଦେଇଥାଏ ସେ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଏହି ଅବସରରେ ସେ ରାଜଲକ୍ଷ୍ମୀ ସଞ୍ଜୟଙ୍କ ଏକ ପ୍ରାର୍ଥନା ଶେୟାର କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ନବରାତ୍ରିରେ ଦେବୀ ମା’ଙ୍କ ଆଶୀର୍ବାଦ ଭକ୍ତମାନଙ୍କ ମଧ୍ୟରେ ସୁଖ-ଶାନ୍ତି ଏବଂ ନୂଆ ଶକ୍ତି ସଞ୍ଚାର କରିଥାଏ। ଶକ୍ତିଙ୍କ ଆରାଧନାରେ ସମର୍ପିତ ରାଜଲକ୍ଷ୍ମୀ ସଞ୍ଜୟଙ୍କର ଏହ ଭଜନ ଶୁଣନ୍ତୁ…”

Categories
ଆଜିର ଖବର ଜାତୀୟ ଖବର

ପରମାଣୁ ଶକ୍ତି ମାଧ୍ୟମରେ ଶକ୍ତି ସ୍ଥାୟୀତ୍ୱ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତି କ୍ଷେତ୍ରରେ ସ୍ଥାୟୀତ୍ୱ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଯାତ୍ରାରେ ପରମାଣୁ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଅର୍ନ୍ତଦୃଷ୍ଟିପୂର୍ଣ୍ଣ ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ସେ କହିଛନ୍ତି:

“କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଭାରତର ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତ ସନ୍ଧାନରେ ପରମାଣୁ ଶକ୍ତି କିପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଉଭା ହୋଇଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଇଦ୍‌-ଉଲ୍‌-ଫିତର୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଦ୍‌-ଉଲ୍‌-ଫିତର୍ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଇଦ୍‌-ଉଲ୍‌-ଫିତର୍‌ର ଶୁଭେଚ୍ଛା!

ଏହି ପର୍ବ ଆମ ସମାଜରେ ଆଶା, ସଦ୍ଭାବ ଏବଂ ଦୟା ଭାବନାକୁ ବୃଦ୍ଧି କରୁ। ଆପଣଙ୍କ ସମସ୍ତ ପ୍ରୟାସରେ ଆନନ୍ଦ ଏବଂ ସଫଳତା ପ୍ରାପ୍ତ ହେଉ।

ଇଦ୍ ମୁବାରକ୍!”

Categories
ଆଜିର ଖବର ଜାତୀୟ ଖବର

ବିଳାସପୁରରେ ୩୩,୭୦୦ କୋଟିରୁ ଅଧିକ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବିଳାସପୁର ଠାରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ, କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଆଜି ନୂଆ ବର୍ଷର ଶୁଭ ଆରମ୍ଭ ଏବଂ ନବରାତ୍ରିର ପ୍ରଥମ ଦିନରେ ସେ ମା’ ମହାମାୟାଙ୍କ ଭୂମି ଏବଂ ମାତା କୌଶଲ୍ୟାଙ୍କ ମାତୃଭୂମି ଭାବେ ଛତିଶଗଡ଼ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ପାଇଁ ଦେବୀଙ୍କ ପ୍ରତି ସମର୍ପିତ ଏହି ନଅ ଦିନର ବିଶେଷ ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ।

ନବରାତ୍ରିର ପ୍ରଥମ ଦିନରେ ଛତିଶଗଡ଼ରେ ରହିବାର ସୌଭାଗ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭକ୍ତ ଶିରୋମଣି ମାତା କର୍ମାଙ୍କ ସମ୍ମାନରେ ନିକଟରେ ଡାକ ଟିକଟ ଜାରି ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ନବରାତ୍ରି ପର୍ବ ରାମନବମୀ ପାଳନ ସହିତ ଶେଷ ହେବ, ଏହା ସହିତ ଯେ ଛତିଶଗଡ଼ରେ ଭଗବାନ ରାମଙ୍କ ପ୍ରତି ଅନନ୍ୟ ଭକ୍ତି, ବିଶେଷ କରି ରାମନାମୀ ସମାଜର ଅସାଧାରଣ ସମର୍ପଣ, ଯିଏ କି ଭଗବାନ ରାମଙ୍କ ନାମରେ ନିଜର ସମଗ୍ର ଅସ୍ତିତ୍ୱ ଉତ୍ସର୍ଗ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ।  ସେ ଛତିଶଗଡ଼ବାସୀଙ୍କୁ ଭଗବାନ ରାମଙ୍କ ମାମୁଁ ଘର ପରିବାର ବୋଲି ଦର୍ଶାଇ ଶୁଭେଚ୍ଛା ଜଣାଇଥିଲେ।

ଏହି ପବିତ୍ର ଅବସରରେ ମୋହଭଟ୍ଟ ସ୍ୱୟଂଭୂ ଶିବଲିଙ୍ଗ ମହାଦେବଙ୍କ ଆଶୀର୍ବାଦରେ ଶ୍ରୀ ମୋଦୀ ଛତିଶଗଡରେ ବିକାଶକୁ ତ୍ୱରାନ୍ୱିତ କରିବାର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଗରିବଙ୍କ ପାଇଁ ବାସଗୃହ, ସ୍କୁଲ, ସଡକ, ରେଳବାଇ, ବିଜୁଳି ଓ ଗ୍ୟାସ ପାଇପଲାଇନ ସମେତ ୩୩,୭୦୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଛତିଶଗଡ଼ର ନାଗରିକଙ୍କ ସୁବିଧା ବୃଦ୍ଧି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ରଖାଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଉନ୍ନୟନମୂଳକ ପଦକ୍ଷେପ ମାଧ୍ୟମରେ ହୋଇଥିବା ଅଗ୍ରଗତି ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଆଶ୍ରୟ ପ୍ରଦାନର ସାଂସ୍କୃତିକ ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ମହାନ ପୁଣ୍ୟ କାର୍ଯ୍ୟ ବୋଲି କହିଥିଲେ ଯେ କାହାର ଗୃହର ସ୍ୱପ୍ନକୁ ସାକାର କରିବାର ଏହା ଏକ ଅତୁଳନୀୟ ଆନନ୍ଦ। ନବରାତ୍ରି ଏବଂ ନବବର୍ଷର ପବିତ୍ର ଅବସରରେ ସେ ଆଲୋକପାତ କରିଥିଲେ ଯେ ଛତିଶଗଡ଼ର ୩ ଲକ୍ଷ ଗରିବ ପରିବାର ସେମାନଙ୍କ ନୂଆ ଘରେ ପ୍ରବେଶ କରୁଛନ୍ତି। ନୂତନ ଆରମ୍ଭ ପାଇଁ ସେ ଏହି ପରିବାରଗୁଡ଼ିକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡର ଲକ୍ଷ ଲକ୍ଷ ପରିବାର ପାଇଁ ସ୍ଥାୟୀ ଆବାସର ସ୍ୱପ୍ନ ପୂର୍ବରୁ ଅମଲାତାନ୍ତ୍ରିକ ଫାଇଲରେ ହଜି ଯାଇଥିବା ଦର୍ଶାଇ ସେ ଏହି ଗୃହ ଗୁଡ଼ିକର ପୁନରୁଦ୍ଧାର ପାଇଁ ତାଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିବା ବିଶ୍ଵାସକୁ ଶ୍ରେୟ ଦେଇଛନ୍ତି। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ମନେ ପକାଇଥିଲେ। ଶ୍ରୀ ବିଷ୍ଣୁ ଦେଓଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି ୧୮ ଲକ୍ଷ ଘର ନିର୍ମାଣ ପାଇଁ ଥିଲା, ଯେଉଁଥିରୁ ୩ ଲକ୍ଷ ନିର୍ମାଣ ସରିଛି। ଏସବୁ ମଧ୍ୟରୁ ଅଧିକାଂଶ ଘର ଆଦିବାସୀ ଅଂଚଳରେ ଥିବାରୁ ସେ ଖୁସି ବ୍ୟକ୍ତ କରିବା ସହ ବସ୍ତର ଓ ସରଗୁଜାରେ ଥିବା ପରିବାରମାନଙ୍କ ପାଇଁ ଏହି ଘରଗୁଡ଼ିକର ପରିବର୍ତନମୂଳକ ପ୍ରଭାବକୁ ସ୍ୱୀକାର କରିବା ସହ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଅନେକ ପିଢ଼ି କଷ୍ଟ ସହିଥିବା ପରିବାରମାନଙ୍କ ପାଇଁ ଏହାର ପରିବର୍ତନକାରୀ ପ୍ରଭାବକୁ ସ୍ୱୀକାର କରିବା ସହ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ବୋଲି କହିଥିଲେ।

“ଏହି ଘରଗୁଡ଼ିକ ନିର୍ମାଣରେ ସରକାର ସହାୟତା ପ୍ରଦାନ କରିଥିବା ବେଳେ ହିତାଧିକାରୀମାନେ ନିଜେ ନିଷ୍ପତ୍ତି ନେଇଥିଲେ ଯେ ସେମାନଙ୍କ ସ୍ୱପ୍ନର ଘର କିପରି ଡିଜାଇନ୍ କରାଯିବ”, ଶ୍ରୀ ମୋଦୀ କହିଥିଲେ ଯେ ଏହି ଘରଗୁଡ଼ିକ କେବଳ ଚାରି କାନ୍ଥ ନୁହେଁ ବରଂ ଜୀବନର ପରିବର୍ତ୍ତନ। ଏହି ଘରଗୁଡ଼ିକୁ ଶୌଚାଳୟ, ବିଜୁଳି, ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଏବଂ ପାଇପ୍ ପାଣି ଭଳି ଅତ୍ୟାବଶ୍ୟକ ସୁବିଧାରେ ସଜ୍ଜିତ କରିବାର ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳାଙ୍କ ଉଲ୍ଲେଖନୀୟ ଉପସ୍ଥିତିକୁ ସେ ଉଲ୍ଲେଖ କରିଥିଲେ ଏବଂ ମନ୍ତବ୍ୟ ଦେଇଥିଲେ ଯେ ଏହି ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ମହିଳାଙ୍କ ମାଲିକାନାରେ ରହିଛି। ପ୍ରଥମ ଥର ପାଇଁ ନିଜ ନାମରେ ସମ୍ପତ୍ତି ପଞ୍ଜୀକୃତ କରିଥିବା ହଜାର ହଜାର ମହିଳାଙ୍କ ସଫଳତାର ମାଇଲଖୁଣ୍ଟକୁ ସେ ସ୍ୱୀକାର କରିଛନ୍ତି। ଏହି ମହିଳାମାନଙ୍କ ମୁହଁରେ ପ୍ରତିଫଳିତ ହେଉଥିବା ଆନନ୍ଦ ଓ ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜ୍ଞାପନ କରିବା ସହ ଏହାକୁ ତାଙ୍କର ସର୍ବଶ୍ରେଷ୍ଠ ସମ୍ପତ୍ତି ବୋଲି କହିଥିଲେ।

ଲକ୍ଷ ଲକ୍ଷ ଗୃହ ନିର୍ମାଣର ବ୍ୟାପକ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା କେବଳ ସ୍ଥାନୀୟ କାରିଗର, ରାଜମିସ୍ତ୍ରୀ ଏବଂ ଗ୍ରାମରେ ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିନାହିଁ , ବରଂ ଏହି ଘରଗୁଡ଼ିକ ପାଇଁ ବ୍ୟବହୃତ ସାମଗ୍ରୀ ସ୍ଥାନୀୟ ସ୍ତରରେ ଉତ୍ପାଦିତ ହୁଏ, ଯାହା ଦ୍ୱାରା କ୍ଷୁଦ୍ର ଦୋକାନୀ ଏବଂ ପରିବହନ ଅପରେଟରମାନେ ଉପକୃତ ହୁଅନ୍ତି । ଏହି ଆବାସ ପ୍ରକଳ୍ପଗୁଡ଼ିକ ଛତିଶଗଡ଼ରେ ଉଲ୍ଲେଖନୀୟ ନିଯୁକ୍ତି ସୃଷ୍ଟି କରିଛି ଏବଂ ଅନେକଙ୍କ ଜୀବିକାରେ ଯୋଗଦାନ କରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଛତିଶଗଡ଼ବାସୀଙ୍କୁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି କୁ ସେମାନଙ୍କ ସରକାର ପୂରଣ କରୁଛନ୍ତି ବୋଲି ଆଲୋକପାତ କରି ଶ୍ରୀ ମୋଦୀ ବିଭିନ୍ନ ଯୋଜନାର ବହୁ ସଂଖ୍ୟକ ହିତାଧିକାରୀଙ୍କ ଉପସ୍ଥିତି ଉପରେ ଆଲୋକପାତ କରିବା ସହ ସରକାରୀ ଗ୍ୟାରେଣ୍ଟିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଛତିଶଗଡ଼ର ମହିଳାମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି, ଯେଉଁଥିରେ ଧାନ ଚାଷୀଙ୍କୁ ଦୁଇ ବର୍ଷର ବକେୟା ବୋନସ୍ ବଣ୍ଟନ ଏବଂ ବର୍ଦ୍ଧିତ ଏମଏସପି ଦରରେ ଧାନ କ୍ରୟ ଅନ୍ତର୍ଭୁକ୍ତ । ଏହି ପଦକ୍ଷେପ ଲକ୍ଷ ଲକ୍ଷ କୃଷକ ପରିବାରକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ପାଇଁ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ ଏବଂ ସେମାନଙ୍କ ସରକାରଙ୍କ ସ୍ୱଚ୍ଛ ତଦନ୍ତ ଏବଂ ନିରପେକ୍ଷ ପରୀକ୍ଷା ଆୟୋଜନ ଉପରେ ଆଲୋକପାତ କରିଥିଲେ । ଛତିଶଗଡ଼ ବିଧାନସଭା, ଲୋକସଭା ଏବଂ ବର୍ତ୍ତମାନ ପୌର ନିର୍ବାଚନରେ ଏହାର ବିଜୟରୁ ସ୍ପଷ୍ଟ ହୋଇଛି ଯେ ଏହି ସଚ୍ଚୋଟ ପ୍ରୟାସ ବୃଦ୍ଧି ପାଉଥିବା ସମର୍ଥନ ସହିତ ଜନବିଶ୍ୱାସକୁ ସୁଦୃଢ଼ କରିଛି। ସରକାରଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣଙ୍କ ପ୍ରବଳ ସମର୍ଥନ ଲାଗି ସେ କୃତଜ୍ଞତା ଜ୍ଞାପନ କରିଥିଲେ।

ଚଳିତ ବର୍ଷ ଛତିଶଗଡ଼ ରାଜ୍ୟର ୨୫ତମ ବାର୍ଷିକୀ ଥିବାରୁ ଏହାକୁ ରାଜ୍ୟର ରୌପ୍ୟ ଜୟନ୍ତୀ ବର୍ଷ ଭାବେ ପାଳନ କରାଯାଉଥବା ବେଳେ, ଏହି ବର୍ଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ପାଳନ ହେଉଛି  ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଛତିଶଗଡ଼ ସରକାର ୨୦୨୫କୁ ‘ଅଟଳ ନିର୍ମାଣ ବର୍ଷ’ ଭାବେ ପାଳନ କରୁଛନ୍ତି ଏବଂ ଆମେ ଏହାକୁ ନିର୍ମାଣ କରିଛୁ ଏବଂ ଆମେ ଏହାକୁ ପୋଷଣ କରିବୁ ବୋଲି କହିଛନ୍ତି। ଆଜି ଉଦଘାଟନ ଓ ଶୁଭାରମ୍ଭ ହୋଇଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଏହି ସଂକଳ୍ପର ଏକ ଅଂଶ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବିକାଶର ସୁଫଳ ଏହି ଅଞ୍ଚଳରେ ପହଞ୍ଚି ପାରୁ ନ ଥିବାରୁ ଛତିଶଗଡ଼କୁ ଏକ ଅଲଗା ରାଜ୍ୟ ଭାବେ ଗଠନ କରିବାକୁ ପଡ଼ିଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୂର୍ବ ସରକାରକୁ ବିକାଶରେ ବିଫଳତା ଏବଂ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡ଼ିକରେ ଦୁର୍ନୀତି ପାଇଁ ସମାଲୋଚନା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେମାନଙ୍କ ସରକାର ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କ ଜୀବନକୁ ଉନ୍ନତ କରିବା, ସୁବିଧା ଏବଂ ସୁଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଛତିଶଗଡ଼ର ପ୍ରତ୍ୟେକ ଗାଁରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବାର ପ୍ରୟାସ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଦୁର୍ଗମ ଆଦିବାସୀ ଅଂଚଳ, ଯେଉଁଠାରେ ବର୍ତ୍ତମାନ ପ୍ରଥମ ଥର ପାଇଁ ଗୁଣାତ୍ମକ ସଡ଼କ ପହଞ୍ଚିଛି, ସେଠାରେ ଅଗ୍ରଗତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଏକ ନୂତନ ଟ୍ରେନ୍ ର ଶୁଭାରମ୍ଭ ସମେତ ଅନେକ ଅଞ୍ଚଳରେ ଟ୍ରେନ୍ ସେବା ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ। ପୂର୍ବରୁ ଅନୁନ୍ନତ ଅଞ୍ଚଳରେ ବିଜୁଳି, ପାଇପ୍ ପାଣି ଓ ମୋବାଇଲ  ଟାୱାରର ଉପଲବ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ନୂଆ ସ୍କୁଲ, କଲେଜ ଓ ହସ୍ପିଟାଲ ନିର୍ମାଣ ଉପରେ ସେ ମନ୍ତବ୍ୟ ଦେଇ କହିଥିଲେ ଯେ , ଏହି ପଦକ୍ଷେପ ଗୁଡ଼ିକ ଛତିଶଗଡ଼ର ଚିତ୍ରକୁ ବଦଳାଇ ଦେଉଛି।

ଛତିଶଗଡ଼ର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ରେଳ ନେଟୱାର୍କ ଥିବା ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ ହେବାର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି ଏବଂ ବିଭିନ୍ନ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟରେ ରେଳ ସଂଯୋଗରେ ଉନ୍ନତି ଆଣିବା ପାଇଁ ଚଳିତ ବର୍ଷ ବଜେଟରେ ୭,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିକାଶ ପାଇଁ ଉଭୟ ବଜେଟ୍ ସମର୍ଥନ ଏବଂ ସଚ୍ଚୋଟ ଉଦ୍ଦେଶ୍ୟର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ପୂର୍ବ ସରକାରଙ୍କ ଦୁର୍ନୀତି ଏବଂ ଅପାରଗତା, ଯାହା ଆଦିବାସୀ ଅଂଚଳର ପ୍ରଗତିରେ ବାଧା ସୃଷ୍ଟି କରିଥିଲା ତାହାକୁ ସମାଲୋଚନା କରିଥିଲେ । ସେ କୋଇଲାର ଉଦାହରଣ ଦେଇ କହିଛନ୍ତି ଯେ ଛତିଶଗଡ଼ର ପ୍ରଚୁର ସଂରକ୍ଷଣ ସତ୍ତ୍ୱେ ପୂର୍ବ ସରକାରମାନେ ବିଦ୍ୟୁତ  ପ୍ଲାଣ୍ଟଗୁଡ଼ିକୁ ଅବହେଳା କରିଥିବାରୁ ରାଜ୍ୟରେ ବିଦ୍ୟୁତ୍ ଅଭାବ ଦେଖାଦେଇଛି। ଏସବୁ ସମସ୍ୟାର ସମାଧାନ ଏବଂ ରାଜ୍ୟ ପାଇଁ ଭରସାଯୋଗ୍ୟ ବିଜୁଳି ସୁନିଶ୍ଚିତ କରିବା ଲାଗି ସେମାନଙ୍କ ସରକାରଙ୍କ ଅଧୀନରେ ନୂତନ ବିଦ୍ୟୁତ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଥିଲେ।

ସୌର ଶକ୍ତି ଉପରେ ସରକାରଙ୍କ ଗୁରୁତ୍ବ ଏବଂ ‘ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ ପ୍ରଚଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସୌର ପ୍ୟାନେଲ ସ୍ଥାପନ ପାଇଁ ପରିବାର ପିଛା ୭୮,୦୦୦ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଛତିଶଗଡ଼ର ଦୁଇ ଲକ୍ଷରୁ ଅଧିକ ପରିବାର ଏହି ଯୋଜନା ପାଇଁ ପଞ୍ଜୀକରଣ କରିସାରିଛନ୍ତି ଏବଂ ଅନ୍ୟମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଲାଭ ପାଇବା ପାଇଁ ଏଥିରେ ଯୋଗ ଦେବାକୁ ସେ ଉତ୍ସାହିତ କରିଥିଲେ।

ସ୍ଥଳଭାଗ ଦ୍ଵାରା ଆବଦ୍ଧ ରାଜ୍ୟ ଛତିଶଗଡ଼କୁ ଗ୍ୟାସ ପାଇପଲାଇନ୍ ପହଞ୍ଚାଇବାର ଆହ୍ୱାନର ମୁକାବିଲା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଗ୍ୟାସ ଭିତ୍ତିଭୂମିରେ ଆବଶ୍ୟକ ପୁଞ୍ଜିନିବେଶକୁ ଅବହେଳା କରିଥିବାରୁ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ ଏବଂ ଏହି ଅଞ୍ଚଳରେ ଗ୍ୟାସ ପାଇପଲାଇନ ବିଛାଇବା ପାଇଁ ଚାଲିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପାଇପ୍ ଲାଇନ୍ ଗୁଡ଼ିକ ପେଟ୍ରୋଲିୟମ୍ ଉତ୍ପାଦ ପାଇଁ ଟ୍ରକ୍ ପରିବହନ ଉପରେ ନିର୍ଭରଶୀଳତା ହ୍ରାସ କରିବ, ଉପଭୋକ୍ତାଙ୍କ ଖର୍ଚ୍ଚ କମ୍ କରିବ ଏବଂ ସିଏନଜି ଯାନବାହନର ବ୍ୟବହାରକୁ ସକ୍ଷମ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ୨ ଲକ୍ଷରୁ ଅଧିକ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଦ୍ୱାରା ପରିବାର ଉପକୃତ ହେବେ ବୋଲି ସେ କହିଛନ୍ତି। ଗ୍ୟାସର ଉପଲବ୍ଧତା ଛତିଶଗଡ଼ରେ ନୂତନ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ ଏବଂ ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଛତିଶଗଡ଼ ଏବଂ ଅନ୍ୟାନ୍ୟ ରାଜ୍ୟରେ ନକ୍ସଲବାଦର ବୃଦ୍ଧି ପାଇବାରେ ଏହା ସହାୟକ ହୋଇଛି ବୋଲି କହି ଦଶନ୍ଧି ଧରି ପୂର୍ବ ସରକାରଙ୍କ ନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିକାଶ ଏବଂ ସମ୍ବଳ ଅଭାବ ଥିବା ଅଞ୍ଚଳରେ ନକ୍ସଲବାଦ ବୃଦ୍ଧି ପାଉଛି ଏବଂ ଏହି ପ୍ରସଙ୍ଗ ଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ଏଭଳି ଜିଲ୍ଲାଗୁଡ଼ିକୁ ପଛୁଆ ବୋଲି ଘୋଷଣା କରାଯାଇଛି। ପୂର୍ବ ସରକାରଙ୍କ ଶାସନ ସମୟରେ ଛତିଶଗଡ଼ର ଅନେକ ଜିଲ୍ଲାରେ ସବୁଠାରୁ ଗରିବ ଆଦିବାସୀ ପରିବାର ସାମନା କରୁଥିବା ଅବହେଳା ଉପରେ ସେ ଆଲୋକପାତ କରିଥିଲେ। ଅପରପକ୍ଷରେ ଗରିବ ଆଦିବାସୀ ସଂପ୍ରଦାୟର ଆବଶ୍ୟକତା ପୂରଣ ପାଇଁ ସେମାନଙ୍କ ସରକାରଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶୌଚାଳୟ ଯୋଗାଇବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଏବଂ ୮୦% ରିହାତିରେ ଔଷଧ ପ୍ରଦାନ କରୁଥିବା ପିଏମ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା ଭଳି ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ଆଦିବାସୀ ସମ୍ପ୍ରଦାୟକୁ ଅବହେଳା କରି ସାମାଜିକ ନ୍ୟାୟ ପାଇଁ ମିଥ୍ୟା ଦାବି କରୁଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ। ଆଦିବାସୀ ସମାଜର ବିକାଶ ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ “ଧରତି ଆବା ଜନଜାତି ଉତ୍କର୍ଷ ଅଭିଯାନ”ର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ, ଯାହା ଅଧୀନରେ ଆଦିବାସୀ ଅଂଚଳରେ ପାଖାପାଖି ୮୦,୦୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି, ଯାହା ଦ୍ୱାରା ଛତିଶଗଡ଼ର ପ୍ରାୟ ୭,୦୦୦ ଆଦିବାସୀ ଗ୍ରାମ ଉପକୃତ ହେଉଛନ୍ତି । ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀମାନେ ସାମନା କରୁଥିବା ଅନନ୍ୟ ଆହ୍ୱାନଗୁଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଏହି ସମ୍ପ୍ରଦାୟମାନଙ୍କ ପାଇଁ ପ୍ରଥମ ପଦକ୍ଷେପ “ପିଏମ୍ ଜନମନ ଯୋଜନା” ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ଯୋଜନା ଅଧୀନରେ ଛତିଶଗଡ଼ର ୧୮ଟି ଜିଲ୍ଲାର ୨ହଜାରରୁ ଅଧିକ ବସ୍ତିର ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଛତିଶଗଡ଼ରେ ପ୍ରାୟ ଅଧା ଅର୍ଥାତ୍ ୨୫୦୦ କିଲୋମିଟର ରାସ୍ତା ନିର୍ମାଣ ହେଉଥିବା ବେଳେ ସାରା ଦେଶରେ ଆଦିବାସୀ ବସତି ପାଇଁ ୫,୦୦୦ କିଲୋମିଟର ରାସ୍ତା ମଞ୍ଜୁର କରାଯିବା ଉପରେ ସେ ଆଲୋକପାତ କରିଥିଲେ। ଏହି ପଦକ୍ଷେପ ଅଧୀନରେ ଅନେକ ହିତାଧିକାରୀ ସ୍ଥାୟୀ ଘର ପାଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଛତିଶଗଡ଼ର ଦ୍ରୁତ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସୁକମା ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତା ପ୍ରମାଣପତ୍ର ମିଳିବା ଏବଂ ଅନେକ ବର୍ଷ ପରେ ଦାନ୍ତେଓ୍ଵାଡାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଭଳି ସଫଳତା ନୂତନ ଆତ୍ମବିଶ୍ୱାସ ଆଣିଛି ବୋଲି କହିଥିଲେ। ଏହି ପ୍ରୟାସ ନକ୍ସଲ ପ୍ରଭାବିତ ଅଂଚଳରେ ସ୍ଥାୟୀ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଡିସେମ୍ବର ୨୦୨୪ରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିବା ବସ୍ତର ଅଲିମ୍ପିକ୍ସକୁ ଛତିଶଗଡ଼ର ସକାରାତ୍ମକ ପରିବର୍ତ୍ତନର ପ୍ରମାଣ ବୋଲି ଉଲ୍ଲେଖ କରି ସେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଯୁବକଙ୍କ ଉତ୍ସାହଜନକ ଅଂଶଗ୍ରହଣକୁ ଉଲ୍ଲେଖ କରିଥିଲେ, ଯାହା ରାଜ୍ୟର ପ୍ରଗତିକୁ ପ୍ରତିଫଳିତ କରିଥାଏ। ଛତିଶଗଡ଼ର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ସେ ଆଶାବାଦୀ ହେବା ସହ ନୂଆ ଶିକ୍ଷାନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ। ଛତିଶଗଡରେ ପ୍ରାୟ ୩୫୦ଟି ସମେତ ସମଗ୍ର ଦେଶରେ ୧୨,୦୦୦ରୁ ଅଧିକ ଆଧୁନିକ ପିଏମ୍ ଶ୍ରୀ ବିଦ୍ୟାଳୟ ପ୍ରତିଷ୍ଠା ଉପରେ ସେ ଆଲୋକପାତ କରିଥିଲେ, ଯାହା ଅନ୍ୟ ବିଦ୍ୟାଳୟ ପାଇଁ ମଡେଲ ଭାବରେ କାର୍ଯ୍ୟ କରିବ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବ ।

ଛତିଶଗଡ଼ର ଏକଲବ୍ୟ ମଡେଲ ସ୍କୁଲ ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବା ପାଇଁ କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ରାଜ୍ୟରେ ବିଦ୍ୟା ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିବା ସହ ଏହା ଦେଶର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ । ଏହି ପଦକ୍ଷେପ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ସହ ଶ୍ରେଣୀଗୃହରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବାସ୍ତବ ସମୟ ସହାୟତା ପ୍ରଦାନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୀରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠପଢ଼ାକୁ ସକ୍ଷମ କରୁଥିବା ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଆଉ ଏକ ପ୍ରତିଶ୍ରୁତି ପୂରଣ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପଦକ୍ଷେପ ଗ୍ରାମ, ଅବହେଳିତ ଏବଂ ଆଦିବାସୀ ପରିବାରର ଯୁବକମାନଙ୍କ ପାଇଁ ଭାଷା ପ୍ରତିବନ୍ଧକକୁ ଦୂର କରିବ ଏବଂ ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସାହାଯ୍ୟ କରିବ । ବିଗତ ବର୍ଷ ଗୁଡ଼ିକରେ ଶ୍ରୀ ରମଣ ସିଂହଙ୍କ ଦ୍ୱାରା ସ୍ଥାପିତ ସୁଦୃଢ଼ ଭିତ୍ତିଭୂମିକୁ ସେ ସ୍ୱୀକାର କରିଥିଲେ ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ବର୍ତ୍ତମାନର ସରକାରଙ୍କ ପ୍ରୟାସକୁ ଦୋହରାଇଥିଲେ । ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଭିତ୍ତିଭୂମିରେ ବିକାଶର ଏକ ଭବ୍ୟ ଢାଞ୍ଚା ନିର୍ମାଣ କରିବାକୁ ସେ ଲକ୍ଷ୍ୟ ସ୍ଥିର କରିଥିଲେ।

ଛତିଶଗଡ଼ର ପ୍ରଚୁର ସମ୍ବଳ, ସ୍ୱପ୍ନ ଏବଂ ସାମର୍ଥ୍ୟ ବିଷୟରେ ମନ୍ତବ୍ୟ ଦେଇ, ଏହାର ୫୦ ତମ ବାର୍ଷିକୀ ପାଳନ ବେଳକୁ ରାଜ୍ୟ ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ରେ ପରିଣତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରି ପ୍ରଧାନମନ୍ତ୍ରୀ ଶେଷରେ ପ୍ରତିଶ୍ରୁତି ଦେଇଥିଲେ ଯେ ବିକାଶର ସୁଫଳ ଛତିଶଗଡ଼ର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାଇବା ପାଇଁ ସରକାର କୌଣସି ପ୍ରଚେଷ୍ଟା କରିବା ଛାଡ଼ିବେ ନାହିଁ ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ରାମେନ ଡେକା, ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ, କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ଶ୍ରୀ ତୋଖନ ସାହୁ, ଛତିଶଗଡ଼ ବିଧାନସଭା ବାଚସ୍ପତି ଶ୍ରୀ ରମଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ଶକ୍ତି କ୍ଷେତ୍ରର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏହି ପରିପ୍ରେକ୍ଷୀରେ ସୁଲଭ ଓ ଭରସାଯୋଗ୍ୟ ବିଜୁଳି ଯୋଗାଇବା ଏବଂ ଛତିଶଗଡ଼କୁ ବିଜୁଳି ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ବିଳାସପୁର ଜିଲ୍ଲାରେ ୯,୭୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏନଟିପିସିର ସିପତ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ-୩ (୧×୮୦୦ ମେଗାୱାଟ)ର ଶିଳାନ୍ୟାସ କରିଛନ୍ତି । ଉଚ୍ଚ ଶକ୍ତି ଉତ୍ପାଦନ ଦକ୍ଷତା ସହିତ ଅତ୍ୟାଧୁନିକ ଅଲଟ୍ରା-ସୁପରକ୍ରିଟିକାଲ ଟେକ୍ନୋଲୋଜି ଉପରେ ଆଧାରିତ ହେଉଛି ଏହି ପିଟ୍ ହେଡ୍ ପ୍ରକଳ୍ପ । ସେ ଛତିଶଗଡ଼ ଷ୍ଟେଟ୍ ପାୱାର ଜେନେରେସନ୍ କମ୍ପାନୀ ଲିମିଟେଡ୍ (ସିଏସ୍ ପିଜିସିଏଲ୍)ର ୧୫,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରଥମ ସୁପର କ୍ରିଟିକାଲ୍ ଥର୍ମାଲ ପାୱାର ପ୍ରୋଜେକ୍ଟ (୨ଏକ୍ସ୬୬୦ ମେଗାୱାଟ୍)ର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ୫୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପଶ୍ଚିମାଞ୍ଚଳ ସମ୍ପ୍ରସାରଣ ଯୋଜନା (ଡବ୍ଲ୍ୟୁଆରଇଏସ୍) ଅଧୀନରେ ପାୱାରଗ୍ରିଡର ତିନୋଟି ପାୱାର ଟ୍ରାନ୍ସମିସନ ପ୍ରକଳ୍ପକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

ଭାରତର ନିଟ୍-ଶୂନ୍ୟ ନିର୍ଗମନ ଲକ୍ଷ୍ୟ, ବାୟୁ ପ୍ରଦୂଷଣ ହ୍ରାସ ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କୋରେଆ, ସୁରଜପୁର, ବଳରାମପୁର ଏବଂ ସରଗୁଜା ଜିଲ୍ଲାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍)ର ସିଟି ଗ୍ୟାସ୍ ବିତରଣ (ସିଜିଡି) ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ୨୦୦ କିଲୋମିଟରରୁ ଅଧିକ ହାଇପ୍ରେସର ପାଇପଲାଇନ୍ ଏବଂ ୮୦୦ କିଲୋମିଟରରୁ ଅଧିକ ଏମଡିପିଇ (ମିଡିୟମ୍ ଡେନସିଟି ପଲିଥିନ୍) ପାଇପ୍ ଲାଇନ୍ ଏବଂ ୧୨୮୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ସିଏନଜି ବିତରଣ କେନ୍ଦ୍ର ଅନ୍ତର୍ଭୁକ୍ତ। ସେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍ )ର ୨୨୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୪୦ କିଲୋମିଟର ବ୍ୟାପ୍ତ ବିଶାଖ-ରାୟପୁର ପାଇପଲାଇନ୍ (ଭିଆରପିଏଲ୍) ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ମଲ୍ଟିପ୍ରଡକ୍ଟ (ପେଟ୍ରୋଲ, ଡିଜେଲ, କିରୋସିନ) ପାଇପଲାଇନର ବାର୍ଷିକ କ୍ଷମତା ୩ ନିୟୁତ ମେଟ୍ରିକ୍ ଟନ୍ ରୁ ଅଧିକ ହେବ ।

ଏହି ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଟ ୧୦୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୭ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ୨,୬୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ ୧୧୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ତିନୋଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ମାନ୍ଦିର ହାସୁଦ ଦେଇ ଅଭନପୁର – ରାୟପୁର ସେକ୍ସନରେ ମେମୁ ଟ୍ରେନ୍ ସେବାକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଛତିଶଗଡରେ ଭାରତୀୟ ରେଳବାଇର ରେଳ ନେଟୱାର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ  ସେ ଲୋକାର୍ପିତ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବ।

ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ଉନ୍ନତ କରି , ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୯୩୦ (୩୭ କିମି)ର ଉନ୍ନତ ଝାଲମଲାରୁ ଶେରପର ସେକ୍ସନ ଏବଂ ଜାତୀୟ ରାଜପଥ -୪୩ (୭୫ କିଲୋମିଟର)ର ଅମ୍ବିକାପୁର – ପଥଲଗାଓଁ ସେକ୍ସନକୁ ପେଭଡ ସୋଲଡର ସହିତ ୨ ଲେନ୍ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୧୩୦ଡିର କୋଣ୍ଡାଗାଁ – ନାରାୟଣପୁର ସେକ୍ସନ ପର୍ଯ୍ୟନ୍ତ ୪୭.୫ କିଲୋମିଟରକୁ ପେଭଡ ସୋଲଡର ସହିତ ୨ ଲେନ୍ କୁ ଉନ୍ନତ କରିବା କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ୧୨୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକ ଆଦିବାସୀ ଅଂଚଳ ଓ ଶିଳ୍ପାଞ୍ଚଳରେ ଉପଲବ୍ଧତାରେ ଯଥେଷ୍ଟ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ କରିବ।
ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ରାଜ୍ୟର ୨୯ଟି ଜିଲ୍ଲାର ୧୩୦ଟି ପିଏମ୍ ଶ୍ରୀ ବିଦ୍ୟାଳୟ ଏବଂ ରାୟପୁରରେ ବିଦ୍ୟା ସମୀକ୍ଷା କେନ୍ଦ୍ର (ଭିଏସକେ) ନାମକ ଦୁଇଟି ପ୍ରମୁଖ ଶିକ୍ଷାମୂଳକ ପଦକ୍ଷେପକୁ ଲୋକାର୍ପିତ କରିଥିଲେ। ପିଏମ ସ୍କୁଲ ଫର ରାଇଜିଂ ଇଣ୍ଡିଆ ରେ ୧୩୦ ଟି ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ସୁସଂଗଠିତ ଭିତ୍ତିଭୂମି, ସ୍ମାର୍ଟ ବୋର୍ଡ, ଆଧୁନିକ ପରୀକ୍ଷାଗାର ଏବଂ ପାଠାଗାର ମାଧ୍ୟମରେ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ । ରାୟପୁରରେ ଭିଏସକେ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ସରକାରୀ ଯୋଜନାର ଅନଲାଇନ୍ ଯାଂଚ ଏବଂ ତଥ୍ୟ ବିଶ୍ଳେଷଣକୁ ସକ୍ଷମ କରିବ ।

ଗ୍ରାମୀଣ ପରିବାରମାନଙ୍କ ପାଇଁ ଉପଯୁକ୍ତ ଆବାସ ଉପଲବ୍ଧ କରାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ସାମଗ୍ରିକ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ-ଜି) ଅଧୀନରେ ୩ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ ଅନୁଷ୍ଠିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଏହି ଯୋଜନା ଅଧୀନରେ କିଛି ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଛନ୍ତି ।

***

 SSP

 

Categories
ଆଜିର ଖବର ଜାତୀୟ ଖବର

ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନାଗପୁର: ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ ପବିତ୍ର ନବରାତ୍ରୀ ଉତ୍ସବର ଆରମ୍ଭକୁ ଚିହ୍ନିତ କରୁଥିବା ଚୈତ୍ର ଶୁକ୍ଳ ପ୍ରତିପଦାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ସାରା ଦେଶରେ ଗୁଡି ପଡୱା, ଉଗାଦି ଏବଂ ନଭରେହ ଭଳି ପର୍ବ ପାଳନ କରାଯାଉଛି। ଭଗବାନ ଝୁଲେଲାଲ ଏବଂ ଗୁରୁ ଅଙ୍ଗଦ ଦେବଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସେ ଏହି ଅବସରକୁ ପ୍ରେରଣାଦାୟୀ ଡକ୍ଟର କେ. ବି. ହେଡଗେୱାରଙ୍କ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ଉଲ୍ଲେଖନୀୟ ଯାତ୍ରାର ଶତବାର୍ଷିକୀ ବୋଲି ମଧ୍ୟ ସ୍ୱୀକାର କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଡକ୍ଟର ହେଡଗେୱାର ଏବଂ ଶ୍ରୀ ଗୋଲୱାଲକର ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସ୍ମୃତି ମନ୍ଦିର ପରିଦର୍ଶନ କରି ସେ ନିଜର ସମ୍ମାନ ବ୍ୟକ୍ତ କରିଥିଲେ।

ଏହି ଅବଧିରେ ଭାରତୀୟ ସମ୍ବିଧାନର ୭୫ ବର୍ଷ ପାଳନ ଏବଂ ଆସନ୍ତା ମାସରେ ଏହାର ସ୍ଥପତି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଆଗାମୀ ଜୟନ୍ତୀ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଦୀକ୍ଷାଭୂମିରେ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ତାଙ୍କ ଆଶୀର୍ବାଦ ଲୋଡ଼ିବା ଉପରେ ମନ୍ତବ୍ୟ ଦେଇଥିଲେ। ନବରାତ୍ରୀ ଏବଂ ପାଳନ କରାଯାଉଥିବା ଅନ୍ୟ ସମସ୍ତ ପର୍ବପର୍ବାଣୀ ଅବସରରେ ସେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେବାର ଏକ ପବିତ୍ର କେନ୍ଦ୍ର ଭାବେ ନାଗପୁରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଏବଂ ଏକ ମହାନ ପଦକ୍ଷେପର ସମ୍ପ୍ରସାରଣକୁ ସ୍ୱୀକାର କରି ଶ୍ରୀ ମୋଦୀ ମାଧବ ନେତ୍ରାଲୟର ପ୍ରେରଣାଦାୟୀ ସଙ୍ଗୀତ ଉପରେ ମନ୍ତବ୍ୟ ଦେଇଥିଲେ, ଯାହା ଆଧ୍ୟାତ୍ମିକତା, ଜ୍ଞାନ, ଗର୍ବ ଏବଂ ମାନବତାକୁ ପ୍ରତିଫଳିତ କରିଥାଏ। ସେ ମାଧବ ନେତ୍ରାଲୟକୁ ଏପରି ଏକ ଅନୁଷ୍ଠାନ ଭାବେ ଉଲ୍ଲେଖ କରିଥିଲେ, ଯାହା ପୂଜ୍ୟ ଗୁରୁଙ୍କ ଆଦର୍ଶକୁ ଅନୁସରଣ କରି ଦଶନ୍ଧି ଦଶନ୍ଧି ଧରି ଲକ୍ଷ ଲକ୍ଷ ଲୋକଙ୍କ ସେବା କରିଆସୁଛି, ଏବଂ ଅଗଣିତ ଜୀବନ ଉପରେ ଆଲୋକପାତ କରୁଛି।

ସେ ମାଧବ ନେତ୍ରଳୟର ନୂତନ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ସମ୍ପ୍ରସାରଣ ଏହାର ସେବା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ, ହଜାର ହଜାର ନୂତନ ଜୀବନକୁ ଆଲୋକିତ କରିବ ଏବଂ ସେମାନଙ୍କ ଜୀବନରୁ ଅନ୍ଧକାର ଦୂର କରିବ। ସେ ମାଧବ ନେତ୍ରାଲୟ ସହିତ ଜଡ଼ିତ ସମସ୍ତଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ନିରନ୍ତର ସେବା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଲାଲକିଲ୍ଲାରୁ ‘ସବକା ପ୍ରୟାସ’ ଉପରେ ଗୁରୁତ୍ୱାରୋପ କରି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ଦ୍ୱାରା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମାଧବ ନେତ୍ରାଲୟ ଏହି ପ୍ରୟାସଗୁଡ଼ିକୁ ପୂରଣ କରୁଛନ୍ତି। “ସରକାରଙ୍କ ପ୍ରାଥମିକତା ହେଉଛି ସମସ୍ତ ନାଗରିକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ କରିବା, ଏପରିକି ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ସର୍ବୋତ୍ତମ ଚିକିତ୍ସା ପାଇବା ଉଚିତ”, ସେ ଗୁରୁତ୍ୱାରୋପ କରି କହିଥିଲେ ଯେ କୌଣସି ନାଗରିକ ଜୀବନର ମର୍ଯ୍ୟାଦାରୁ ବଞ୍ଚିତ ହେବା ଉଚିତ ନୁହେଁ, ଏବଂ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବରିଷ୍ଠ ନାଗରିକମାନେ ଚିକିତ୍ସା ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ସେ ଆୟୁଷ୍ମାନ ଭାରତର ପ୍ରଭାବ ଉପରେ ଆଲୋକପାତ କରିଥିଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିଛି। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସାରା ଦେଶରେ ହଜାର ହଜାର ଜନଔଷଧି କେନ୍ଦ୍ରଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ପରିବାରକୁ ସୁଲଭ ମୂଲ୍ୟର ଔଷଧ ପ୍ରଦାନ କରୁଛନ୍ତି, ଯାହାଦ୍ୱାରା ନାଗରିକମାନେ ହଜାର ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ। ଗତ ଏକ ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ଲୋକଙ୍କୁ ଟେଲିମେଡିସିନ୍ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସୁବିଧାଗୁଡ଼ିକ ନାଗରିକମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଶହ ଶହ କିଲୋମିଟର ଯାତ୍ରା କରିବାର ଆବଶ୍ୟକତାକୁ ସମାପ୍ତ କରିଦେଇଛି।

ଦେଶରେ ମେଡ଼ିକାଲ କଲେଜଗୁଡ଼ିକର ସଂଖ୍ୟା ଦ୍ୱିଗୁଣିତ କରିବା ଏବଂ ଏମସରେ କାର୍ଯ୍ୟକ୍ଷମ ସଂସ୍ଥାଗୁଡ଼ିକର ସଂଖ୍ୟା ତିନି ଗୁଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଭବିଷ୍ୟତରେ ଲୋକମାନଙ୍କ ସେବା କରିବା ଲାଗି ଅଧିକ କୁଶଳୀ ଡାକ୍ତରଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ମେଡ଼ିକାଲ ଆସନ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଡାକ୍ତରୀ ପଢ଼ିବାର ସୁଯୋଗ ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ଡାକ୍ତର ହୋଇପାରିବେ, ସେ ଦିଗରେ ସରକାରଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଧୁନିକ ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ସହିତ ଦେଶ ନିଜର ପାରମ୍ପରିକ ଜ୍ଞାନକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଭାରତର ଯୋଗ ଏବଂ ଆୟୁର୍ବେଦ ଦ୍ୱାରା ହାସଲ କରାଯାଉଥିବା ବୈଶ୍ୱିକ ସ୍ୱୀକୃତି ଉପରେ ସେ ମନ୍ତବ୍ୟ ଦେଇଛନ୍ତି, ଯାହା ବିଶ୍ୱ ସ୍ତରରେ ରାଷ୍ଟ୍ରର ମର୍ଯ୍ୟାଦା ବୃଦ୍ଧି କରୁଛି।

କୌଣସି ରାଷ୍ଟ୍ରର ଅସ୍ତିତ୍ୱ ପୀଢ଼ି ପରେ ପୀଢ଼ି ଏହାର ସଂସ୍କୃତି ଏବଂ ଚେତନାର ସମ୍ପ୍ରସାରଣ ଉପରେ ନିର୍ଭର କରେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଭାରତର ଶହ ଶହ ବର୍ଷର ଦାସତ୍ୱ ଏବଂ ଆକ୍ରମଣର ଇତିହାସ ଉପରେ ଆଲୋକପାତ କରିଥିଲେ, ଯାହା ଏହାର ସାମାଜିକ ଢାଞ୍ଚାକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲା, ତଥାପି ଭାରତର ଚେତନା ଜୀବନ୍ତ ଏବଂ ନମନୀୟ ରହିଥିଲା। ଗୁରୁ ନାନକ ଦେବ, କବୀର ଦାସ, ତୁଳସୀଦାସ, ସୁରଦାସ ଏବଂ ମହାରାଷ୍ଟ୍ରର ସନ୍ଥ ତୁକାରାମ, ସନ୍ଥ ଏକନାଥ, ସନ୍ଥ ନାମଦେବ ଏବଂ ସନ୍ଥ ଜ୍ଞାନେଶ୍ୱରଙ୍କ ଭଳି ସନ୍ଥମାନେ ନିଜ ମୂଳ ବିଚାର ଦ୍ୱାରା ଭାରତର ଜାତୀୟ ଚେତନାରେ ଜୀବନ ସଞ୍ଚାର କରିଥିବା ଭକ୍ତି ଆନ୍ଦୋଳନର ଉଦାହରଣ ଦେଇ ସେ ତାହା ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଏହି ଆନ୍ଦୋଳନଗୁଡ଼ିକ ଭେଦଭାବ ଏବଂ ଏକଜୁଟ ସମାଜର ଶୃଙ୍ଖଳାକୁ ଭାଙ୍ଗିଦେଇଥିଲା। ଏକ ସମାଜକୁ ଦୋହଲାଇ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରି, ଏହାର ପ୍ରକୃତ ସାରକୁ ମନେ ପକାଇଥିଲେ, ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ ଏବଂ ଭାରତର ଜାତୀୟ ଚେତନା ଯେପରି ନିରବଚ୍ଛିନ୍ନ ରହେ ତାହା ସୁନିଶ୍ଚିତ କରିଥିଲେ, ପ୍ରଧାନମନ୍ତ୍ରୀ ଉପନିବେଶବାଦୀ ଶାସନର ଶେଷ ଦଶନ୍ଧିଗୁଡ଼ିକରେ ଏହି ଚେତନାକୁ ଉତ୍ସାହିତ କରିବାରେ ଡ. ହେଡଗେୱାର ଏବଂ ଗୁରୁଜୀଙ୍କ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ସେ ଜାତୀୟ ଚେତନାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ୧୦୦ ବର୍ଷ ପୂର୍ବେ ବୁଣାଯାଇଥିବା ଚିନ୍ତାଧାରାର ବୀଜ ଉପରେ ମନ୍ତବ୍ୟ ଦେଇଥିଲେ, ଯାହା ବର୍ତ୍ତମାନ ଏକ ମହାନ ବୃକ୍ଷରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ଏହାର ଶାଖା ଭାବେ ନେଇ, ଏହି ନୀତି ଏବଂ ଆଦର୍ଶ ଏହି ମହାନ ବୃକ୍ଷକୁ ଉଚ୍ଚତା ପ୍ରଦାନ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉଛି ଭାରତର ଅମର ସଂସ୍କୃତିର ଆଧୁନିକ ଅକ୍ଷୟ ବଟ, ଏହି ଅକ୍ଷୟ ବଟ ଭାରତୀୟ ସଂସ୍କୃତି ଏବଂ ଆମ ରାଷ୍ଟ୍ରର ଚେତନାକୁ ନିରନ୍ତର ଉତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ମାଧବ ନେତ୍ରଳୟର ନୂତନ କ୍ୟାମ୍ପସ ଏହାର ଯାତ୍ରା ଆରମ୍ଭ କରିବା ସମୟରେ ଲକ୍ଷ୍ୟ ଏବଂ ଦିଗ ମଧ୍ୟରେ ପ୍ରାକୃତିକ ସମ୍ପର୍କ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ ବୈଦିକ ଆକାଂକ୍ଷା “ପାଶ୍ୟେମ ଶାରଦାହ ଶତମ୍” କୁ ଉଦ୍ଧୃତ କରି ଜୀବନରେ ଦୂରଦୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହାର ଅର୍ଥ ହେଉଛି “ଆମେ ଶହେ ବର୍ଷ ଦେଖିପାରିବା”। ସେ ଉଭୟ ବାହ୍ୟ ଦୃଷ୍ଟି ଏବଂ ଆଭ୍ୟନ୍ତରୀଣ ଦୃଷ୍ଟିଶକ୍ତିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦର୍ଭର ମହାନ ସନ୍ଥ ଶ୍ରୀ ଗୁଲାବରାଓ ମହାରାଜଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, “କମ୍ ବୟସରେ ଦୃଷ୍ଟିଶକ୍ତି ହରାଇବା ସତ୍ତ୍ୱେ ଶ୍ରୀ ଗୁଲାବରାଓ ମହାରାଜ ଅନେକ ପୁସ୍ତକ ରଚନା କରିଥିଲେ।” ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ପାଖରେ ଶାରୀରିକ ଦୃଷ୍ଟିଶକ୍ତିର ଅଭାବ ଥିବାବେଳେ ତାଙ୍କ ପାଖରେ ଅର୍ନ୍ତ ଦୃଷ୍ଟିଶକ୍ତି ଥିଲା, ଯାହା ଜ୍ଞାନରୁ ଉତ୍ପନ୍ନ ହୋଇଥାଏ ଏବଂ ବିଚକ୍ଷଣତା ମାଧ୍ୟମରେ ପ୍ରକାଶ ପାଇଥାଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଭଳି ଦୂରଦୃଷ୍ଟି ଉଭୟ ବ୍ୟକ୍ତି ଏବଂ ସମାଜକୁ ସଶକ୍ତ କରିଥାଏ। ସେ କହିଥିଲେ ଯେ ଆରଏସ୍ଏସ୍ ହେଉଛି ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଦୃଷ୍ଟିକୋଣ ଦିଗରେ କାର୍ଯ୍ୟ କରିବାର ଏକ ପବିତ୍ର ପ୍ରୟାସ। ସେ ମାଧବ ନେତ୍ରାଲୟକୁ ବାହ୍ୟ ଦୂରଦୃଷ୍ଟିର ଏକ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଆନ୍ତଃ ଦୂରଦୃଷ୍ଟି ସଙ୍ଘକୁ ସେବାର ସମର୍ଥକ କରିଦେଇଛି।

ଜୀବନର ଉଦ୍ଦେଶ୍ୟ ହେଉଛି ସେବା ଏବଂ ପରୋପକାର ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଶାସ୍ତ୍ର ଉଦ୍ଧୃତ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ସେବା ମୂଲ୍ୟବୋଧରେ ପରିପୂର୍ଣ୍ଣ ହୋଇଥାଏ, ସେତେବେଳେ ଏହା ଭକ୍ତିର ଏକ ରୂପରେ ରୂପାନ୍ତରିତ ହୋଇଥାଏ, ଯାହା ହେଉଛି ପ୍ରତ୍ୟେକ ଆରଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଜୀବନର ଲକ୍ଷ୍ୟ । ସେ ଉଲ୍ଲେଖ କରିଥିଲେ ଯେ ଏହି ସେବା ଭାବନା ପିଢ଼ି ପରେ ପିଢ଼ି ସ୍ୱେଚ୍ଛାସେବୀମାନଙ୍କୁ ନିଜକୁ ଅକ୍ଳାନ୍ତ ଭାବେ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ଭକ୍ତି ସ୍ୱେଚ୍ଛାସେବୀମାନଙ୍କୁ ନିରନ୍ତର ସକ୍ରିୟ ରଖିଥାଏ, ସେମାନଙ୍କୁ କଦାପି କ୍ଲାନ୍ତ କିମ୍ବା ଅଟକି ଯିବାକୁ ଦିଏ ନାହିଁ। ଜୀବନର ଗୁରୁତ୍ୱ ଏହାର ଅବଧି ଉପରେ ନୁହେଁ ବରଂ ଏହାର ଉପଯୋଗିତା ଉପରେ ନିର୍ଭର କରେ ବୋଲି ଗୁରୁଜୀଙ୍କ ଶବ୍ଦଗୁଡ଼ିକୁ ସ୍ମରଣ କରି ଶ୍ରୀ ମୋଦୀ “ଦେବ ରୁ ଦେଶ” ଏବଂ “ରାମ ରୁ ରାଷ୍ଟ୍ର” ନୀତି ଦ୍ୱାରା ପରିଚାଳିତ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବିଭିନ୍ନ କ୍ଷେତ୍ରରେ ସ୍ୱେଚ୍ଛାସେବୀମାନଙ୍କ ନିଃସ୍ୱାର୍ଥପର କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇଥିଲେ, ତାହା ସୀମାନ୍ତବର୍ତ୍ତୀ ଗ୍ରାମ ହେଉ, ପାର୍ବତ୍ୟ ଅଞ୍ଚଳ ହେଉ କିମ୍ବା ଜଙ୍ଗଲ ଅଞ୍ଚଳ ହେଉ। ସେ ବନବାସୀ କଲ୍ୟାଣ ଆଶ୍ରମ, ଆଦିବାସୀ ପିଲାମାନଙ୍କ ପାଇଁ ଏକଲ ବିଦ୍ୟାଳୟ, ସାଂସ୍କୃତିକ ଜାଗରଣ ମିଶନ ଏବଂ ସୁବିଧା ବଞ୍ଚିତଙ୍କ ସେବା ପାଇଁ ସେବା ଭାରତୀର ପ୍ରୟାସ ଭଳି ପଦକ୍ଷେପରେ ସେମାନଙ୍କର ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ। ପ୍ରୟାଗ ମହାକୁମ୍ଭ ସମୟରେ ସ୍ୱେଚ୍ଛାସେବୀମାନଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ପ୍ରଶଂସା କରି, ଯେଉଁଠାରେ ସେମାନେ ନେତ୍ର କୁମ୍ଭ ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଥିଲେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଯେଉଁଠାରେ ସେବାର ଆବଶ୍ୟକତା ଅଛି, ସେଠାରେ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଅଛନ୍ତି। ବନ୍ୟା ଏବଂ ଭୂମିକମ୍ପ ଭଳି ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀମାନଙ୍କ ଶୃଙ୍ଖଳିତ କାର୍ଯ୍ୟ ଉପରେ ସେ ମନ୍ତବ୍ୟ ଦେଇ ସେମାନଙ୍କ ନିଃସ୍ୱାର୍ଥପରତା ଏବଂ ସେବା ପ୍ରତି ସମର୍ପଣ ଉପରେ ଆଲୋକପାତ କରିଥିଲେ। “ସେବା ହେଉଛି ଏକ ବଳିଦାନକାରୀ ଅଗ୍ନି, ଏବଂ ଆମେ ଉତ୍ସର୍ଗ ପରି ଜଳାଇଥାଉ, ଉଦ୍ଦେଶ୍ୟର ସାଗରରେ ମିଶିଥାଉ” ବୋଲି ସେ ଉଲ୍ଲେଖ କରିଥିଲେ।

ଗୁରୁଜୀଙ୍କ ବିଷୟରେ ଏକ ପ୍ରେରଣାଦାୟୀ କାହାଣୀ ସେୟାର କରି, ଯାହାଙ୍କୁ ଥରେ ସେ କାହିଁକି ସଙ୍ଘକୁ ସର୍ବବ୍ୟାପୀ ବୋଲି କହିଥିଲେ ବୋଲି ପଚରାଯାଇଥିଲା, ଶ୍ରୀ ମୋଦୀ କହିଥିଲେ ଯେ ଗୁରୁଜୀ ସଙ୍ଘକୁ ଆଲୋକ ସହିତ ତୁଳନା କରିଥିଲେ, ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଆଲୋକ ପ୍ରତ୍ୟେକ କାର୍ଯ୍ୟ ନିଜେ କରିନପାରେ, କିନ୍ତୁ ଏହା ଅନ୍ଧକାରକୁ ଦୂର କରିଥାଏ ଏବଂ ଅନ୍ୟମାନଙ୍କୁ ଆଗକୁ ବଢ଼ିବାର ରାସ୍ତା ଦେଖାଇଥାଏ। ସେ କହିଥିଲେ ଯେ ଗୁରୁଜୀଙ୍କ ଶିକ୍ଷା ଏକ ଜୀବନ ମନ୍ତ୍ର ଭାବେ କାର୍ଯ୍ୟ କରିଥାଏ, ଯାହା ସମସ୍ତଙ୍କୁ ଆଲୋକର ଉତ୍ସ ହେବା, ବାଧାବିଘ୍ନ ଦୂର କରିବା ଏବଂ ପ୍ରଗତିର ମାର୍ଗ ପ୍ରଶସ୍ତ କରିବା ଲାଗି ଆହ୍ୱାନ ଦେଇଥାଏ। ସେ “ମୁଁ ନୁହେଁ, ବରଂ ତୁମେ” ଏବଂ “ମୋର ନୁହେଁ, ବରଂ ଦେଶ ପାଇଁ” ନୀତି ସହିତ ନିଃସ୍ୱାର୍ଥପରତାର ସାର ଉପରେ ଆଲୋକପାତ କରିଥିଲେ।

“ମୁଁ” ଉପରେ “ଆମେ” କୁ ପ୍ରାଥମିକତା ଦେବା ଏବଂ ସମସ୍ତ ନୀତି ଏବଂ ନିଷ୍ପତ୍ତିରେ ଦେଶକୁ ପ୍ରଥମେ ରଖିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଆଭିମୁଖ୍ୟ ସାରା ଦେଶରେ ସକାରାତ୍ମକ ପ୍ରଭାବ ଦେଖାଇବ। ଦେଶକୁ ପଛରେ ପକାଇଥିବା ଶୃଙ୍ଖଳାଗୁଡ଼ିକୁ ଭାଙ୍ଗିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ ଏବଂ ଔପନିବେଶିକ ମାନସିକତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବେ ଉପନିବେଶବାଦର ଅବଶିଷ୍ଟାଂଶ, ଯାହା ୭୦ ବର୍ଷ ଧରି ପଛୁଆ ହୋଇ ରହିଥିଲା, ଜାତୀୟ ଗୌରବର ନୂତନ ଅଧ୍ୟାୟ ସହିତ ବଦଳାଇ ଦେଉଛି। ଭାରତୀୟମାନଙ୍କୁ ଅପମାନିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୁରୁଣା ବ୍ରିଟିଶ ଆଇନକୁ ବଦଳାଇ ନୂଆ ଭାରତୀୟ ନ୍ୟାୟ ସଂହିତା ଉପରେ ସେ ମନ୍ତବ୍ୟ ଦେଇଥିଲେ। ସେ ରାଜପଥକୁ କର୍ତ୍ତବ୍ୟ ପଥରେ ରୂପାନ୍ତରିତ କରିବା ଉପରେ ଆଲୋକପାତ କରିଥିଲେ, ଯାହା ଔପନିବେଶିକ ପରମ୍ପରା ଉପରେ କର୍ତ୍ତବ୍ୟର ପ୍ରତୀକ। ସେ ନୌସେନାର ପତାକାରୁ ଔପନିବେଶିକ ପ୍ରତୀକଗୁଡ଼ିକୁ ହଟାଇବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଏବେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତୀକକୁ ନେଇ ଗର୍ବ ଅନୁଭବ କରାଯାଉଛି। ସେ ଆଣ୍ଡାମାନ ଅଞ୍ଚଳର ଦ୍ୱୀପଗୁଡ଼ିକର ନାମ ପରିବର୍ତ୍ତନକୁ ମଧ୍ୟ ସ୍ୱୀକାର କରିଥିଲେ, ଯେଉଁଠାରେ ବୀର ସାବରକର ଦେଶ ପାଇଁ କଷ୍ଟ ସହିଥିଲେ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତାର ନାୟକମାନଙ୍କୁ ସମ୍ମାନିତ କରିବା ପାଇଁ ସ୍ୱାଧୀନତାର ବିଗୁଲ ବଜାଇଥିଲେ।

ଏକ ପରିବାର ଭାବେ ବିଶ୍ୱକୁ ଟୀକା ପ୍ରଦାନ କରି, କୋଭିଡ-୧୯ ମହାମାରୀ ସମୟରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, “ଭାରତର ‘ବସୁଧୈବ କୁଟୁମ୍ବକମ୍” ର ମାର୍ଗଦର୍ଶକ ନୀତି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚୁଛି ଏବଂ ଭାରତର କାର୍ଯ୍ୟକଳାପରେ ପ୍ରତିଫଳିତ ହେଉଛି। “ଅପରେସନ ବ୍ରହ୍ମା” ଅଧୀନରେ ମିଆଁମାରରେ ନିକଟରେ ହୋଇଥିବା ଭୂମିକମ୍ପ ସହିତ ତୁର୍କୀ ଏବଂ ନେପାଳରେ ଭୂକମ୍ପ ସମୟରେ ସହାୟତା ଏବଂ ମାଳଦ୍ୱୀପରେ ଜଳ ସଙ୍କଟ ସମେତ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଭାରତର ତ୍ୱରିତ ପ୍ରତିକ୍ରିୟା ବିଷୟରେ ସେ ଉଲ୍ଲେଖ କରିଥିଲେ। ଯୁଦ୍ଧ ସମୟରେ ଅନ୍ୟ ଦେଶର ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ଭାରତର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତର ପ୍ରଗତି ଦକ୍ଷିଣ ବିଶ୍ୱର ସ୍ୱରକୁ ବୃଦ୍ଧି କରୁଛି। ସେ କହିଥିଲେ ଯେ ବିଶ୍ୱ ଭ୍ରାତୃତ୍ୱର ଏହି ଭାବନା ଭାରତର ସାଂସ୍କୃତିକ ମୂଲ୍ୟବୋଧରୁ ଉତ୍ପନ୍ନ ହୋଇଛି। ଭାରତର ଯୁବକମାନଙ୍କୁ ଦେଶର ସବୁଠାରୁ ବଡ଼ ସମ୍ପଦ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ରିସ୍କ ନେବା ପାଇଁ ବର୍ଦ୍ଧିତ କ୍ଷମତାକୁ ରେଖାଙ୍କିତ କରି ଶ୍ରୀ ମୋଦୀ ନବସୃଜନ, ଷ୍ଟାର୍ଟଅପ୍ ଏବଂ ଭାରତର ଐତିହ୍ୟ ଏବଂ ସଂସ୍କୃତିରେ ସେମାନଙ୍କର ଗର୍ବ ପ୍ରତି ସେମାନଙ୍କର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। ସେ ପ୍ରୟାଗ ମହାକୁମ୍ଭରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଅଂଶଗ୍ରହଣକୁ ଭାରତର ଚିରନ୍ତନ ପରମ୍ପରା ସହିତ ସେମାନଙ୍କର ସମ୍ପର୍କର ଏକ ଉଦାହରଣ ବୋଲି ଦର୍ଶାଇଥିଲେ। ଜାତୀୟ ଆବଶ୍ୟକତା ଉପରେ ଯୁବକମାନଙ୍କ ଧ୍ୟାନ, “ମେକ୍ ଇନ୍ ଇଣ୍ଡିଆ” ର ସଫଳତାରେ ସେମାନଙ୍କର ଭୂମିକା ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ସେମାନଙ୍କର ସ୍ୱର ସମର୍ଥନ ଉପରେ ସେ ମନ୍ତବ୍ୟ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ଭାବନା ଦ୍ୱାରା ପରିଚାଳିତ ହୋଇ, କ୍ରୀଡ଼ା କ୍ଷେତ୍ର ଠାରୁ ଆରମ୍ଭ କରି ମହାକାଶ ଅନୁସନ୍ଧାନ ପର୍ଯ୍ୟନ୍ତ ଉତ୍କର୍ଷ ହାସଲ କରି, ଦେଶ ପାଇଁ ବଞ୍ଚିବା ଏବଂ କାର୍ଯ୍ୟ କରିବା ଲାଗି ସେମାନଙ୍କ ସଂକଳ୍ପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଭାରତର ଯୁବପିଢ଼ି ଦେଶକୁ ବିକାଶିତ ଭାରତ ଲକ୍ଷ୍ୟ ଦିଗରେ ଆଗେଇ ନେବେ। ଏହି ଯାତ୍ରା ପଛରେ ଥିବା ପ୍ରେରକ ଶକ୍ତି ଭାବେ ସଙ୍ଗଠନର ସମନ୍ୱୟ, ସମର୍ପଣ ଏବଂ ସେବା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆରଏସ୍ଏସ୍ ର ଦଶନ୍ଧି ଦଶନ୍ଧି ଧରି ପ୍ରୟାସ ଏବଂ ସମର୍ପଣ ଫଳପ୍ରଦ ହେଉଛି, ଯାହା ଭାରତର ବିକାଶରେ ଏକ ନୂତନ ଅଧ୍ୟାୟ ଲେଖୁଛି।

୧୯୨୫ ମସିହାରେ ଆର. ଏସଏସର ପ୍ରତିଷ୍ଠା ସମୟରେ ଭିନ୍ନ ଭିନ୍ନ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ, ଯେଉଁ ସମୟରେ ସଂଘର୍ଷ ଏବଂ ସ୍ୱାଧୀନତାର ବ୍ୟାପକ ଲକ୍ଷ୍ୟ ରହିଥିଲା। ସେ ସଂଘର ୧୦୦ ବର୍ଷର ଯାତ୍ରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ୨୦୨୫ ରୁ ୨୦୪୭ ପର୍ଯ୍ୟନ୍ତ ସମୟ ଦେଶ ପାଇଁ ନୂତନ, ଉଚ୍ଚାଭିଳାଷୀ ଲକ୍ଷ୍ୟ ଉପସ୍ଥାପନ କରେ। ଏକ ବିଶାଳ ଜାତୀୟ ଭବନର ଭିତ୍ତିପ୍ରସ୍ତରରେ ଏକ ଛୋଟ ପଥର ହେବାର ଇଚ୍ଛା ବ୍ୟକ୍ତ କରୁଥିବା ଏକ ଚିଠିରୁ ସେ ଗୁରୁଜୀଙ୍କ ପ୍ରେରଣାଦାୟୀ ଶବ୍ଦଗୁଡ଼ିକୁ ମନେ ପକାଇଥିଲେ। ସେବା ପ୍ରତି ପ୍ରତିବଦ୍ଧତାକୁ ଜାଗ୍ରତ ରଖିବା, ନିରନ୍ତର ପ୍ରୟାସ ଜାରି ରଖିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ହଜାରେ ବର୍ଷ ପାଇଁ ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇବା ପାଇଁ ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ସମୟରେ ସେ ତାଙ୍କର ଦୃଷ୍ଟିକୋଣକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଡ. ହେଡଗେୱାର ଏବଂ ଗୁରୁଜୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମାର୍ଗଦର୍ଶନ ଦେଶକୁ ସଶକ୍ତ କରିବା ଜାରି ରଖିବ। ସେ ଏକ ବିକଶିତ ଭାରତର ପରିକଳ୍ପନାକୁ ପୂରଣ କରିବା ଏବଂ ପିଢ଼ି ପରେ ପିଢ଼ିର ବଳିଦାନକୁ ସମ୍ମାନ ଦେବା ପାଇଁ ସଂକଳ୍ପକୁ ଦୋହରାଇ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଆରଏସ୍ଏସ୍  ସରସଂଘଚାଲକ ଡ. ମୋହନ ଭାଗବତ, ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ, ସ୍ୱାମୀ ଅବଧେଶାନନ୍ଦ ଗିରି ମହାରାଜ, ଡ. ଅବିନାଶ ଚନ୍ଦ୍ର ଅଗ୍ନିହୋତ୍ରୀ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଏହି ଅବସରରେ ଉପସ୍ଥିତ ଥିଲେ।