Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଉଦଯାପିତ ଯାଇଛି। ଏହାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ରାଇପଡା ସରପଞ୍ଚ ବାସନ୍ତୀ ଦେଇ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପଞ୍ଚ ସଖା ସେତୁର ଉପସଭାପତି ପ୍ରଫୁଲ କୁମାର ଦାଶ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, ପ୍ରଥମ ଓଡିଶା ଫାଉଣ୍ଡେସନର କାଞ୍ଚନ ଲେଙ୍କା, ଶକୁନ୍ତଳା ମାହଲ, ଶର୍ମିଲା ସାମଲ, ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, କେରଣ୍ଡାଟାଙ୍ଗୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ସୁନ୍ଦର ଓ ଉନ୍ନତମାନର ଥିଲା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ବହି, ପେନସିଲ, ସ୍କେଲ, ରବର, ଖାତା ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭାପତି, ସଦସ୍ୟ ସଦସ୍ୟା ଓ ଅର୍ଜୁନପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନରସିଂହପୁର କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ମଙ୍ଗରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନରସିଂହପୁର କ୍ଲଷ୍ଟରର ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କ୍ଲଷ୍ଟରର ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ଆଇନୀଜୀବୀ ଶିଶିର କୁମାର ଦାଶ, ବିଦ୍ୟାଳୟ ସଭାପତି ପ୍ରକାଶ ମହାନ୍ତି, ମଙ୍ଗରାଜପୁର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଦେଇ, ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଶିକ୍ଷକ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭ୍ରମରବର ତାଡ଼ ଶ୍ଳୋକ ପାଠ କରିଥିଲେ। ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ, ପୁଷ୍ପମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀମାନେ ଚନ୍ଦନ, ପୁଷ୍ପ ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଶିକ୍ଷକ ଭାଗବତ ଜେନା ପିଲାମାନଙ୍କୁ ବିଭିନ୍ନ ଗପ ଗୀତ ମାଧ୍ୟ୍ୟମରେ ଜୀବନରେ ଶିକ୍ଷାର ଗୁରୁତ୍ୱକୁ ବୁଝାଇ ଥିଲେ।  ଏହି ନିପୁଣ ମେଳାରେ କ୍ଲଷ୍ଟରର ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ।

ଏହି ମେଳାରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀରେ ସାମନ୍ତରାୟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ, ହଂସରା ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଓ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରଥିବା ଜଣା ପଡିଛି। ସମସ୍ତ ପିଲାଙ୍କୁ ପେନ, ପେନସିଲ, ରବର, କଟର, ଖାତା ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ କବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମେତ ମଙ୍ଗରାଜପୁର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।